ନଡ଼ିଆ ବୋଝେଇ ଟ୍ରକ୍‌ରୁ ୮ କୁଇଣ୍ଟାଲ ଗଞ୍ଜେଇ ଜବତ

କୋରାପୁଟ/ଜୟପୁର, ୨୨ା୫ (ସ୍ବ.ପ୍ର./ନି.ପ୍ର.): ବାହାର ରାଜ୍ୟକୁ ନଡ଼ିଆ ବୋଝେଇ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଜୟପୁର ଅବକାରୀ ବିଭାଗ ଏହା ଉପରେ ଚଢ଼ାଉ କରି ଧରିଛି। ଏଥିରେ ସମ୍ପୃକ୍ତ ଥିବା ଜଣଙ୍କୁ ଗିରଫ କରାଯାଇଛି ା ସେ ହେଲେ ବିହାରର ପ୍ରଭୁ ଜାନି ା ଜବତ ଗଞ୍ଜେଇର ପରିମାଣ ୮ କୁଇଣ୍ଟାଲ ୨୦ କେଜି ବୋଲି ଜଣାପଡିଛି। ଖବରରୁ ଜଣାପଡ଼ିଛି, ଏକ ନଡ଼ିଆ ବୋଝେଇ ଟ୍ରକ୍‌ରେ କୋରାପୁଟ ପଟୁ ଜୟପୁର ଦେଇ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ମିଳିଥିଲା। ଏହାକୁ ଆଧାରକରି ଅବକାରୀ କମିଶନର ଆଶିଷ କୁମାର ସିଂଙ୍କ ନିର୍ଦ୍ଦେଶରେ ଜୟପୁର ଘାଟିରେ ଟ୍ରକ୍‌ (ବିଆର୍‌ ୨୫ ଜି- ୯୫୩୬)କୁ ଅଟକାଇ କର୍ମଚାରୀମାନେ ଯାଞ୍ଚ କରିଥିଲେ। ଟ୍ରକ୍‌ରୁ ଉପରୋକ୍ତ ପରିମାଣର ଗଞ୍ଜେଇ ମିଳିଥିଲା। ଏହାର ବଜାର ମୂଲ୍ୟ ୪୧ ଲକ୍ଷ ଟଙ୍କା ହେବ ା ଏହି ଚଢ଼ାଉରେ କୋରାପୁଟ ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ମନୋଜ ସେଠୀ, ଅବକାରୀ ନିରୀକ୍ଷକ ଦୁର୍ବାଦଳ ବିଶ୍ୱାଳ, ଓଆଇସି ସଞ୍ଜୟ ତାଣ୍ଡି, ଏଏସ୍‌ଆଇ ଏମ୍‌. ଲକ୍ଷ୍ମଣ ରାଓ, ମାଧବେଶ ମାରାଣ୍ଡି ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ଲକ୍ଷ୍ମୀପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପବିତ୍ରଙ୍କ ନାମାଙ୍କନପତ୍ର ଦାଖଲ

କୋରାପୁଟ,୨୨ା୪(ଅମିତାଭ ବେହେରା): ଲକ୍ଷ୍ମୀପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପବିତ୍ର ସାଉଁତା କୋରାପୁଟ ଅତିରିକ୍ତ ଜିଲାପାଳ ଲଗ୍ନଜିତ୍‌ ରାଉତଙ୍କଠାରେ ନାମାଙ୍କନପତ୍ର ଦାଖଲ କରୁଛନ୍ତି। ଏହି ଅବସରରେ...

ଦୀର୍ଘବର୍ଷ ପରେ ପୂଜା ପାଇବେ ପ୍ରଭୁ ରଘୁନାଥଜୀଉ, ମାଳିପୁଟ ଉତ୍ସବମୁଖର

ପଟାଙ୍ଗି,୨୨ା୪(ଶରତ ଧଳ): ଦୀର୍ଘବର୍ଷ ଧରି ଗ୍ରାମବାସୀଙ୍କ ଶ୍ରମଦାନ ଓ ଜଣେ ବ୍ୟକ୍ତିଙ୍କ ସ୍ବେଚ୍ଛାକୃତ ଅର୍ଥଦାନରେ ଗଢ଼ି ଉଠିଥିବା ମନ୍ଦିର ପ୍ରତିଷ୍ଠା କରି ସମସ୍ତଙ୍କ ପାଇଁ ଉଦାହରଣ...

ସପ୍ତଗିରିଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ ସ୍ତ୍ରୀ

କୋରାପୁଟ,୨୧।୪(ଅମିତାଭ ବେହେରା): ଚଳିତ ସାଧାରଣ ନିର୍ବାଚନରେ କୋରାପୁଟ ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ସପ୍ତଗିରି ଉଲାକାଙ୍କୁ ପ୍ରାର୍ଥୀଭାବେ ରିପିଟ କରାଯାଇଛି। ବର୍ତ୍ତମାନ ସପ୍ତଗିରି...

ପାହାଡ଼ ଜଙ୍ଗଲରେ ନିଆଁ

ଦାମନଯୋଡ଼ି,୨୧ା୪(ମାନସ ରଞ୍ଜନ କର): ଲୋକ ସଚେତନତା ଅଭାବରୁ ଜଙ୍ଗଲରେ ନିଆଁ ହୁତୁହୁତୁ ହୋଇ ଜଳୁଛି। ଜଙ୍ଗଲ ପାହାଡ଼ ନିଆଁ ଯୋଗୁ ଜଙ୍ଗଲ ଜୀବଜନ୍ତୁ ଭୟଭୀତ ହୋଇପଡ଼ିଥିବା...

ବେସରକାରୀ ଛାତରେ ଲାଗିଛି ସରକାରୀ ହୋର୍ଡିଂ

ସୁନାବେଡା,ସେମିଳିଗୁଡା,୨୧ା୪କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼: ସୁନାବେଡା ପୌର ପରିଷଦ ଅଧୀନ ସେମିଳିଗୁଡା ଗୋପବନ୍ଧୁ ନଗରଠାରେ ମିଶନ୍‌ ଶକ୍ତି ଏବଂ ନୂଆ-ଓ ର ଦୁଇଟି ବଡ ହୋର୍ଡିଂ ଲାଗିଛି।...

ତୃତୀୟ ଦିନରେ କୋରାପୁଟ ଲୋକ ସଭା ପାଇଁ ୨ ପ୍ରାର୍ଥୀ, ବିଧାନସଭା ପାଇଁ ଜଣେ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୦ା୪(ଅମିତାଭ ବେହେରା): ଶନିବାର ନାମାଙ୍କନପତ୍ର ଦାଖଲର ତୃତୀୟ ଦିନ ହୋଇଥିବା ବେଳେ କୋରାପୁଟ ଲୋକ ସଭା ଆସନ ପାଇଁ ୨ ଜଣ ଓ କୋରାପୁଟ ବିଧାନସଭା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri