ଭୋଟ ପାଇଁ ନକଲି ରାଶନକାର୍ଡ

ଖୋର୍ଦ୍ଧା ଅଫିସ,୮ା୪: ନକଲି ରାଶନକାର୍ଡ ଦେଇ ଭୋଟ ହାତେଇଥିବା ବେଳେ ନିର୍ବାଚନ ଫଳାଫଳ ଘୋଷଣା ପରେ ଏହି କାର୍ଡ କାର୍ଯ୍ୟକ୍ଷମ ହେଉନାହିଁ। ଏପରି କି ପ୍ରାର୍ଥୀ ବିଜୟ ହାସଲ କରିବା ପରେ ଭୋଟରଙ୍କୁ ଦେଇଥିବା କାର୍ଡକୁ ଜବରଦସ୍ତ ଛଡ଼ାଇ ନିଆଯାଇଛି। ଚିଲିକା ବ୍ଲକ ଚଣ୍ଡେଶ୍ୱର ପଞ୍ଚାୟତରୁ ଏଭଳି ସଙ୍ଗିନ ଅଭିଯୋଗ ଆସିଛି। ନକଲି ରାଶନ କାର୍ଡର ଶିକାର ହୋଇଥିବା ଦୁଇଜଣ ମହିଳା ଏ ନେଇ ଗୁରୁବାର ଚିଲିକା ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଚଣ୍ଡେଶ୍ୱର ପଞ୍ଚାୟତ ଅଧୀନ ବଡ଼ପୋଖରୀଆପାଟଣା ଗ୍ରାମର ସାଧନା ପ୍ରଧାନ ଏବଂ ଅହଲ୍ୟା ଦେଈଙ୍କୁ ପୂର୍ବତନ ସରପଞ୍ଚ ସୁଧାକର ମହାପାତ୍ର ପୃଥକ ଭାବେ ଦୁଇଟି ରାଶନ କାର୍ଡ (ଯଥାକ୍ରମେ ନଂ. ୧୯୦୭୦୫୧୨୨୭୮ ଏବଂ ୧୯୦୭୦୫୧୨୨୭୧) ୩ମାସ ପୂର୍ବରୁ ଦେଇଥିଲେ। ତଦନୁସାରେ ଉଭୟେ ଡିସେମ୍ବର ଏବଂ ଜାନୁୟାରୀ ମାସରେ ଉପରୋକ୍ତ କାର୍ଡ ଦେଖାଇ ବିନା ଫିଙ୍ଗର ପ୍ରିଣ୍ଟରେ ଚାଉଳ ଆଣିଥିଲେ। ମାତ୍ର ଏବେ ଚାଉଳ ଆଣିବା ପାଇଁ ଦୁହେଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ। ଯୋଗାଣ ସହାୟକ ସେମାନଙ୍କୁ ଚାଉଳ ଦେବାକୁ ମନା କରିଦେବା ସହ ସମ୍ପୃକ୍ତ କାର୍ଡ ଦୁଇଟିକୁ ରଖିଦେଇଥିଲେ। ଏଥିସହ ଏହି କାର୍ଡରେ ଆଉ ଚାଉଳ ଦିଆଯାଇପାରିବ ନାହିଁ ବୋଲି କହିଥିଲେ। ପରେ ଏହା ନକଲିି କାର୍ଡ ବୋଲି ସମ୍ପୃକ୍ତ ହିତାଧିକାରୀ ଦ୍ୱୟ ଜାଣିବାକୁ ପାଇଥିଲେ। ଏନେଇ ସେମାନେ ସୁଧାକରଙ୍କୁ ପଚାରିବାରୁ ସେ ନିଜ ହାତରୁ ସାମଗ୍ରୀ ଦେଉଥିଲେ, ଏଣିକି ଆଉ ଦିଆଯାଇପାରିବ ନାହିଁ ବୋଲି କହିଥିବା ସାଧନା ଏବଂ ଅହଲ୍ୟା ଅଭିଯୋଗ କରିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି, ରାଶନକାର୍ଡରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥାଇ ହିତାଧିକାରୀଙ୍କୁ ସୁଧାକର ପୂର୍ବରୁ ଦେଇଥିଲେ। ତେବେ କେଉଁ ଉଦ୍ଦେଶ୍ୟ ରଖି ସେ ଏହି ରାଶନକାର୍ଡ ଦେଇଥିଲେ ଏବଂ ଯଦି ତାହା ନକଲି ଥିଲା, ତେବେ ସେମାନଙ୍କୁ ଚାଉଳ କିପରି ମିଳୁଥିଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ହୋଇଛି। ଏହି ଘଟଣାରୁ ପଞ୍ଚାୟତରେ ରାଶନ ସାମଗ୍ରୀ ବଣ୍ଟନରେ ହେରଫେର ହେଉଥିବା ସ୍ପଷ୍ଟ ହେଉଛି। ନିର୍ବାଚନ ପୂର୍ବରୁ ଭୋଟ ହାତେଇବା ପାଇଁ ଏକାଧିକ ଗ୍ରାମର ଲୋକଙ୍କୁ ଏଭଳି ନକଲି ରାଶନ କାର୍ଡ ଦିଆଯାଇଥିବା କେତେଜଣ ଗ୍ରାମବାସୀ ଗଣମାଧ୍ୟମ ଆଗରେ କହିଛନ୍ତି। ଏହି ଘଟଣାର ନିରପେକ୍ଷ ତଦନ୍ତ କରାଗଲେ, ବହୁ ଗୁମର ପଦାକୁ ଆସିବ ବୋଲି ଚର୍ଚ୍ଚା ହେଉଛି। ଚଳିତବର୍ଷ ପଞ୍ଚାୟତ ନିର୍ବାଚନରେ ଚଣ୍ଡେଶ୍ୱର ପଞ୍ଚାୟତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା। ସୁଧାକର ସରପଞ୍ଚ ପଦରେ ନିଜ ସ୍ତ୍ରୀ ଲିପାଲୀନାଙ୍କୁ ଠିଆ କରାଇବା ଉଦ୍ଦେଶ୍ୟ ନେଇ ଏଭଳି ନକଲି ରାଶନକାର୍ଡ ବାଣ୍ଟିଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ସୁଧାକର ମହାପାତ୍ରଙ୍କ ପ୍ରତିକ୍ରିୟା ମିଳି ନାହଁି। ଅନ୍ୟପକ୍ଷେ ଏହାର ଠିକ୍‌ ତଦନ୍ତ କରିବା ସହ ସପ୍ତାହ ମଧ୍ୟରେ ପଦକ୍ଷେପ ନିଆ ନ ଗଲେ ବ୍ଳକ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ଗ୍ରାମବାସୀ କହିଛନ୍ତି। ଏନେଇ ବ୍ଲକ ଯୋଗାଣ ନିରୀକ୍ଷକ ଅରୁଣ ଲେଙ୍କା କହିଛନ୍ତି, ପ୍ରାଥମିକ ଅନୁସନ୍ଧାନରୁ ସମ୍ପୃକ୍ତ ରାଶନ କାର୍ଡ ନମ୍ବର ନକଲି ବୋଲି ଜଣାପଡ଼ିଛି। ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?