ବିମୋହିତ କରୁଛି ‘କୁରୁସି’

କେନ୍ଦୁଝର, ୬।୬ କେନ୍ଦୁଝର ବଣ ପାହାଡ଼ରେ ବିଭିନ୍ନ ଜାତିର ଓ ରଙ୍ଗର ଫୁଲ ବିଭିନ୍ନ ଋତୁରେ ଶୋଭାବର୍ଦ୍ଧନ କରିଥାଏ। ସେଥିମଧ୍ୟରୁ କୁରୁସି ବା କୁରେଇ ଫୁଲ ଅନ୍ୟତମ। ବିଶେଷ କରି ଏହି ଋତୁରେ ଧଳା ରଙ୍ଗର ଏହି ଫୁଲ ସମସ୍ତଙ୍କୁ ବିମୋହିତ କରିଥାଏ ା ଏହି ଜଙ୍ଗଲୀ ଫୁଲ ଲେଖକ ଓ କବିଙ୍କୁ ମଧ୍ୟ ଆକର୍ଷିତ କରିଥାଏ ା
ବିଶେଷ କରି ମହିଳାଙ୍କ ଏହି ଫୁଲ ଅଧିକ ପସନ୍ଦ। କାମ କରିବାକୁ ଗଲେ ବା ହାଟବଜାର ଗଲେ ଏହି ଫୁଲକୁ ଗଭାରେ ଖୋଷି ସଜ୍ଜିତ ହୋଇ ଯାଇଥାନ୍ତି। ଯାହାକି ସେମାନଙ୍କ ପରିପାଟୀକୁ ଅଧିକ ଆକର୍ଷଣୀୟ କରିଥାଏ। ସେହିପରି ଏହି ଫୁଲ ପ୍ରଦାନ କରି ଓ ଏହାର ମାଳ ପିନ୍ଧାଇ ଅତିଥିଙ୍କୁ ସମ୍ବର୍ଦ୍ଧନା ଦେଇଥାନ୍ତି। ଯଦିଓ ଆଜିକାଲି ଏହାର ବ୍ୟବହାର କମୁଛି ତେବେ ଏହି ଫୁଲ ଏବେ ମଧ୍ୟ ବଣପାହାଡ଼ ତଥା ଗାଁଗଣ୍ଡା ବାଡ଼ି ଓ ରାସ୍ତା କଡ଼ରେ ଆପେ ଆପେ ଫୁଟି ଏହାର ସୌନ୍ଦର୍ଯ୍ୟ ବିଛୁରିତ କରି ଝଡିଯାଏ ା ତେବେ ଏହାକୁ ଦେଖି ଲେଖକ, ଭାବୁକ ତଥା କବି ବିମୋହିତ ହୋଇ ଦୁଇ ପଦ ସୌନ୍ଦର୍ଯ୍ୟତାର ଗୁଣଗାନ କରିବାକୁ ଭୁଲନ୍ତି ନାହିଁ। ଏହି ଫୁଲ ବିଶେଷ କରି ବାଂଶପାଳ, ତେଲକୋଇ, ହରିଚନ୍ଦନପୁର ବ୍ଲକର ବଣପାହାଡ଼ରେ ଅଧିକ ଦେଖିବାକୁ ମିଳିଥାଏ। ପ୍ରାକୃତିକ ପରିବେଶରେ ଏହି ଗଛ ଆପେ ଉଠୁଥିବାରୁ ବଣପାହାଡ଼ ଅଞ୍ଚଳ ତଥା ରାସ୍ତାଘାଟରେ ବହୁ ସଂଖ୍ୟାରେ ଏହି ଗଛ ଦେଖିବାକୁ ମିଳିଥାଏ। ଏପରିକି ଏହି ଅଞ୍ଚଳ ଦେଇ ଯାଉଥିବା ପର୍ଯ୍ୟଟକ ତଥା ବାଟୋଇ ମାନେ ମଧ୍ୟ ରାସ୍ତାର ଦୁଇ ପାର୍ଶ୍ୱରେ ଫୁଟିଥିବା ଏହି ଫୁଲର ପସରା ଦେଖି ବିମୁଗ୍ଧ ହୋଇଥାନ୍ତି। ବରିଷ୍ଠ ସାହିତି୍ୟକ ଓ କବି ଡକ୍ଟର ବିମ୍ବାଧର ବେହେରା କୁହନ୍ତି ଯେ, ପିଲା ଦିନରୁ ଏହି ଫୁଲ ଦେଖିଆସୁଛନ୍ତି। ଏହି ଜଙ୍ଗଲୀ ଫୁଲର ସାୈନ୍ଦର୍ଯ୍ୟ ଜଙ୍ଗଲ ଓ ପାହାଡ ପରିବେଶର ସାୈନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ମହିଳା ବିଜେଡି ଜିଲା ଉପସଭାପତି ହେଲେ କର୍ଲାମୁଣ୍ଡାର ମନ୍ଦିରା ନାଏକ, ଛୁଟିଲା ଶୁଭେଚ୍ଛା

କର୍ଲାମୁଣ୍ଡା,୨୩।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଜିଲା ପରିଷଦ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri