ହଟୁନି ଅଚଳାବସ୍ଥା, ଖାଦ୍ୟରୁ ବଞ୍ଚିତ ପିଲା

ଖଇରା,୬।୬(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ବ୍ଲକ ବର୍ତ୍ତନା ଗ୍ରାମ ପଞ୍ଚାୟତ ଅଧୀନ ପଦୁନା ଅଙ୍ଗନୱାଡି କେନ୍ଦ୍ରରେ କର୍ମୀ ଓ ଲୋକପ୍ରତିନିଧିଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ୨୦୧୪ରୁ ଲାଗି ରହିଥିବା ଅଚଳାବସ୍ଥା ଜିଲାପାଳଙ୍କ ହସ୍ତକ୍ଷେପ ପରେ ମଧ୍ୟ ହଟିପାରୁନି। ଯାହାର ପରିଣାମ କେନ୍ଦ୍ରରେ ଗ୍ରାମରୁ ପଢୁଥିବା ଶିଶୁ,ପ୍ରସୂତି ଓ ଗର୍ଭବତୀଙ୍କୁ ଭୋଗିବାକୁ ପଡୁଛି। ସମସ୍ୟାର ସ୍ଥାୟୀ ସମାଧାନ କରି ଅଚଳାବସ୍ଥା ହଟାଇବାକୁ ପଦୁନା ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି ା ଜଏଣ୍ଟ ଆକାଉଣ୍ଟରୁ ଅର୍ଥ ଉଠାଣକୁ ନେଇ ୨୦୧୪ରେ କର୍ମୀ ସଂଯୁକ୍ତା ସେଣ୍ଡ ଓ ୱାର୍ଡସଭ୍ୟ ନାରାୟଣ ଚନ୍ଦ୍ର ବେହେରାଙ୍କ ମଧ୍ୟରେ ବିବାଦ ଉଗ୍ରରୁପ ଧାରଣ କରିଥିଲା। ପରେ ତତ୍କାଳୀନ ଜିଲାପାଳ ସୁପରଭାଇଜର ଓ କର୍ମୀଙ୍କ ନାମରେ ଜଏଣ୍ଟ ଆକାଉଣ୍ଟ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ସୁପରଭାଇଜରଙ୍କ ନାମରେ ଏଭଳି ଆକାଉଣ୍ଟ ଖୋଲାକୁ କିଛି ଲୋକପ୍ରତିନିଧି ଓ ଜଣେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ପ୍ରତ୍ୟାହାର କରିନେଇଥିଲେ। କେନ୍ଦ୍ରର ଦାୟିତ୍ୱ ପଡ଼ୋଶୀ ସାନକମାରୀ ଅଙ୍ଗନୱାଡି କେନ୍ଦ୍ରର କର୍ମୀଙ୍କୁ ପ୍ରଦାନ କରାଗଲା, ହେଲେ ୨୦୧୬ରୁ ୨୦୨୨ ମସିହାରେ ୩ବର୍ଷରୁ ୬ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ସୁଇଟର ଓ ଜୋତା ପାଇଁ ଆସିଥିବା ଟଙ୍କା ବାଟମାରଣା ହେବା ପରେ ଗ୍ରାମବାସୀଙ୍କ ପକ୍ଷରୁ ଜୋରଦାର ବିରୋଧ ହୋଇଥିଲା ା ପରବର୍ତ୍ତୀ ସମୟରେ ସାନକମାରୀ କେନ୍ଦ୍ରର କର୍ମୀ ଦାୟିତ୍ୱରୁ ଅପସରି ଯାଇଥିଲେ। ପୁନଶ୍ଚ କୋଭିଡ୍‌ ଯୋଗୁଁ ବନ୍ଦ ପଡ଼ିଥିବା ଅଙ୍ଗନୱାଡି ମାର୍ଚ୍ଚ ମାସରେ ଖୋଲିବା ପରେ ମାର୍ଚ୍ଚ ୧୯ତାରିଖରେ ସମନ୍ନିତ ଶିଶୁ ଓ ମହିଳା ବିକାଶ ଅଧିକାରିଣୀଙ୍କ ଅଧ୍ୟକ୍ଷତାରେ ସମସ୍ୟାର ସମାଧାନ ସହ କେନ୍ଦ୍ର ମାର୍ଚ୍ଚ ୨୮ ତାରିଖରୁ ଖୋଲିବା ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା। ମାତୃ କମିଟି ଓ ଯାଞ୍ଚ କମିଟିକୁ ପୁନର୍ଗଠନ ସହ ସରପଞ୍ଚ ଓ କର୍ମୀଙ୍କ ନାମରେ ଜଏଣ୍ଟ ଆକାଉଣ୍ଟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା ା ତେବେ ପୂର୍ବରୁ ରନ୍ଧାଖାଦ୍ୟ ଓ ଅନ୍ୟାନ୍ୟ ଖର୍ଚ୍ଚ କରାଯିବା ପରେ ଉଠାଯାଇଥିବା ଅର୍ଥକୁ ଫେରାଇବାକୁ ସ୍ଥାନୀୟ ସରପଞ୍ଚ କହିବା ପରେ ଏହାକୁ ନେଇ ପୁଣି ବିବାଦ ଆରମ୍ଭ ହୋଇଛି ା ଯାହା ଫଳରେ ମାର୍ଚ୍ଚ ୨୮ରୁ ଅଦ୍ୟାବଧି ପଢୁଥିବା ପିଲା,ଗର୍ଭବତୀ ଓ ପ୍ରସୂତିଙ୍କୁ ଖାଦ୍ୟ ମିଳି ପାରିନାହିଁ କି ଜନ୍ମିତ ପିଲାଙ୍କର ଅନ୍ନପ୍ରାସନ୍ନ କାର୍ଯ୍ୟକ୍ରମ ହୋଇ ପାରିନାହିଁ। ଏ ସମ୍ପର୍କରେ ଖଇରା ବ୍ଲକ ଶିଶୁ ଓ ମହିଳା ବିକାଶ ଅଧିକାରିଣୀ ରଞ୍ଜୁରାଣୀ ଦାସଙ୍କୁ ଯୋଗାଯୋଗ କରିବାରେ ସମାଧାନ ପାଇଁ ବୈଠକ ଡାକି ସବୁ ପ୍ରକାର ଉଦ୍ୟମ କରିଥିଲେ ହେଁ ଅଚଳାବସ୍ଥା ହଟୁନାହିଁ। ଏ ସମ୍ପର୍କରେ ସେ ଜିଲାପାଳ ଏବଂ ଜିଲାସ୍ତରୀୟ ବିଭାଗୀୟ ଅଧିକାରିଣୀଙ୍କୁ ଜଣାଇସାରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାମ୍ପସରେ ହୋର୍ଡିଂକୁ ନେଇ ବିବାଦ

ଭୁବନେଶ୍ୱର, ୧୮।୯(ଅସମାପିକା ସାହୁ): ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ଛାତ୍ର ଯୋଜନା ଓ ଛାତ୍ର ବୃତ୍ତି ସମ୍ବନ୍ଧୀୟ ହୋର୍ଡିଂ ଲଗାଯିବା ନିଷ୍ପତ୍ତିକୁ ବିବାଦ ଦେଖାଦେଇଛି। ଏଭଳି ହୋର୍ଡିଂ...

କୋଭିଡ୍‌ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପାଇଁ ୩ରୁ ଆବେଦନ

ଭୁବନେଶ୍ୱର,୨।୧୧(ବ୍ୟୁରୋ): ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର କିମ୍ବା ନିକଟତମ ସମ୍ପର୍କୀୟଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ...

ପୋଲିସ ହାତରେ ଆର୍‌ଟିଓ ରିପୋର୍ଟ

ଖୋର୍ଦ୍ଧା ଅଫିସ,୨୬ା୩: ବାଣପୁର ବ୍ଲକ ସମ୍ମୁଖରେ ପୋଲିସ କର୍ମଚାରୀ ଓ ଲୋକଙ୍କ ଉପରକୁ ଗାଡ଼ି ମଡ଼ାଇଦେବା ଘଟଣାରେ ଗିରଫ ହୋଇ ଜେଲରେ ଥିବା ଚିଲିକା ବିଧାୟକ...

ଫି ’ ବୃଦ୍ଧି ପ୍ରତିବାଦ: କମର୍ଦା କଲେଜରେ ବିକ୍ଷୋଭ

ଭୋଗରାଇ,୧୩।୨,(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ କମର୍ଦା କଲେଜରେ ଶନିବାର ବିକ୍ଷୋଭ ହୋଇଛି। ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ରମାନେ ଫି’ ବୃଦ୍ଧି ପ୍ରତ୍ୟାହାର...

ଆଜି କିଶୋରନଗର, ତାଳଚେରରେ ଭୋଟ

ବଇଣ୍ଡା/ ତାଳଚେର,୨୨୨(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୪ର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ୨୨ ତାରିଖ ମଙ୍ଗଳବାର ଅନୁଗୋଳ ଜିଲାର କିଶୋରନଗର ଓ ତାଳଚେର ବ୍ଲକରେ ଅନୁଷ୍ଠିତ...

ଆରମ୍ଭ ହେଲା ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳ: ଭକ୍ତିମୟ କଲା ସାଧୁସନ୍ଥ, ଶ୍ରଦ୍ଧାଳୁଙ୍କ ସମାଗମ

ଭୁବନେଶ୍ୱର,୨୯।୧(ବ୍ୟୁରୋ): ତପୋଭୂମି ଖଣ୍ଡଗିରି ପାହାଡ଼ରେ ଆରମ୍ଭ ହୋଇଛି ନବଦିନାତ୍ମକ ପବିତ୍ର କୁମ୍ଭମେଳା। ରାଜ୍ୟ ତଥା ବାହାରୁ ଯୋଗ ଦେଇଥିବା ସାଧୁ ସନ୍ନ୍ୟାସୀଙ୍କ ମନ୍ତ୍ର ଧ୍ୱନିରେ ଗୁଞ୍ଜରିତ...

ବିଭୁ ରାଉତରାୟ ହାଇକୋର୍ଟ ବିଚାରପତି ନିଯୁକ୍ତ: ଆଜି ନେବେ ଶପଥ

କଟକ ଅଫିସ, ୮-୧୧:ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ବ୍ରହ୍ମପୁର ଜିଲା ଦୌରାଜଜ୍‌ ଥିବା ବିଭୁ ପ୍ରସାଦ ରାଉତରାୟ ଶୁକ୍ରବାର ଶପଥ ଗ୍ରହଣ କରିବେ। କେନ୍ଦ୍ର...

ଆହୁରି ୨ଦିନ ବର୍ଷା

ଭୁବନେଶ୍ୱର, ୨୪ା୧୦(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ବୁଧବାର ଲଘୁଚାପରେ ପରିଣତ ହୋଇଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ବିଶେଷ କରି ଦକ୍ଷିଣ...

Advertisement
Archives

Model This Week