ସନ୍ଦେହରେ ପୋଲିସ ଭୂମିକା

ଯାଜପୁର ଅଫିସ,୬ା୬: ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ଅନ୍ଧାରି ପଞ୍ଚାୟତର ରଗଡ଼ିଠାରୁ କୋରେଇଗଡ଼ିଆ ରାସ୍ତା କାର୍ଯ୍ୟରେ ମେଶିନ ଲଗାଯାଇ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଏହି ମର୍ମରେ କୋରେଇଗଡ଼ିଆ ଗ୍ରାମର ପ୍ରକାଶ କୁମାର ପଣ୍ଡା, କାନ୍ତିଲତା ପଣ୍ଡା, ରାଜେନ୍ଦ୍ର ରାଉତ, ମନୋଜ କୁମାର ପଣ୍ଡା, ମାନସ ରାଉତ, ଲିପୁ ରାଉତ, ଲକ୍ଷ୍ମୀଧର ରାଉତ, ସୀତା ରାଉତ, ସୁଶାନ୍ତ ପଣ୍ଡା ପ୍ରମୁଖ ଲିଖିତ ଭାବେ ଯାଜପୁର ଜିଲାପାଳ, ବ୍ଲକ ଉନ୍ନୟନ ଅଧିକାରୀ ଏବଂ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏନେଇ ଧରିତ୍ରୀରେ ଗତ ୪ ତାରିଖରେ ‘ଶ୍ରମିକ ବଦଳରେ ମେଶିନ କରୁଛି କାମ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସମ୍ପୃକ୍ତ ଠିକାଦାର ଧରିତ୍ରୀର ରଗଡ଼ି ଖବରଦାତା ଚନ୍ଦ୍ରକାନ୍ତ ପତିଙ୍କୁ ଆକ୍ରମଣ କରିବା ସହ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଏନେଇ ଖବରଦାତା ପତି କୋରେଇ ଥାନାର ଦ୍ୱାରସ୍ଥ ହେବାରୁ ଆଇପିସି ଦଫା ୨୯୪, ୩୨୩, ୩୪୧, ୫୦୬ ଅନୁଯାୟୀ ୧୬୫/୨୦୨୨ନମ୍ବରରେ ଏକ ମାମଲା ରୁଜୁ କରାଯାଇଛି। ହେଲେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସାହସ ଜୁଟାଇ ପାରୁନାହିଁ। ବରଂ ଅଭିଯୁକ୍ତ ତାପସ କୁମାର ଦାସଙ୍କ ଅଭିଯୋଗ ଆଧାରରେ ଓଲଟା ଖବରଦାତା ପତିଙ୍କ ନାମରେ ଆଇପିସି ଦଫା ୨୯୪, ୩୪୧, ୩୮୫,୫୦୬ ଅନୁଯାୟୀ ଅନ୍ୟ ଏକ ମାମଲା (୧୬୪/୨୦୨୨) ରୁଜୁ କରିଛି। ଗଣତନ୍ତ୍ରରେ ଚତୁର୍ଥ ସ୍ତମ୍ଭର ଭୂମିକା ନିର୍ବାହ କରୁଥିବା ଜଣେ କର୍ତ୍ତବ୍ୟରତ ଖବରଦାତାଙ୍କ ଉପରେ ଏଭଳି ଆଭିମୁଖ୍ୟ ପୋଲିସର କାର୍ଯ୍ୟ ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜନୈତିକ ଚାପରେ ପୋଲିସ କାମ କରୁଥିବା ଏଠାରେ ଜଳଜଳ ହୋଇ ଦିଶୁଛି। ଗ୍ରାମବାସୀଙ୍କ ଅଭିଯୋଗରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ଯେ, ଉକ୍ତ ପ୍ରକଳ୍ପରେ ଶ୍ରମିକମାନଙ୍କୁ ନିୟୋଜିତ ନ କରାଯାଇ ରାତି ସମୟରେ ଜେସିବି ମେଶିନ ଯୋଗେ କାମ କରାଯାଉଛି। ଏନେଇ ଜିଲା ପ୍ରଶାସନ ଏଯାଏ କୌଣସି ପଦକ୍ଷେପ ନେଇନାହାନ୍ତି। ଏଭଳି ସ୍ଥିତିରେ ପୋଲିସ ମଧ୍ୟ ଠିକାଦାରଙ୍କୁ ପରୋକ୍ଷରେ ସହାୟତା କରି ଖବରଦାତାଙ୍କ ଉପରେ ମାମଲା ରୁଜୁ କରିଛି ବୋଲି ଗ୍ରାମବାସୀ ଆଲୋଚନା କରୁଛନ୍ତି।
ଏ ସଂକ୍ରାନ୍ତରେ ଯାଜପୁର ଏସ୍‌ପି ରାହୁଲ ପି.ଆର.ଙ୍କୁ ପଚାରିବାରୁ ସେ କହିଛନ୍ତି, ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଉଭୟ ପକ୍ଷରୁ ମାମଲା ରୁଜୁ ହୋଇଛି। ଏଥିରେ ସାମ୍ବାଦିକ ଆହତ ହୋଇ ନ ଥିବା ସୂଚନା ମିଳିଛି। ତେବେ ସେ ନିଜେ ଏହି ଘଟଣାର ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ବୋମା ମାଡ଼, କାରଣ ଖୋଜୁଛି ପୋଲିସ

ଆସିକା,୨୯ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଗାଙ୍ଗପୁର ଥାନା ଅଧୀନ ପଣିବନ୍ଧ ଗ୍ରାମରେ ଶୁକ୍ରବାର ବୋମାମାଡରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ...

ଦଣ୍ଡନୃତ୍ୟ ଗ୍ରାମୀଣ ସାଂସ୍କୃତିକ ଲୋକ ଜୀବନର ବିଭବ

ବଲାଙ୍ଗୀର ଅଫିସ,୧୫ା୧ – ଜିଲା ଲେଖକ ପରିଷଦ ପକ୍ଷରୁ ଆୟୋଜିତ ବଲାଙ୍ଗୀର ବହିହାଟ ଷଷ୍ଠ ସନ୍ଧ୍ୟାରେ ଲୋକ ସାହିତ୍ୟ ଆଲୋଚନାକ୍ରମରେ ଦଣ୍ଡନୃତ୍ୟ ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ...

୨ ଚାଷୀ ପାଣି ମଡାଇବାକୁ ଯାଇଥିଲେ, ଆଉ ଫେରିଲେନି

ସୋନପୁର/ତରଭା,୧୯।୭: ବିଦ୍ୟୁତ୍‌ ଆଘାତରେ ସୁବର୍ଣ୍ଣପୁର ଜିଲା ତରଭା ଥାନା ପଣ୍ଡକିମାଲ ଗ୍ରାମର ୨ଜଣ ଚାଷୀଙ୍କ ସୋମବାର ମୃତ୍ୟୁ ଘଟିଛି। ସେମାନେ ହେଲେ ରାଧେଶ୍ୟାମ ସାହୁ(୪୫) ଓ...

ରାଜ୍ୟରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ଆଜି କରୋନା ନେଲା ୪ ଜୀବନ

ଭୁବନେଶ୍ୱର,୧୭।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଶନିବାର ରାଜ୍ୟରେ କରୋନାଜନିତ ୪ଜଣଙ୍କ...

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ

ବାସୁଦେବପୁର,୨୮ା୧୨(ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ସୁଗୋ ଓ ପଦ୍ମପୁର ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସୋମବାର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ସମୀକ୍ଷା କରିଛନ୍ତି।...

କରୋନା ସଚେତନତା ନାଁରେ ବୈଠକ କରି ଜଣେ ଗିରଫ

ଠାକୁରମୁଣ୍ଡା,୩ା୪(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ହାତୀଘୋଡା ପଞ୍ଚାୟତର ଘୋଡାବିନ୍ଧା ଗ୍ରାମରେ ଗୁରୁବାର ଅପରାହ୍ନରେ ଗ୍ରାମବାସୀମାନଙ୍କୁ ନେଇ କରୋନା ସଚେତନତା ନାମରେ ବୈଠକ କରିବା ଘଟଣାରେ...

ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ମହିଳା

ବାରିପଦା ଅଫିସ,୨।୪: ମୟୂରଭଞ୍ଜ ଜିଲା ଶାମାଖୁଣ୍ଟା ବ୍ଲକ ଅଧୀନ ଇଟାମୁଣ୍ଡିଆ ଗ୍ରାମ ବନଦୁର୍ଗା ଉଚ୍ଚ ବିଦ୍ୟାଳୟର ସଫେଇ କର୍ମଚାରୀ (ସୁଇପର) ପଦବୀରେ ନିଯୁକ୍ତିକୁ ନେଇ ଶନିବାର ଉତ୍ତେଜନା...

ବିଜୁ ଜୟନ୍ତୀରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଖୋର୍ଦ୍ଧା ଅଫିସ,୬।୩: ପୌର ନିର୍ବାଚନ ପାଇଁ ନାମାଙ୍କନକୁ ଦୁଇ ଦିନ ବାକି ରହିଛି। ଏଭଳି ସ୍ଥିତିରେ ଦଳୀୟ ଟିକେଟକୁ ନେଇ ବିଜେଡି କର୍ମୀଙ୍କ ମହଲରେ ଅସନ୍ତୋଷ...

Advertisement
Archives

Model This Week