ଆମ ଜିଲା ଖବର

ମିଳୁନି ଜମାକାରୀଙ୍କ ଟଙ୍କା, ଆନ୍ଦୋଳନ ଚେତାବନୀ

ବେଗୁନିଆ,୨୧ା୨(ଡି.ଏନ୍‌.ଏ.): କ୍ଷତିଗ୍ରସ୍ତ ମିଳିତ ମଞ୍ଚ ଡାକରାରେ ରବିବାର ଖୋର୍ଦ୍ଧା ଜିଲା ବେଗୁନିଆ ବଜାରସ୍ଥିତ ମା’ଦୁର୍ଗା ଦେବୀଙ୍କ ପୀଠ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଞ୍ଚ ରାଜ୍ୟ ସମ୍ପାଦକ ମଧୁସୂଦନ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବେଗୁନିଆ ବ୍ଲକ ଅଞ୍ଚଳର…

ଭୋଟ୍‌ ବାକ୍ସରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌

ଖୋର୍ଦ୍ଧା ଅଫିସ/ବାଲୁଗାଁ,୨୧ା୨ (ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ରବିବାର ଖୋର୍ଦ୍ଧା ଜିଲା ଚିଲିକା ଓ ଖୋର୍ଦ୍ଧା ବ୍ଲକରେ ଭୋଟ ଗ୍ରହଣ ଶେଷ ହୋଇଛି। କାଁ ଭାଁ ବିଶୃଙ୍ଖଳାକୁ ବାଦ୍‌ ଦେଲେ ମତଦାନ ଶାନ୍ତିଶୃଙ୍ଖଳାର ସହ ସରିଛି। ଚିଲିକା ବ୍ଲକରେ…

ଖବରଦାତାଙ୍କୁ ଆକ୍ରମଣ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ୨୦ ଅଟକ

ବିଞ୍ଝାରପୁର,୨୧ା୨(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ବାଛୋଳ ପଞ୍ଚାୟତରେ ଖବରଦାତାଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଅନ୍ୟପକ୍ଷରେ ୨୦ ଜଣ ସହଯୋଗୀଙ୍କୁ ଅଟକ ରଖାଯାଇଥିବା ବେଳେ ତାଙ୍କୁ ପଚରାଉଚରା ଜାରି ରହିଛି । ଖୁବ୍‌ଶୀଘ୍ର ଘଟଣାରେ ସମ୍ପୃକ୍ତ…

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ପ୍ରିୟାଂଶୀ

କଟକ ଅଫିସ,୨୧ା୨: କଟକ କଲେଜ ଛକସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ରୀ ପ୍ରିୟାଂଶୀ ପ୍ରିୟଦର୍ଶିନୀ ଶନିବାର ଇଣ୍ଡିଆ ବୁକ୍‌ ଅଫ୍‌ ରେକେର୍ଡରେ ସ୍ଥାନ ପାଇଛନ୍ତି। ସେ ମାତ୍ର ୨୨ ସେକେଣ୍ଡରେ ଓଡ଼ିଶୀ ନୃତ୍ୟର ୫୧ଟି ଜଟିଳ ହସ୍ତମୁଦ୍ରାକୁ ସହଜରେ…

ଭୋଟବାକ୍ସରେ ବନ୍ଦ ହେଲା ୫୧୫ ପ୍ରାର୍ଥୀଙ୍କ ଭାଗ୍ୟ

କୋକସରା,୨୦ା୨(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ରବିବାର ଶେଷ ହୋଇଛି । ସକାଳ ୭ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ମତଦାନ ହୋଇଥିବା ଜଣାପଡିଛି। ସୂଚନା ମୁତାବକ, କୋକସରା ବ୍ଲକର ୨୨ଟି ପଞ୍ଚାୟତରେ ୮୭ ହଜାର ୮୩୯ ଭୋଟର…

ଭୋଟ ଦେଲେ ନାହିଁ ଗ୍ରାମବାସୀ

କୋକସରା,୨୦।୨(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକରେ ତୃତୀୟ ପର୍ଯ୍ୟାୟ ମତଦାନ ରବିବାର ଶେଷ ହୋଇଛି। ହେଲେ ବ୍ଲକର କନ୍ଦାବୁଟ୍ରା ପଞ୍ଚାୟତ ତୁନଗାଁର ୫ଟି ୱାର୍ଡ ଓ ଆମପାଣି ପଞ୍ଚାୟତ କୁଟୁରୁର ୬ ନଂ. ୱାର୍ଡରେ ମୌଳିକ ସୁବିଧା ମିଳୁ ନ ଥିବା…

କଂଗ୍ରେସ ନେତାଙ୍କ ଗାଡ଼ି ଜାଳି ଦେଲେ

ନବରଙ୍ଗପୁର/କୋଡ଼ିଙ୍ଗା,୨୦।୨(ବି.ପ୍ର./ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକ କୋଡ଼ିଙ୍ଗା ଥାନା ଅଧୀନ ଡଙ୍ଗରା ଗାଁର ବ୍ୟବସାୟୀ ତଥା କଂଗ୍ରେସ ନେତା କେ. ଝାଡେଶ୍ୱର ରାଓଙ୍କ ଘର ବାଉଣ୍ଡାରିରେ ଥିବା କାର୍‌ (ଓଆର୍‌-୧୦ଜି-୦୦୧୮) ଓ ବାଇକ୍‌ (ଓଆର୍‌-୨୪ଏ-୩୫୬୧)ରେ କେହି ନିଆଁ ଲଗାଇ ଦେଇଛନ୍ତି। କାର୍‌ଟି…

ଭୋଟବାକ୍ସ ଟେକିନେଲେ ଡଙ୍ଗରିଆ

ରାୟଗଡ଼ା ଅଫିସ/ବିଷମକଟକ,୨୦ା୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ବିଷମକଟକ ନିର୍ବାଚନ ମଣ୍ଡଳୀ ଅଧୀନ କଲ୍ୟାଣସିଂହପୁର ବ୍ଲକରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ ଗ୍ରହଣ ବେଳେ ରବିବାର ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ସୁନାଖଣ୍ଡି ପଞ୍ଚୟତ ନିୟମଗିରି ପାହାଡ଼ ଅଞ୍ଚଳର ରାଇଲିମା ଗ୍ରାମର ୧୪ ନଂ.…

ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼, ଛଡେଇ ନେଲେ ଭୋଟବାକ୍ସ

ଭଦ୍ରକ ଅଫିସ,୨୦।୨: ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ରବିବାର ଥିଲା ତୃତୀୟ ପର୍ଯ୍ୟାୟ ମତଦାନ। କୋହ୍ଲ ପଞ୍ଚାୟତର ୪ ନନମ୍ବର ବୁଥ୍‌ରେ ଉତ୍ତେଜନା ଦେଖାଦେଇଛି। ବାଲଟ ପେପର ଫୋଲ୍ଡିଂରେ ତ୍ରୁଟି ଯୋଗୁ ଚିହ୍ନ ଦେଖାଯାଉ ନ ଥିବାରୁ ଲୋକେ ଉତ୍ତ୍ୟକ୍ତ ହୋଇ…

ବଳଭଦ୍ରପୁରରୁ ଫେରିଲା ଖାଲି ଭୋଟ ବକ୍ସ

ଚମ୍ପୁଆ/ଝୁମ୍ପୁରା,୨୦ା୨(ଡି.ଏନ.ଏ.): କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡ ଝୁମ୍ପୁରା ବ୍ଲକ ଅଧୀନ ବଳଭଦ୍ରପୁର ଗ୍ରାମବାସୀ ରବିବାର ଭୋଟ୍‌ ବର୍ଜନ କରିଛନ୍ତି। ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବାରୁ ଭୋଟ୍‌ ଦେଇ ନ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ନିର୍ବାଚନ ବିଗୁଲ ବାଜିଲା…

ପୋଲ ତଳକୁ ଖସି ବାଇକ୍‌ ଆରୋହୀଙ୍କ ଜୀବନ ଗଲା

ବାସୁଦେବପୁର,୨୦।୨(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର-ଧାମରା ରାସ୍ତାର ମନ୍ଦାରୀ ପୋଲ ନିକଟରେ ପୋଲ ତଳକୁ ଖସି ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଅଧୀନ ରାମଚନ୍ଦ୍ରପୁର ଗ୍ରାମର ଭାଗୀରଥି ପଣ୍ଡା(୪୫)। ସୁଶାନ୍ତ ବେହେରା ନାମକ…

ୱାର୍ଡସଭ୍ୟ ପାଇଁ ମଇଦାନରେ ଅବସରପ୍ରାପ୍ତ କୃଷି ଅଧିକାରୀ

ଅମରପାଲି,୨୦ା୨(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଳକ ଚମ୍ପାମାଳ ପଞ୍ଚାୟତ ଅଧୀନ ଚମ୍ପାପୁର ଗ୍ରାମ ୬ନମ୍ବର ୱାର୍ଡ ସଭ୍ୟ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଅବସରପ୍ରାପ୍ତ ଜିଲା କୃଷି ଅଧିକାରୀ ନିତ୍ୟାନନ୍ଦ ପଣ୍ଡା। ତାଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ଏମଏସସି ଏଜି। ସେ କୃଷି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?