ପୋଲିସର ଆକ୍ରୋଶ: ଖବରଦାତାଙ୍କ ଗୋଡ଼ରେ ବେଡ଼ି

ବାଲେଶ୍ୱର ଅଫିସ/ସଜନାଗଡ଼, ୮ା୪(ଡି.ଏନ.ଏ.): ପୋଲିସ ବର୍ବରତାର ଏକ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ। ସାମାନ୍ୟ ଘଟଣାକୁ କେନ୍ଦ୍ର କରି ପୋଲିସ ଆକ୍ରୋଶମୂଳକ ଭାବେ ମେଡିକାଲରେ ଚିକିତ୍ସାଧୀନ ସମ୍ବାଦ ଖବରଦାତା ଲୋକନାଥ ଦଳେଇଙ୍କ ଗୋଡ଼ରେ ଦାଗୀ ଅପରାଧୀଙ୍କ ଭଳି ବେଡ଼ି ପକାଇଛି। ନୀଳଗିରି ପୋଲିସର ଏଭଳି କାର୍ଯ୍ୟକୁ ବିରୋଧ କରି ଖବରଦାତାମାନେ ଏସ୍‌ପି ସୁଧାଂଶୁ ଶେଖର ମିଶ୍ରଙ୍କୁ ସାକ୍ଷାତ୍‌ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହାପରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ ଖବରଦାତାଙ୍କ ଗୋଡ଼ରେ ବନ୍ଧା ହୋଇଥିବା ବେଡ଼ିକୁ କଢ଼ାଯାଇଛି। ଏଥିସହ ଉକ୍ତ ମାମଲାକୁ ଡିଏସ୍‌ପିସ୍ତରରେ ତଦନ୍ତ କରାଯିବା ଲାଗି ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି। ପୋଲିସର ଏଭଳି ଅମାନୁଷିକ କାର୍ଯ୍ୟକୁ ନେଇ ସବୁ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ ନୀଳଗିରି ପୋଲିସ ସହିତ କେତେକ ସରକାରୀ ଅଧିକାରୀ ବିଭିନ୍ନ ସମୟରେ ଦୁର୍ନୀତି କାର୍ଯ୍ୟରେ ଲିପ୍ତ ରହିବା, ଚୋରା ବାଲିଖାଦାନକୁ ପରୋକ୍ଷରେ ପ୍ରୋତ୍ସାହନ ଦେବା, ପଥରଖାଦାନରୁ ପଥର ଚୋରାଚାଲାଣ, ବ୍ରାଉନ୍‌ସୁଗାର କାରବାର ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର ଖବରଦାତା ଲୋକନାଥ ବିଭିନ୍ନ ସମୟରେ ଖବର କରୁଥିଲେ। ଯାହାକୁ ନେଇ ସ୍ଥାନୀୟ ପୋଲିସ ଲୋକନାଥଙ୍କ ଉପରେ କ୍ଷୁବ୍ଧ ଥିଲା। ଗତ ୪ ତାରିଖ ପୂର୍ବାହ୍ନ ୧୦ଟାରେ ଲୋକନାଥ ନୀଳଗିରି ଗୁଣ୍ଡିଚା ମନ୍ଦିର ପରିବା ମାର୍କେଟ ନିକଟରେ ମୋଟରସାଇକେଲ ଧରି ଛିଡ଼ା ହୋଇଥିବାବେଳେ ଅପରପାର୍ଶ୍ୱରୁ ସ୍ଥାନୀୟ ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ନିରଞ୍ଜନ ରଣା ଏକ ବାଇକ୍‌ରେ ଆସି ତାଙ୍କୁ ଧକ୍କା ଦେଇଥିଲେ। ଯାହାକୁ ନେଇ ଘଟଣାସ୍ଥଳରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ଘଟଣାକୁ କେନ୍ଦ୍ରକରି ଗୃହରକ୍ଷୀଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ଖବରଦାତା ଲୋକନାଥଙ୍କୁ ଗିରଫ କରିବାକୁ ଯୋଜନା କରିଥିଲା। ୬ତାରିଖ ବୁଧବାର ଆଇଆଇସି ଦ୍ରୌପଦୀ ଦାସ ଖବରଦାତା ଲୋକନାଥଙ୍କୁ ଥାନାକୁ ଡାକିଥିଲେ। ଥାନାରେ ପହଞ୍ଚତ୍ବା ପରେ ପୋଲିସ ତାଙ୍କଠାରୁ ମୋବାଇଲ ଛଡ଼ାଇ ନେବାରୁ ସେ ଏହାର ପ୍ରତିବାଦ କରିଥିଲେ। ଫଳରେ ଆଇଆଇସି ଦାସ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ଧକ୍କାମାରି ତଳେ ପକାଇ ଦେଇଥିଲେ। ଏଥିରେ ଲୋକନାଥ ଅଚେତ୍‌ ହୋଇପଡ଼ିଥିଲେ। ଖବରପାଇ ଅନ୍ୟ ଖବରଦାତାମାନେ ଥାନାରେ ପହଞ୍ଚତ୍ବା ବେଳକୁ ତାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ଲାଗି ପରାମର୍ଶ ଦେଇଥିଲେ। ଜିଲା ମୁଖ୍ୟ ଚିିକିତ୍ସାଳୟକୁ ନେବାବେଳେ ପୋଲିସ କର୍ମଚାରୀ ମଧ୍ୟ ଅମାନବୀୟ ବ୍ୟବହାର ପ୍ରଦର୍ଶନ କରିଥିଲେ। ଲୋକନାଥଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ସତ୍ତ୍ୱେ ତାଙ୍କୁ ପୋଲିସ ସୁରକ୍ଷା ମଧ୍ୟରେ ଗୋଡ଼ରେ ବେଡ଼ି ଓ ହାତରେ ହ୍ୟାଣ୍ଡକଫ୍‌ ପକାଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଏପରିକି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଗୋଡ଼ରେ ବନ୍ଧା ହୋଇଥିବା ବେଡିକୁ ନ ଖୋଲି ହସପିଟାଲ ବେଡ୍‌ରେ ତାଲା ପକାଇଥିଲେ। ଏପରି ଘଟଣା ଜଣାପଡ଼ିବା ପରେ ଜିଲାର ବିଭିନ୍ନ ପ୍ରାନ୍ତରୁ ଖବରଦାତାମାନେ ହସ୍‌ପିଟାଲରେ ପହଞ୍ଚି ପ୍ରତିବାଦ କରିବା ସହ ଏସ୍‌ପି ମିଶ୍ରଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଅପରପକ୍ଷରେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ନୀଳଗିରି ଥାନା ଅଧିକାରିଣୀ ଦାସ। ସେ କହିଛନ୍ତି, ଗିରଫ ଲୋକନାଥଙ୍କ ଶରୀର ଅସୁସ୍ଥ ହେବାରୁ ତାଙ୍କୁ ଚିକିତ୍ସା ଲାଗି ବାଲେଶ୍ୱର ପଠାଯାଇଥିଲା। ଗୁରୁବାର ମ୍ୟୁନିସିପାଲିଟି ଉପାଧ୍ୟକ୍ଷ ନିର୍ବାଚନ କାର୍ଯ୍ୟ ନିମନ୍ତେ ପୋଲିସ କର୍ମଚାରୀ ବ୍ୟସ୍ତ ଥିବା ନେଇ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଜଣାଇଥିଲୁ। ତେଣୁ ଏସ୍‌ପିଙ୍କ କାର୍ଯ୍ୟାଳୟରୁ ଲୋକନାଥଙ୍କ ହେପାଜତ ପାଇଁ ପୋଲିସ ବ୍ୟବସ୍ଥା କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ କାହା ନିର୍ଦ୍ଦେଶରେ ଓ କାହିଁକି ବେଡ଼ି ପକାଯାଇଥିଲା ତାହା ମୋତେ ଜଣାନାହିଁ ବୋଲି ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?