ପୋଲିସ-ଜେଟିପି ମିଳିମିଶି ଜଗିବେ

ପୁରୀ ଅଫିସ,୮।୪: ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ଘଟଣା ପରେ ପ୍ରଶାସନ ଚେତିଛି। ଶ୍ରୀମନ୍ଦିର ସୁରକ୍ଷା ନେଇ ଗୁରୁବାର ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଏସ୍‌ପି କନଓ୍ବର ବିଶାଲ ସିଂଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନ, ପରିଚାଳନା କମିଟି ସଦସ୍ୟ ଓ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି ଉପରେ ଗୁରୁତ୍ୱ ଦିଆଯାଇଛି। ବିଶେଷ କରି ମନ୍ଦିର ଭିତରେ ଅଧିକ ସିସିଟିଭି ଲଗାଯିବା, ଅଧିକ ସଂଖ୍ୟକ ଜେଟିପି ଓ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯିବା ଏବଂ ପ୍ରତି ସପ୍ତାହରେ ବୈଠକ ବସିବା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ ଗୁରୁବାର ରାତିଠାରୁ ଜଣେ ପୋଲିସ ଅଧିକାରୀଙ୍କ ନେତୃତ୍ୱରେ ଜେଟିପି ସହ ପୋଲିସ କର୍ମଚାରୀ ମନ୍ଦିର ପରିସରରେ ମୁତୟନ ହୋଇଛନ୍ତି।
ଏଣିକି ପ୍ରତ୍ୟେକ ମାସ ପରିବର୍ତ୍ତେ ପ୍ରତ୍ୟେକ ସପ୍ତାହରେ ଶ୍ରୀମନ୍ଦିର ସୁରକ୍ଷା ସମ୍ପର୍କିତ ବୈଠକ ବସିବ। ଏସଂକ୍ରାନ୍ତ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ସହ ସମାଧାନର ରାସ୍ତା ଖୋଜାଯିବ। ସେହିଭଳି ଶ୍ରୀମନ୍ଦିର ଭିତରେ ୧୩୫ଟି ସିସିଟିଭି ଲଗାଯିବ। ଯେଉଁ ସିସିଟିଭି ଅଚଳ ହୋଇପଡ଼ିଛି, ସେଗୁଡ଼ିକ ତୁରନ୍ତ ସଚଳ କରାଯିବ। ସିସିଟିଭି ଓୟାରଲେସ୍‌ ହେବା ସହ ସର୍ଭର ଦ୍ୱାରା ପରିଚାଳିତ ହେବ। ସିସିଟିଭିର ଷ୍ଟୋରେଜ୍‌ କ୍ଷମତା ଅତିକମ୍‌ରେ ଦୁଇମାସ ରହିବ। ଜଗନ୍ନାଥ ଟେମ୍ପଲ ପୋଲିସ (ଜେଟିପି)ଙ୍କ ସଂଖ୍ୟା କମ୍‌ ରହୁଥିବାରୁ ଓଡ଼ିଶା ପୋଲିସ କର୍ମଚାରୀଙ୍କୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯିବ। ଜେଟିପି ଓ ପୁରୀ ପୋଲିସର ମିଳିତ ଉଦ୍ୟମରେ ଶୋଧ ଅପରେଶନ୍‌ ଚାଲୁ ରହିବ। ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୁପରଭାଇଜର ଭାବେ ନିୟୋଜିତ ହେବେ। ଯେପରି ରାତ୍ର ପହୁଡ଼ ପରେ ମନ୍ଦିର ଭିତରେ କେହି ନ ରୁହନ୍ତି ସେନେଇ ତନ୍ନତନ୍ନ ଯାଞ୍ଚ କରାଯିବ। ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ ଓ ଜେଟିପିଙ୍କ ସଂଖ୍ୟା କମ୍‌ ରହୁଥିବାରୁ କର୍ମଚାରୀ ନିୟୋଜନ ପାଇଁ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି। ତୁରନ୍ତ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଛି। ଶ୍ରୀମନ୍ଦିର ଏସ୍‌ଓପି ଆଧାରରେ ରୋଷ ପାଇକ ଓ ରୋଷ ଅମିନ ଦାୟିତ୍ୱରେ ରହୁଛନ୍ତି। ରୋଷଘର ସୁରକ୍ଷା ବ୍ୟବସ୍ଥା ଉପରେ କଡ଼ା ଧ୍ୟାନ ଦିଆଯାଉଛି। ରୋଷଘର ଭିତରେ ସିସିଟିଭି ଲାଗିପାରିବ ନାହିଁ। ଏଣୁ ରୋଷଘର ବାହାର ଚାରିପଟୁ ନଜର ଦେବା ପାଇଁ ୪ଟି ସ୍ଥାନ ଚିହ୍ନଟ ହୋଇଛି। ସେଠାରେ ସିସିଟିଭି କ୍ୟାମେରା ଲଗାଯିବା ସହ ଜେଟିପି ଓ ପୁରୀ ପୋଲିସ ନିୟୋଜିତ ହେବେ। ସେହିଭଳି ଗତ ରବିବାର ଅର୍ଥାତ ଘଟଣା ଘଟିଥିବା ରାତିରେ ରୋଷଘର ଦାୟିତ୍ୱରେ ଥିବା ୪ ଜେଟିପି ଓ କର୍ମଚାରୀମାନଙ୍କୁ ଅନ୍ତରୀଣ କମିଟି କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲା। ସେମାନଙ୍କ କୈଫିୟତ୍‌ ଆସିବା ପରେ ପ୍ରଶାସନ ଅନୁଧ୍ୟାନ କରି ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲାପାଳ କହିଛନ୍ତି। ସେହିପରି ଶ୍ରୀମନ୍ଦିର ଚାରିଦ୍ୱାରରେ ପୋଲିସ କର୍ମଚାରୀଙ୍କ ମୁତୟନ ସଂଖ୍ୟା ବଢ଼ାଯିବ। ମେଟାଲ ଡିଟେକ୍ଟର ଭଳି ଚେକିଂକୁ ଆହୁରି କଡ଼ାକଡ଼ି କରାଯିବ। ସବୁ ଦ୍ୱାରରେ ସିସିଟିଭି କ୍ୟାମେରାକୁ କଣ୍ଟ୍ରୋଲ ରୁମ୍‌ରୁ ପରିଚାଳନା କରାଯିବ ଓ ଶ୍ରଦ୍ଧାଳୁଙ୍କ ଗତିବିଧି ଉପରେ ନଜର ରଖାଯିବ। ରାତ୍ର ପହୁଡ଼ ପରେ କେହି ଶ୍ରୀମନ୍ଦିର ପରିସରରେ ନ ରହିବା ଦରକାର। ଆଗାମୀ ସମୟରେ ମହାପ୍ରଭୁଙ୍କ ରାତ୍ର ପହୁଡ଼ ପରେ କାହାକୁ ଦେଖିବାକୁ ମିଳିଲେ ପୋଲିସ ପଚରାଉଚରା କରିବା ସହ କଣ୍ଟ୍ରୋଲ ରୁମ୍‌କୁ ଯୋଗାଯୋଗ କରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଉକ୍ତ ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ମନ୍ଦିର କମାଣ୍ଡର ସୁଧାଂଶୁ ଶେଖର ପଟ୍ଟନାୟକ ଏବଂ ପରିଚାଳନା କମିଟିର ସଦସ୍ୟ ତଥା ସେବାୟତମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?