ପୋଲିସ-ଜେଟିପି ମିଳିମିଶି ଜଗିବେ

ପୁରୀ ଅଫିସ,୮।୪: ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ଘଟଣା ପରେ ପ୍ରଶାସନ ଚେତିଛି। ଶ୍ରୀମନ୍ଦିର ସୁରକ୍ଷା ନେଇ ଗୁରୁବାର ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଏସ୍‌ପି କନଓ୍ବର ବିଶାଲ ସିଂଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନ, ପରିଚାଳନା କମିଟି ସଦସ୍ୟ ଓ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି ଉପରେ ଗୁରୁତ୍ୱ ଦିଆଯାଇଛି। ବିଶେଷ କରି ମନ୍ଦିର ଭିତରେ ଅଧିକ ସିସିଟିଭି ଲଗାଯିବା, ଅଧିକ ସଂଖ୍ୟକ ଜେଟିପି ଓ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯିବା ଏବଂ ପ୍ରତି ସପ୍ତାହରେ ବୈଠକ ବସିବା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ ଗୁରୁବାର ରାତିଠାରୁ ଜଣେ ପୋଲିସ ଅଧିକାରୀଙ୍କ ନେତୃତ୍ୱରେ ଜେଟିପି ସହ ପୋଲିସ କର୍ମଚାରୀ ମନ୍ଦିର ପରିସରରେ ମୁତୟନ ହୋଇଛନ୍ତି।
ଏଣିକି ପ୍ରତ୍ୟେକ ମାସ ପରିବର୍ତ୍ତେ ପ୍ରତ୍ୟେକ ସପ୍ତାହରେ ଶ୍ରୀମନ୍ଦିର ସୁରକ୍ଷା ସମ୍ପର୍କିତ ବୈଠକ ବସିବ। ଏସଂକ୍ରାନ୍ତ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ସହ ସମାଧାନର ରାସ୍ତା ଖୋଜାଯିବ। ସେହିଭଳି ଶ୍ରୀମନ୍ଦିର ଭିତରେ ୧୩୫ଟି ସିସିଟିଭି ଲଗାଯିବ। ଯେଉଁ ସିସିଟିଭି ଅଚଳ ହୋଇପଡ଼ିଛି, ସେଗୁଡ଼ିକ ତୁରନ୍ତ ସଚଳ କରାଯିବ। ସିସିଟିଭି ଓୟାରଲେସ୍‌ ହେବା ସହ ସର୍ଭର ଦ୍ୱାରା ପରିଚାଳିତ ହେବ। ସିସିଟିଭିର ଷ୍ଟୋରେଜ୍‌ କ୍ଷମତା ଅତିକମ୍‌ରେ ଦୁଇମାସ ରହିବ। ଜଗନ୍ନାଥ ଟେମ୍ପଲ ପୋଲିସ (ଜେଟିପି)ଙ୍କ ସଂଖ୍ୟା କମ୍‌ ରହୁଥିବାରୁ ଓଡ଼ିଶା ପୋଲିସ କର୍ମଚାରୀଙ୍କୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯିବ। ଜେଟିପି ଓ ପୁରୀ ପୋଲିସର ମିଳିତ ଉଦ୍ୟମରେ ଶୋଧ ଅପରେଶନ୍‌ ଚାଲୁ ରହିବ। ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୁପରଭାଇଜର ଭାବେ ନିୟୋଜିତ ହେବେ। ଯେପରି ରାତ୍ର ପହୁଡ଼ ପରେ ମନ୍ଦିର ଭିତରେ କେହି ନ ରୁହନ୍ତି ସେନେଇ ତନ୍ନତନ୍ନ ଯାଞ୍ଚ କରାଯିବ। ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ ଓ ଜେଟିପିଙ୍କ ସଂଖ୍ୟା କମ୍‌ ରହୁଥିବାରୁ କର୍ମଚାରୀ ନିୟୋଜନ ପାଇଁ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି। ତୁରନ୍ତ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଛି। ଶ୍ରୀମନ୍ଦିର ଏସ୍‌ଓପି ଆଧାରରେ ରୋଷ ପାଇକ ଓ ରୋଷ ଅମିନ ଦାୟିତ୍ୱରେ ରହୁଛନ୍ତି। ରୋଷଘର ସୁରକ୍ଷା ବ୍ୟବସ୍ଥା ଉପରେ କଡ଼ା ଧ୍ୟାନ ଦିଆଯାଉଛି। ରୋଷଘର ଭିତରେ ସିସିଟିଭି ଲାଗିପାରିବ ନାହିଁ। ଏଣୁ ରୋଷଘର ବାହାର ଚାରିପଟୁ ନଜର ଦେବା ପାଇଁ ୪ଟି ସ୍ଥାନ ଚିହ୍ନଟ ହୋଇଛି। ସେଠାରେ ସିସିଟିଭି କ୍ୟାମେରା ଲଗାଯିବା ସହ ଜେଟିପି ଓ ପୁରୀ ପୋଲିସ ନିୟୋଜିତ ହେବେ। ସେହିଭଳି ଗତ ରବିବାର ଅର୍ଥାତ ଘଟଣା ଘଟିଥିବା ରାତିରେ ରୋଷଘର ଦାୟିତ୍ୱରେ ଥିବା ୪ ଜେଟିପି ଓ କର୍ମଚାରୀମାନଙ୍କୁ ଅନ୍ତରୀଣ କମିଟି କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲା। ସେମାନଙ୍କ କୈଫିୟତ୍‌ ଆସିବା ପରେ ପ୍ରଶାସନ ଅନୁଧ୍ୟାନ କରି ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲାପାଳ କହିଛନ୍ତି। ସେହିପରି ଶ୍ରୀମନ୍ଦିର ଚାରିଦ୍ୱାରରେ ପୋଲିସ କର୍ମଚାରୀଙ୍କ ମୁତୟନ ସଂଖ୍ୟା ବଢ଼ାଯିବ। ମେଟାଲ ଡିଟେକ୍ଟର ଭଳି ଚେକିଂକୁ ଆହୁରି କଡ଼ାକଡ଼ି କରାଯିବ। ସବୁ ଦ୍ୱାରରେ ସିସିଟିଭି କ୍ୟାମେରାକୁ କଣ୍ଟ୍ରୋଲ ରୁମ୍‌ରୁ ପରିଚାଳନା କରାଯିବ ଓ ଶ୍ରଦ୍ଧାଳୁଙ୍କ ଗତିବିଧି ଉପରେ ନଜର ରଖାଯିବ। ରାତ୍ର ପହୁଡ଼ ପରେ କେହି ଶ୍ରୀମନ୍ଦିର ପରିସରରେ ନ ରହିବା ଦରକାର। ଆଗାମୀ ସମୟରେ ମହାପ୍ରଭୁଙ୍କ ରାତ୍ର ପହୁଡ଼ ପରେ କାହାକୁ ଦେଖିବାକୁ ମିଳିଲେ ପୋଲିସ ପଚରାଉଚରା କରିବା ସହ କଣ୍ଟ୍ରୋଲ ରୁମ୍‌କୁ ଯୋଗାଯୋଗ କରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଉକ୍ତ ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ମନ୍ଦିର କମାଣ୍ଡର ସୁଧାଂଶୁ ଶେଖର ପଟ୍ଟନାୟକ ଏବଂ ପରିଚାଳନା କମିଟିର ସଦସ୍ୟ ତଥା ସେବାୟତମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକ୍‌ ଲାଇଭ୍‌ରେ ଆସି ଏମିତି କ’ଣ କହିଦେଲେ ମମତା: ଶୁଣିକି ଛାନିଆ ହେଲା ଭାଜପା!

କୋଲକାତା,୨୫।୮: ପଶ୍ଚିମବଙ୍ଗ ରାଜନୀତିରେ ଜାରି ରହିଥିବା ରାଜନୈତିକ ଟଣାଓଟରା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ବଡ଼ ବୟାନ ସାମ୍ନାକୁ…

ଜିପିଏଲ୍‌ଏଫ୍‌,ସିଆର୍‌ପି ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ଗୋଟିଏ ଏସ୍‌ଏଚ୍‌ଜିର ୨ ସଦସ୍ୟାଙ୍କୁ ନିଯୁକ୍ତି ନେଇ ଉଠିଲା ପ୍ରଶ୍ନ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତରେ ଜିପିଏଲ୍‌ଏଫ୍‌ ଓ ସିଆର୍‌ପି ମେମ୍ବର ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ନଅଗାଁ(ଖ) ଗ୍ରାମର…

ଚିନି ଦର ବଢିବା ପ୍ରଶ୍ନରେ ହସିଲେ କୃଷିମନ୍ତ୍ରୀ ଶିବରାଜ, କହିଲେ ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ଦେଶର ବିଭିନ୍ନ ସ୍ଥାନରେ ଚିନି ଦର ବଢ଼ିବାକୁ ନେଇ ଚିନ୍ତା ବଢ଼ିଛି। ବିଶେଷକରି ରକ୍ଷାବନ୍ଧନ ପର୍ବ ପୂର୍ବରୁ ଚିନିର ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ…

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

LPG ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌: ଶୀଘ୍ର କରନ୍ତୁ ଏହି କାମ, ନହେଲେ ବନ୍ଦ ହୋଇଯିବ ଗ୍ୟାସ ସପ୍ଲାଏ!

ନୂଆଦିଲ୍ଲୀ,୨୫।୮: ଘରେ LPG ଗ୍ୟାସ କନେକ୍ସନ ଥିଲେ ଆପଣଙ୍କ ପାଇଁ ରହିଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଖବର। ପ୍ରଥମେ, LPG e-KYC କରିବାର ଶେଷ ତାରିଖକୁ ତେଲ କମ୍ପାନୀଗୁଡ଼ିକ…

ଆଜି ଚିତ୍ରା ନକ୍ଷତ୍ରରେ ଶୁକ୍ରଙ୍କ ପ୍ରବେଶ: ଏହି ୫ ରାଶିଙ୍କ ଉପରେ ଧନବର୍ଷା, ହେବେ ମାଲାମାଲ୍‌

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଐଶ୍ୱର୍ଯ୍ୟ, ସୁଖ-ସୁବିଧା ଓ ଧନର କାରକ ଭାବେ ପରିଚିତ ଶୁକ୍ର ଗ୍ରହ ମଙ୍ଗଳଙ୍କ ନକ୍ଷତ୍ର ଚିତ୍ରାରେ ପ୍ରବେଶ କରିଛନ୍ତି। ଜ୍ୟୋତିଷବିଦଙ୍କ ମତରେ, ଶୁକ୍ରଙ୍କ ଏହି…

ମଣିଷ ମସ୍ତିଷ୍କ କୋଷରେ ଚାଲିବ ସୁପର କମ୍ପ୍ୟୁଟର: ତିଆରିହେଲା ବିଶ୍ୱର ପ୍ରଥମ ‘ଜୀବନ୍ତ ସୁପର କମ୍ପ୍ୟୁଟର’

ସିଙ୍ଗାପୁର,୨୫ା୮:କମ୍ପ୍ୟୁଟର ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ବିଜ୍ଞାନ ପ୍ରକୃତରେ ଏକ ଚମତ୍କାର କରି ଦେଖାଇଛି। ଏଣିକି କେବଳ ସିଲିକନ୍‌ ଚିପ୍‌ ନୁହେଁ, ବରଂ ମଣିଷ ମସ୍ତିଷ୍କର…

ଗୋରଙ୍କ ବୟାନକୁ ନେଇ ହଇଚଇ, ମୋଦି-ଟ୍ରମ୍ପ୍‌ ପ୍ରେସ୍‌ମିଟ୍‌ରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ନ ରଖିବାକୁ ଭାରତ…

ନୂଆଦିଲ୍ଲୀ,୨୫ା୮: ଫ୍ରାନ୍ସରେ ଜି୭ ସମିଟ୍‌ ଅବସରରେ ଗତ ଜୁନ୍‌ ୧୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ହୋଇଥିଲା। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri