ପାଣି ପାଇଁ ରାସ୍ତାରେ ମହିଳା
ପରଜଙ୍ଗ, ୨୬।୪(ଡି.ଏନ୍.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଆମ୍ବପଳାସ ଗ୍ରାମ ଗଙ୍ଗାଧରପୁର ଦଳିତ ସାହିରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ପାଣି ମୁନ୍ଦାଏ ପାଇଁ ସାହିବାସୀ ଡହଳବିକଳ ହେଉଥିବାବେଳେ ଏହାକୁ ନେଇ ଲାଗି ରହିଥିବା ପୁଞ୍ଜୀଭୂତ ଅସନ୍ତୋଷ…
ଟ୍ରକ୍କୁ ପିଟିଲା ଚୋରା ଡିଜେଲ୍ ବୋଝେଇ ବୋଲେରୋ
ଝାରସୁଗୁଡ଼ା ଅଫିସ୍,୨୬।୪: ଝାରସୁଗୁଡା ଜିଲା କୋଲାବିରା ଥାନା ଅଧୀନ ୪୯ନମ୍ବର ଜାତୀୟ ରାଜପଥ ସିରିଆପାଲି ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏକ ଚୋରା ଡିଜେଲ ବୋଝେଇ ବୋଲେରୋ ଏକ ଟ୍ରକ୍କୁ ଧକ୍କା ଦେଇଥିଲା। ଏଥିରେ ବୋଲେରୋ ଚାଳକଙ୍କ ମୃତ୍ୟୁ ଘଟିଛି।…
ବିଦ୍ୟୁତ୍ ବିଭ୍ରାଟରୁ ସ୍ଥିତି ବିଷମ
ଢେଙ୍କାନାଳ ଅଫିସ, ୨୬।୪ ଖରାରେ ସିଝୁଛି ଗାଁଠାରୁ ସହର। ଆକାଶରୁ ହେଉଛି ଅଗ୍ନିବର୍ଷା। ପ୍ରଚଣ୍ଡ ତାତିରେ ଜଳିପୋଡ଼ିଯାଉଛି ଦେହମୁଣ୍ଡ। ସକାଳ ୮ଟାରୁ ଆରମ୍ଭ ହୋଇଯାଉଛି ଗ୍ରୀଷ୍ମପ୍ରବାହ। ଅପରାହ୍ନ ୫ଟା ଯାଏ ଏଥିରୁ ମିଳୁନି ନିସ୍ତାର। ଆଭ୍ୟନ୍ତରୀଣ ଓଡ଼ିଶାରୁ ଉପକୂଳ। ଦକ୍ଷିଣରୁ ଉତ୍ତର…
ପଲିଥିନ ନ ଘୋଡ଼ାଇ ପରିବହନ
ଚମ୍ପୁଆ, ୨୬।୪(ଡି.ଏନ୍.ଏ.) କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡ ଖଣି ଖାଦାନ ଅଞ୍ଚଳ ଭାବେ ବେଶ ପରିଚିତ। ଉକ୍ତ ଖଣି ଖାଦାନରୁ ଦୈନିକ ହଜାର ହଜାର ଟ୍ରକ ଏବଂ ଟ୍ରେଲର୍ରେ ଲୁହା ପଥର ଓ ଗୁଣ୍ଡ(ଫାଇନ୍ସ) ବାହାର ରାଜ୍ୟକୁ ଚାଲାଣ କରାଯାଉଛି। ମାତ୍ର…
ଲିଜ୍ଧାରୀଙ୍କୁ ୧୭ କୋଟିରୁ ଊର୍ଦ୍ଧ୍ୱ ଜରିମାନା
ବାରିପଦା ଅଫିସ,୨୬।୪ ମୟୂରଭଞ୍ଜ ଜିଲା ବୁଢ଼ାବଳଙ୍ଗ ନଦୀରୁ ବେଆଇନ ବାଲି ଉତ୍ତୋଳନ ଓ ପରିବହନକୁ ନେଇ ବଡ଼ସାହି ତହସିଲ ଅଧୀନ ଦୁଇଟି ବାଲି ସଇରାତ ମାମଲାର ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନ୍ଜିଟି) ଇଷ୍ଟର୍ଣ୍ଣ ବେଞ୍ଚ କୋଲକାତା ପକ୍ଷରୁ ଶୁଣାଣି କରାଯାଇଛି। ମାମଲାରେ ପ୍ରଦାନ…
ପ୍ରଶିକ୍ଷଣ ଦେଇ ପୁରସ୍କୃତ କଲା ଟିପିଏନ୍ଓଡିଏଲ୍
କେନ୍ଦୁଝର, ୨୬।୪(ସ୍ବ.ପ୍ର.) ଟାଟାପାୱାର ନର୍ଦ୍ଦନ ଓଡ଼ିଶା ଡିଷ୍ଟିବ୍ୟୁଶନ୍ ଲିମିଟେଡ୍ (ଟିପିଏନଓଡିଏଲ୍) ପକ୍ଷରୁ ଚଳିତମାସ ୬ତାରିଖରେ ବାରିପଦା ଓ ୨୦ ତାରିଖରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ନେଇ କେନ୍ଦୁଝର ସଂସ୍କୃତି ଭବନ ଅଡିଟୋରିୟମ୍ରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ଅନୁଷ୍ଠିତ…
୩ ପରିବାର ବାସହରା
ଭଦ୍ରକ ଅଫିସ, ୨୬।୪ ଭଦ୍ରକ ଜିଲା ରାହାଞ୍ଜସାହିରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୭ ବଖରା ଘର ଜଳିଯାଇଛି। ୩ ପରିବାର ବାସହରା ହୋଇପଡ଼ିଛନ୍ତି। ଉକ୍ତ ସାହିର ୩ ଭାଇ ପ୍ରହ୍ଲାଦ ସାହୁ, ଭରତ ସାହୁ ଓ ଶରତ ସାହୁଙ୍କ…
ଅଧା ରାସ୍ତାରେ ନାତିଙ୍କୁ ହାଣିଲେ ଅଜା
ନୂଆପଡ଼ା ଅଫିସ,୨୬।୪: ନୂଆପଡ଼ା ଜିଲା ବୋଡେନ ଥାନା ଫରସରା ପଞ୍ଚୟତ ଶର୍ଗିଗୁଡା ଗାଁରେ ଅଜାଙ୍କ କଟୁରି ଚୋଟରେ ନାତି ଗୁରୁତର ହୋଇଛନ୍ତି। ଆହତ ନାତିହେଲେ ପବିତ୍ର ରାଉତ(୨୫)। ଅଜା ଓ ନାତି ଗାଁ ଯାତ୍ରାକୁ ଭୋଜି ଖାଇବା ପାଇଁ ଯାଉଥିଲେ। ସେତିକିବେଳେ…
‘୭ ଦିନ ମଧ୍ୟରେ ରିପୋର୍ଟ ଦିଅ’
ଭୋଗରାଇ, ୨୬।୪(ଡି.ଏନ.ଏ.) ବାଲେଶ୍ୱର ଜିଲା ଭୋଗରାଇ ବ୍ଲକରେ ଗତ ରବିବାର ଅପରାହ୍ନରେ ହୋଇଥିବା କାଳବୈଶାଖୀରେ କ୍ଷତି ହୋଇଥିବା ଧାନ, ପାନ, ଘର, ରବିଫସଲ ଓ ତୈଳବୀଜର ରିପୋର୍ଟ ୭ଦିନ ମଧ୍ୟରେ ଦେବାକୁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ରାଜସ୍ବ ଓ କୃଷି…
ନନ୍ଦନକାନନରେ ଭାଲୁ ଆକାଶର ମୃତ୍ୟୁ
ବାରଙ୍ଗ,୨୬।୪(ଡି.ଏନ୍.ଏ.): ନନ୍ଦନକାନନରେ ୧୬ ନମ୍ବର ଖୁଆଡରେ ରହୁଥିବା ଅଣ୍ଡିରା ଭାଲୁ ଆକାଶର ମଙ୍ଗଳବାର ସକାଳେ ମୃତ୍ୟୁ ହୋଇଛି। ଆକାଶ ଗତ ଏକ ସପ୍ତାହ ହେଲା ନିମୋନିଆ ରୋଗରେ ଅସୁସ୍ଥ ଥିଲା। ତେବେ ତାକୁ ଖୁଆଡ ଭିତରୁ କାଢି ଆଣି ଭେଟେନାରୀ ବିଭାଗର…
ମା’ଙ୍କୁ ଦର୍ଶନ କଲେ ୫-ଟି ସଚିବ
ଜଗତସିଂହପୁର ଅଫିସ,୨୬।୪: ମା’ ଶାରଳାଙ୍କ ପୀଠ ପରିଦର୍ଶନ କରିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ । ଶାରଳା ପୀଠରେ ପହଞ୍ଚି ପ୍ରଥମେ ମା’ଙ୍କୁ ଦର୍ଶନ କରିବା ସହ ପୀଠର ଉନ୍ନତିକରଣ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି । ମା’ଙ୍କ ଦର୍ଶନ କରିବା ସହ…
ଓଡ଼ିିଶାକୁ ସର୍ବୋତ୍କୃଷ୍ଟ ଷ୍ଟାର୍ଟ ଅପ୍ ହବ୍ କରାଯିବ
କଟକ ଅଫିସ, ୨୬।୪:ଭାରତ ସରକାରଙ୍କ ଏସ୍ଟିପିଆଇ ବିଭାଗର ପୂର୍ବତନ ମହାନିର୍ଦ୍ଦେଶକ ଡ. ଓମ୍କାର ରାୟ ସୋମବାର ଷ୍ଟାର୍ଟ ଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଓଡ଼ିଶାକୁ ସମଗ୍ର ଦେଶରେ ସର୍ବୋତ୍କୃଷ୍ଟ ଷ୍ଟାର୍ଟ ଅପ୍ ହବ୍ କରାଯିବ ବୋଲି…

