ଉଇହୁଙ୍କା ରୂପେ ପୂଜା ପାଉଛନ୍ତି କୀର୍ତ୍ତନିଆ ଋଷି

ବେଗୁନିଆ, ୮।୪(ଡି.ଏନ୍‌.ଏ.): ପୁରୀ-ଶରଣକୂଳ ନୂଆ ଜଗନ୍ନାଥ ସଡ଼କ ପାଶର୍‌ବରେ ଛଣଗିରି ଓ ହଜ ମଧ୍ୟରେ କଳକଳ ନାଦ କରି ବହିଯାଉଛି ମଲାଗୁଣି ବା ମନ୍ଦାକିନୀ ନଦୀ। ଏହି ନଦୀକୂଳରେ ଅବସ୍ଥିତ ହଜ ଗ୍ରାମର ଉତ୍ତର ଦିଗକୁ ମାତ୍ର ୫୦୦ ମିଟର ଗଲେ ପଡ଼େ କଲରାଝର ଗ୍ରାମ। ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ହଜ ପଞ୍ଚାୟତ ଅନ୍ତର୍ଗତ ଏହି ଗ୍ରାମର ପୂର୍ବ ଦିଗରେ ଗ୍ରାମର ଆରାଧ୍ୟ ଦେବତା ପ୍ରଭୁ ବାଲୁଙ୍କେଶ୍ବର ଦେବଙ୍କ ମନ୍ଦିର ସହ ମା’ ସିଦ୍ଧ ଖଣ୍ଡୁଆଳ ମନ୍ଦିର, ଗୋପୀନାଥ ଦେବ ମନ୍ଦିର ଏବଂ ପଶ୍ଚିମ ଦିଗରେ ମା’ ମଙ୍ଗଳା ମନ୍ଦିର ଶୋଭା ପାଉଥିବାବେଳେ କଲରାଝର-ହଜ ରାସ୍ତା ପାଶର୍‌ବରେ କୀର୍ତ୍ତନିଆ ହିଲ ବ୍ରାଞ୍ଚ (ସ୍ବାମୀ ଶିବାନନ୍ଦ) ନାମକ ଦିବ୍ୟ ଜୀବନ ସଂଘ ରହିଛି। ଗାଁ ପ୍ରବେଶପଥ ନିକଟରେ ନେତାଜୀ କ୍ଲବ ଅଛି। କଲରାଝର- ନିଧିପୁର ସତମାର୍ଗ ରାସ୍ତାର ପଶ୍ଚିମ ଦିଗରେ ଗ୍ରାମ୍ୟ ଜଙ୍ଗଲ ରହିଛି। ଏହି ଜଙ୍ଗଲରେ ବିଭିନ୍ନ ପ୍ରଜାତିର ବୃକ୍ଷଲତା ସାଙ୍ଗକୁ ମୟୂର, ଶୁଆ, ହାତୀ, ଠେକୁଆ, ଶାରୀ, ବାର୍‌ହା, ଝିଙ୍କ, ଗାଡଭାଲୁ, ବଣକୁକୁଡ଼ା, ଗୋଧି, ଅଜଗର ସାପ ଆଦି ରହୁଛନ୍ତି। ଆଶ୍ରମ ନିକଟ ଅଞ୍ଚଳ ପର୍ଯ୍ୟଟକଙ୍କୁ ବଣଭୋଜି ପାଇଁ ଆକୃଷ୍ଟ କରିଥାଏ। ବିଭିନ୍ନ କାରଣରୁ ଅଧିକାଂଶ ସ୍ଥାନରେ ଜଙ୍ଗଲ ଉଜୁଡୁଥିବାବେଳେ ସ୍ଥାନୀୟ ଗ୍ରାମବାସୀ ଓ ଯୁବକଙ୍କ ସହଯୋଗରେ ଏହି ଜଙ୍ଗଲକୁ ସୁରକ୍ଷିତ ରଖିଛନ୍ତି ଗ୍ରାମରେ ରହୁଥିବା ଅବସରପ୍ରାପ୍ତ ବନପାଳ ମାଧବ ଚନ୍ଦ୍ର ପାଇକରାୟ। ସେ ନଣ୍ଡା ପାହାଡ଼ ନିକଟରେ ଜଙ୍ଗଲ ସୃଷ୍ଟି ସହ ଏହାର ରକ୍ଷଣାବେକ୍ଷଣ କରି ଅନ୍ୟ ପାଇଁ ପ୍ରେରଣା ପାଲଟିଛନ୍ତି। ଜଙ୍ଗଲରୁ ସଂଗୃହୀତ ଅଦରକାରୀ କାଠକୁ ବିକ୍ରି କରାଯାଇ ଲବ୍ଧ ଅର୍ଥରେ ଠାକୁରାଣୀ ମନ୍ଦିରକୁ ରାସ୍ତା ତିଆରି କରାଯାଇଛି। କିମ୍ବଦନ୍ତୀ ଅନୁଯାୟୀ, ଏହି ଜଙ୍ଗଲରେ ଜଣେ ଋଷି ସର୍ବଦା ତପସ୍ୟାରେ ମଜ୍ଜିରହି ସଂକୀର୍ତ୍ତନ କରୁଥିଲେ। ତାଙ୍କର ଦେହାନ୍ତ ପରେ ସେହି ସ୍ଥାନରେ ଏକ ବିରାଟ ଉଇହୁଙ୍କା ହୋଇଥିଲା। ଏହାର ଚାରିପଟେ ଧଳା ରଙ୍ଗର ବସ୍ତ୍ର ଘୋଡ଼ାଯାଇ ଲୋକେ କୀର୍ତ୍ତନିଆ ବାବା ନାମରେ ପୂଜା କରିଆସୁଛନ୍ତି। ଏଠାକାର ମଲାଗୁଣି ନଦୀରେ କୀର୍ତ୍ତନିଆ ବାବା ସ୍ନାନ ତର୍ପଣ କରିବା ପରେ କୀତ୍ତର୍ର୍ନିଆ ପାହାଡ଼ର ବଟବୃକ୍ଷ ମୂଳେ ଥିବା କଲରା ଗୁମ୍ଫା (ମାଳିକାରେ ବର୍ଣିତ) ରେ ତପସ୍ୟା କରୁଥିଲେ। ଏଠାରେ ପଥର ଖୋଦିତ ପୁରାତନ କୁଣ୍ଡ ଥିବାବେଳେ ଗୁମ୍ଫା ଦ୍ବାର ଦେଶରେ ମହାବୀର ମୂର୍ତ୍ତି ପୂଜା ପାଉଛନ୍ତି। ସାଧାରଣତଃ ମାଟି ଥିବା ସ୍ଥାନରେ ଦୀର୍ଘଦିନ ଧରି ବସ୍ତ୍ର ପଡ଼ିରହିଲେ ଉଇ ଲାଗି ନଷ୍ଟ ହୋଇଯାଇଥାଏ। ମାତ୍ର ଏଠାକାର ଉଇହୁଙ୍କାରେ ବର୍ଷତମାମ ଧଳାବସ୍ତ୍ର ରହିଥାଏ ବୋଲି କୁହାଯାଏ। ସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନାରେ ୩ ଲକ୍ଷ ଟଙ୍କା ବ୍ୟୟରେ ୨୦୧୮-୧୯ ଆର୍ଥିକ ବର୍ଷରେ ଏଠାରେ କମ୍ୟୁନିଟି ଘର ନିର୍ମାଣ କରାଯାଇଛି। ଏହା ରାଜ୍ୟ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଥିବାରୁ ବିକାଶ ହୋଇପାରିନାହିଁ। ରାଜ୍ୟ ସରକାର ଏହାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?