କଂସବଧ ସହ ସରିଲା ଚନ୍ଦାହାଣ୍ଡି ଧନୁଯାତ୍ରା

ଚନ୍ଦାହାଣ୍ଡି, ୨୨।୫(ଡି.ଏନ୍‌.ଏ.) : ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସଦର ମହକୁମାରେ ୧୨ ଦିନ ଧରି ଚାଲିଥିବା ଧନୁଯାତ୍ରା ଶୁକ୍ରବାର ବିଳମ୍ବିତ ରାତିରେ ସରିଛି। ଅନ୍ତିମ ଦିବସରେ ମନ୍ତ୍ରୀ କୃଷ୍ଣ ବଳରାମଙ୍କୁ ନେଇ ମଥୁରା ରାଜଦରବାରରେ ପ୍ରବେଶ କରିଛନ୍ତି । ମଥୁରାବାସୀ ମଧ୍ୟ କୃଷ୍ଣ ବଳରାମଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି। ରାଜ ପ୍ରସାଦ ଦ୍ୱାରରେ କୃଷ୍ଣ ବଳରାମଙ୍କୁ ମାରିବାକୁ କଂସ କୁବଳୟା ହସ୍ତୀକୁ ଜଗାଇଥିବା ବେଳେ କୃଷ୍ଣ ତାକୁ ମାରି ମହଲରେ ପ୍ରବେଶ କରିଛନ୍ତି। ଚାଣୁର ମୁଷ୍ଟିକ, ସୁନାଶ ଓ ଅନ୍ୟ ମଲ୍ଲଙ୍କ ସହ ଯୁଦ୍ଧ କରି କୃଷ୍ଣ ସେମାନଙ୍କୁ ପରାସ୍ତ କରିଛନ୍ତି। ଶେଷରେ ଏକାକି ଅନୁଭବ କରି କୃଷ୍ଣଙ୍କ ଶରଣ ପସିଛନ୍ତି କଂସ ମହାରାଜ। ଶେଷରେ ମଞ୍ଚରୁ ପଡି କଂସଙ୍କ ମୃତ୍ୟୁ ହୋଇଛି। ପ୍ରତିଶୃତି ମୁତାବକ କୃଷ୍ଣ ଆଉଥରେ ଉଗ୍ରସେନଙ୍କୁ ମଥୁରା ନରେଶ ଭାବେ ଅଭିଷେକ କରାଇଛନ୍ତି।
ଶେଷ ଦିନରେ କଂସଙ୍କ ନିମନ୍ତ୍ରଣ ପାଇ ରାଜଦରବାର ଅତିଥିଭାବେ ଚନ୍ଦାହାଣ୍ଡି ସରପଞ୍ଚ ଗଙ୍ଗେଶ୍ୱରୀ ପୁଜାରୀ, ପୂଜା କମିଟି ସଭାପତି ଦୁର୍ଯ୍ୟୋଧନ ପୁଜାରୀ, କମଳ ପୁଜାରୀ, ବବି ବିଷୋୟୀ, ପୂର୍ବତନ ସରପଞ୍ଚ ଲଛମନ ମାଝି, ରଜତ ଜଗତ, ଶଙ୍କର ରାଉତ, ଚଇତୁରାମ ଦଣ୍ଡସେନା ଯୋଗ ଦେଇଥିଲେ। ବଲାଙ୍ଗୀର ଅଞ୍ଚଳର ପ୍ରସିଦ୍ଧ କଳାକାରଙ୍କ ଦ୍ୱାରା ଏହି ଧନୁଯାତ୍ରା ପରିବେଷଣ କରାଯାଇଛି। ପୂଜା କମିଟି ତରଫରୁ ଧନୁଯାତ୍ରାର ସମସ୍ତ କଳାକାରଙ୍କୁ ଉତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ନାଟକ ୧୨ଦିନ ଚାଲି ଥିବା ବେଳେ ଧନୁଯାତ୍ରା ଦେଖିବା ନିମନ୍ତେ ଚନ୍ଦାହାଣ୍ଡି ବ୍ଲକ ସମେତ ସୀମାନ୍ତ ଛତିଶଗଡ ଏବଂ ପଡୋଶୀ କଳାହାଣ୍ଡି ଜିଲାର ହଜାର ହଜାର ଦର୍ଶକ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ବିଘ୍ନେଶ୍ୱର ଆଚାରୀ, ନଳିନୀ ଦାସ, ରତ୍ନାକର ପୁଜାରୀ, ବାସୁଦେବ ସୁନା, କୈଳାସ ବେହେରା, ଜଗଦିଶ ରାଉତ ପ୍ରମୁଖ ପରିଚାଳନା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡି ଶିଶୁଙ୍କ ସେବାରେ ଦିବ୍ୟାଙ୍ଗ ଝୁମୁକଲାଲ୍‌:ଟ୍ରାଇ ସାକେଲରେ ପିଲାଙ୍କୁ କରୁଛନ୍ତି ନବା ଆଣିବା

ଚନ୍ଦାହାଣ୍ଡି,୧୪।୩(ଡି.ଏନ.ଏ.) ଝୁମୁକଲାଲ୍‌ ମାଝି। ଟ୍ରାଇସାଇକେଲ୍‌ ବିନା କୌଣସି ସ୍ଥାନକୁ ଯାଇପାରନ୍ତିନି। ହେଲେ ଶିଶୁମାନଙ୍କ ପ୍ରତି ତାଙ୍କର ରହିଛି ବିଶେଷ ଦୁର୍ବଳତା। ତେଣୁ ଦିବ୍ୟାଙ୍ଗ ହୋଇ ମଧ୍ୟ...

ଝୁଲନ୍ତା ମୃତ ଦେହ ଉଦ୍ଧାର

ଝରିଗାଁ, ୨୬।୧୦(ସ୍ବ.ପ୍ର.):ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଞ୍ଚଳରେ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ମିଳିଛି। ମୃତକ ହେଲେ ଝରିଗାଁ ବ୍ଲକ କାନାକୋଟ ପଞ୍ଚାୟତ ନିରୋଣ୍ଡି ଗ୍ରାମର ନକୁଳ...

ଆଗକୁ ବର୍ଷା, ନାଳ ସଫା କରୁନି ପୌର ପରିଷଦ

ନବରଙ୍ଗପୁର,୧୨।୫(ବି.ପ୍ର.): କିଛିଦିନ ମଧ୍ୟରେ ବର୍ଷା ଆରମ୍ଭ ହୋଇଯିବ। ନବରଙ୍ଗପୁର ସହରର ବିଭିନ୍ନ ଓ୍ବାର୍ଡରେ ନାଳ ସଫା କରାଯାଇନାହିଁ। ଫଳରେ ଅଳ୍ପ ବର୍ଷାରେ ମଧ୍ୟ ପାଣି ଜମି...

ରାସ୍ତା ପାଇଁ କାଳ ସାଜୁଛି ଓଭରଲୋଡିଂ

ଉମରକୋଟ,୨୩।୧୨(ସ୍ବ.ପ୍ର.): ଗତ ୧୫ ତାରିଖରେ ଉମରକୋଟ ସହର ଦେଇ ଯାଇଥିବା ରାସ୍ତାର ଶୋଚନୀୟ ଅବସ୍ଥାକୁ ନେଇ ଉମରକୋଟ ମିଳିତ ନାଗରିକ ମଞ୍ଚ ପକ୍ଷରୁ ସହରର ଡିଏନ୍‌କେ...

ପ୍ରାର୍ଥୀଙ୍କ ଭାବମୂର୍ତ୍ତି ହିଁ ଭାଗ୍ୟ ନିର୍ଦ୍ଧାରଣ କରିବ

ଡାବୁଗାଁ,୭ା୨(ଡି.ଏନ୍‌.ଏ.)-  ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ ଦୁଇଟି ଜିଲା ପରିଷଦ ଜୋନ୍‌ ରହିଛି। ଜୋନ-୨ ଅଣସଂରକ୍ଷିତ ରହିଛି। ଏହି ନିର୍ବାଚନ ମଣ୍ଡଳୀରେ ଚତୁର୍ମୁଖୀ ପ୍ରତିଦ୍ୱନ୍ଦ୍ୱିିତା ହେବାକୁ ଯାଉଛି।...

ମାଟିରେ ମିଶିଲା ୨୯୬ ବର୍ଷାଜଳ ଅମଳ ପ୍ରକଳ୍ପ

ନବରଙ୍ଗପୁର,୨୦।୫(ବି.ପ୍ର.): କରୋନା କାଳରେ ଜୀବିକା ହରାଇଥିବା ସହରାଞ୍ଚଳର ଶ୍ରମିକ ଓ ଏସ୍‌ଏଚ୍‌ଜି ମହିଳାଙ୍କୁ କାମ ଯୋଗାଇବା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କର୍ମତତ୍ପର ଯୋଜନା(ମୁକ୍ତା) କାର୍ଯ୍ୟକାରୀ...

ପୁରୁଖା କଂଗ୍ରେସ ପ୍ରାର୍ଥୀଙ୍କୁ ଟକ୍କର ଦେବେ ଦୁଇ ନୂଆ ମୁହଁ

ଉମରକୋଟ,୩୦ା୧(ସ୍ବ.ପ୍ର.) ନବରଙ୍ଗପୁର ଜିଲା ଉମରକୋଟ ବ୍ଲକର ଜୋନ୍‌ ୧ ଜିଲା ପରିଷଦ ଆସନରେ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ସମ୍ଭାବନା ରହିଛି।...

୧୦ବର୍ଷ ପରେ ହେଲା ଦଶାହ କର୍ମ

ଧୋଡ୍ରା, ୧।୪(ଡି.ଏନ୍‌.ଏ.): ଦଶବର୍ଷ ହେଲା ଦାଦନ ଖଟିବାକୁ ଯାଇ ଫେରିନାହାନ୍ତି ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଧାମନାଗୁଡ଼ା ପଞ୍ଚାୟତ ସଦର ଗାଁର ଅସମନ କଲାର। ଦୀର୍ଘ...

Advertisement
Archives

Model This Week