କେସିସିବିରେ ଅନିୟମିତତା

ଖୋର୍ଦ୍ଧା ଅଫିସ, ୮ା୪: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ (କେସିସିବି) ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ଙ୍କ ବିରୋଧରେ ଲକ୍ଷାଧିକ ଟଙ୍କାର ଆର୍ଥତ୍କ ଅନିୟମିତତା ଅଭିଯୋଗ ଆସିଛି। ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଏହି ଅଭିଯୋଗ ଆଣି ନିରପେକ୍ଷ ତଦନ୍ତ ଲାଗି ରାଜ୍ୟ ସମବାୟ ବିଭାଗ ଶାସନ ସଚିବଙ୍କ ନିକଟକୁ ଚିଠି ଲେଖିଛନ୍ତି। ଚିଠିରେ ଦର୍ଶାଯାଇଛି, କେସିସିବି ହେଉଛି ରାଜ୍ୟର ଦ୍ୱିତୀୟ ବୃହତ ବ୍ୟାଙ୍କ। ଏହି ବ୍ୟାଙ୍କର ସିଇଓ ଭାବେ ଅନନ୍ତ ସାମଲ ଅବସ୍ଥାପିତ ଅଛନ୍ତି। ନିକଟରେ ବ୍ୟାଙ୍କିଙ୍ଗ ଆସିଷ୍ଟାଣ୍ଟ ପଦବୀରେ ୨୬ଜଣଙ୍କୁ ଦିଆଯାଇଥିବା ନିଯୁକ୍ତିରେ ବେଆଇନ ଆର୍ଥତ୍କ କାରବାର କରାଯାଇଛି। ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦିଆ ନ ଯାଇ ବ୍ୟାପକ ହେରଫେର ହୋଇଛି। ପରୀକ୍ଷା ଓ ଇଣ୍ଟରଭ୍ୟୁ ସମୟରେ ଲକ୍ଷାଧିକ ଟଙ୍କାର କାରବାର କରାଯାଇଛି। ଏପରି କି ଏହି ବ୍ୟାଙ୍କ ଅନ୍ତର୍ଗତ ବେଗୁନିଆ ବ୍ଲକ ରାଉତପଡ଼ା ଶାଖାରେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ ହୋଇଛି। ଜିଲାପାଳ ସମବାୟ ବ୍ୟାଙ୍କର ମୁଖ୍ୟ ପ୍ରଶାସକ ରହିଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ହେରଫେର ଘଟଣାର ତଦନ୍ତ କିମ୍ବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ସିଇଓ ସାମଲ ଏଠାରେ କାର୍ଯ୍ୟରତ ଦିନଠାରୁ କୌଣସି ବ୍ୟାଙ୍କ ଶାଖା ପରିଦର୍ଶନ କରୁନାହାନ୍ତି। ଏହି ଘଟଣାର ତଦନ୍ତ ସହ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ସିଇଓଙ୍କୁ ଏଠାରୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ବିଧାୟକ ମିତ୍ର ଶାସନ ସଚିିବଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ଅନ୍ୟପଟେ ସିିିଇଓ ସାମଲ କହିଛନ୍ତି, ବିଧାୟକଙ୍କ ଅଭିଯୋଗ ଭିତ୍ତିହୀନ ଓ ଏଥିରେ କୌଣସି ସତ୍ୟତା ନାହିଁ। ସବୁ ପ୍ରକାର ତଦନ୍ତର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛି। ୨୦୧୯ରେ ବ୍ୟାଙ୍କିଙ୍ଗ ଆସିଷ୍ଟାଣ୍ଟ ପଦବୀ ଲାଗି ସିଲେକ୍ସନ ହୋଇଥିଲା। ୨୦୨୧ରେ ଏହାର ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷା ଓ ଇଣ୍ଟରଭ୍ୟୁ ଜିଲାପାଳଙ୍କ ଅଧ୍ୟକ୍ଷତାରେ କରାଯାଇଥିଲା। ଓଏସ୍‌ଇବିର ଗାଇଡ୍‌ଲାଇନ ଅନୁସାରେ ବୋର୍ଡ ଦ୍ୱାରା ୪ଜଣ ପ୍ରଶାସନିକ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରାଯାଇଥିଲା। ଏଥିରେ ମୋର କୌଣସି ସମ୍ପୃୃକ୍ତି ନାହିିଁ। ବିଧାୟକ କେଉଁ ତଥ୍ୟ ଆଧାରରେ ଏହି ଅଭିଯୋଗ ଆଣିଛନ୍ତି, ସେ ଜାଣିଥିବେ। ମୁଁ ବିଧାୟକଙ୍କ ସମ୍ପର୍କରେ କିଛି କହିବାକୁ ଚାହେଁ ନାହିଁ ବୋଲି ସିଇଓ ସାମଲ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri