ସନ୍ଦେହରେ ପୋଲିସ ଭୂମିକା

ଯାଜପୁର ଅଫିସ,୬ା୬: ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ଅନ୍ଧାରି ପଞ୍ଚାୟତର ରଗଡ଼ିଠାରୁ କୋରେଇଗଡ଼ିଆ ରାସ୍ତା କାର୍ଯ୍ୟରେ ମେଶିନ ଲଗାଯାଇ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଏହି ମର୍ମରେ କୋରେଇଗଡ଼ିଆ ଗ୍ରାମର ପ୍ରକାଶ କୁମାର ପଣ୍ଡା, କାନ୍ତିଲତା ପଣ୍ଡା, ରାଜେନ୍ଦ୍ର ରାଉତ, ମନୋଜ କୁମାର ପଣ୍ଡା, ମାନସ ରାଉତ, ଲିପୁ ରାଉତ, ଲକ୍ଷ୍ମୀଧର ରାଉତ, ସୀତା ରାଉତ, ସୁଶାନ୍ତ ପଣ୍ଡା ପ୍ରମୁଖ ଲିଖିତ ଭାବେ ଯାଜପୁର ଜିଲାପାଳ, ବ୍ଲକ ଉନ୍ନୟନ ଅଧିକାରୀ ଏବଂ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏନେଇ ଧରିତ୍ରୀରେ ଗତ ୪ ତାରିଖରେ ‘ଶ୍ରମିକ ବଦଳରେ ମେଶିନ କରୁଛି କାମ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସମ୍ପୃକ୍ତ ଠିକାଦାର ଧରିତ୍ରୀର ରଗଡ଼ି ଖବରଦାତା ଚନ୍ଦ୍ରକାନ୍ତ ପତିଙ୍କୁ ଆକ୍ରମଣ କରିବା ସହ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଏନେଇ ଖବରଦାତା ପତି କୋରେଇ ଥାନାର ଦ୍ୱାରସ୍ଥ ହେବାରୁ ଆଇପିସି ଦଫା ୨୯୪, ୩୨୩, ୩୪୧, ୫୦୬ ଅନୁଯାୟୀ ୧୬୫/୨୦୨୨ନମ୍ବରରେ ଏକ ମାମଲା ରୁଜୁ କରାଯାଇଛି। ହେଲେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସାହସ ଜୁଟାଇ ପାରୁନାହିଁ। ବରଂ ଅଭିଯୁକ୍ତ ତାପସ କୁମାର ଦାସଙ୍କ ଅଭିଯୋଗ ଆଧାରରେ ଓଲଟା ଖବରଦାତା ପତିଙ୍କ ନାମରେ ଆଇପିସି ଦଫା ୨୯୪, ୩୪୧, ୩୮୫,୫୦୬ ଅନୁଯାୟୀ ଅନ୍ୟ ଏକ ମାମଲା (୧୬୪/୨୦୨୨) ରୁଜୁ କରିଛି। ଗଣତନ୍ତ୍ରରେ ଚତୁର୍ଥ ସ୍ତମ୍ଭର ଭୂମିକା ନିର୍ବାହ କରୁଥିବା ଜଣେ କର୍ତ୍ତବ୍ୟରତ ଖବରଦାତାଙ୍କ ଉପରେ ଏଭଳି ଆଭିମୁଖ୍ୟ ପୋଲିସର କାର୍ଯ୍ୟ ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜନୈତିକ ଚାପରେ ପୋଲିସ କାମ କରୁଥିବା ଏଠାରେ ଜଳଜଳ ହୋଇ ଦିଶୁଛି। ଗ୍ରାମବାସୀଙ୍କ ଅଭିଯୋଗରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ଯେ, ଉକ୍ତ ପ୍ରକଳ୍ପରେ ଶ୍ରମିକମାନଙ୍କୁ ନିୟୋଜିତ ନ କରାଯାଇ ରାତି ସମୟରେ ଜେସିବି ମେଶିନ ଯୋଗେ କାମ କରାଯାଉଛି। ଏନେଇ ଜିଲା ପ୍ରଶାସନ ଏଯାଏ କୌଣସି ପଦକ୍ଷେପ ନେଇନାହାନ୍ତି। ଏଭଳି ସ୍ଥିତିରେ ପୋଲିସ ମଧ୍ୟ ଠିକାଦାରଙ୍କୁ ପରୋକ୍ଷରେ ସହାୟତା କରି ଖବରଦାତାଙ୍କ ଉପରେ ମାମଲା ରୁଜୁ କରିଛି ବୋଲି ଗ୍ରାମବାସୀ ଆଲୋଚନା କରୁଛନ୍ତି।
ଏ ସଂକ୍ରାନ୍ତରେ ଯାଜପୁର ଏସ୍‌ପି ରାହୁଲ ପି.ଆର.ଙ୍କୁ ପଚାରିବାରୁ ସେ କହିଛନ୍ତି, ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଉଭୟ ପକ୍ଷରୁ ମାମଲା ରୁଜୁ ହୋଇଛି। ଏଥିରେ ସାମ୍ବାଦିକ ଆହତ ହୋଇ ନ ଥିବା ସୂଚନା ମିଳିଛି। ତେବେ ସେ ନିଜେ ଏହି ଘଟଣାର ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?