୩୧୫ ଗାଁକୁ ଏଯାଏ ହୋଇନି ବିଦ୍ୟୁତ୍‌ ସଂଯୋଗୀକରଣ

ନବରଙ୍ଗପୁର, ୨୨।୫(ବି.ପ୍ର.): ସ୍ବାଧୀନତାର ୭୩ ବର୍ଷ ପରେ ମଧ୍ୟ ନବରଙ୍ଗପୁର ଜିଲାର ୩୧୫ଟି ଗାଁକୁ ଏଯାଏ ବିଦ୍ୟୁତ୍‌ ସଂଯୋଗ ହୋଇପାରିନାହିଁ। ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତ୍ୟେକ ଗାଁ ଓ ଘରକୁ ବିଦ୍ୟୁତ୍‌ ସଂଯୋଗ ପାଇଁ ବ୍ୟାପକ ଅନୁଦାନ ଖର୍ଚ୍ଚ କରୁଛନ୍ତି। ମାତ୍ର ବିଭାଗୀୟ ଅବହେଳା ଲାଗି ୩୧୫ଟି ଗାଁର ଲୋକ ଅନ୍ଧାରରେ ଜୀବନ ବିତାଉଛନ୍ତି। ଦୁର୍ଗମ ଓ ଅଗମ୍ୟ ଅଞ୍ଚଳ ତଥା ଅନୁନ୍ନତ ଜିଲାରେ ମୌଳିକ ଯୋଜନା କିଭଳି କାମ କରୁଛି, ତାହା ଏଥିରୁ ଅନୁମେୟ।
ସମସ୍ତ ଯୋଜନା କିଭଳି ଲୋକାଭିମୁଖୀ ହେବ ସେଥିପାଇଁ ପ୍ରଶାସନ ଓ ଲୋକ ପ୍ରତିନିଧିମାନେ ତତ୍ପର ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତଥାପି ମୌଳିକ ସମସ୍ୟା ଭଳି ବିଦ୍ୟୁତ୍‌କରଣ ଯୋଜନା ଜିଲାର ୩୧୫ ଗାଁକୁ ପହଞ୍ଚତ୍ ପାରିନାହିଁ। ଜିଲାରେ ଥିବା ୮୯୧ ଗାଁ ମଧ୍ୟରୁ ୩୧୫ ଗାଁ ଏବେ ବି ଅନ୍ଧକାର ରହିବା ବିଡ଼ମ୍ବନାର ବିଷୟ। ରାଜୀବ ଗାନ୍ଧୀ ବିଦ୍ୟୁତ୍‌କରଣ ଯୋଜନା ପରବର୍ତ୍ତୀ ସମୟରେ ବିଜୁ ଗ୍ରାମୀଣ ଜ୍ୟୋତି ଯୋଜନା ଓ ଏବେ କେନ୍ଦ୍ରରେ ଭାଜପା ସରକାର ଆସିବା ପରେ ସୌଭାଗ୍ୟ ଯୋଜନା-୧ ଅବଧି ସରିବା ପରେ ଯୋଜନା-୨ ଆରମ୍ଭ ହୋଇଛି। ତଥାପି ଗାଁ ଲୋକଙ୍କୁ ବିଦ୍ୟୁତ୍‌ ସଂଯୋଗ ମିଳିନି। ବିଦ୍ୟୁତ୍‌ ବିଭାଗକୁ ସରକାର ପର୍ଯ୍ୟାୟକ୍ରମେ ଘରୋଇ ସଂସ୍ଥା ହାତକୁ ଟେକି ଦେଉଥିବାରୁ ଯୋଜନାଗୁଡ଼ିକ ସଫଳ ରୂପାୟନ ହୋଇପାରୁନାହିଁ ବୋଲି ଅଭିଯୋଗ ହେଉଛି। ସମସ୍ତ ରାଜସ୍ବ ଗାଁକୁ ବିଦ୍ୟୁତ୍‌କରଣ କରାଯାଇଛି। ବିଭିନ୍ନ କାରଣ ହେତୁ ଜିଲାର ବକେୟା ରହିଥିବା ୩୧୫ଟି ପଡ଼ାଗ୍ରାମକୁ ବିଜୁ ଗ୍ରାମୀଣ ଜ୍ୟୋତି ଯୋଜନା (୨୦୨୨-୨୩) ଓ ସୌଭାଗ୍ୟ ଯୋଜନା-୨ରେ ସାମିଲ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଗମନାଗମନ ଅସୁବିଧା ନ ଥିବା ଗାଁଗୁଡିକରେ ସରକାର ଓରିଡା ସଂସ୍ଥାକୁ ନିୟୋଜିତ କରି ସୋଲାର ସିଷ୍ଟମ ଦ୍ୱାରା ବିଦ୍ୟୁତ୍‌କରଣ କରିବେ ବୋଲି ବିଭାଗ ଜିଲା ପରିଷଦ ତଥା ଜିଲା ଉନ୍ନୟନ ସଂସ୍ଥାକୁ ଲିଖିତ ଭାବରେ ମେ’ ୪ରେ ହୋଇଥିବା ଜିଲା ପରିଷଦ ବୈଠକରେ ଏକ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଆଉ କେତେବର୍ଷ ପରେ ବିଭାଗ ଓ ଘରୋଇ ଠିକାସଂସ୍ଥା ୩୧୫ ଗାଁକୁ ବିଦ୍ୟୁତ୍‌କରଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ବିଧାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ନାଏବ ସରପଞ୍ଚ

ନବରଙ୍ଗପୁର,୧୨।୪(ସଦାଶିବ ପ୍ରହରାଜ):ଋଣ ଦେବାକୁ କହି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଏସ୍‌ଏଚ୍‌ଜି ମହିଳାଙ୍କୁ ବିଜେଡିରେ ମିଶାଉଥିବା ଅଭିଯୋଗ କରିଛନ୍ତି ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଞ୍ଚାୟତ ନାଏବ...

ମେ’, ଜୁନ୍‌ରେ ୪ ଦିନ ଡ୍ରାଏ ଡେ

ନବରଙ୍ଗପୁର,୭।୪(ସଦାଶିବ ପ୍ରହରାଜ)ନବରଙ୍ଗପୁର ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ, ସ୍ବଚ୍ଛ ଓ ଶାନ୍ତିଶୃଙ୍ଖଳାର ସହିତ ସୁଚାରୁରୂପେ ପରିଚାଳନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ...

ଆଡ୍‌ମିଟ୍‌ କାର୍ଡ ପାଇଁ ଟଙ୍କା

ଚନ୍ଦାହାଣ୍ଡି, ୬।୪(ଦିଲୀପ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସରକାରୀ ପାନାବେଡ଼ା ନୂତନ ହାଇସ୍କୁଲ ଛାତ୍ରୀଛାତ୍ରଙ୍କଠାରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆଡ୍‌ମିଟ୍‌ କାର୍ଡ ଦେବା...

ଭାଜପା ଲୋକସଭା ପ୍ରାର୍ଥୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼

ପାପଡ଼ାହାଣ୍ଡି, ୨୮।୩(ସ୍ବପ୍ନଜିତ ପଟ୍ଟନାୟକ)ନବରଙ୍ଗପୁର ଜିଲା ମଇଦଲପୁର ହାଟପଦାଠାରେ ବୁଧବାର ଭାଜପାର ନବରଙ୍ଗପୁର ଲୋକ ସଭା ପ୍ରାର୍ଥୀ ବଳଭଦ୍ର ମାଝିଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। ବଳଭଦ୍ର...

ସିସି କ୍ୟାମେରାରେ କାଦୁଅ ଲଗାଇ କରୁଥିଲେ ବ୍ୟାଙ୍କ ଚୋରି: ସାଇରନ ବାଜିବାରୁ…

ଉମରକୋଟ, ୨୨।୩(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ସହର ମାଁ ପେଣ୍ଡ୍ରାଣୀ ମନ୍ଦିର ନିକଟରେ ଥିବା ଉତ୍କର୍ଷ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କରେ କିଛି ଦୁର୍ବୁତ୍ତ ଲୁଟ୍‌...

ପିଇବା ପାଣି ପାଇଁ ପ୍ରକୃତି ସାହା

ତେନ୍ତୁଳିଖୁଣ୍ଟି,୨୨।୩(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ପାତ୍ରପୁଟ ପଞ୍ଚାୟତ କଳାହାଣ୍ଡି ସୀମାନ୍ତ ପାହାଡ଼ ତଳି ଗାଁ ଝରଣଗୁଡ଼ା। ଗ୍ରାମବାସୀଙ୍କ ପିଇବା ପାଣି ପାଇଁ ପ୍ରକୃତି...

ଶିକ୍ଷକଙ୍କ ମାଡ଼ରେ ନର୍ସରି ଛାତ୍ର ଲହୁଲୁହାଣ

ରାଇଘର,୨୨ା୩(କିରଣ ପଟ୍ଟନାୟକ):ନବରଙ୍ଗପୁର ଜିଲା କୁନ୍ଦେଇ ଥାନା ଅଧୀନ କାନାଡିହି ଗ୍ରାମର ଜଣେ ଛାତ୍ର ସ୍କୁଲ ଶିକ୍ଷକଙ୍କ ମାଡ଼ରେ ଲହୁଲୁହାଣ ହୋଇଛନ୍ତି। ସମ୍ପୃକ୍ତ ଶିକ୍ଷକଙ୍କ ନାମରେ ଛାତ୍ରଙ୍କ...

କେନ୍ଦ୍ର ସରକାରଙ୍କ ଯୋଜନାର ପ୍ରଚାରକଲେ

ଉମରକୋଟ, ୨୦।୩(ସନ୍ତୋଷ ଶତପଥୀ): ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ମଙ୍ଗଳବାର ଉମରକୋଟ ଗସ୍ତ କରିଥିଲେ। ସେ ପ୍ରଥମେ ସ୍ଥାନୀୟ ଏକ ଚା’ ଦୋକାନରେ ଦଳୀୟ କର୍ମୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri