Odisha Elections 2024

ଆମ ଜିଲା ଖବର

ହଷ୍ଟେଲରେ ଲାଗିଲା ନିଆଁ: ଜଳିଗଲା ଛାତ୍ରୀଛାତ୍ରଙ୍କ ବିଭିନ୍ନ ସାମଗ୍ରୀ

ରାୟଗଡ଼ା ଅଫିସ,୨୧।୧୨: ରାୟଗଡ଼ାର ସାଇପ୍ରିୟା ନଗରରେ ଥବା ଅନ୍ବେଷା ଛାତ୍ରୀଛାତ୍ର ହଷ୍ଟେଲରେ ଶର୍ଟସର୍କିଟ୍‌ରୁ ନିଆଁ ଲାଗିଯାଇଛି। ଉକ୍ତ ହଷ୍ଟେଲର ଏକ ଗୋଦାମ ଘରେ ଥିବା ଗଦି, ପିଲାଙ୍କ ଚୌକି, ଆସବାବପତ୍ର, ଅନ୍ୟାନ୍ୟ ଦରକାର ସାମଗ୍ରୀ ଜଳି ପୋଡ଼ି ନଷ୍ଟ ହୋଇଯାଇଛି।...

ଛାତ୍ରୀଙ୍କୁ ଅସଦାଚରଣ ମାମଲା: ୩ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୨୧।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅଞ୍ଚଳର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ମାଆ ଏନେଇ କେ. ନୂଆଗାଁ ଥାନାରେ ଏତଲା ଦେବା ପରେ ଆଇଆଇସି ମାଧବାନନ୍ଦ ନାୟକ ଘଟଣାର ତଦନ୍ତ କରି...

ବନବିଭାଗର ଚଢ଼ାଉ: କାଠ ବୋଝେଇ ମିନିଟ୍ରକ୍‌ ଜବତ

କେନ୍ଦୁଝର,୨୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବନବିଭାଗ ପକ୍ଷରୁ ଶୁକ୍ରବାର ରାତିରେ ଚଢ଼ାଉ କରାଯାଇ ଯୋଡ଼ା ବ୍ଲକ ରୁଗୁଡି ଅଞ୍ଚଳରୁ ଏକ ଚୋରା କାଠ ବୋଝେଇ ମିନିଟ୍ରକ୍‌ ଜବତ ହୋଇଛି। ଉକ୍ତ ଗାଡ଼ିରେ ୧୦୦ ସିଫ୍ଟରୁ ଊର୍ଦ୍ଧ୍ୱ ମୂଲ୍ୟବାନ କାଠ ଥିବା ଜଣାପଡିଛି।...

ଭିଜିଲାନ୍ସ ଜାଲରେ ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ

ଘସିପୁରା,୨୧।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବଳ ପଣ୍ଡା ଶନିବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭୋର ସମୟରୁ ପଣ୍ଡାଙ୍କ ଆନନ୍ଦପୁରସ୍ଥିତ ସରକାରୀ ବାସଭବନ ସମେତ ଭୁବନେଶ୍ୱର, ରାଉରକେଲା, କେନ୍ଦ୍ରାପଡ଼ା ଆଦି ଅଞ୍ଚଳରେ ଥିବା...

ପଦବୀ ହରାଇଲେ ଶାରୀରିକ ଶିକ୍ଷା ନିରୀକ୍ଷକ

ବରଗଡ଼ ଅଫିସ,୨୧।୧୨: ବରଗଡ଼ ଜିଲା ଶାରୀରିକ ଶିକ୍ଷା ନିରୀକ୍ଷକ(ଆଇପିଇ) ତ୍ରିଲୋକ୍ୟ ନାୟକଙ୍କଠାରୁ ଜିଲା ଶିକ୍ଷାଧିକାରୀ ପ୍ରକାଶ କୁମାର ଯୋଶୀ ଏହି ପଦବୀ କାଢ଼ି ନେଇଛନ୍ତି। ଅପରପକ୍ଷେ ଏହି ପଦବୀରେ ସମଲେଶ୍ୱରୀ ହାଇସ୍କୁଲ, ଅମ୍ବାପାଲିର ଶାରୀରିକ ଶିକ୍ଷା ଶିକ୍ଷକ(ପିଇଟି) ଭାଗୀରଥି ମହାରଣାଙ୍କୁ...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଛେଣ୍ଡିପଦା,୨୧।୧୨(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ଭଟ୍ଟପାଳ ଗାଁରେ ଶନିବାର ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ଭଟ୍ଟପାଳ ଗାଁର କାର୍ତ୍ତିକ ବେହେରା (୫୧) । ସୂଚନାଯୋଗ୍ୟ, କାର୍ତ୍ତିକ ସକାଳେ...

ସିଏଏ, ଏନ୍‌ଆର୍‌ସିକୁ ବିରୋଧ: ଜିଲାପାଳଙ୍କ ବୁଝାଶୁଝା ପରେ ହଟିଲା ଆନ୍ଦୋଳନ

କେନ୍ଦ୍ରାପଡ଼ା ଅଫିସ,୨୧।୧୨: କେନ୍ଦ୍ରାପଡ଼ା ଜିଲାର ମୁସଲମାନ ଓ ଦଳିତ ମହାସଂଘ ପକ୍ଷରୁ ସିଏଏ ଓ ଏନ୍‌ଆର୍‌ସିକୁ ଶନିବାର ସକାଳେ ବିରୋଧ କରାଯାଇ ସହରର ନୂଆ ଇଦ୍‌ଗାହ ପଡିଆଠାରୁ ଲୋକେ ନୀରବ ଶୋଭାଯାତ୍ରାରେ ବାହାରିଥିଲେ। ମାତ୍ର ସହର ମଧ୍ୟରେ ଶୋଭାଯାତ୍ରା ପାଇଁ...

ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ: ଚାହାଣି ମଣ୍ଡପରେ ଯୁବକ ଫୋନରେ କଥା ହେବା ଫଟୋ ଭାଇରାଲ

ପୁରୀ ଅଫିସ,୨୧।୧୨: ଶ୍ରୀମନ୍ଦିର ଚାହାଣି ମଣ୍ଡପରେ ଜଣେ ଯୁବକ ଫୋନରେ କଥା ହେବାର ଫଟୋ ଶନିବାର ଭାଇରାଲ ହୋଇଛି। ଫଳରେ ମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କଡ଼ା ସୁରକ୍ଷା ବଳୟ ଅତିକ୍ରମ କରି କିଭଳି ଯୁବକ ଫୋନରେ...

ରାମଚଣ୍ଡୀ ନିକଟରେ ଦୁର୍ଘଟଣା, ୬ ଗୁରୁତର

ପୁରୀ ଅଫିସ,୨୧।୧୨: ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ ରୋଡ୍‌ ରାମଚଣ୍ଡୀ ନିକଟରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଘରୋଇ ବସ୍‌ ଓ ଟାଭେଲ୍ସ କାର୍‌ ମଧ୍ୟରେ ଧକ୍କା ହୋଇଛି। ଫଳରେ କାରରେ ଥିବା ୬ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ...

ଶ୍ରୀଜିଉଙ୍କୁ ଦର୍ଶନ କଲେ ଭେଙ୍କଟେଶ ପ୍ରସାଦ

ପୁରୀ ଅଫିସ,୨୧।୧୨: ପୂର୍ବତନ କ୍ରିକେଟର ତଥା ଭାରତ-ଓ୍ବେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଘୋଷକ ଭେଙ୍କଟେଶ ପ୍ରସାଦ ଶନିବାର ପୁରୀ ଆସିଥିବା ବେଳେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରର ସ୍ବତନ୍ତ୍ର ଅଧିକାରୀ ଶୁଭ୍ରାଂଶୁ ଶେଖର ପାଢ଼ୀ...

ପ୍ରେମକୁ ମିଳିଲା ନାହିଁ ପରିବାରର ସ୍ବୀକୃତି: ଜୀବନ ହାରିଲେ ପ୍ରେମୀଯୁଗଳ

କବିସୂର୍ଯ୍ୟନଗର,୨୧।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ବାଲିଛାଇ ଫାଣ୍ଡି ଅଞ୍ଚଳ ସୁନାପଲ୍ଲୀ ଗ୍ରାମରେ ଶନିବାର ଏକ ପ୍ରେମୀଯୁଗଳ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଗ୍ରାମର ବିଜ୍ଞାନୀ ନାହକ ଓ କୈଳାସ ନାହକ। ସକାଳେ ଗ୍ରାମର ହରିଜନ ସାହି ନିକଟରେ ଥିବା...

କମ୍‌ ଦରରେ ସାମଗ୍ରୀ ଦେବା ଆଳରେ ୨ କୋଟିରୁ ଊର୍ଦ୍ଧ୍ୱ ଠକେଇ: ରାତାରାତି ଦୋକାନୀ ଫେରାର

ବାସୁଦେବପୁର,୨୧।୧୨: ଭଦ୍ରକ ଜିଲା ବାସୁଦେବପୁର ବଜାର ନିକଟସ୍ଥ ବ୍ଲକ ରୋଡ୍‌ରେ ଗତ ଏକ ମାସ ତଳେ ଦୁର୍ଗା ଏଜେନ୍ସି ନାମରେ ଏକ ସଂସ୍ଥା ଦୋକାନ ଖୋଲିଥିଲା। ତେବେ ଉକ୍ତ ଦୋକାନୀ ଲୋକଙ୍କୁ ସାମଗ୍ରୀ ଦେବା ଆଳରେ ପ୍ରାୟ ୨ କୋଟି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri