ସବୁ ଅଟୋ ପଛରେ ଲାଗିବ ଦର ସାରଣୀ

ପୁରୀ ଅଫିସ,୬।୬: ଅଟୋରେ ଲାଗିବ ଦର ତାଲିକା। ଅଟୋ ଚାଳକମାନେ ମନମୁତାବକ ଦର ନେଇପାରିବେ ନାହିଁ। ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଭିନ୍ନ ଭିନ୍ନ ଅଟୋ ଚାଳକ ଭିନ୍ନ ଭିନ୍ନ ଦର ନେଉଥିବା ବେଳେ ଯାତ୍ରୀମାନେ ଶୋଷଣର ଶିକାର ହେଉଥିଲେ। ଏନେଇ ବାରମ୍ବାର ଅଭିଯୋଗ ସାମ୍ନାକୁ ଆସିବା ପରେ ପୁରୀ ପୋଲିସ ଅଟୋ ଚାଳକଙ୍କ ସହ ସମନ୍ବୟ ବୈଠକ କରି ଦର ତାଲିକା ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛି। ରଥଯାତ୍ରା ସମୟରେ ଯାତ୍ରୀଙ୍କୁ ଲୁଟପାଟ୍‌ରୁ ରକ୍ଷା କରିବା ଉଦ୍ଦେଶ୍ୟରେ ଏହି ରେଟ୍‌ ଚାର୍ଟ ପ୍ରସ୍ତୁତ କରାଯାଇଛି। ରେଟ ଚାର୍ଟ ଅନୁଯାୟୀ, ରେଳଷ୍ଟେଶନରୁ ବାଲିଘାଟ ଯିବା ପାଇଁ ୧୫୦ ଟଙ୍କା, ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଯିବାକୁ ଶହେ ଟଙ୍କା ଓ ମଙ୍ଗଳାଘାଟକୁ ଯିବା ଲାଗି ୧୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହିଭଳି ୪୧ଟି ରୁଟ୍‌ ନିର୍ଦ୍ଧାରିତ ହୋଇଛି। ନିର୍ଦ୍ଧାରିତ ଦରଠାରୁ ଅଧିକ ଟଙ୍କା ନିଆଯାଇପାରିବ ନାହିଁ ବୋଲି ପୋଲିସ ପ୍ରଶାସନ ସ୍ପଷ୍ଟ କରିଛି। ପୋଲିସ ସହ ବୈଠକରେ କୁହାଯାଇଛି ଯେ, ପୁରୀକୁ ବହୁ ଭକ୍ତଙ୍କ ଆଗମନ ହେଉଛି। ଏହାକୁ ଦୃଷ୍ଟିରେ ରଖି ଦର ତାଲିକା ପ୍ରସ୍ତୁତ ହୋଇଛି। ସେହିଭଳି ଅଟୋ ଆସୋସିଏଶନ୍‌ ପୁରୀ ଅଟୋଚାଳକଙ୍କୁ ଯାତ୍ରୀଙ୍କ ସହ ଉତ୍ତମ ବ୍ୟବହାର କରିବା ନେଇ ସଚେତନ କରାଇବ। ରଥଯାତ୍ରା ସମୟରେ ଯାତ୍ରୀଙ୍କୁ ସହଯୋଗ ମନୋଭାବ ନେଇ କାର୍ଯ୍ୟ କରିବ। ପୁରୀ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଦ୍ୱାରା ଧାର୍ଯ୍ୟ ଅଟୋ ଭଡ଼ାଠାରୁ ଅଧିକ ଭଡ଼ା ଯାତ୍ରୀଙ୍କଠାରୁ ଆଦାୟ କରାଯିବ ନାହିଁ। ଦର ତାଲିକା ଅଟୋରେ ଲଗାଯିବ। ଫଳରେ ଯାତ୍ରୀମାନେ ତାଲିକା ଦେଖି ଅଟୋ ଭଡ଼ା ଦେଇପାରିବେ। ସବୁ ଅଟୋ ଆଗରେ ଷ୍ଟିକର ସହାୟତାରେ ପୁରୀ ପୋଲିସ ପକ୍ଷରୁ ଜାରି ଟୁରିଷ୍ଟ ହେଲ୍ପ ଲାଇନ୍‌ ନମ୍ବର (୬୩୭୦୯୬୭୧୦୦) ଲଗାଯିବ। କୌଣସି ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଲେ, ତୁରନ୍ତ ଏନେଇ ସୂଚନା ଦେଇପାରିବେ। ଅଟୋ ସମ୍ପର୍କିତ ସମସ୍ୟା ଦାୟିତ୍ୱରେ ଟ୍ରାଫିକ୍‌ ଡିଏସ୍‌ପି ମନୋବ୍ରତ ଶତପଥୀ ନୋଡାଲ୍‌ ଅଫିସର ଭାବେ କାର୍ଯ୍ୟ କରିବେ। ଅଟୋ ଚାଳକ ସଂଘ ସହ ହୋଇଥିବା ବୈଠକରେ ଅତିରିକ୍ତ ଏସ୍‌ପି ମିହିର ପଣ୍ଡା, ସିଟି ଡିଏସ୍‌ପି ଜନାର୍ଦ୍ଦନ ପାଢ଼ୀ, ଟ୍ରାଫିକ୍‌ ଡିଏସ୍‌ପି ମନୋବ୍ରତ ଶତପଥୀ ଏବଂ ଅନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ଦର ସାରଣୀ ସମ୍ପର୍କରେ ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ ସମୀର କୁମାର ଦଳାଇ କହିଛନ୍ତି, ଅଟୋ ଚାଳକମାନେ ଯାତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ଅନେକ ସମୟରେ ସାମ୍ନାକୁ ଆସୁଛି। ଅଧିକାଂଶ ବଚସା କେବଳ ଅଟୋ ଭଡ଼ାକୁ ନେଇ ହେଉଛି। ଏଣୁ ଆର୍‌ଟିଓ ଏବଂ ପୋଲିସ ପ୍ରଶାସନର ମିଳିତ ଉଦ୍ୟମରେ ଏଭଳି ସମସ୍ୟାର ସମାଧାନ କରାଯାଇଛି। ଏବେ ଯାତ୍ରୀମାନେ ଅଟୋ ପଛରେ ଲାଗିଥିବା ଦରସାରଣୀ ଦେଖି ଭଡ଼ା ପଇଠ କରିବେ। କୌଣସି ସମସ୍ୟା ହେଲେ ଟୁରିଷ୍ଟ ହେଲ୍ପ ଲାଇନ୍‌ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri