ଆମ ଜିଲା ଖବର

୨୧ ବର୍ଷ ପରେ ଫେରାର ଅଭିଯୁକ୍ତ ଗିରଫ

ଜୟପୁର,୩୦ା୫ (ନି.ପ୍ର.)- ୨୧ ବର୍ଷ ଧରି ଫେରାର ଥିବା ଅଭିଯୁକ୍ତଙ୍କୁ ଜୟପୁର ଟାଉନ ପୋଲିସ ଗିରଫ କରିଛି। ସେ ହେଲେ ଗଙ୍ଗାନଗରର ଇସାକ ଖାନ (୬୯)। ପୋଲିସ ସୂଚନାନୁଯାୟୀ, ୨୦୦୧ରେ ଇସାକ ଖାନ ନାମରେ ଜୟପୁର ଟାଉନ ଥାନାରେ ଚୋରି ମାମଲା…

ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ

କୋରାପୁଟ,୩୦ା୫(ସ୍ବ.ପ୍ର.): କୋରାପୁଟ-ଜୟପୁର ୨୬ ନଂ. ଜାତୀୟ ରାଜପଥର ବଗେଇପଦର ଛକ ନିକଟରେ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ ହୋଇଛି। ମୃତକ ହେଲେ ଜୟପୁର ସହର ପାୱ୍ବାର ହାଉସ କଲୋନୀର ଅମୂଲ୍ୟ ତ୍ରିପାଠୀ। ସେ ଜୟନଗରରେ ଚୁଡି ବ୍ୟବସାୟ କରୁଥିଲେ। ମୃତକଙ୍କ…

ରାୟଗଡ଼ାକୁ ୩ ସ୍ବର୍ଣ୍ଣ, ୧ ରୌପ୍ୟ

ରାୟଗଡା ଅଫିସ,୩୦ା୫: ପଶ୍ଚିମବଙ୍ଗର ହାୱଡାଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗିତାରେ ରାୟଗଡ଼ାର ଶହୀଦ ଲକ୍ଷ୍ମଣ ନାୟକ ଜିମ୍‌ର ଲିପ୍‌ସା ଖୋସଲା(୧୩) ୫୩ ବର୍ଗରେ ଭାଗ ନେଇ ୮୫ କେଜି ଭାରୋତ୍ତଳନ କରି ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ…

ଭାରତୀୟ ଟିମ୍‌ରେ ଗୁଣପୁରର ଦୁଇ ଖେଳାଳି

ଗୁଣପୁର,୩୦ା୫(ଡି.ଏନ୍‌.ଏ.): ନେପାଳର ପୋଖରାଠାରେ ମେ ୨୯ରୁ ୩୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଅନ୍ତର୍ଜାତୀୟ ଫୁଟସାଲ ଚମ୍ପିୟନଶିପ୍‌ ପାଇଁ ରାୟଗଡ଼ା ଜିଲା ଗୁଣପୁରର ୨ ଖେଳାଳି ଚୟନ ହୋଇଛନ୍ତି। ଦୁହେଁ ହେଲେ ଜିଆଇଇଟି ବିଶ୍ୱବିଦ୍ୟାଳୟର ବି.ଟେକ୍‌(କୃଷି ବୈଷୟିକ ବିଭାଗ) ତୃତୀୟ ବର୍ଷର ଛାତ୍ର…

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ସ୍କୁଲ ପାଚେରି

ମାଲକାନଗିରି,୩୦ା୫(ଡି.ଏନ୍‌.ଏ.): ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ସ୍କୁଲ ପାଚେରି। ଅସରାଏ ବର୍ଷାରେ ଶନିବାର ରାତିରେ ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଅଁଳାପଦର ସ୍କୁଲର ପାଚେରି ନଷ୍ଟ ହୋଇଛି। ଜିଲାରେ ୫-ଟି ଅଧୀନରେ ରୂପାନ୍ତରିତ ସ୍କୁଲଗୁଡ଼ିକର ରୂପରେଖ ବଦଳିଛି। ସରକାରୀ ସ୍କୁଲ…

ଦୃଷ୍ଟି ଆକର୍ଷଣ କରୁଛି ମଧୁବନୀ ଚିତ୍ରକଳା

ଢେଙ୍କାନାଳ ଅଫିସ,୩୦ା୫: ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି)ରେ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା କରାଯାଇଥିବା ପ୍ରାଚୀର ଚିତ୍ର ଆକର୍ଷଣୀୟ ହୋଇଥିବା ବେଳେ ମଧୁବନୀ ଚିତ୍ରକଳା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଛାତ୍ରୀଛାତ୍ର, ଅଧ୍ୟାପକମାନେ ଚିତ୍ରକଳାକୁ ଉପଭୋଗ କରୁଛନ୍ତି। ହରିଣ, ହାତୀ, ଚଢେଇ, ଗଛଲତା…

ମାଛ ଭାଗବଣ୍ଟାକୁ ନେଇ ଅସନ୍ତୋଷ, ପୋଖରୀ କୂଳରେ ପଡ଼ିରହିଲା ୫୦ କିଲୋ ମାଛ

ଛେଣ୍ଡିପଦା,୩୦ା୫(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡା ଥାନା କୋରଡା ଗ୍ରାମରେ ବଡ଼ବନ୍ଧ ପୋଖରୀ ମାଛ ଭାଗବଣ୍ଟାକୁ କେନ୍ଦ୍ରକରି ରବିବାର ତୀବ୍ର ଅସନ୍ତୋଷ ଦେଖାଦେଇଛି। ଫଳରେ ବଡବନ୍ଧ ପୋଖରୀ କୂଳରେ ୫୦ କିଲୋରୁ ଊର୍ଦ୍ଧ୍ୱ ମାଛ ପଡ଼ି ରହିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, କୋରଡା…

ଜୁନ ୧ରୁ ଅର୍ଥନୈତିକ ଅବରୋଧ ଆନ୍ଦୋଳନ

ତାଳଚେର,୩୦ା୫(ନି.ପ୍ର.): ତାଳଚେର ସରକାରୀ ମେଡିକାଲ କଲେଜ ପରିଚାଳନା ନେଇ ରାଜ୍ୟ ସରକାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରୁ ନ ଥିବାରୁ ପୂର୍ବ ଘୋଷଣା ଅନୁଯାୟୀ ତାଳଚେର ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜୁନ ୧ ତାରିଖଠାରୁ ତାଳଚେରରେ ୭୨…

ସମସ୍ୟାରେ ଗୋଲିଆ ଆଦର୍ଶ ବିଦ୍ୟାଳୟ

ବୁଗୁଡ଼ା,୩୦ା୫(ଡି.ଏନ୍‌.ଏ.): ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମ୍ପ୍ରତି ସ୍ମାର୍ଟ ସ୍କୁଲ୍‌ର ମାନ୍ୟତା ପାଇଥିଲେ ସୁଦ୍ଧା ବିଭିନ୍ନ ସମସ୍ୟାଘେରରେ ରହି ତା’ର ଆଦର୍ଶତା ହରାଉଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି। ଦୀର୍ଘଦିନ ହେଲା ବିଦ୍ୟାଳୟରେ ସ୍ଥାୟୀ…

ଅଚଳାବସ୍ଥାରେ ଆମ ପୋଲିସ ସମିତି

ବଅଁରପାଳ,୩୦ା୫(ଡି.ଏନ.ଏ.): ଜନସାଧାରଣ ଓ ପୋଲିସ ମଧ୍ୟରେ ସୁସମ୍ପର୍କ ସ୍ଥାପନ ସହ ଅପରାଧ ହ୍ରାସ କରିବା ଉଦ୍ଦେଶ୍ୟରେ ୨୦୧୩ ମସିହାରେ ସରକାରଙ୍କ ପକ୍ଷରୁ ଆମ ପୋଲିସ ସମିତି ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଏହା ପ୍ରଥମେ ଅନୁଗୋଳ ଜିଲା ନାଲ୍‌କୋ ଥାନାରେ କାର୍ଯ୍ୟକ୍ଷମ ହୋଇଥିଲା।…

ପ୍ରାର୍ଥୀଙ୍କୁ ନେଇ ଛକାପଞ୍ଝା, ଆଜି ନାମାଙ୍କନ

ଦିଗପହଣ୍ଡି,୩୦ା୫(ଡି.ଏନ୍‌.ଏ.): ଦିଗପହଣ୍ଡିରେ ପ୍ରାଥମିକ ସେବା ସମବାୟ ସମିତି ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ସୋମବାର ୧୫ ନିର୍ଦ୍ଦେଶକ ପଦବୀ ପାଇଁ ନାମାଙ୍କନ ଦାଖଲ ଲାଗି ପ୍ରଶାସନିକ ସ୍ତରରେ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦଳୀୟ ସଙ୍କେତରେ ନିର୍ବାଚନ ହେଉ…

ମୁକ୍ତାଦେବୀ ଠାକୁରାଣୀ ଯାତ୍ରା ଆରମ୍ଭ

ଚିକିଟି,୩୦ା୫(ଡି.ଏନ.ଏ.): ଗଞ୍ଜାମ ଜିଲା ଚିକିଟିପେଣ୍ଠର ଅଧିଷ୍ଠାତ୍ରୀ ଦେବୀ ମା’ ମୁକ୍ତାଦେବୀ ଠାକୁରାଣୀଙ୍କ ଯାତ୍ରା ଶନିବାରରୁ ଆରମ୍ଭ ହୋଇଛି। ସକାଳେ ମା’ଙ୍କୁ ପଞ୍ଚାମୃତ ଜଳରେ ମହାସ୍ନାନ, ମାର୍ଜନା ପୂଜାର୍ଚ୍ଚନା କରାଯାଇଥିଲା। ପ୍ରଚଳିତ ପ୍ରଥା ଅନୁଯାୟୀ ଶୁକ୍ରବାର ଅପରାହ୍ନରେ ମା’ଘର ପରିବାର ବନ୍ଧୁ ବର୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?