ବେସରକାରୀ କେନ୍ଦୁପତ୍ର ଫଡ଼ିରେ ଖଟୁଛନ୍ତି ଶିଶୁ ଶ୍ରମିକ

ତେନ୍ତୁଳିଖୁଣ୍ଟି, ୨୨।୫(ଡି.ଏନ୍‌.ଏ.): ଆଇନକୁ ଆଖିଠାର। ଆଇନକୁ ନାହିଁ ଡରଭୟ। ଡହଡହ ଖରାରେ କେନ୍ଦୁପତ୍ର ଫଡିରେ କାମ କରୁଛନ୍ତି ଛୋଟ ଛୋଟ ପିଲା। ତାହା ପୁଣି ମାତ୍ର ୫୦ ଟଙ୍କା ପାଇଁ। ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକରେ ଏପରି ଘଟିଛି।
ତେନ୍ତୁଳିଖୁଣ୍ଟି ବ୍ଲକ ବଣ ଜଙ୍ଗଲ ଘେରା। ଏଠାକାର ଲୋକେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଗୁଜରାଣ ମେଣ୍ଟାନ୍ତି। ଏବେ ବର୍ତ୍ତମାନ ତେନ୍ତୁଳିଖୁଣ୍ଟି ବ୍ଲକବାସୀ କେନ୍ଦୁପତ୍ର ସଂଗ୍ରହରେ ଲାଗି ପଡିଛନ୍ତି। ଖରା ପ୍ରକୋପ ଦେଖି ରାଜ୍ୟ ସରକାର ସ୍କୁଲ ଖୋଲିବା ସମୟ ପରିବର୍ତ୍ତନ କରିଛନ୍ତି। ଏହାର ଫାଇଦା ନେଉଛନ୍ତି ବେସରକାରୀ କେନ୍ଦୁପତ୍ର ଫଡିର ଦଲାଲ। କେନ୍ଦୁପତ୍ର ତୋଳିବା, ଫଡ଼ିରେ ପତ୍ର ଓଲଟାଇ ଶୁଖାଇବା କାର୍ଯ୍ୟରେ ଶିଶୁ ଶ୍ରମିକ ନିୟୋଜିତ ଥିବା ଦେଖିବାକୁ ମିଳିଛି। ଚାଇଲ୍ଡଲାଇନ୍‌, ଶିଶୁ ମଙ୍ଗଳ ବିଭାଗ ଏ ଦିଗରେ ଦୃଷ୍ଟି ଦିଅନ୍ତୁ ବୋଲି ଲୋକେ ଦାବି କରିଛନ୍ତି। ଏହା ବ୍ୟତୀତ କେତେଜଣ ଦଲାଲ କମ୍‌ ମୂଲ୍ୟରେ କେନ୍ଦୁପତ୍ର କିଣୁଥିବାବେଳେ ରାତିଅଧିଆ ଏହି ଶୁଖିଲା କେନ୍ଦୁପତ୍ରକୁ ଅନ୍ୟତ୍ର ସ୍ଥାନାନ୍ତର କରୁଛନ୍ତି। ଏ ଦିଗରେ ମଧ୍ୟ ପ୍ରଶାସନ ଦୃଷ୍ଟି ଦିଅନ୍ତୁ ବୋଲି ଦାବି ହୋଇଛି। ଏ ନେଇ ଦିଗି ସରପଞ୍ଚଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ସେ ଅବଗତ ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବରଙ୍ଗପୁରରେ ଲଜ୍ଜା; ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲକୁ ଟାଣିନେଇ ବଳାତ୍କାର ଅଭିଯୋଗ, ଚିତ୍କାର ଶୁଣି ଦୌଡ଼ି ଆସିଲେ ଗ୍ରାମବାସୀ

ନବରଙ୍ଗପୁର,୧।୧୦(ସଦାଶିବ ପ୍ରହରାଜ ): ମାନବିକତାକୁ ଲଜ୍ଜିତ କଲା ଅମାନବୀୟ ଘଟଣା । ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲରେ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଙ୍ଗଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?