ପାଣି ଆଣିବାକୁ ଅନ୍ୟ ସାହିକୁ ଯାଉଛନ୍ତି ଗ୍ରାମବାସୀ

ନାରାୟଣପାଟଣା ୨୨ା୫(ଡି.ଏନ୍‌.ଏ.): ଖରାର ପ୍ରକୋପ ଯେତିକି ବଢୁଛି ପାନୀୟ ଜଳ ନେଇ ସମସ୍ୟା ସେତିକି ଅଧିକ ହେଉଛି। ପାଣି ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚକରି ପ୍ରକଳ୍ପ କରିଥିଲେ ମଧ୍ୟ ତାହା ଲୋକଙ୍କ କାମରେ ଆସୁ ନ ଥିବା ବେଳେ ଅନ୍ୟ ଗ୍ରାମର ନଳକୂପକୁ ଯାଇ ମହିଳାମାନେ ପାଣି ଆଣୁଛନ୍ତି । ଏପରି ଦେଖିବାକୁ ମିଳିଛି ନାରାୟଣପାଟଣା ବ୍ଲକର ପଥର ଦେଉଳ ସାହିରେ।
ଖବରରୁ ଜଣାପଡ଼ିଛି ନାରାୟଣପାଟଣା ବ୍ଲକ୍‌ଠାରୁ ଅଳ୍ପ କିଛି ଦୂରରେ ରହିଛି ପଥର ଦେଉଳସାହି। ସାହି ଉପର ପଟେ ରହୁଛନ୍ତି ବିସ୍ଥାପିତ କଲୋନିର ୪୦ ପରିବାର। ତଳ ସାହିରେ ମଧ୍ୟ ପାଖାପାଖି ୪୦ ପରିବାର ରହୁଛନ୍ତି। ହେଲେ ଏପର୍ଯ୍ୟନ୍ତ ଏଠାରେ ଗୋଟିଏ ମଧ୍ୟ ନଳକୂପ ଖୋଳାଯାଇନାହିଁ। ପାଣି ପାଇଁ ଗ୍ରାମବାସୀ ଗରା, ବାଲ୍‌ଟି ଧରି ପାଖରେ ଥିବା ଅନ୍ୟ ସାହି ତଥା ସରକାରୀ ହାଇସ୍କୁଲ ପାଖରେ ଥିବା ନଳକୂପକୁ ଯାଉଛନ୍ତି। ସେଠାରେ ପ୍ରଥମେ ସେହି ସାହିର ଲୋକେ ପାଣି ନେବା ପରେ ପଥର ଦେଉଳସାହିର ଲୋକଙ୍କୁ ପାଣି ମିଳିଥାଏ। ଅନ୍ୟପକ୍ଷରେ ଗାଁ ଭିତରେ ଭଲ ଢଳେଇ ରାସ୍ତାଟିଏ ମଧ୍ୟ ନାହିଁ। ବର୍ଷାଦିନ ଆସିଲେ ଗାଁ ରାସ୍ତା କଦୁଆରେ ବୁଡ଼ିଯାଏ। ଗ୍ରାମର ପାନୀୟ ଜଳ ଓ ରାସ୍ତା ନିର୍ମାଣ ଲାଗି ବହୁବାର ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପାଣି ଓ ରାସ୍ତା ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ଲଗାଣ ବର୍ଷାରେ ଭୂସ୍ଖଳନ: ୬ ଟ୍ରେନ୍‌ ବାତିଲ

କୋରାପୁଟ,୨୫।୯(ଅମିତାଭ ବେହେରା ): ରାୟଗଡ଼ା ଡିଭିଜନ ଅଧୀନ ମୁନିଗୁଡ଼ା-ଚାଟିକୋଣା ଷ୍ଟେଶନ ଏବଂ କୋରାପୁଟ ଜୟପୁର ମଧ୍ୟରେ ଥିବା ମାଲିଗୁଡାଠାରେ ଭୂସ୍ଖଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି।…

ଲଗାଣ ବର୍ଷାରେ ଘର ଭୁଶୁଡି ମହିଳା ଗୁରୁତର, ଜିଲା ଚିକିତ୍ସାଲୟରେ ଭର୍ତ୍ତି

କୁନ୍ଦୁରା,୨୪।୯,(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଫୁପୁଗାଁ ଗ୍ରାମ ପଞ୍ଚାୟତ ଚନ୍ଦ୍ରଶୁଣ୍ଢୀଗୁଡା ଠାରେ ଲଗାଣ ବର୍ଷାରେ ଘର ଭୁଶୁଡି ମହିଳା ଗୁରୁତରହୋଇଛନ୍ତି। ମହିଳା ଜଣକ ହେଲେ…

କୋଲାବ ନଦୀରେ ଭାସିଗଲେ ଶିକ୍ଷକ, ମାଛ ଧରୁଥିବା ବେଳେ…

କୋରାପୁଟ, ୨୪ା୯ (ଅମିତାଭ ବେହେରା): କୋଲାବ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଜଣେ ଶିକ୍ଷକ ନିଖୋଜ ହୋଇଛନ୍ତି । ନିଖୋଜ ଶିକ୍ଷକ ହେଲେ ବନ୍ଦଗୁଡ଼ା ଅଞ୍ଚଳର ଭୀମଧର…

ବାତ୍ୟା ଅର୍ଣ୍ଣବ ପ୍ରଭାବ: ପରିସ୍ଥିତିର ସମୀକ୍ଷା କରିବେ ବିଧାୟକ

କୋରାପୁଟ, ୨୪।୯ (ଅମିତାଭ ବେହେରା): ବାତ୍ୟା ଅର୍ଣ୍ଣବ ପ୍ରଭାବରେ କୋରାପୁଟ ଜିଲାରେ ଜାରି ରହିଛି ବର୍ଷା। ବୁଧବାର ସକାଳ ୮ଟାରୁ ଗୁରୁବାର ସକାଳ ୮ଟା ପର୍ଯ୍ୟନ୍ତ ୨୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?