ଡ୍ରାଇଭରଙ୍କୁ ଜଙ୍ଗଲରେ ବାନ୍ଧି ଟ୍ରକ୍‌ ଲୁଟ୍‌

କାମାକ୍ଷାନଗର/ଭୁବନ, ୨୨।୫(ଡି.ଏନ୍‌.ଏ.): ବୋଲେରୋ, ବାଇକ୍‌ରେ ଆସିଲେ। ରାସ୍ତାରେ ସୃଷ୍ଟି କଲେ ଆତଙ୍କରାଜ। କୋଇଲା ବୋଝେଇ ଟ୍ରକ୍‌କୁ ଅଟକାଇଲେ। ଡ୍ରାଇଭରଙ୍କୁ ଗାଡ଼ିରୁ ଟାଣି ନେଇ ଜଙ୍ଗଲରେ ବାନ୍ଧିଦେଲେ। ଆଉ ତା’ପରେ ଟ୍ରକ୍‌ ନେଇ ଚମ୍ପଟ ମାରିଲେ। ଢେଙ୍କାନାଳ ଜିଲା ଭୁବନ ଥାନା ଅଞ୍ଚଳରେ ଗତ ଶୁକ୍ରବାର ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଶନିବାର ସକାଳେ ସ୍ଥାନୀୟ ଲୋକେ ଡ୍ରାଇଭରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
ଶୁକ୍ରବାର ରାତିରେ ଅନୁଗୋଳ ଜିଲା ତାଳଚେରସ୍ଥିତ ହିଙ୍ଗୁଳା ମାଇନ୍ସରୁ କୋଇଲା ବୋଝେଇ କରି ଏକ ଟ୍ରକ୍‌ (ନଂ. ଓଡି ୩୫ସି ୮୯୮୪) ଯାଜପୁର ଜିଲା ଡୁବୁରୀ ଅଭିମୁଖେ ଯାଉଥିଲା। ଏହି ସମୟରେ ଏକ ବୋଲେରୋ ଏବଂ ୪ ବାଇକ୍‌ରେ ୬ ଜଣ ଦୁର୍ବୃତ୍ତ ୫୩ନଂ. ଜାତୀୟ ରାଜପଥର ଯମୁନାକୋଟ ନିକଟରେ ଉକ୍ତ ଟ୍ରକ୍‌କୁ ଅଟକାଇଥିଲେ। ଟ୍ରକ୍‌ ଚାଳକ ତଥା ଦେବଗଡ଼ ଜିଲା ରିଆମାଳ ଅଞ୍ଚଳର ବେଣୁଧର ଭୋଇ (୩୦)ଙ୍କୁ ନିକଟ ଜଙ୍ଗଲକୁ ନେଇଯାଇ ଗଛରେ ବାନ୍ଧିଦେଇଥିଲେ। ଏହାପରେ ଟ୍ରକ୍‌ ଲୁଟ୍‌ କରି ନେଇଯାଇଥିଲେ। ବେଣୁଧର ସାରା ରାତି ସେମିତି ଗଛରେ ବନ୍ଧା ହୋଇ ରହିଥିଲେ। ସକାଳେ ଜଙ୍ଗଲକୁ ଯାଇଥିବାବେଳେ କେତେଜଣ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସିତ ହେବା ପରେ ବେଣୁଧର ଭୁବନ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତମାନେ ମାଡ଼ମାରି ତାଙ୍କ ନିକଟରୁ ମୋବାଇଲ, ଟଙ୍କା ନେଇଯାଇଥିବା ସେ କହିଛନ୍ତି। ସୂଚନା ପାଇ ପୋଲିସ ପହଞ୍ଚତ୍ ଘଟଣାସ୍ଥଳରେ ତଦନ୍ତ କରିଛି। ତେବେ ଖବର ଲେଖାଯିବା ଯାଏ ଅଭିଯୁକ୍ତ କିମ୍ବା ଟ୍ରକ୍‌ ଧରାପଡ଼ି ନ ଥିବା ଜଣାପଡ଼ିଛି। ଅନ୍ୟପଟେ ଅଭିଯୁକ୍ତଙ୍କୁ ଧରିବାକୁ କାମାକ୍ଷାନଗର, ଭୁବନ, ପରଜଙ୍ଗ ପୋଲିସକୁ ନେଇ ଏକ ସ୍କ୍ବାଡ୍‌ ଗଠନ କରାଯାଇଥିବା ଏସ୍‌ଡିପିଓ ରଞ୍ଜନ କୁମାର ଦେଓ ସୂଚନା ଦେଇଛନ୍ତି।
ଢେଙ୍କାନାଳ ଜିଲାରେ ପୁଣିଥରେ ସକ୍ରିୟ ହେଲେଣି ରାଜପଥ ଲୁଟେରା। ସେମାନେ ପୂର୍ବରୁ ପଥଚାରୀ, ବ୍ୟବସାୟୀଙ୍କୁ ଟାର୍ଗେଟ୍‌ କରୁଥିବାବେଳେ ଏବେ କୋଇଲା ବୋଝେଇ ଟ୍ରକ୍‌ ଉପରେ ନଜର ପକାଇଛନ୍ତି। ବ୍ୟସ୍ତବହୁଳ ଜାତୀୟ ରାଜପଥ ଉପରେ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା ବଢ଼ାଇବା ସହ ସନ୍ଦିଗ୍ଧଙ୍କ ଉପରେ ନଜର ରଖିବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?