କେସିସିବିରେ ଅନିୟମିତତା

ଖୋର୍ଦ୍ଧା ଅଫିସ, ୮ା୪: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ (କେସିସିବି) ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ଙ୍କ ବିରୋଧରେ ଲକ୍ଷାଧିକ ଟଙ୍କାର ଆର୍ଥତ୍କ ଅନିୟମିତତା ଅଭିଯୋଗ ଆସିଛି। ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଏହି ଅଭିଯୋଗ ଆଣି ନିରପେକ୍ଷ ତଦନ୍ତ ଲାଗି ରାଜ୍ୟ ସମବାୟ ବିଭାଗ ଶାସନ ସଚିବଙ୍କ ନିକଟକୁ ଚିଠି ଲେଖିଛନ୍ତି। ଚିଠିରେ ଦର୍ଶାଯାଇଛି, କେସିସିବି ହେଉଛି ରାଜ୍ୟର ଦ୍ୱିତୀୟ ବୃହତ ବ୍ୟାଙ୍କ। ଏହି ବ୍ୟାଙ୍କର ସିଇଓ ଭାବେ ଅନନ୍ତ ସାମଲ ଅବସ୍ଥାପିତ ଅଛନ୍ତି। ନିକଟରେ ବ୍ୟାଙ୍କିଙ୍ଗ ଆସିଷ୍ଟାଣ୍ଟ ପଦବୀରେ ୨୬ଜଣଙ୍କୁ ଦିଆଯାଇଥିବା ନିଯୁକ୍ତିରେ ବେଆଇନ ଆର୍ଥତ୍କ କାରବାର କରାଯାଇଛି। ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦିଆ ନ ଯାଇ ବ୍ୟାପକ ହେରଫେର ହୋଇଛି। ପରୀକ୍ଷା ଓ ଇଣ୍ଟରଭ୍ୟୁ ସମୟରେ ଲକ୍ଷାଧିକ ଟଙ୍କାର କାରବାର କରାଯାଇଛି। ଏପରି କି ଏହି ବ୍ୟାଙ୍କ ଅନ୍ତର୍ଗତ ବେଗୁନିଆ ବ୍ଲକ ରାଉତପଡ଼ା ଶାଖାରେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ ହୋଇଛି। ଜିଲାପାଳ ସମବାୟ ବ୍ୟାଙ୍କର ମୁଖ୍ୟ ପ୍ରଶାସକ ରହିଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ହେରଫେର ଘଟଣାର ତଦନ୍ତ କିମ୍ବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ସିଇଓ ସାମଲ ଏଠାରେ କାର୍ଯ୍ୟରତ ଦିନଠାରୁ କୌଣସି ବ୍ୟାଙ୍କ ଶାଖା ପରିଦର୍ଶନ କରୁନାହାନ୍ତି। ଏହି ଘଟଣାର ତଦନ୍ତ ସହ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ସିଇଓଙ୍କୁ ଏଠାରୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ବିଧାୟକ ମିତ୍ର ଶାସନ ସଚିିବଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ଅନ୍ୟପଟେ ସିିିଇଓ ସାମଲ କହିଛନ୍ତି, ବିଧାୟକଙ୍କ ଅଭିଯୋଗ ଭିତ୍ତିହୀନ ଓ ଏଥିରେ କୌଣସି ସତ୍ୟତା ନାହିଁ। ସବୁ ପ୍ରକାର ତଦନ୍ତର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛି। ୨୦୧୯ରେ ବ୍ୟାଙ୍କିଙ୍ଗ ଆସିଷ୍ଟାଣ୍ଟ ପଦବୀ ଲାଗି ସିଲେକ୍ସନ ହୋଇଥିଲା। ୨୦୨୧ରେ ଏହାର ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷା ଓ ଇଣ୍ଟରଭ୍ୟୁ ଜିଲାପାଳଙ୍କ ଅଧ୍ୟକ୍ଷତାରେ କରାଯାଇଥିଲା। ଓଏସ୍‌ଇବିର ଗାଇଡ୍‌ଲାଇନ ଅନୁସାରେ ବୋର୍ଡ ଦ୍ୱାରା ୪ଜଣ ପ୍ରଶାସନିକ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରାଯାଇଥିଲା। ଏଥିରେ ମୋର କୌଣସି ସମ୍ପୃୃକ୍ତି ନାହିିଁ। ବିଧାୟକ କେଉଁ ତଥ୍ୟ ଆଧାରରେ ଏହି ଅଭିଯୋଗ ଆଣିଛନ୍ତି, ସେ ଜାଣିଥିବେ। ମୁଁ ବିଧାୟକଙ୍କ ସମ୍ପର୍କରେ କିଛି କହିବାକୁ ଚାହେଁ ନାହିଁ ବୋଲି ସିଇଓ ସାମଲ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?