ଆଜିଠାରୁ ହିଙ୍ଗୁଳାଯାତ୍ରା
ତାଳଚେର,୧୫ା୪(ନି.ପ୍ର.): ଅନୁଗୋଳ ଜିଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ପ୍ରସିଦ୍ଧ ବାର୍ଷିକ ଯାତ୍ରା ୧୫ ତାରିଖ ଶୁକ୍ରବାରଠାରୁ ଆରମ୍ଭ ହେବ। ମହାମାରୀ କରୋନା ଯୋଗୁ ଗତ ୨ ବର୍ଷ ହେଲା ମା’ଙ୍କ ବାର୍ଷିକ ଯାତ୍ରା କେବଳ ରୀତିନୀତି…
କୋର୍ଟରେ ହାଜର ହେଲେ ନାହିଁ ରାମ୍କୋ କର୍ତ୍ତୃପକ୍ଷ
ଯାଜପୁର ଅଫିସ,୧୫ା୪: ଯେତେ ନୀତିନିୟମ ଉଲ୍ଲଂଘନ କଲେ ବି ଶିଳ୍ପ କାରଖାନା କର୍ତ୍ତୃପକ୍ଷଙ୍କ ପ୍ରତି ସରକାର କେତେ ସହାନୁଭୂତିଶୀଳ ଏକଥା ରାମ୍କୋ ସିମେଣ୍ଟ କମ୍ପାନୀ କ୍ଷେତ୍ରରେ ଦେଖିବାକୁ ମିଳୁଛି । ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାଶପୁରଠାରେ ପ୍ରତିଷ୍ଠିତ ରାମ୍କୋ ସିମେଣ୍ଟ…
ଏମ୍ପିଙ୍କ ଅଜାଣତରେ ବ୍ଲକ ପ୍ରତିନିଧି ଚୟନ
ସମ୍ବଲପୁର,୧୫ା୪(ବ୍ୟୁରୋ): ସମ୍ବଲପୁର ଏମ୍ପି ନୀତେଶ ଗଙ୍ଗଦେବଙ୍କ ଅଜାଣତରେ ଯୁଯୁମୁରା ବ୍ଲକ ପାଇଁ ପ୍ରତିନିଧି ଚୟନ କରାଯାଇଛି। ଏ ନେଇ ଏମ୍ପି ଗଙ୍ଗଦେବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜଣେ ଭାଜପା କର୍ମୀ ଲେଟରପ୍ୟାଡ ରଖି ଏଭଳି କରୁଥିବା ସେ କହିଛନ୍ତି। ସେ ଆହୁରି…
ପୂର୍ବ ଉପକୂଳବର୍ତ୍ତୀ ସମୁଦ୍ରରେ ୨ ମାସିଆ କଟକଣା
ପାରାଦୀପ,୧୫ା୪(ସ୍ବ.ପ୍ର.): ଓଡ଼ିଶାର ୪୮୦ କିମି ପୂର୍ବ ଉପକୂଳ ସମୁଦ୍ରରେ ଶୁକ୍ରବାରଠାରୁ ୨ ମାସିଆ ସାମୁଦ୍ରିକ କଟକଣା ଲାଗୁ ହୋଇଛି। ଜୁନ୍ ୧୪ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିିବ। ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରେ ପ୍ରବେଶ ଉପରେ ବାରଣ କରାଯାଇଛି।…
ଗୋଷ୍ଠୀ ସଂଘର୍ଷରୁ ଯୁବ ଇଞ୍ଜିନିୟରଙ୍କୁ ହତ୍ୟା
ନୟାଗଡ଼ ଅଫିସ,୧୪।୪: ନୟାଗଡ଼ ସହରରେ ଦଣ୍ଡପବର୍ର୍ ବୁଧବାର ରାତିରେ ଶୋଭାଯାତ୍ରା ଚାଲିଥିବା ବେଳେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏହି ଘଟଣାରେ ନୟାଗଡ଼ ଟାଉନ ଥାନା ଅଧୀନ ଦୁର୍ଗାପ୍ରସାଦ ଗାଁର ଯୁବ ଇଞ୍ଜିନିୟର ନବୀନ ପରିଡ଼ା(୨୬)ଙ୍କୁ ହତ୍ୟା କରାଯାଇଛି। ଦେଉଳପଲ୍ଲୀ ଗାଁଲୋକ ନବୀନଙ୍କୁ…
ବଜରଙ୍ଗ-ଭୀମ ଆର୍ମି କର୍ମୀ ହାତାହାତି
ସରଣ୍ଡା/ଅତାବିରା,୧୪।୪(ଡି.ଏନ୍.ଏ): ଗୁରୁବାର ସବୁଠି ହନୁମାନ ଜୟନ୍ତୀ ଏବଂ ଆମ୍ବେଡ଼କର ଜୟନ୍ତୀ ଉତ୍ସାହ ଉଦ୍ଦୀପନା ସହ ପାଳନ କରାଯାଇଛି । ହେଲେ ବରଗଡ଼ ଜିଲା ଗୋଡ଼ଭଗା, ଅତାବିରାରେ ବଜରଙ୍ଗ ଦଳ ଏବଂ ଭୀମଆର୍ମି ଦଳର କର୍ମୀମାନେ ମୁହାଁମୁହିଁ ହୋଇଛନ୍ତି । ବାଇକ୍ ଭଙ୍ଗାରୁଜା…
ତାଲା ପକାଇ ଘରେ ନିଆଁ ଲଗାଇଦେଲେ
ଭଦ୍ରକ ଅଫିସ,୧୪।୪: ଭଦ୍ରକ ସହରାଞ୍ଚଳ ଅନ୍ତର୍ଗତ ଗବସାହିରେ ବୁଧବାର ବିଳମ୍ବିତ ରାତିରେ ପୂର୍ବଶତ୍ରୁତାରୁ ଘରେ ତାଲା ପକାଇ ନିଆଁ ଲଗାଇଦେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ଏଥିରେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଅଗ୍ନିକାଣ୍ଡରେ ୫ ବଖରା…
ଚଇତି ପର୍ବ: ମା’ଙ୍କ ସୁନା ବେଶ ଦର୍ଶନ ପାଇଁ ଘଟଗାଁରେ ଭିଡ଼
କେନ୍ଦୁଝର,୧୪।୪(ଡି.ଏନ୍.ଏ.): କେନ୍ଦୁଝର ଜିଲା ଘଟଗାଁବାସିନୀ ମା’ ତାରିଣୀଙ୍କ ଆବିର୍ଭାବ ଚଇତି ପର୍ବ ନିନ ହୋଇଥିଲା। ତେଣୁ ୯ ତାରିଖରୁ ବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ମା’ଙ୍କ ଜନ୍ମ ଦିନ ଜାକଜମକରେ ପାଳନ କରାଯାଉଛି। ଏହି ଦିନ ମା’ଙ୍କୁ ଦର୍ଶନ କଲେ ମନସ୍କାମନା ପୂରଣ…
ମାହାଙ୍ଗା ଗଣହତ୍ୟା: ଶିବଙ୍କୁ ରିମାଣ୍ଡରେ ନେଲା ପୋଲିସ
ମାହାଙ୍ଗା,୧୪।୪(ଡି.ଏନ୍.ଏ.): କଟକ ଜିଲା ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ ସାହୁଙ୍କୁ ମାହାଙ୍ଗା ପୋଲିସ ଗୁରୁବାର ୩ ଦିନିଆ ରିମାଣ୍ଡରେ ନେଇଛି। ଶିବଙ୍କ ମେଡିକାଲ ଟେଷ୍ଟ ପରେ ପୋଲିସ ତାଙ୍କୁ ଜେରା କରିବ । ଏପରିକି ଘଟଣାସ୍ଥଳକୁ ନେଇ…
ସାଙ୍ଗ ଆଗରେ ଚାଲିଗଲା ଜୀବନ
ଭଞ୍ଜନଗର,୧୪।୪(ଡି.ଏନ.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଧୀନ ଗାମୁଣ୍ଡି-ଭାଲିଆଖାଇ ରାସ୍ତାରେ ଗୁରୁବାର ଏକ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟି ଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତକ ହେଲେ ଲାଠିପଡ଼ାର ବିକଳ ଜେନା। ଗୁରୁତର ଆହତ ଆନନ୍ଦ…
ଗଇଲୋ ଘାଟିରେ ଅଟୋ ଓଲଟି ୧୫ ଗୁରୁତର
ଦେବଗଡ଼,୧୪।୪(ଡି. ଏନ୍. ଏ.): ଦେବଗଡ଼ ଜିଲା ଗଇଲୋ ଘାଟିରେ ଗୁରୁବାର ଅଟୋ ଓଲଟି ୧୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ମହିଳା, ପୁରୁଷଙ୍କ ସମେତ କିଛି ଶିଶୁ ଥିବା ଜଣାପଡ଼ିଛି। ସେମାନଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…
୩ ବର୍ଷ ପୁଅର ବେକ କାଟି ମାରିଦେଲା ମା’
କୋରାପୁଟ,୧୪।୪(ସ୍ବ.ପ୍ର.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକର ଲୁକୁମାରୀ ଗ୍ରାମରେ ଗୁରୁବାର ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ା ଜଣେ ମା’ ନିଜର ୩ ବର୍ଷର ପୁଅର ବେକ କାଟିଦେଇଥିବା ଜଣାପଡ଼ିଛି। ମାନସିକ ଭାରସାମ୍ୟ ହରାଇ ମା’ ଏପରି କାଣ୍ଡ ଘଟାଇଛନ୍ତି। ମିଳିଥିବା…

