ଶାଖା କେନାଲ ରାସ୍ତା ଶୋଚନୀୟ

ପରଜଙ୍ଗ, ୮।୪(ଡି.ଏନ୍‌.ଏ.) ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଶୋଚନୀୟ ହୋଇପଡ଼ିଛି ରେଙ୍ଗାଳି ବାମପାର୍ଶ୍ୱ ମୁଖ୍ୟ କେନାଲରୁ ବାହାରିଥିବା ଶାଖା କେନାଲ ରାସ୍ତା। ଶତାଧିକ ଚାଷୀ ଏବଂ ଗ୍ରାମବାସୀଙ୍କ ଜୀବନରେଖା ଭାବେ ପରିଚିତ ଏହି ଗ୍ରାମାଞ୍ଚଳ ରାସ୍ତା ମରଣଯନ୍ତା ପାଲଟି ଥିବାବେଳେ ଏଥିପ୍ରତି ଗୁରୁତ୍ୱ ଦିଆଯାଉନାହିଁ, ଯାହାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅଞ୍ଚଳ ଦେଇ ଯାଇଛି ରେଙ୍ଗାଳି ବାମ ପାର୍ଶ୍ୱ ମୁଖ୍ୟ କେନାଲ। ଆଭ୍ୟନ୍ତରୀଣ ଜମିକୁ ଜଳସେଚନ ପାଇଁ କାନ୍ତୋର ନିକଟରୁ ଏକ ଶାଖା କେନାଲ ଖୋଳାଯାଇଛି। ଏହି କେନାଲ ପରଜଙ୍ଗ, ଖଣ୍ଡୁଆଳମୁଣ୍ଡା, କନ୍ଦରସିଂହା, ଲୋଧଣୀ, ସାଆନ୍ଦା ଗ୍ରାମ ଦେଇ କାମାକ୍ଷାନଗରକୁ ଲମ୍ବିଛି। ଗମନାଗମନ ସୁବିଧା ପାଇଁ ଶାଖା କେନାଲକୁ ଲାଗି ଏକ ପିଚୁ ରାସ୍ତା ନିର୍ମାଣ କରାଯାଇଥିଲା। ଉକ୍ତ ରାସ୍ତା ଦେଇ କେନାଲ ରକ୍ଷଣାବେକ୍ଷଣ କାର୍ଯ୍ୟରେ ନିୟୋଜିତ ଅଧିକାରୀଙ୍କ ଗାଡ଼ି, ଆଖପାଖ ଅଞ୍ଚଳର ଲୋକେ ଏବଂ ଚାଷୀମାନେ ଜମିକୁ ହଳ ଓ ଟ୍ରାକ୍ଟର ନେଇ ସୁବିଧାରେ ଯିବାଆସିବା କରୁଥିଲେ। ହେଲେ ଦୀର୍ଘଦିନ ଧରି ମରାମତି ଅଭାବରୁ ଏହା ଖାଲଖମାରେ ଭର୍ତ୍ତି ହୋଇଛି। ବିଭାଗ ପକ୍ଷରୁ କାମଚଳା ଭାବେ ମରାମତି କରାଯାଉଥିଲେ ମଧ୍ୟ ତାହା ଦୀର୍ଘସ୍ଥାୟୀ ହୋଇପାରୁନାହିଁ। କାରଣ ପିଚୁ ବଦଳରେ ଖାଲଖମା ସ୍ଥାନରେ ମାଟି ପକାଇ ସମତୁଲ କରାଯାଉଛି। ଫଳରେ ବର୍ଷା ହେଲେ କିମ୍ବା ଗାଡ଼ିମୋଟର ଚଳାଚଳ କଲେ ରାସ୍ତାରେ ପୁଣି ଗର୍ତ୍ତ ସୃଷ୍ଟି ହେଉଛି। ସାମାନ୍ୟ ବର୍ଷା ହେଲେ କାଦୁଅରେ ଭର୍ତ୍ତି ହୋଇଯାଉଛି। ଗାଡ଼ିମୋଟର ତ ଦୂରର କଥା ପାଦରେ ଚାଲିକରି ଯିବା ମଧ୍ୟ କଷ୍ଟକର ହୋଇପଡୁଛି। ଚାଷୀମାନେ ସମସ୍ୟାରେ ପଡୁଛନ୍ତି। ତେଣୁ ଶୋଚନୀୟ ହୋଇପଡ଼ିଥିବା ରାସ୍ତାକୁ ପୁନରୁଦ୍ଧାର କରିବା ସହିତ ପିଚୁ ଢଳେଇ କରିବାକୁ ଅଞ୍ଚଳର ଚାଷୀ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ବିଭାଗୀୟ ଯନ୍ତ୍ରୀ ଚିନ୍ମୟ ସାହୁ କୁହନ୍ତି, ଗତବର୍ଷ ଉକ୍ତ ରାସ୍ତା ନିର୍ମାଣ ପାଇଁ ଅଟକଳ କରାଯାଇ ଅନୁଦାନ ମଞ୍ଜୁରୀ ପାଇଁ ପଠାଯାଇଥିଲା। ଚଳିତ ବର୍ଷ ଆଉଥରେ ଅଟକଳ କରି ପଠାଇବାକୁ ଚିଠି ଆସିଛି। ଖୁବ୍‌ଶୀଘ୍ର ଏଷ୍ଟିମେଟ୍‌ କରି ଚିଠି ପଠାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ରାଜଧାନୀରେ ନିଆଁବର୍ଷା, ନିସ୍ତାର ନାହିଁ

ଭୁବନେଶ୍ୱର, ୨୩।୪: ତତଲା କଡେଇରେ ସିଝୁଛି ପୂରା ଓଡ଼ିଶା । ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଗତକାଲି ପରି ଆଜି ମଧ୍ୟ ରାଜଧାନୀ...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

୨୦୨୪ରେ ନିର୍ବାଚନ ଲଢ଼ିବିନି: ବର୍ଷାଙ୍କୁ ଟିକେଟ୍‌ ମିଳିବା ପରେ ଏମିତି କହିଲେ ଅମର

ଭୁବନେଶ୍ୱର,୨୩।୪: ୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ। ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ୍‌ ମିଳିବା ପରେ ଅମର ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,...

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୨୩।୪: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌। ORHDC ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ୍‌ ଦେଇଛନ୍ତି। ମୋକିମଙ୍କ ଆବେଦନକୁ ଗ୍ରହଣ କରି...

କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ…

ଭୁବନେଶ୍ୱର,୨୩।୪: ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ ଆଶାୟୀ ଥିବା ୨ ଥର ବିଧାୟିକା...

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୩।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri