ନାଚ,ଗୀତରେ ଝୁମିଲେ ବରଯାତ୍ରୀ

ବାହାନଗା,୬।୬(ଡି.ଏନ.ଏ.) ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଞ୍ଜି ପଞ୍ଚାୟତର ଖରିଦା ଓ ଖନ୍ତାପଡ଼ା ପଞ୍ଚାୟତର ଚିତାପଦା ଗ୍ରାମରେ ଦେବଦମ୍ପତିଙ୍କ ବିବାହ ଉତ୍ସବ ଶେଷ ହୋଇଛି। ଚିତାପଦା ଗ୍ରାମସ୍ଥିତ ବାବା ଚିତ୍ରେଶ୍ୱରଙ୍କ ବିବାହ ନିମନ୍ତେ ମନ୍ଦିର ପରିସରରୁ ବରଯାତ୍ରୀ ଶୋଭାଯାତ୍ରାରେ ବାହାରି ଖନ୍ତାପଡ଼ା ବଜାର ପରିକ୍ରମା କରି ମାତା ପାର୍ବତୀଙ୍କ ଘରେ ପହଞ୍ଚି ଥିଲେ। ସାଥିରେ ପୁରୀର ଘଣ୍ଟୁଆ, ଚାନ୍ଦବାଲିର ଷଣ୍ଢ ନାଚ, କେନ୍ଦ୍ରାପଡାରୁ ଦୁଲଦୁଲି ବାଦ୍ୟ, କଣ୍ଟିଆଟିକିରିରୁ ବ୍ୟାଣ୍ଡ୍‌ପାର୍ଟି, ଅତାପୁରରୁ କୀର୍ତ୍ତନ ଦଳ, ବାଲେଶ୍ୱରରୁ ଡିଜେ, ଗୋପରୁ ପଞ୍ଜାବି ବାଦ୍ୟର ତାଳେ ତାଳେ ବରଯାତ୍ରୀ ଦଳ ନାଚିନାଚି କନ୍ୟା ଘରକୁ ଯାଇଥିଲେ। ଦେବଦମ୍ପତିଙ୍କ ବିବାହ ପରେ କନ୍ୟା ପିତା ଲାମ୍ବୋଧର ପ୍ରଧାନ ଯୌତୁକ ନିମନ୍ତେ ନାଗନାଗୁଣି ସମେତ ୫ ହଜାର ଅର୍ଥ ରାଶି, ୫ ଏକର ଶ୍ମଶାନ ଜମି ପ୍ରଦାନ କରିଥିଲେ। ଶିବପାର୍ବତୀ ଉନ୍ନୟନ କମିଟିର ସଭାପତି ଦିଲ୍ଲୀପ କୁମାର ଦାସଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରମାକାନ୍ତ ବାରିକ୍‌, ଶରତ ପାଣିଗ୍ରାହୀ, ବିରେନ୍ଦ୍ର ସ, ବିଜୟ କୁମାର ଦାସ, ରବୀନ୍ଦ୍ର ପ୍ରଧାନ, ବସନ୍ତ ବେହେରା,ପର୍ଶୁରାମ ବେହେରା, ରାଜେନ୍ଦ୍ର ସ, ଜଗନ୍ନାଥ ବାରିକଙ୍କ ସମେତ ଚିତାପଦା ଗ୍ରାମବାସୀ ଏଥିରେ ସହଯୋଗ କରିଥିଲେ। ଚିତ୍ରେଶ୍ୱର ମହାଦେବଙ୍କ ପିତା ଭାବେ ଜୟକୃଷ୍ଣ ବାରିକଙ୍କ ସହିତ ପାର୍ବତୀଙ୍କ ପିତା ଲାମ୍ବୋଧର ପ୍ରଧାନଙ୍କର ସମୁଦି ମିଳନ ହୋଇଥିଲା। ସେହିପରି ଅଞ୍ଜି ପଞ୍ଚାୟତର ଖରିଦା ଗ୍ରାମରେ ଶିବପାର୍ବତୀଙ୍କ ବିବାହ ଉତ୍ସବ ପଣ୍ଡିତ ଗୟାଧର ଶତପଥୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। କନ୍ୟା ପିତା ଭାବେ ହୃଷିକେଶ ଓଝା ଓ ବରପିତା ଭାବେ ନରହରୀ ନାୟକ ଦାୟିତ୍ୱ ତୁଲାଇଥିଲେ। ଶତୃଘନ ନନ୍ଦ,ଗଦାଧର ଶତପଥୀ, ବିଶ୍ୱଜିତ୍‌ ଦାସ, ବିଜୟା ନନ୍ଦ ବାରିକ୍‌, ତପନ କୁମାର ରାଉତଙ୍କ ସମେତ ଖରିଦା ଗ୍ରାମବାସୀଙ୍କ ସହଯୋଗରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri