ଭୂତଳ ଜଳ ଶୋଷୁଛି ରାମ୍‌କୋ ସିମେଣ୍ଟ

ଯାଜପୁର ଅଫିସ,୮ା୪: ୨୦୧୮ ଅଗଷ୍ଟରେ ଜଳ ସମ୍ପଦ ବିଭାଗର ଚିଫ୍‌ ଇଞ୍ଜିନିୟର ରାମ୍‌କୋ ସିମେଣ୍ଟ କାରଖାନାକୁ କେବଳ ନିର୍ମାଣ ଏବଂ ପାନୀୟ ଜଳ ଉଦ୍ଦେଶ୍ୟରେ ଦୈନିକ ୧୦୦ କିଲୋଲିଟର ଭୂତଳ ଜଳ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ। କିନ୍ତୁ ଏହି କମ୍ପାନୀ କାରଖାନା ଚଳାଇବାରେ ମଧ୍ୟ ଭୂତଳ ଜଳ ବ୍ୟବହାର କରୁଛି। ଏପରି କି ଜଳମାପକ ଯନ୍ତ୍ର ବାହାରେ ଭୂତଳ ଜଳ ଉତ୍ତୋଳନ କରାଯାଉଛି ା ଏଥିପାଇଁ ଗ୍ରୀଷ୍ମପ୍ରବାହ ସମୟରେ ଆଖପାଖ ଗାଁରେ ଭୂତଳ ଜଳସ୍ତର ଆଶାତୀତ ଭାବେ କମିଛି ବୋଲି ଅଭିଯୋଗ ହୋଇଛି। ଏଥିରେ ଜଣେ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ଅକୁଣ୍ଠ ସହଯୋଗ ରହିଥିବାରୁ ଏହି କାରଖାନା ଭୂତଳ ଜଳସ୍ତର ଶୋଷି ଚାଲିଛି ବୋଲି ଚର୍ଚ୍ଚା ହେଉଛି।
ଓଡ଼ିଶାର ବିକାଶରେ ଶିଳ୍ପ ହିଁ ମୁଖ୍ୟ ଆୟୁଧ। ଏଣୁ ସରକାର ଓ ପ୍ରଶାସନିକ ଅଧିକାରୀ ଶିଳ୍ପ ପ୍ରଭାବିତ ଗ୍ରାମବାସୀଙ୍କ ସମସ୍ୟାକୁ ହେୟ ମନେ କରି କାରଖାନା ପ୍ରତିଷ୍ଠାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ଯାଜପୁର ଜିଲାର ଧର୍ମଶାଳା ବ୍ଲକ ହରିଦାସପୁରଠାରେ ପ୍ରତିଷ୍ଠିତ ରାମ୍‌କୋ ସିମେଣ୍ଟ କମ୍ପାନୀକୁ ଅଖଣ୍ଡ କ୍ଷମତା ଦିଆଯାଇଛି। କମ୍ପାନୀ ଦ୍ୱାରା ପ୍ରଭାବିତ ହେଉଥିବା ଲୋକଙ୍କ କଥା ବୁଝିବାକୁ କାହାରି ପାଖରେ ସମୟ ନାହିଁ। କହିବା ବାହୁଲ୍ୟ, ଗରିବ ଲୋକଙ୍କୁ ଛାଡ଼ି କେତେଜଣ ପ୍ରଭାବଶାଳୀ ବ୍ୟକ୍ତି କମ୍ପାନୀ କର୍ତ୍ତୃପକ୍ଷଙ୍କ ଠିକାଦାର ସାଜିଛନ୍ତି ା ଫଳରେ ବିଭିନ୍ନ ମାଧ୍ୟମରେ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କଠାରୁ ଫାଇଦା ହାସଲ କରିବାକୁ ଲାଗି ପଡିଛନ୍ତି ା ଯିଏ କମ୍ପାନୀ ସପକ୍ଷରେ ଯିବ, ସେ ରାତାରାତି ଲକ୍ଷପତି ହୋଇ ଯାଉଛନ୍ତି ା ବ୍ୟକ୍ତିଗତ ସୁବିଧା ହାତେଇବା ଲାଗି ତାଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ଓ ସରକାର ବି ସହଯୋଗ କରୁଛନ୍ତି ା ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଇମାମୀ, ସାଗର ଓ ଜେଏସ୍‌ଡବ୍ଲ୍ୟୁ ଜନଶୁଣାଣିରେ ଲୋକଙ୍କ ସମର୍ଥନ ପାଇ କାରଖାନା ପ୍ରତିଷ୍ଠା କରିଛନ୍ତି ା କିନ୍ତୁ ଏକ ଅଣଓଡ଼ିଆ ସଂସ୍ଥା ରାମ୍‌କୋ ଉପରେ ଜନଶୁଣାଣି ଛାଡ କରାଯାଇଛି ା ତାମିଲନାଡୁ ରାଜ୍ୟର ବିରୁଧୁନଗର ରାଜାପଲୟମ ତହସିଲ ଅଧୀନ ରାମ୍‌କୋ କମ୍ପାନୀ ୪୪୦ କୋଟି ଟଙ୍କା ବ୍ୟୟରେ ୧୦୦ ଏକର ଜମିରେ ଏହି ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ ପ୍ରତିଷ୍ଠା କରିଛି। ଇପିକଲ ପକ୍ଷରୁ ଏହି ଜମି ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି। ତେବେ ଏହି ୧୦୦ ଏକର ପରିସର ବାହାରେ ମଧ୍ୟ ପାଣି ପାଇଁ ରାମ୍‌କୋ ଏକ ପୋଖରୀ ଖନନ କରିଥିବା ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡିଛି। ଏହି ପୋଖରୀ ଜଳରେ ୧୫ଦିନ ବି କାରଖାନା ଚଳାଇବା ସମ୍ଭବପର ନୁହେଁ। ଗ୍ରୀଷ୍ମ ପ୍ରବାହରେ ପୋଖରୀଟି ସମ୍ପୂର୍ଣ୍ଣ ଶୁଖିଯାଇଥାଏ। ତେଣୁ ବିକଳ୍ପ ଭାବେ ରାମ୍‌କୋ କାରଖାନା ପରିସରରେ ଥିବା ୩ଟି ବୋରୱେଲରେ ପାଣି ଉତ୍ତୋଳନ କରୁଛି। ଜଳ ସମ୍ପଦ ବିଭାଗ ପକ୍ଷରୁ ଜଳକର ଆଦାୟ ପାଇଁ ଜଳମାପକ ଯନ୍ତ୍ର ପ୍ରତିଷ୍ଠା ହୋଇଥିଲେ ହେଁ କମ୍ପାନୀ ଚଞ୍ଚକତା କରି ସେହି ଯନ୍ତ୍ର ବାହାରେ ପାଣି ଚୋରି କରୁଥିବା ଅଭିଯୋଗ ହୋଇଛି। ଏଥିଯୋଗୁ ଯୋଗଡ଼ା, ମୁରାରୀପୁର, ରଘୁନାଥପୁର, ଶ୍ରୀବନ୍ତପୁର ପ୍ରଭୃତି ଗ୍ରାମରେ ଜଳସ୍ତର ନିମ୍ନଗାମୀ ହୋଇ ଲୋକଙ୍କ ପାଇଁ ପାନୀୟ ଜଳ ଅଭାବ ଦେଖାଦେଇଛି ବୋଲି ଶ୍ରୀକାନ୍ତ ପୃଷ୍ଟି, ହେମନ୍ତ କୁମାର ପାଢ଼ୀ, ସତ୍ୟବ୍ରତ ରାଉତ, ଜୟଦେବ ନାଏକ, ଟୁନା ବାରିକ ପ୍ରମୁଖ ପ୍ରକାଶ କରିଛନ୍ତି। ଏହି କ୍ରମରେ ଜଳମାପକ ଯନ୍ତ୍ର ବାହାରେ ପାଣି ଚୋରି ଅଭିଯୋଗ ଉପରେ ଗ୍ରାମବାସୀଙ୍କ ଉପସ୍ଥିତିରେ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇପାରନ୍ତା ବୋଲି ମତପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ରାମ୍‌କୋର ଭୂତଳ ଜଳ ପାଇଁ ୨୩ା୬ା୨୦୧୮ରେ ଜିଲାସ୍ତରୀୟ ପ୍ରଶାସନିକ ମଞ୍ଜୁରୀ ମିଳିବା ପରେ ଜାରକା ଜଳସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀ ତାଙ୍କ ପତ୍ରସଂଖ୍ୟା ୨୭୬୬/ଡବ୍ଲ୍ୟୁଇ/୨୧ା୭ା୨୦୧୮ରେ ଅନୁପାଳନ ରିପୋର୍ଟ ଦାଖଲ କରିଥିଲେ। ଏହାପରେ ଜଳ ସମ୍ପଦ ବିଭାଗର ଚିଫ୍‌ ଇଞ୍ଜିନିୟର ତାଙ୍କ ପତ୍ରସଂଖ୍ୟା ୨୩୬୫୭/୧ା୮ା୨୦୧୮ରେ ୧୭ ଦଫା ବିଭିନ୍ନ ସର୍ତ୍ତ ରଖି ଭୂତଳ ଜଳ ବ୍ୟବହାର କରିପାରିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ତାଙ୍କ ପତ୍ରସଂଖ୍ୟା ୫୧୬/୧ା୩ା୨୦୧୬ରେ ସଂସ୍ଥାଗୁଡିକ ନିଜ ନିଜ କାରଖାନା ଅଞ୍ଚଳରେ ବୋର୍‌ୱେଲ୍‌ ଖନନ କରି ଭୂତଳ ଜଳ ବ୍ୟବହାର କରୁଥିବାରୁ ଜଳସ୍ତର ନିମ୍ନଗାମୀ ହୋଇ ଗ୍ରୀଷ୍ମପ୍ରବାହ ସମୟରେ ନଳକୂପଗୁଡିକରେ ଆବଶ୍ୟକ ପାଣି ବାହାରୁ ନ ଥିବା ସ୍ବୀକାର କରିଥିଲେ। ଏଭଳି ସ୍ଥଳେ ରାମ୍‌କୋ ଦୈନିକ ୧୦୦ କିଲୋଲିଟର ଭୂତଳ ଜଳ ବ୍ୟବହାର କରୁଥିବାରୁ ସମ୍ପୃକ୍ତ ଅଞ୍ଚଳବାସୀ ପାଣି ପାଇଁ ଡହଳବିକଳ ହେଉଛନ୍ତି।
ଏ ସଂକ୍ରାନ୍ତରେ ଜାରକା ଜଳ ସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ ଦେବାଶିଷ ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାରୁ ସେ ଛୁଟିରେ ଅଛନ୍ତି। କାର୍ଯ୍ୟରେ ଯୋଗଦେବା ପରେ ରିପୋର୍ଟ ଦେଖି କିଛି କହିହେବ ବୋଲି ପ୍ରକାଶ କରିଥିଲେ। ସେହିପରି ରାମ୍‌କୋ କାରଖାନାର ଜେନେରାଲ ମ୍ୟାନେଜର ଅଜିତ ପଲ୍‌ଙ୍କ ମତାମତ ନେବାକୁ ତାଙ୍କ ମୋବାଇଲ ନମ୍ବରରେ ଗୁରୁବାର ସନ୍ଧ୍ୟା ୬ଟା ୩୯ ମିନିଟରେ ଫୋନ କରାଯାଇଥିଲେ ହେଁ ସେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଆରା ଢଙ୍ଗରେ ପାଳନ ହେବ ଆଗାମୀ ଗୁରୁ ଦିବସ: ଅବସରପ୍ରାପ୍ତ ଶିକ୍ଷକଙ୍କୁ ମିଳିବ ବିଶେଷ ସମ୍ମାନ, DEOଙ୍କୁ ଚିଠି…

ଭୁବନେଶ୍ୱର,୩।୯: ରାଜ୍ୟର ସମସ୍ତ ବିଦ୍ୟାଳୟରେ ଆଗାମୀ ‘ଗୁରୁ ଦିବସ-୨୦୨୬’ ଆଡ଼ମ୍ବର ସହକାରେ ପାଳନ କରାଯିବ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସମସ୍ତ ଜିଲା ଶିକ୍ଷା ଅଧିକାରୀ…

ଆସନ୍ତାକାଲି ମିଳିବ ସିଏମ୍‌-କିଷାନ ଟଙ୍କା: ଉପକୃତ ହେବେ  ୪୧ ଲକ୍ଷରୁ ଊର୍ଦ୍ଧ୍ୱ କୃଷକ ପରିବାର

ଭୁବନେଶ୍ୱର,୩।୯: ରାଜ୍ୟର ଚାଷୀଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଅର୍ଥାତ ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ବହୁପ୍ରତୀକ୍ଷିତ ’ସିଏମ-କିଷାନ’ (CM-KISAN) ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ…

୨୦୨୭ ବିଶ୍ୱକପ ଖେଳିବେ କି ହିଟମ୍ୟାନ? BCCI ସମୀକ୍ଷା ବୈଠକରେ ନିଆଯାଇଛି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୩।୯: BCCIର ସମୀକ୍ଷା ବୈଠକରେ ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ଆଲୋଚନା ଉପରେ ସମସ୍ତଙ୍କ ନଜର ଥିଲା। ଗୁରୁବାର ମୁମ୍ବାଇର ବିସିସିଆଇ ମୁଖ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ…

BCCI ବୈଠକ ଶେଷ; ଲକ୍ଷ୍ମଣ ହେବେ ନାହିଁ ନିର୍ଦ୍ଦେଶକ; ଆସିଲା ୫ ଅପଡେଟ

ନୂଆଦିଲ୍ଲୀ,୩।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଗୁରୁବାର (ସେପ୍ଟେମ୍ବର ୩) ଏକ ବୈଠକ କରିଥିଲା, ଯେଉଁଥିରେ ପୁରୁଷ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର, ପୁରୁଷ…

ମେସି ପରେ ଫୁଟବଲରୁ ଅବସର ନେବେ ଏହି କିମ୍ବଦନ୍ତୀ, ଜାଣନ୍ତୁ…

ସରାଜେଭୋ,୩ା୯: ମେସି ପରେ ବୋସନିଆ ଓ ହର୍ଜଗୋଭିନା ଫୁଟବଲ କିମ୍ବଦନ୍ତୀ ଏଡିନ ଜେକୋ ଆସନ୍ତା ମାସରେ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ନେବାକୁ ଯାଉଛନ୍ତି। ଏ ନେଇ ଗୁରୁବାର…

ଦିଦିଙ୍କ ଅଲଟିମେଟମ: ’କହିଲେ ଭାଜପା ନେତାଙ୍କ ଘର ବାହାରେ ଧାରଣା ଦେବି’

କୋଲକାତା,୩।୯: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ଟିଏମସି କାର୍ଯ୍ୟାଳୟରେ ଭଙ୍ଗାରୁଜାକୁ ନେଇ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଯଦି ଟିଏମସି ବିରୋଧରେ…

୨୦ ଟିଏମସି ବିଦ୍ରୋହୀଙ୍କୁ ବାଚସ୍ପତିଙ୍କ ବଡ଼ ଆଶ୍ୱସ୍ତି; ମହୁଆ ମୋଇତ୍ରା କହିଲେ – ‘ଆଶ୍ଚର୍ଯ୍ୟ…’

କୋଲକାତା,୩।୯: ଲୋକ ସଭା ବାଚସ୍ପତି ଓମ ର୍ବିର୍ଲା ୨୦ ଜଣ ବିଦ୍ରୋହୀ ତୃଣମୂଳ କଂଗ୍ରେସ (TMC) ସାଂସଦଙ୍କୁ ସେମାନଙ୍କ ବିରୁଦ୍ଧରେ ଅଯୋଗ୍ୟତା ପ୍ରକ୍ରିୟା ସମ୍ପର୍କରେ ଜବାବ ଦାଖଲ…

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଅଭାବ, ହନ୍ତସନ୍ତ ହେଉଛନ୍ତି ରୋଗୀ

ଛତ୍ରପୁର,୩ା୯(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଉପରେ ଦୈନିକ ଶତାଧିକ ରୋଗୀ ନିର୍ଭର କରନ୍ତି । ରୋଗ ପରୀକ୍ଷଣ, ଚକ୍ଷୁ, ପ୍ରସୂତୀ, ଶିଶୁରୋଗ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri