ପ୍ରଶାସନ ହାତରେ ନାହିଁ ରୋଷଘର ଚୁଲି

ପୁରୀ ଅଫିସ,୮।୪: ଶ୍ରୀମନ୍ଦିର ରୋଷଘର ଚୁଲି ନିଜ ହାତରେ ରଖିବା କ୍ଷେତ୍ରରେ ଶ୍ରୀମନ୍ଦିର ପ୍ରଶାସନ ବିଫଳ ହୋଇଛି। ଚୁଲିଭଙ୍ଗା ଘଟଣା ସାମ୍ନାକୁ ଆସିବା ପରେ ରୋଷଘରେ କେତେ ସଂଖ୍ୟକ ଚୁଲି ରହିଛି ତାହାକୁ ନେଇ ଠିକ୍‌ ତଥ୍ୟ ମିଳିପାରୁନାହିଁ। ଶ୍ରୀମନ୍ଦିର ସ୍ବତ୍ତ୍ୱଲିପି ଅନୁଯାୟୀ, ରୋଷଘରେ ୨୪୦ଟି ଚୁଲି ଥିବା ଶ୍ରୀମନ୍ଦିର ପ୍ରଶାସନ କହୁଥିବାବେଳେ ବାସ୍ତବରେ ଏହାର ସଂଖ୍ୟା ଦୁଇଗୁଣରୁ ଅଧିକ ବୋଲି ଜଣାପଡ଼ିଛି। ସୁଆର ମହାସୁଆର ନିଯୋଗର ସଭାପତି ଦାମୋଦର ମହାସୁଆର ଚୁଲି ସଂଖ୍ୟା ୭ଶହରୁ ଅଧିକ ବୋଲି କିଛି ଦିନ ତଳେ ନିଜ ପ୍ରତିକ୍ରିୟାରେ ଗଣମାଧ୍ୟମକୁ କହିଥିଲେ। ଏଣୁ ଚୁଲିର ସଂଖ୍ୟାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ରହିଛନ୍ତି। ଏ ନେଇ ଜଗନ୍ନାଥ ସଂସ୍କୃତି ବିଶାରଦ ଡ. ସୁରେନ୍ଦ୍ର କୁମାର ମହାନ୍ତି କହିଛନ୍ତି, ରୋଷଘରେ କୋଠଭୋଗ ଓ ପିଠାଚୁଲି ସହ ବିଭିନ୍ନ ମଠ ଏବଂ ଆଶ୍ରମ ପାଖରେ ଚୁଲିର ଦାୟିତ୍ୱ ରହିଥିଲା। ମଠଗୁଡ଼ିକ ସୁଆରମାନଙ୍କୁ ଦାୟିତ୍ୱରେ ରଖି ମହାପ୍ରସାଦ ରାନ୍ଧୁଥିଲେ। ମାତ୍ର ଶଙ୍କରାନନ୍ଦ ମଠ, ଶିବତୀର୍ଥ ମଠ, ରାଘବଦାସ ମଠ ଓ ମହିପ୍ରକାଶ ମଠ ଭଳି ଅନେକ ମଠ ନିଜ ଅସ୍ତିତ୍ୱ ହରାଇବା ପରେ ସୁଆର ଓ ମହାସୁଆରମାନେ ସଂପୃକ୍ତ ଚୁଲିକୁ ମାଡ଼ି ବସିଛନ୍ତି। ଏହାପରେ ସୁଆରମାନେ ଚୁଲିର ମାଲିକ ହୋଇଗଲେ। ମାଲିକାନା ଆସିବା ପରେ ବଡ଼ ଚୁଲି ପାଖରେ ଛୋଟ ଛୋଟ ଚୁଲି ମଧ୍ୟ ତିଆରି କରାଗଲା। ସୁଆର ଓ ମହାସୁଆର ନିଯୋଗର ସେବାୟତମାନେ କ୍ରମାଗତ ଭାବେ ଚୁଲିର ସଂଖ୍ୟା ବଢ଼ାଇବାରେ ଲାଗିଲେ। ଫଳସ୍ବରୂପ ଚୁଲି ସଂଖ୍ୟା ୭ ଶହ ଛୁଇଁ ସାରିଲାଣି। ଅନ୍ୟପକ୍ଷରେ ରେକର୍ଡ ଅଫ ରାଇଟ୍ସ ଅନୁଯାୟୀ, ମଠ ଅସ୍ତିତ୍ୱ ଧ୍ୱଂସ ହେବା ପରେ ସେମାନଙ୍କ ମାଲିକାନାରେ ଥିବା ଚୁଲିର ଦାୟିତ୍ୱ ଶ୍ରୀମନ୍ଦିର ପ୍ରଶାସନ ନିଜେ ନେବା କଥା। ମାତ୍ର ପ୍ରଶାସନ ଏହି ଦିଗରେ ଆଦୌ ଧ୍ୟାନ ଦେଇନାହିଁ। ସେହିଭଳି ଶ୍ରୀମନ୍ଦିର କମାଣ୍ଡର ସୁଧାଂଶୁ ଶେଖର ପଟ୍ଟନାୟକଙ୍କୁ ଚୁଲିର ସଂଖ୍ୟା ସମ୍ପର୍କରେ ପଚରାଯିବାରେ କହିଛନ୍ତି, ସ୍ବତ୍ତ୍ୱଲିପି ଅନୁଯାୟୀ ଚୁଲି ସଂଖ୍ୟା ୨୪୦। ତେବେ ଶ୍ରୀମନ୍ଦିର ରୋଷଘରକୁ ଯିବା ପାଇଁ ତାଙ୍କୁ ଅନୁମତି ନାହିଁ। ଏଣୁ ଅନ୍ତରୀଣ କମିଟିକୁ ଚୁଲିଭଙ୍ଗା ସମ୍ପର୍କରେ ସେ ଯେଉଁ ସୂଚନା ଦେଇଛନ୍ତି ତାହା ସୁଆର ମହାସୁଆର ନିଯୋଗର ସେବାୟତମାନଙ୍କଠାରୁ ସଂଗ୍ରହ କରାଯାଇଛି ବୋଲି ପଟ୍ଟନାୟକ ପ୍ରକାଶ କରିଛନ୍ତି। ଅର୍ଥାତ୍‌ କମାଣ୍ଡର ନିଜେ ଭଙ୍ଗା ଚୁଲିର ସଂଖ୍ୟା ଗଣି ନ ଥିବା ବେଳେ ଯାହା ସୁଆରମାନେ କହିଛନ୍ତି ସେନେଇ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ସେହିଭଳି କେତେ ନମ୍ବର ଚୁଲି କାହା ପାଖରେ ରହିଛି ସେନେଇ ଶ୍ରୀମନ୍ଦିର ପ୍ରଶାସନ ପାଖରେ ସୂଚନା ରହିଛି କି ନାହିଁ ତାହା ଏକ ବଡ଼ ପ୍ରଶ୍ନ। ଚୁଲି ମାଲିକାନାର ତାଲିକା ପ୍ରଶାସନ ପାଖରେ ଅଛି କି ନାହିଁ, ଯଦି ଅଛି ତେବେ ୨୪୦ଟି ଚୁଲିର ଦାୟିତ୍ୱରେ ଥିବା ସେବାୟତମାନଙ୍କୁ ଚିହ୍ନଟ କରାଯାଇ ଅନ୍ୟ ଚୁଲିଗୁଡ଼ିକୁ ଅକାମୀ କରାଯାଉନାହିଁ କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ଚୁଲିକୁ ନେଇ ବିବାଦ ଉଠିବା ପରେ ସୂଚନା ଅଧିକାର କର୍ମୀ ଦିଲୀପ ବରାଳ କହିଛନ୍ତି, ଚୁଲିର ସଂଖ୍ୟାକୁ ନେଇ ସ୍ବତ୍ତ୍ୱଲିପିରେ ସ୍ପଷ୍ଟ ଭାବେ ଲିଖିତ ଥିବାରୁ ପ୍ରଶାସନ ଏହାକୁ କାର୍ଯ୍ୟକାରୀ କରାଇବା ଉପରେ ଗୁରୁତ୍ୱ ଦେବା ଦରକାର। ଆଇନଗତ ଭାବେ ଯାହା ଠିକ୍‌ ତାହା ହେବା ଦରକାର। ଅନ୍ୟପକ୍ଷରେ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କୁ ଏହି ପ୍ରସଙ୍ଗରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?