ବିମୋହିତ କରୁଛି ‘କୁରୁସି’

କେନ୍ଦୁଝର, ୬।୬ କେନ୍ଦୁଝର ବଣ ପାହାଡ଼ରେ ବିଭିନ୍ନ ଜାତିର ଓ ରଙ୍ଗର ଫୁଲ ବିଭିନ୍ନ ଋତୁରେ ଶୋଭାବର୍ଦ୍ଧନ କରିଥାଏ। ସେଥିମଧ୍ୟରୁ କୁରୁସି ବା କୁରେଇ ଫୁଲ ଅନ୍ୟତମ। ବିଶେଷ କରି ଏହି ଋତୁରେ ଧଳା ରଙ୍ଗର ଏହି ଫୁଲ ସମସ୍ତଙ୍କୁ ବିମୋହିତ କରିଥାଏ ା ଏହି ଜଙ୍ଗଲୀ ଫୁଲ ଲେଖକ ଓ କବିଙ୍କୁ ମଧ୍ୟ ଆକର୍ଷିତ କରିଥାଏ ା
ବିଶେଷ କରି ମହିଳାଙ୍କ ଏହି ଫୁଲ ଅଧିକ ପସନ୍ଦ। କାମ କରିବାକୁ ଗଲେ ବା ହାଟବଜାର ଗଲେ ଏହି ଫୁଲକୁ ଗଭାରେ ଖୋଷି ସଜ୍ଜିତ ହୋଇ ଯାଇଥାନ୍ତି। ଯାହାକି ସେମାନଙ୍କ ପରିପାଟୀକୁ ଅଧିକ ଆକର୍ଷଣୀୟ କରିଥାଏ। ସେହିପରି ଏହି ଫୁଲ ପ୍ରଦାନ କରି ଓ ଏହାର ମାଳ ପିନ୍ଧାଇ ଅତିଥିଙ୍କୁ ସମ୍ବର୍ଦ୍ଧନା ଦେଇଥାନ୍ତି। ଯଦିଓ ଆଜିକାଲି ଏହାର ବ୍ୟବହାର କମୁଛି ତେବେ ଏହି ଫୁଲ ଏବେ ମଧ୍ୟ ବଣପାହାଡ଼ ତଥା ଗାଁଗଣ୍ଡା ବାଡ଼ି ଓ ରାସ୍ତା କଡ଼ରେ ଆପେ ଆପେ ଫୁଟି ଏହାର ସୌନ୍ଦର୍ଯ୍ୟ ବିଛୁରିତ କରି ଝଡିଯାଏ ା ତେବେ ଏହାକୁ ଦେଖି ଲେଖକ, ଭାବୁକ ତଥା କବି ବିମୋହିତ ହୋଇ ଦୁଇ ପଦ ସୌନ୍ଦର୍ଯ୍ୟତାର ଗୁଣଗାନ କରିବାକୁ ଭୁଲନ୍ତି ନାହିଁ। ଏହି ଫୁଲ ବିଶେଷ କରି ବାଂଶପାଳ, ତେଲକୋଇ, ହରିଚନ୍ଦନପୁର ବ୍ଲକର ବଣପାହାଡ଼ରେ ଅଧିକ ଦେଖିବାକୁ ମିଳିଥାଏ। ପ୍ରାକୃତିକ ପରିବେଶରେ ଏହି ଗଛ ଆପେ ଉଠୁଥିବାରୁ ବଣପାହାଡ଼ ଅଞ୍ଚଳ ତଥା ରାସ୍ତାଘାଟରେ ବହୁ ସଂଖ୍ୟାରେ ଏହି ଗଛ ଦେଖିବାକୁ ମିଳିଥାଏ। ଏପରିକି ଏହି ଅଞ୍ଚଳ ଦେଇ ଯାଉଥିବା ପର୍ଯ୍ୟଟକ ତଥା ବାଟୋଇ ମାନେ ମଧ୍ୟ ରାସ୍ତାର ଦୁଇ ପାର୍ଶ୍ୱରେ ଫୁଟିଥିବା ଏହି ଫୁଲର ପସରା ଦେଖି ବିମୁଗ୍ଧ ହୋଇଥାନ୍ତି। ବରିଷ୍ଠ ସାହିତି୍ୟକ ଓ କବି ଡକ୍ଟର ବିମ୍ବାଧର ବେହେରା କୁହନ୍ତି ଯେ, ପିଲା ଦିନରୁ ଏହି ଫୁଲ ଦେଖିଆସୁଛନ୍ତି। ଏହି ଜଙ୍ଗଲୀ ଫୁଲର ସାୈନ୍ଦର୍ଯ୍ୟ ଜଙ୍ଗଲ ଓ ପାହାଡ ପରିବେଶର ସାୈନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସେପଟେ ପାଣି, ଏପଟେ ବାଲି

ଭୁବନେଶ୍ୱର(ବ୍ୟୁରୋ)/ଝାରସୁଗୁଡ଼ା ଅଫିସ୍‌, ୨୦।୫: ସେପଟେ ଢେଉ ଖେଳୁଛି ଅକାତକାତ ଜଳରାଶି। ଏପଟେ ରାଶି ରାଶି ବାଲି। ମରୁଭୂମିର ଭ୍ରମ। ଶୁଖିଲା ପଡ଼ିଛି ନଦୀ ଶଯ୍ୟା। ସୀମାନ୍ତ...

ଓଭରବ୍ରିଜ୍‌ ତଳୁ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ୱର,୩୦ା୧(ବ୍ୟୁରୋ): ଖାରବେଳ ନଗର ଥାନା ପୋଲିସ ସତ୍ୟନଗର ଅଞ୍ଚଳରେ ଚଢାଉ କରି ଓଭରବ୍ରିଜ୍‌ ତଳୁ ୫.୧୫୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ...

୩ ଘଣ୍ଟିଆ ଚକାଜାମ୍‌

ସମ୍ବଲପୁର,୧୩ା୨(ବ୍ୟୁରୋ): ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଶନିବାର ସମ୍ବଲପୁର ଜିଲା ଭାଜପା ପକ୍ଷରୁ ୩ ଘଣ୍ଟିଆ ଚକା ଜାମ୍‌ କରାଯାଇଥିଲା। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ...

ଖରାରେ କାମ କରୁଛନ୍ତି ଶ୍ରମିକ

କେନ୍ଦୁଝର, ୫।୫ (ଡି.ଏନ୍‌.ଏ.): ଚଳିତ ବର୍ଷ ମାର୍ଚ୍ଚ ମାସରୁ ଦିନକୁ ଦିନ ଖରା ବଢିବାରେ ଲାଗିଛି। ଏପରିକି ଏପ୍ରିଲ ମାସରେ କେନ୍ଦୁଝରରେ ଖରା ପ୍ରାୟ ୪୦ଡିଗ୍ରୀ ଉପରେ...

ଶ୍ରୀଜୀଉଙ୍କୁ ଦର୍ଶନ କଲେ ୫-ଟି ସଚିବ

ପୁରୀ ଅଫିସ,୫।୨: ପୁରୀ ଗସ୍ତରେ ୫ଟି ସଚିବ ଭି.କେ ପାଣ୍ଡିଆନ। ଆଜି ସେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ କାର୍ଯ୍ୟର...

କରୋନା ପ୍ରଭାବ: ଶୂନଶାନ ବାରିପଦା ଛଉପଡ଼ିଆ

ବାରିପଦା ଅଫିସ, ୧୪ା୪- ଚୈତ୍ର ମାସ ଆସିଲେ ଦୁଲୁକି ଉଠେ ମୟୂରଭଞ୍ଜ ମାଟି। ବିଶ୍ୱ ପ୍ରସିଦ୍ଧ ଲୋକନୃତ୍ୟ ଛଉର ତାଳ ତାଳେ ବାଦ୍ୟକାର ଏବଂ ନୃତ୍ୟଶିଳ୍ପୀମାନେ...

ଫ୍ଲାଏ ଆଶ୍‌ରୁ ଅସମ୍ଭାଳ ବାୟୁ ପ୍ରଦୂଷଣ

ଯାଜପୁର ଅଫିସ,୧୦ା୩: ରାଜ୍ୟରେ ୨୦୧୨-୧୩ଠାରୁ ୨୦୧୯-୨୦ ମଧ୍ୟରେ ବିଭିନ୍ନ କାରଖାନାର କୋଇଲା ଭିତ୍ତିକ ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ନିର୍ଗତ ୬,୭୬,୩୯,୪୬୨ ମେଟ୍ରିକ ଟନ(ଏମଟି) ଫ୍ଲାଏ ଆଶ୍‌...

ପୋଲିସ ଭୟରେ ଦୌଡ଼ି ପଳାଉଥିବା ବେଳେ ଜୀବନଗଲା

ବରଗଡ଼ ଅଫିସ୍‌,୭।୩: ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ସାନ ପିପିଲିପାଲି ଗ୍ରାମରେ ରବିବାର ଏକ ନିଛାଟିଆ ସ୍ଥାନରେ ଚାଲିଥିବା ଜୁଆ ଆଡ୍ଡାରେ ପୋଲିସ ଚଢ଼ାଉ...

Advertisement
Archives

Model This Week