ପ୍ରଶାସନ ହାତରେ ନାହିଁ ରୋଷଘର ଚୁଲି

ପୁରୀ ଅଫିସ,୮।୪: ଶ୍ରୀମନ୍ଦିର ରୋଷଘର ଚୁଲି ନିଜ ହାତରେ ରଖିବା କ୍ଷେତ୍ରରେ ଶ୍ରୀମନ୍ଦିର ପ୍ରଶାସନ ବିଫଳ ହୋଇଛି। ଚୁଲିଭଙ୍ଗା ଘଟଣା ସାମ୍ନାକୁ ଆସିବା ପରେ ରୋଷଘରେ କେତେ ସଂଖ୍ୟକ ଚୁଲି ରହିଛି ତାହାକୁ ନେଇ ଠିକ୍‌ ତଥ୍ୟ ମିଳିପାରୁନାହିଁ। ଶ୍ରୀମନ୍ଦିର ସ୍ବତ୍ତ୍ୱଲିପି ଅନୁଯାୟୀ, ରୋଷଘରେ ୨୪୦ଟି ଚୁଲି ଥିବା ଶ୍ରୀମନ୍ଦିର ପ୍ରଶାସନ କହୁଥିବାବେଳେ ବାସ୍ତବରେ ଏହାର ସଂଖ୍ୟା ଦୁଇଗୁଣରୁ ଅଧିକ ବୋଲି ଜଣାପଡ଼ିଛି। ସୁଆର ମହାସୁଆର ନିଯୋଗର ସଭାପତି ଦାମୋଦର ମହାସୁଆର ଚୁଲି ସଂଖ୍ୟା ୭ଶହରୁ ଅଧିକ ବୋଲି କିଛି ଦିନ ତଳେ ନିଜ ପ୍ରତିକ୍ରିୟାରେ ଗଣମାଧ୍ୟମକୁ କହିଥିଲେ। ଏଣୁ ଚୁଲିର ସଂଖ୍ୟାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ରହିଛନ୍ତି। ଏ ନେଇ ଜଗନ୍ନାଥ ସଂସ୍କୃତି ବିଶାରଦ ଡ. ସୁରେନ୍ଦ୍ର କୁମାର ମହାନ୍ତି କହିଛନ୍ତି, ରୋଷଘରେ କୋଠଭୋଗ ଓ ପିଠାଚୁଲି ସହ ବିଭିନ୍ନ ମଠ ଏବଂ ଆଶ୍ରମ ପାଖରେ ଚୁଲିର ଦାୟିତ୍ୱ ରହିଥିଲା। ମଠଗୁଡ଼ିକ ସୁଆରମାନଙ୍କୁ ଦାୟିତ୍ୱରେ ରଖି ମହାପ୍ରସାଦ ରାନ୍ଧୁଥିଲେ। ମାତ୍ର ଶଙ୍କରାନନ୍ଦ ମଠ, ଶିବତୀର୍ଥ ମଠ, ରାଘବଦାସ ମଠ ଓ ମହିପ୍ରକାଶ ମଠ ଭଳି ଅନେକ ମଠ ନିଜ ଅସ୍ତିତ୍ୱ ହରାଇବା ପରେ ସୁଆର ଓ ମହାସୁଆରମାନେ ସଂପୃକ୍ତ ଚୁଲିକୁ ମାଡ଼ି ବସିଛନ୍ତି। ଏହାପରେ ସୁଆରମାନେ ଚୁଲିର ମାଲିକ ହୋଇଗଲେ। ମାଲିକାନା ଆସିବା ପରେ ବଡ଼ ଚୁଲି ପାଖରେ ଛୋଟ ଛୋଟ ଚୁଲି ମଧ୍ୟ ତିଆରି କରାଗଲା। ସୁଆର ଓ ମହାସୁଆର ନିଯୋଗର ସେବାୟତମାନେ କ୍ରମାଗତ ଭାବେ ଚୁଲିର ସଂଖ୍ୟା ବଢ଼ାଇବାରେ ଲାଗିଲେ। ଫଳସ୍ବରୂପ ଚୁଲି ସଂଖ୍ୟା ୭ ଶହ ଛୁଇଁ ସାରିଲାଣି। ଅନ୍ୟପକ୍ଷରେ ରେକର୍ଡ ଅଫ ରାଇଟ୍ସ ଅନୁଯାୟୀ, ମଠ ଅସ୍ତିତ୍ୱ ଧ୍ୱଂସ ହେବା ପରେ ସେମାନଙ୍କ ମାଲିକାନାରେ ଥିବା ଚୁଲିର ଦାୟିତ୍ୱ ଶ୍ରୀମନ୍ଦିର ପ୍ରଶାସନ ନିଜେ ନେବା କଥା। ମାତ୍ର ପ୍ରଶାସନ ଏହି ଦିଗରେ ଆଦୌ ଧ୍ୟାନ ଦେଇନାହିଁ। ସେହିଭଳି ଶ୍ରୀମନ୍ଦିର କମାଣ୍ଡର ସୁଧାଂଶୁ ଶେଖର ପଟ୍ଟନାୟକଙ୍କୁ ଚୁଲିର ସଂଖ୍ୟା ସମ୍ପର୍କରେ ପଚରାଯିବାରେ କହିଛନ୍ତି, ସ୍ବତ୍ତ୍ୱଲିପି ଅନୁଯାୟୀ ଚୁଲି ସଂଖ୍ୟା ୨୪୦। ତେବେ ଶ୍ରୀମନ୍ଦିର ରୋଷଘରକୁ ଯିବା ପାଇଁ ତାଙ୍କୁ ଅନୁମତି ନାହିଁ। ଏଣୁ ଅନ୍ତରୀଣ କମିଟିକୁ ଚୁଲିଭଙ୍ଗା ସମ୍ପର୍କରେ ସେ ଯେଉଁ ସୂଚନା ଦେଇଛନ୍ତି ତାହା ସୁଆର ମହାସୁଆର ନିଯୋଗର ସେବାୟତମାନଙ୍କଠାରୁ ସଂଗ୍ରହ କରାଯାଇଛି ବୋଲି ପଟ୍ଟନାୟକ ପ୍ରକାଶ କରିଛନ୍ତି। ଅର୍ଥାତ୍‌ କମାଣ୍ଡର ନିଜେ ଭଙ୍ଗା ଚୁଲିର ସଂଖ୍ୟା ଗଣି ନ ଥିବା ବେଳେ ଯାହା ସୁଆରମାନେ କହିଛନ୍ତି ସେନେଇ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ସେହିଭଳି କେତେ ନମ୍ବର ଚୁଲି କାହା ପାଖରେ ରହିଛି ସେନେଇ ଶ୍ରୀମନ୍ଦିର ପ୍ରଶାସନ ପାଖରେ ସୂଚନା ରହିଛି କି ନାହିଁ ତାହା ଏକ ବଡ଼ ପ୍ରଶ୍ନ। ଚୁଲି ମାଲିକାନାର ତାଲିକା ପ୍ରଶାସନ ପାଖରେ ଅଛି କି ନାହିଁ, ଯଦି ଅଛି ତେବେ ୨୪୦ଟି ଚୁଲିର ଦାୟିତ୍ୱରେ ଥିବା ସେବାୟତମାନଙ୍କୁ ଚିହ୍ନଟ କରାଯାଇ ଅନ୍ୟ ଚୁଲିଗୁଡ଼ିକୁ ଅକାମୀ କରାଯାଉନାହିଁ କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ଚୁଲିକୁ ନେଇ ବିବାଦ ଉଠିବା ପରେ ସୂଚନା ଅଧିକାର କର୍ମୀ ଦିଲୀପ ବରାଳ କହିଛନ୍ତି, ଚୁଲିର ସଂଖ୍ୟାକୁ ନେଇ ସ୍ବତ୍ତ୍ୱଲିପିରେ ସ୍ପଷ୍ଟ ଭାବେ ଲିଖିତ ଥିବାରୁ ପ୍ରଶାସନ ଏହାକୁ କାର୍ଯ୍ୟକାରୀ କରାଇବା ଉପରେ ଗୁରୁତ୍ୱ ଦେବା ଦରକାର। ଆଇନଗତ ଭାବେ ଯାହା ଠିକ୍‌ ତାହା ହେବା ଦରକାର। ଅନ୍ୟପକ୍ଷରେ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କୁ ଏହି ପ୍ରସଙ୍ଗରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜଳୁଛି ଇରାନ! ଅନେକ ସହରରେ ବିସ୍ଫୋରଣ ପରେ ନେତାନ୍ୟାହୁଙ୍କ ସହ କଥା ହେଲେ ଟ୍ରମ୍ପ, ବଡ଼ ଚାଲ୍ ଖେଳୁଛନ୍ତି…

ଓ୍ବାଶିଂଟନ,୧୦।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନେଇଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟର ଶେଷ ଦିନରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ତାଙ୍କ ପୁଅ ମୁସ୍ତାଫା ଖାମେନେଇ…

ଲଘୁଚାପ ଆହୁରି ଦୁର୍ବଳ: ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୭ (ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଫଳରେ ପୂର୍ବାପେକ୍ଷା ବର୍ଷା ପରିମାଣ କିଛିଟା କମିଥିଲେ ମଧ୍ୟ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ…

ଜଗମୋହନ ମୀନାଙ୍କ ଇସ୍ତଫାକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଡିଜିପି: କହିଲେ, ମାନସିକ ଚାପ…

ଭୁବନେଶ୍ୱର,୧୦।୭(ତ୍ରିନାଥ ମହାନ୍ତି):ଭୁବନେଶ୍ୱର ଡିସିପି ଜଗମୋହନ ମୀନା ନିକଟରେ ଆଇପିଏସ୍‌ ଚାକିରିରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫାପତ୍ରକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ମାନସିକ ଚାପ ନା…

‘ଇଣ୍ଡିଆନ ଆଇଡଲ’ର ଟପ୍‌-୬ରେ ଜ୍ୟୋତିର୍ମୟୀ: ପ୍ରଶଂସା କଲେ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୭ (ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ଜାତୀୟସ୍ତରର ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୧୬’ରେ ଦମ୍‌ଦାର ପରଫର୍ମାନ୍ସ ମାଧ୍ୟମରେ ଟପ୍‌-୬ରେ ସ୍ଥାନ ହାସଲ କରିଛନ୍ତି।…

ଦେଶବ୍ୟାପୀ ମୌସୁମୀ ବର୍ଷାର ତାଣ୍ଡବ, ଜନଜୀବନ ଅସ୍ତବ୍ୟସ୍ତ

ନୂଆଦିଲ୍ଲୀ,୧୦।୭ (ପି.ଟି.): ଦେଶର ବିଭିନ୍ନ ପ୍ରାନ୍ତରେ ଗୁରୁବାର ପ୍ରବଳ ମୌସୁମୀ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଫଳରେ ରାସ୍ତାଘାଟ ବୁଡ଼ିଯିବା ସହ ଗଛ ଉପୁଡ଼ିବା, ସମ୍ପତ୍ତି…

ଗାଡ଼ି ଟାୟାରରେ କମ୍‌ ପବନ ଯୋଗୁ ବାର୍ଷିକ ୪,୫୦୦ କୋଟିର ତେଲ ନଷ୍ଟ

ନୂଆଦିଲ୍ଲୀ, ୧୦।୭(ପି.ଟି.): ଯାନବାହନ ରକ୍ଷଣାବେକ୍ଷଣ କ୍ଷେତ୍ରରେ ସବୁଠାରୁ ଅବହେଳିତ ବିଷୟ ହେଉଛି ଟାୟାରର କମ୍‌ ପବନ (ପ୍ରେସର) ରହିବା। ହେଲେ ଏଥିଯୋଗୁ ଭାରତ ପ୍ରତିବର୍ଷ ପ୍ରାୟ ୪୨…

ତାମିଲନାଡୁ ଗ୍ୟାସ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ସରକାରଙ୍କୁ କଡ଼ା ସମାଲୋଚନା

କେନ୍ଦୁଝର, ୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦୁଝର ଜିଲ୍ଲାର ୧୫ ଜଣ ଆଦିବାସୀ ଶ୍ରମିକଙ୍କ ପରିବାରକୁ ରାଜ୍ୟ ବିଜୁ ଜନତା ଦଳ…

ଅଡବା ପୋଲିସକୁ ବଡ଼ ସଫଳତା: ୭୨.୫ ଲିଟର ବେଆଇନ ମଦ ଜବତ, ଜଣେ ଗିରଫ

ମୋହନା, ୯।୭(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ପୋଲିସକୁ ବେଆଇନ ମଦ କାରବାର ବିରୋଧରେ ଏକ ବଡ଼ ସଫଳତା ମିଳିଛି। ଥାନା ଅନ୍ତର୍ଗତ ପଟୁମା ଗାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri