ଉଇହୁଙ୍କା ରୂପେ ପୂଜା ପାଉଛନ୍ତି କୀର୍ତ୍ତନିଆ ଋଷି

ବେଗୁନିଆ, ୮।୪(ଡି.ଏନ୍‌.ଏ.): ପୁରୀ-ଶରଣକୂଳ ନୂଆ ଜଗନ୍ନାଥ ସଡ଼କ ପାଶର୍‌ବରେ ଛଣଗିରି ଓ ହଜ ମଧ୍ୟରେ କଳକଳ ନାଦ କରି ବହିଯାଉଛି ମଲାଗୁଣି ବା ମନ୍ଦାକିନୀ ନଦୀ। ଏହି ନଦୀକୂଳରେ ଅବସ୍ଥିତ ହଜ ଗ୍ରାମର ଉତ୍ତର ଦିଗକୁ ମାତ୍ର ୫୦୦ ମିଟର ଗଲେ ପଡ଼େ କଲରାଝର ଗ୍ରାମ। ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ହଜ ପଞ୍ଚାୟତ ଅନ୍ତର୍ଗତ ଏହି ଗ୍ରାମର ପୂର୍ବ ଦିଗରେ ଗ୍ରାମର ଆରାଧ୍ୟ ଦେବତା ପ୍ରଭୁ ବାଲୁଙ୍କେଶ୍ବର ଦେବଙ୍କ ମନ୍ଦିର ସହ ମା’ ସିଦ୍ଧ ଖଣ୍ଡୁଆଳ ମନ୍ଦିର, ଗୋପୀନାଥ ଦେବ ମନ୍ଦିର ଏବଂ ପଶ୍ଚିମ ଦିଗରେ ମା’ ମଙ୍ଗଳା ମନ୍ଦିର ଶୋଭା ପାଉଥିବାବେଳେ କଲରାଝର-ହଜ ରାସ୍ତା ପାଶର୍‌ବରେ କୀର୍ତ୍ତନିଆ ହିଲ ବ୍ରାଞ୍ଚ (ସ୍ବାମୀ ଶିବାନନ୍ଦ) ନାମକ ଦିବ୍ୟ ଜୀବନ ସଂଘ ରହିଛି। ଗାଁ ପ୍ରବେଶପଥ ନିକଟରେ ନେତାଜୀ କ୍ଲବ ଅଛି। କଲରାଝର- ନିଧିପୁର ସତମାର୍ଗ ରାସ୍ତାର ପଶ୍ଚିମ ଦିଗରେ ଗ୍ରାମ୍ୟ ଜଙ୍ଗଲ ରହିଛି। ଏହି ଜଙ୍ଗଲରେ ବିଭିନ୍ନ ପ୍ରଜାତିର ବୃକ୍ଷଲତା ସାଙ୍ଗକୁ ମୟୂର, ଶୁଆ, ହାତୀ, ଠେକୁଆ, ଶାରୀ, ବାର୍‌ହା, ଝିଙ୍କ, ଗାଡଭାଲୁ, ବଣକୁକୁଡ଼ା, ଗୋଧି, ଅଜଗର ସାପ ଆଦି ରହୁଛନ୍ତି। ଆଶ୍ରମ ନିକଟ ଅଞ୍ଚଳ ପର୍ଯ୍ୟଟକଙ୍କୁ ବଣଭୋଜି ପାଇଁ ଆକୃଷ୍ଟ କରିଥାଏ। ବିଭିନ୍ନ କାରଣରୁ ଅଧିକାଂଶ ସ୍ଥାନରେ ଜଙ୍ଗଲ ଉଜୁଡୁଥିବାବେଳେ ସ୍ଥାନୀୟ ଗ୍ରାମବାସୀ ଓ ଯୁବକଙ୍କ ସହଯୋଗରେ ଏହି ଜଙ୍ଗଲକୁ ସୁରକ୍ଷିତ ରଖିଛନ୍ତି ଗ୍ରାମରେ ରହୁଥିବା ଅବସରପ୍ରାପ୍ତ ବନପାଳ ମାଧବ ଚନ୍ଦ୍ର ପାଇକରାୟ। ସେ ନଣ୍ଡା ପାହାଡ଼ ନିକଟରେ ଜଙ୍ଗଲ ସୃଷ୍ଟି ସହ ଏହାର ରକ୍ଷଣାବେକ୍ଷଣ କରି ଅନ୍ୟ ପାଇଁ ପ୍ରେରଣା ପାଲଟିଛନ୍ତି। ଜଙ୍ଗଲରୁ ସଂଗୃହୀତ ଅଦରକାରୀ କାଠକୁ ବିକ୍ରି କରାଯାଇ ଲବ୍ଧ ଅର୍ଥରେ ଠାକୁରାଣୀ ମନ୍ଦିରକୁ ରାସ୍ତା ତିଆରି କରାଯାଇଛି। କିମ୍ବଦନ୍ତୀ ଅନୁଯାୟୀ, ଏହି ଜଙ୍ଗଲରେ ଜଣେ ଋଷି ସର୍ବଦା ତପସ୍ୟାରେ ମଜ୍ଜିରହି ସଂକୀର୍ତ୍ତନ କରୁଥିଲେ। ତାଙ୍କର ଦେହାନ୍ତ ପରେ ସେହି ସ୍ଥାନରେ ଏକ ବିରାଟ ଉଇହୁଙ୍କା ହୋଇଥିଲା। ଏହାର ଚାରିପଟେ ଧଳା ରଙ୍ଗର ବସ୍ତ୍ର ଘୋଡ଼ାଯାଇ ଲୋକେ କୀର୍ତ୍ତନିଆ ବାବା ନାମରେ ପୂଜା କରିଆସୁଛନ୍ତି। ଏଠାକାର ମଲାଗୁଣି ନଦୀରେ କୀର୍ତ୍ତନିଆ ବାବା ସ୍ନାନ ତର୍ପଣ କରିବା ପରେ କୀତ୍ତର୍ର୍ନିଆ ପାହାଡ଼ର ବଟବୃକ୍ଷ ମୂଳେ ଥିବା କଲରା ଗୁମ୍ଫା (ମାଳିକାରେ ବର୍ଣିତ) ରେ ତପସ୍ୟା କରୁଥିଲେ। ଏଠାରେ ପଥର ଖୋଦିତ ପୁରାତନ କୁଣ୍ଡ ଥିବାବେଳେ ଗୁମ୍ଫା ଦ୍ବାର ଦେଶରେ ମହାବୀର ମୂର୍ତ୍ତି ପୂଜା ପାଉଛନ୍ତି। ସାଧାରଣତଃ ମାଟି ଥିବା ସ୍ଥାନରେ ଦୀର୍ଘଦିନ ଧରି ବସ୍ତ୍ର ପଡ଼ିରହିଲେ ଉଇ ଲାଗି ନଷ୍ଟ ହୋଇଯାଇଥାଏ। ମାତ୍ର ଏଠାକାର ଉଇହୁଙ୍କାରେ ବର୍ଷତମାମ ଧଳାବସ୍ତ୍ର ରହିଥାଏ ବୋଲି କୁହାଯାଏ। ସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନାରେ ୩ ଲକ୍ଷ ଟଙ୍କା ବ୍ୟୟରେ ୨୦୧୮-୧୯ ଆର୍ଥିକ ବର୍ଷରେ ଏଠାରେ କମ୍ୟୁନିଟି ଘର ନିର୍ମାଣ କରାଯାଇଛି। ଏହା ରାଜ୍ୟ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଥିବାରୁ ବିକାଶ ହୋଇପାରିନାହିଁ। ରାଜ୍ୟ ସରକାର ଏହାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏହି ୪ ଔଷଧ ବିକ୍ରି ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୨୫ା୮: ଭାରତର ସର୍ବୋଚ୍ଚ ଔଷଧ ନିୟନ୍ତ୍ରକ ୪ଟି ଲୋକପ୍ରିୟ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ (ସିଏନ୍‌ଏସ୍‌) ଔଷଧ ବିକ୍ରି ଉପରେ ନିୟନ୍ତ୍ରଣକୁ କଡ଼ାକଡ଼ି କରିଛନ୍ତି । ଏହି ଔଷଧଗୁଡ଼ିକୁ…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri