ସବ୍‌ଷ୍ଟେଶନ ଲୋକାର୍ପିତ, ବିଦ୍ୟୁତ୍‌ ସମସ୍ୟା ସୁଧୁରିବା ଆଶା

ଗୁଣପୁର/ନବରଙ୍ଗପୁର, ୨୨।୫(ଡି.ଏନ୍‌.ଏ./ବି.ପ୍ର.): ଲୋକମାନଙ୍କୁ ବିଦ୍ୟୁତ୍‌ ସୁବିଧା ଯୋଗାଇ ଦେବାକୁ ଶନିବାର ରାୟଗଡ଼ା ଓ ନବରଙ୍ଗପୁରରେ ବିଦ୍ୟୁତ୍‌ ସବ୍‌ଷ୍ଟେଶନ ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭର୍ଚୁଆଲ ମୋଡ୍‌ରେ ଉଦ୍‌ଘାଟନ କରିଛନ୍ତି।
ରାୟଗଡ଼ା ଜିଲା ଗୁଣପୁର ଓକିଲଗୁଡ଼ାରେ ୮୨ କୋଟି ଟଙ୍କା ବ୍ୟୟରେ ଗ୍ରୀଡ୍‌ ସବ୍‌ଷ୍ଟେଶନ ନିର୍ମାଣ କରାଯାଇଛି। ଏଥିରେ ୮୦ ହଜାର ଉପଭୋକ୍ତା ଲାଭବାନ୍‌ ହେବେ ବୋଲି ରାୟଗଡ଼ା ଓପିଟିସିଏଲ୍‌ ଡିଜିଏମ୍‌ ନୀହାର ରଞ୍ଜନ ରୟ ସୂଚନା ଦେଇଛନ୍ତି। ଗୁଣପୁର ସହ ପଦ୍ମପୁର, ରାମନାଗୁଡା, ବିକ୍ରମପୁର, ଜଲତାର ଏବଂ କୋଲନାରାର ଉପଭୋକ୍ତାମାନେ ଉପକୃତ ହେବେ। ଏହି ପ୍ରକଳ୍ପ ଦ୍ବାରା ଲୋ-ଭୋଲ୍‌ଟେଜ୍‌ରୁ ମୁକ୍ତି ସହ ନୀରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ଉପଲବ୍ଧ ହବ। ଏଥିସହ ନୌପଡ଼ା-ଗୁଣପୁର ରେଳପଥ ପାଇଁ ମଧ୍ୟ ବିଦ୍ୟୁତ୍‌ ଯୋଗାଣ ହେବ। ଏଥିଯୋଗୁ ଅଧିକ ଟ୍ରେନ୍‌ ଏହି ରେଳପଥରେ ଯାତାୟାତ କରିବ ବୋଲି ଡିଜିଏମ୍‌ କହିଛନ୍ତି। ଗୁଣପୁରଠାରେ ହୋଇଥିବା ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଧାୟକ ରଘୁନାଥ ଗମାଙ୍ଗ, ଜିଲାପାଳ ସରୋଜ କୁମାର ମିଶ୍ର ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସ୍‌ପି ବିବେକାନନ୍ଦ ଶର୍ମା, ଗୁଣପୁର ଉପଜିଲାପାଳ ଜେ. ସୋନାଲଙ୍କ ସମେତ ଜିଲା ଏବଂ ଉପଖଣ୍ଡସ୍ତରର ଅଧିକାରୀ, ବିଦ୍ୟୁତ୍‌ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ।
ସେହିଭଳି ନବରଙ୍ଗପୁର ସଦର ବ୍ଲକ ଅଧୀନ ତାରାଗାଁରେ ୩୧ କୋଟି ଟଙ୍କା ବ୍ୟୟରେ ବିଦ୍ୟୁତ୍‌ ଗ୍ରୀଡ୍‌ ସବ୍‌ଷ୍ଟେଶନ ଉଦ୍‌ଘାଟିତ ହୋଇଯାଇଛି। ଯାନ୍ତ୍ରିକ ତ୍ରୁଟି କାରଣରୁ ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇପାରି ନ ଥିଲା। ନବରଙ୍ଗପୁରରେ ଏମ୍‌ପି ରମେଶ ଚନ୍ଦ୍ର ମାଝି ଏହି ଗ୍ରୀଡ୍‌କୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଏହି ସବ୍‌ଷ୍ଟେଶନ ଦ୍ୱାରା ଜିଲାର ନବରଙ୍ଗପୁର, ଚୁଟିଆଗୁଡ଼ା, ସାନମସିଗାଁ ଓ ପାପଡ଼ାହାଣ୍ଡି ଗ୍ରୀଡ୍‌କୁ ସୁବିଧାରେ ବିଦ୍ୟୁତ୍‌ ସରବରାହ ହେବ। ଏହାସହ ଗ୍ରାମାଞ୍ଚଳରେ ହେଉଥିବା ଲୋ-ଭୋଲ୍‌ଟେଜ୍‌, ବିଦ୍ୟୁତ୍‌ କାଟ୍‌ ଭଳି ସମସ୍ୟାର ସମାଧାନ ହୋଇପାରିବ। ଶନିବାର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଏମ୍‌ପି ରମେଶ ଚନ୍ଦ୍ର ମାଝି, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଜିଲା ପରିଷଦ ଅଧ୍ୟକ୍ଷ ମୋତିରମ ନାୟକ, ଜିଲାପାଳ କମଳ ଲୋଚନ ମିଶ୍ର, ଓପିଟିସିଏଲ୍‌ର ଜେନେରାଲ ମ୍ୟାନେଜର ବିଶ୍ୱରଞ୍ଜନ ମିଶ୍ର, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁ, ଅତିରିକ୍ତ ଜିଲାପାଳ ଭାସ୍କର ରଇତ, ଅତିରିକ୍ତ ଏସ୍‌ପି ଜେ. କୃଷ୍ଣ ବେହେରା, ନବରଙ୍ଗପୁର ବିଡିଓ ସୁକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ବିଜେଡି ବିଧାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ନାଏବ ସରପଞ୍ଚ

ନବରଙ୍ଗପୁର,୧୨।୪(ସଦାଶିବ ପ୍ରହରାଜ):ଋଣ ଦେବାକୁ କହି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଏସ୍‌ଏଚ୍‌ଜି ମହିଳାଙ୍କୁ ବିଜେଡିରେ ମିଶାଉଥିବା ଅଭିଯୋଗ କରିଛନ୍ତି ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଞ୍ଚାୟତ ନାଏବ...

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ମେ’, ଜୁନ୍‌ରେ ୪ ଦିନ ଡ୍ରାଏ ଡେ

ନବରଙ୍ଗପୁର,୭।୪(ସଦାଶିବ ପ୍ରହରାଜ)ନବରଙ୍ଗପୁର ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ, ସ୍ବଚ୍ଛ ଓ ଶାନ୍ତିଶୃଙ୍ଖଳାର ସହିତ ସୁଚାରୁରୂପେ ପରିଚାଳନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ...

ଆଡ୍‌ମିଟ୍‌ କାର୍ଡ ପାଇଁ ଟଙ୍କା

ଚନ୍ଦାହାଣ୍ଡି, ୬।୪(ଦିଲୀପ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସରକାରୀ ପାନାବେଡ଼ା ନୂତନ ହାଇସ୍କୁଲ ଛାତ୍ରୀଛାତ୍ରଙ୍କଠାରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆଡ୍‌ମିଟ୍‌ କାର୍ଡ ଦେବା...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ...

କଂଗ୍ରେସ ତାଲିକାରୁ ଗମାଙ୍ଗ ପରିବାର ବାଦ୍‌

ଗୁଣପୁର,୩ା୪ (ପ୍ରଦୀପ କୁମାର ପାଢ଼ୀ):କଂଗ୍ରେସ ଏବଂ ଭାଜପା ପକ୍ଷରୁ ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୩ ପ୍ରମୁଖ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri