ଆମ ଜିଲା ଖବର

ବୈତରଣୀ କୂଳରୁ ମିଳିଲା ୧୨୦୦ବର୍ଷ ତଳର ପ୍ରାଚୀନ ବୁଦ୍ଧ ମୂର୍ତ୍ତି

ଭଣ୍ଡାରିପୋଖରୀ, ୨୮।୯ (ଡି.ଏନ.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ମୁଢ଼ାପଦା ଗ୍ରାମସ୍ଥିତ ବୈତରଣୀ ନଦୀକୂଳରୁ ଦୁଇଟି ପ୍ରାଚୀନ ବୁଦ୍ଧ ମୂର୍ତ୍ତି ଉଦ୍ଧାର ହୋଇଛି। ଏହା ଅଷ୍ଟମ ଓ ନବମ ଶତାବ୍ଦୀର ଖଣ୍ଡୋଲାଇଟ ପ୍ରସ୍ତରରେ ନିର୍ମିତ ଷୋଳମପୁର ବୌଦ୍ଧ ବିହାରରେ…

ଶିକ୍ଷକଙ୍କୁ ବୋକା ବନେଇ ନେଇଥିଲେ ୧୫ ଲକ୍ଷ

ଝାରସୁଗୁଡ଼ା ଅଫିସ,୨୮ା୯: ଝାରସୁଗୁଡ଼ା ଜିଲା ବଡମାଲ ଥାନା ପୋଲିସ ଏକ ଠକେଇ ଅଭିଯୋଗରେ ଜଣେ ଯୁବକଙ୍କୁ ମଙ୍ଗଳବାର ଗିରଫକରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ଶ୍ରୀପୁରା ଗ୍ରାମର ଲକ୍ଷ୍ମୀଧର ପୋଢ (୩୦)। ପୋଲିସ ତାଙ୍କ ନିକଟରୁ ନଗଦ ୪.୭ଲକ୍ଷ…

୭ ବର୍ଷ ପରେ ନାବାଳିକାଙ୍କୁ ମିଳିଲା ନ୍ୟାୟ

ଝାରସୁଗୁଡ଼ା ଅଫିସ,୨୮ା୯: ୭ ବର୍ଷ ତଳେ ଘଟିଥିବା ନାବାଳିକା ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତ ସୁଶାନ୍ତ ବୁଦୁଲା ଓରଫ ଜଙ୍ଗଲିଙ୍କୁ ମଙ୍ଗଳବାର ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ। ଏଥି ସହ ଅଭିଯୁକ୍ତଙ୍କୁ ୨ ପୃଥକ୍‌ ଦଫାରେ ୫୦ ହଜାର ଟଙ୍କା…

ଜନ୍ମ ହେଲା ଗୋଡ଼ ବିହୀନ କନ୍ୟା ସନ୍ତାନ

କୋକସରା,୨୮।୯(ଡି.ଏନ.ଏ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଲପାଲି ପଞ୍ଚାୟତ ଡ଼ଙ୍ଗରିଗୁଡା ଗ୍ରାମରେ ଏକ ଅଦ୍ଭୁତ ଶିଶୁ ଜନ୍ମ ହୋଇଛି । ପ୍ରଭାକର ଲହଜଳଙ୍କ ସ୍ତ୍ରୀ ରଜନୀ ଲହଜଳଙ୍କ ତୃତୀୟ ଗର୍ଭରୁ ଜନ୍ମ ନେଇଛି ଏକ ଅସମ୍ପୂର୍ଣ୍ଣ କନ୍ୟା ସନ୍ତାନ ।  ଶିଶୁଟି…

କବାଟ ବନ୍ଦ କରି ଫାଶି ଲଗାଇଲେ ଛାତ୍ରୀ; ମେସ୍‌ରୁ ଉଦ୍ଧାର ହେଲା ମୃତଦେହ

ଭଦ୍ରକ,୨୮।୯: ଭଦ୍ରକ ଟାଉନ ଥାନା ଜଗନ୍ନାଥପୁର ଅଞ୍ଚଳର ଏକ ଲେଡିଜ ମେସରୁ ମଙ୍ଗଳବାର ଜଣେ ଛାତ୍ରୀଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଯାଇଛି। ଛାତ୍ରୀ ଜଣକ ଯୁକ୍ତ ୨ କଳା ବିଭାଗରେ ମହିଳା କଲେଜରେ…

ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲା କୃଷି ଅଧିକାରୀ

ବଲାଙ୍ଗୀର ଅଫିସ, ୨୮।୯: ବଲାଙ୍ଗୀର ଜିଲା କୃଷି ଅଧିକାରୀ ହିମାଂଶୁ ଶେଖର ପାଢ଼ୀ ଲାଞ୍ଚ ନେଇ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ପଣ୍ଡକିଟାଲ ଗାଁର ସାର ଦୋକାନୀ ଦୁର୍ଯ୍ୟୋଧନ ବାରିକଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଭିଜିଲାନ୍ସ…

ରାତାରାତି ମା’ ଅଁଲେଇ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଖୋର୍ଦ୍ଧା ଅଫିସ,୨୮।୯(ଡି.ଏନ୍‌.ଏ.): ଖୋର୍ଦ୍ଧା ଉପକଣ୍ଠ ଟାଙ୍ଗିଆପଡା ପଞ୍ଚାୟତ ନୂଆଗାଁ ନିକଟସ୍ଥ ମା’ ଅଁଲେଇ ଠାକୁରାଣୀ ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। କେହି ଦୁର୍ବୃତ୍ତ ମା’ଙ୍କ ଲକ୍ଷାଧିକ ଟଙ୍କାର ସୁନାଅଳଙ୍କାର, ବିଭିନ୍ନ ସାମଗ୍ରୀ ଚୋରି କରି ନେଇଛନ୍ତି। ମନ୍ଦିର ଭିତର…

ନାଁ ଲେଖାଇ ଦେବା ଆଳରେ ଲକ୍ଷେ ଟଙ୍କା ଠକେଇ

ବାଣପୁର,୨୮।୯(ଡି.ଏନ୍‌.ଏ.): କଲେଜରେ ନାଁ ଲେଖାଇ ଦେବା ଓ ପରୀକ୍ଷାରେ ଉତ୍ତୀର୍ଣ୍ଣ କରାଇ ଦେବା ପ୍ରତିଶ୍ରୁତି ଦେଇ ୧ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ସୋମବାର ବାଣପୁର ପୋଲିସ ଜଣେ ଅଧ୍ୟାପକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ମନୋଜ ମହାନ୍ତି। ଅଭିଯୋଗ…

ଓ୍ବେବ୍‌ ପୋର୍ଟାଲ ଖବରଦାତା ଗିରଫ

ବାଣପୁର,୨୮।୯(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବାଣପୁର ବିିଜ୍ଞପିତ ଅଞ୍ଚଳ ପରିଷଦର ୯ନଂ. ଓ୍ବାର୍ଡ ମୁସଲିମ ସାହି କୋଭିଡ୍‌ ଟିକା କେନ୍ଦ୍ରରେ ଗଣ୍ଡଗୋଳ ସହ ଟିକା ପାଇଁ ଟଙ୍କା ମାଗିବା ଏବଂ ମହିଳାଙ୍କୁ ଅଶ୍ଳୀଳ ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ବାଣପୁର ପୋଲିସ ସୋମବାର ଜଣେ…

ମରାମତି ହେଉନି ଡ୍ରେନ୍‌ , ପଡୁନି ସ୍ଲାବ୍‌

ଜଟଣୀ,୨୮।୯(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ପୌରାଞ୍ଚଳର ଅନେକ ସ୍ଥାନରେ ମୁକୁଳା ଡ୍ରେନ ରହିଛି। ଏଥିଯୋଗୁ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ମଇଳା ଜମା ହୋଇ କେଉଁଠି ଡ୍ରେନ ପୋତି ହୋଇଗଲାଣି ତ’ ଆଉ କେଉଁଠି ଡ୍ରେନ୍‌ ଥିବା ଜଣାପଡୁନାହିଁ।…

ବନ୍ୟପ୍ରାଣୀଙ୍କ ଉତ୍ପାତ: ଚିନ୍ତାରେ ଚାଷୀ

ବେଗୁନିଆ, ୨୮।୯(ଡି.ଏନ୍‌.ଏ): ବେଗୁନିଆ ବ୍ଲକ ଅଞ୍ଚଳରେ ପ୍ରାକୃତିକ ବିପର୍ଯ୍ୟୟ ଓ ବନ୍ୟପ୍ରାଣୀଙ୍କ ଉତ୍ପାତ ଯୋଗୁ ଚାଷୀଙ୍କ ଦୁଃଖ ବଢୁଛି। ଏଥିଯୋଗୁ କିଛିବର୍ଷ ହେଲା ଧାନ ଓ ପନିପରିବା ଫସଲ ନଷ୍ଟ ହେବାରେ ଲାଗିଛି। ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ…

ଶେଷ ଦିନରେ ହେଭିଓ୍ବେଟ୍‌ଙ୍କ ଜୋରଦାର ପ୍ରଚାର

ପିପିଲି/ଡେଲାଙ୍ଗ,୨୮।୯(ଡି.ଏନ୍‌.ଏ./ସ୍ବ.ପ୍ର.): ପିପିଲି ଉପନିର୍ବାଚନ ପାଇଁ ୩୦ ତାରିଖରେ ମତଦାନ ହେବାକୁ ଥିବାବେଳେ ସୋମବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଶାସକ ବିଜେଡି, ଭାଜପା ଓ କଂଗ୍ରେସର ଷ୍ଟାର ପ୍ରଚାରକମାନେ ବିଭିନ୍ନ ପଞ୍ଚାୟତ ବୁଲି ସଭା ଓ ପ୍ରଚାର କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri