ପୋଲିସର ଆକ୍ରୋଶ: ଖବରଦାତାଙ୍କ ଗୋଡ଼ରେ ବେଡ଼ି

ବାଲେଶ୍ୱର ଅଫିସ/ସଜନାଗଡ଼, ୮ା୪(ଡି.ଏନ.ଏ.): ପୋଲିସ ବର୍ବରତାର ଏକ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ। ସାମାନ୍ୟ ଘଟଣାକୁ କେନ୍ଦ୍ର କରି ପୋଲିସ ଆକ୍ରୋଶମୂଳକ ଭାବେ ମେଡିକାଲରେ ଚିକିତ୍ସାଧୀନ ସମ୍ବାଦ ଖବରଦାତା ଲୋକନାଥ ଦଳେଇଙ୍କ ଗୋଡ଼ରେ ଦାଗୀ ଅପରାଧୀଙ୍କ ଭଳି ବେଡ଼ି ପକାଇଛି। ନୀଳଗିରି ପୋଲିସର ଏଭଳି କାର୍ଯ୍ୟକୁ ବିରୋଧ କରି ଖବରଦାତାମାନେ ଏସ୍‌ପି ସୁଧାଂଶୁ ଶେଖର ମିଶ୍ରଙ୍କୁ ସାକ୍ଷାତ୍‌ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହାପରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ ଖବରଦାତାଙ୍କ ଗୋଡ଼ରେ ବନ୍ଧା ହୋଇଥିବା ବେଡ଼ିକୁ କଢ଼ାଯାଇଛି। ଏଥିସହ ଉକ୍ତ ମାମଲାକୁ ଡିଏସ୍‌ପିସ୍ତରରେ ତଦନ୍ତ କରାଯିବା ଲାଗି ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି। ପୋଲିସର ଏଭଳି ଅମାନୁଷିକ କାର୍ଯ୍ୟକୁ ନେଇ ସବୁ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ ନୀଳଗିରି ପୋଲିସ ସହିତ କେତେକ ସରକାରୀ ଅଧିକାରୀ ବିଭିନ୍ନ ସମୟରେ ଦୁର୍ନୀତି କାର୍ଯ୍ୟରେ ଲିପ୍ତ ରହିବା, ଚୋରା ବାଲିଖାଦାନକୁ ପରୋକ୍ଷରେ ପ୍ରୋତ୍ସାହନ ଦେବା, ପଥରଖାଦାନରୁ ପଥର ଚୋରାଚାଲାଣ, ବ୍ରାଉନ୍‌ସୁଗାର କାରବାର ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର ଖବରଦାତା ଲୋକନାଥ ବିଭିନ୍ନ ସମୟରେ ଖବର କରୁଥିଲେ। ଯାହାକୁ ନେଇ ସ୍ଥାନୀୟ ପୋଲିସ ଲୋକନାଥଙ୍କ ଉପରେ କ୍ଷୁବ୍ଧ ଥିଲା। ଗତ ୪ ତାରିଖ ପୂର୍ବାହ୍ନ ୧୦ଟାରେ ଲୋକନାଥ ନୀଳଗିରି ଗୁଣ୍ଡିଚା ମନ୍ଦିର ପରିବା ମାର୍କେଟ ନିକଟରେ ମୋଟରସାଇକେଲ ଧରି ଛିଡ଼ା ହୋଇଥିବାବେଳେ ଅପରପାର୍ଶ୍ୱରୁ ସ୍ଥାନୀୟ ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ନିରଞ୍ଜନ ରଣା ଏକ ବାଇକ୍‌ରେ ଆସି ତାଙ୍କୁ ଧକ୍କା ଦେଇଥିଲେ। ଯାହାକୁ ନେଇ ଘଟଣାସ୍ଥଳରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ଘଟଣାକୁ କେନ୍ଦ୍ରକରି ଗୃହରକ୍ଷୀଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ଖବରଦାତା ଲୋକନାଥଙ୍କୁ ଗିରଫ କରିବାକୁ ଯୋଜନା କରିଥିଲା। ୬ତାରିଖ ବୁଧବାର ଆଇଆଇସି ଦ୍ରୌପଦୀ ଦାସ ଖବରଦାତା ଲୋକନାଥଙ୍କୁ ଥାନାକୁ ଡାକିଥିଲେ। ଥାନାରେ ପହଞ୍ଚତ୍ବା ପରେ ପୋଲିସ ତାଙ୍କଠାରୁ ମୋବାଇଲ ଛଡ଼ାଇ ନେବାରୁ ସେ ଏହାର ପ୍ରତିବାଦ କରିଥିଲେ। ଫଳରେ ଆଇଆଇସି ଦାସ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ଧକ୍କାମାରି ତଳେ ପକାଇ ଦେଇଥିଲେ। ଏଥିରେ ଲୋକନାଥ ଅଚେତ୍‌ ହୋଇପଡ଼ିଥିଲେ। ଖବରପାଇ ଅନ୍ୟ ଖବରଦାତାମାନେ ଥାନାରେ ପହଞ୍ଚତ୍ବା ବେଳକୁ ତାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ଲାଗି ପରାମର୍ଶ ଦେଇଥିଲେ। ଜିଲା ମୁଖ୍ୟ ଚିିକିତ୍ସାଳୟକୁ ନେବାବେଳେ ପୋଲିସ କର୍ମଚାରୀ ମଧ୍ୟ ଅମାନବୀୟ ବ୍ୟବହାର ପ୍ରଦର୍ଶନ କରିଥିଲେ। ଲୋକନାଥଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ସତ୍ତ୍ୱେ ତାଙ୍କୁ ପୋଲିସ ସୁରକ୍ଷା ମଧ୍ୟରେ ଗୋଡ଼ରେ ବେଡ଼ି ଓ ହାତରେ ହ୍ୟାଣ୍ଡକଫ୍‌ ପକାଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଏପରିକି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଗୋଡ଼ରେ ବନ୍ଧା ହୋଇଥିବା ବେଡିକୁ ନ ଖୋଲି ହସପିଟାଲ ବେଡ୍‌ରେ ତାଲା ପକାଇଥିଲେ। ଏପରି ଘଟଣା ଜଣାପଡ଼ିବା ପରେ ଜିଲାର ବିଭିନ୍ନ ପ୍ରାନ୍ତରୁ ଖବରଦାତାମାନେ ହସ୍‌ପିଟାଲରେ ପହଞ୍ଚି ପ୍ରତିବାଦ କରିବା ସହ ଏସ୍‌ପି ମିଶ୍ରଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଅପରପକ୍ଷରେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ନୀଳଗିରି ଥାନା ଅଧିକାରିଣୀ ଦାସ। ସେ କହିଛନ୍ତି, ଗିରଫ ଲୋକନାଥଙ୍କ ଶରୀର ଅସୁସ୍ଥ ହେବାରୁ ତାଙ୍କୁ ଚିକିତ୍ସା ଲାଗି ବାଲେଶ୍ୱର ପଠାଯାଇଥିଲା। ଗୁରୁବାର ମ୍ୟୁନିସିପାଲିଟି ଉପାଧ୍ୟକ୍ଷ ନିର୍ବାଚନ କାର୍ଯ୍ୟ ନିମନ୍ତେ ପୋଲିସ କର୍ମଚାରୀ ବ୍ୟସ୍ତ ଥିବା ନେଇ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଜଣାଇଥିଲୁ। ତେଣୁ ଏସ୍‌ପିଙ୍କ କାର୍ଯ୍ୟାଳୟରୁ ଲୋକନାଥଙ୍କ ହେପାଜତ ପାଇଁ ପୋଲିସ ବ୍ୟବସ୍ଥା କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ କାହା ନିର୍ଦ୍ଦେଶରେ ଓ କାହିଁକି ବେଡ଼ି ପକାଯାଇଥିଲା ତାହା ମୋତେ ଜଣାନାହିଁ ବୋଲି ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଆରା ଢଙ୍ଗରେ ପାଳନ ହେବ ଆଗାମୀ ଗୁରୁ ଦିବସ: ଅବସରପ୍ରାପ୍ତ ଶିକ୍ଷକଙ୍କୁ ମିଳିବ ବିଶେଷ ସମ୍ମାନ, DEOଙ୍କୁ ଚିଠି…

ଭୁବନେଶ୍ୱର,୩।୯: ରାଜ୍ୟର ସମସ୍ତ ବିଦ୍ୟାଳୟରେ ଆଗାମୀ ‘ଗୁରୁ ଦିବସ-୨୦୨୬’ ଆଡ଼ମ୍ବର ସହକାରେ ପାଳନ କରାଯିବ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସମସ୍ତ ଜିଲା ଶିକ୍ଷା ଅଧିକାରୀ…

ଆସନ୍ତାକାଲି ମିଳିବ ସିଏମ୍‌-କିଷାନ ଟଙ୍କା: ଉପକୃତ ହେବେ  ୪୧ ଲକ୍ଷରୁ ଊର୍ଦ୍ଧ୍ୱ କୃଷକ ପରିବାର

ଭୁବନେଶ୍ୱର,୩।୯: ରାଜ୍ୟର ଚାଷୀଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଅର୍ଥାତ ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ବହୁପ୍ରତୀକ୍ଷିତ ’ସିଏମ-କିଷାନ’ (CM-KISAN) ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ…

୨୦୨୭ ବିଶ୍ୱକପ ଖେଳିବେ କି ହିଟମ୍ୟାନ? BCCI ସମୀକ୍ଷା ବୈଠକରେ ନିଆଯାଇଛି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୩।୯: BCCIର ସମୀକ୍ଷା ବୈଠକରେ ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ଆଲୋଚନା ଉପରେ ସମସ୍ତଙ୍କ ନଜର ଥିଲା। ଗୁରୁବାର ମୁମ୍ବାଇର ବିସିସିଆଇ ମୁଖ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ…

BCCI ବୈଠକ ଶେଷ; ଲକ୍ଷ୍ମଣ ହେବେ ନାହିଁ ନିର୍ଦ୍ଦେଶକ; ଆସିଲା ୫ ଅପଡେଟ

ନୂଆଦିଲ୍ଲୀ,୩।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଗୁରୁବାର (ସେପ୍ଟେମ୍ବର ୩) ଏକ ବୈଠକ କରିଥିଲା, ଯେଉଁଥିରେ ପୁରୁଷ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର, ପୁରୁଷ…

ମେସି ପରେ ଫୁଟବଲରୁ ଅବସର ନେବେ ଏହି କିମ୍ବଦନ୍ତୀ, ଜାଣନ୍ତୁ…

ସରାଜେଭୋ,୩ା୯: ମେସି ପରେ ବୋସନିଆ ଓ ହର୍ଜଗୋଭିନା ଫୁଟବଲ କିମ୍ବଦନ୍ତୀ ଏଡିନ ଜେକୋ ଆସନ୍ତା ମାସରେ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ନେବାକୁ ଯାଉଛନ୍ତି। ଏ ନେଇ ଗୁରୁବାର…

ଦିଦିଙ୍କ ଅଲଟିମେଟମ: ’କହିଲେ ଭାଜପା ନେତାଙ୍କ ଘର ବାହାରେ ଧାରଣା ଦେବି’

କୋଲକାତା,୩।୯: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ଟିଏମସି କାର୍ଯ୍ୟାଳୟରେ ଭଙ୍ଗାରୁଜାକୁ ନେଇ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଯଦି ଟିଏମସି ବିରୋଧରେ…

୨୦ ଟିଏମସି ବିଦ୍ରୋହୀଙ୍କୁ ବାଚସ୍ପତିଙ୍କ ବଡ଼ ଆଶ୍ୱସ୍ତି; ମହୁଆ ମୋଇତ୍ରା କହିଲେ – ‘ଆଶ୍ଚର୍ଯ୍ୟ…’

କୋଲକାତା,୩।୯: ଲୋକ ସଭା ବାଚସ୍ପତି ଓମ ର୍ବିର୍ଲା ୨୦ ଜଣ ବିଦ୍ରୋହୀ ତୃଣମୂଳ କଂଗ୍ରେସ (TMC) ସାଂସଦଙ୍କୁ ସେମାନଙ୍କ ବିରୁଦ୍ଧରେ ଅଯୋଗ୍ୟତା ପ୍ରକ୍ରିୟା ସମ୍ପର୍କରେ ଜବାବ ଦାଖଲ…

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଅଭାବ, ହନ୍ତସନ୍ତ ହେଉଛନ୍ତି ରୋଗୀ

ଛତ୍ରପୁର,୩ା୯(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଉପରେ ଦୈନିକ ଶତାଧିକ ରୋଗୀ ନିର୍ଭର କରନ୍ତି । ରୋଗ ପରୀକ୍ଷଣ, ଚକ୍ଷୁ, ପ୍ରସୂତୀ, ଶିଶୁରୋଗ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri