ପରମ୍ପରା ବଞ୍ଚାଇବାକୁ ପ୍ରୟାସ

କାମାକ୍ଷାନଗର, ୬।୬ ମହାମାରୀ କରୋନା ପାଇଁ ଅଟକି ଯାଇଥିଲା ମଣିଷ। ଜିଇବାକୁ ଚାଲିଥିବା ଯୁଦ୍ଧରେ ମଳିନ ପଡ଼ିଯାଇଥିଲା କଳାସଂସ୍କୃତି। କେବଳ ପରମ୍ପରା ବଞ୍ଚାଇ ରଖିବାକୁ କାମଚଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାବେଳେ ରଙ୍ଗହୀନ ହୋଇପଡ଼ିଥିଲା ମେଳା, ମହୋତ୍ସବ, ଯାନିଯାତ୍ରା। ଏବେ ଭୂତାଣୁ ଭୟ କମିଛି। ସ୍ବାଭାବିକ ହେବାରେ ଲାଗିଛି ଜୀବନଯାତ୍ରା। ଏଭଳି ସମୟରେ ଦୀର୍ଘ ୨ବର୍ଷ ପରେ ଆୟୋଜିତ ହେଉଥିବା ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ଆଳତୁମାର ପ୍ରସିଦ୍ଧ ‘ରଜ ମହୋତ୍ସବ’କୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ବିପୁଳ ଉତ୍ସାହ।
ଆଳତୁମା ଗ୍ରାମ ରାମିଆଳ ନଦୀ ତଟରେ ଥିବା ବିସ୍ତୀର୍ଣ୍ଣ ଆମ୍ବତୋଟାରେ ସ୍ଥାନୀୟ ଅଞ୍ଚଳର ଯୁବତୀଯୁବକମାନେ ପାରମ୍ପରିକ ଭାବେ ରଜଦୋଳି ବାନ୍ଧି ଓଡ଼ିଶାର ପ୍ରସିଦ୍ଧ ପର୍ବ ରଜ ପାଳନ କରୁଥିଲେ। ଅତି ସାଧାରଣ ମହୋତ୍ସବରୁ ଅପ୍ରତ୍ୟାଶିତ ଭାବେ ଏହାର କଳେବର ବଦଳିଛି। ୨୦୦୯ରୁ ଆରମ୍ଭ ହୋଇଥିବା ରଜ ମହୋତ୍ସବ ଏବେ ପରିଣତ ହୋଇଛି ରାଜ୍ୟସ୍ତରୀୟ ମହୋତ୍ସବରେ। ତେବେ ଇଚ୍ଛା ଥିଲେ ବି କରୋନା କାରଣରୁ ଗତ ୨ବର୍ଷ ହେଲା ବନ୍ଦ ହୋଇଯାଇଥିଲା ଏହି ପ୍ରସିଦ୍ଧ ଉତ୍ସବ। ସଂକ୍ରମଣ ହ୍ରାସ ପାଇବା ପରେ ୧୪ଶ ରଜ ମହୋତ୍ସବକୁ ଜାକ୍‌ଜମକରେ ପାଳନ କରିବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି।
ରଜ ମହୋତ୍ସବ କମିଟି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୧୪ରୁ ୧୬ ତାରିଖ ଯାଏ ରାମିଆଳ ନଦୀକୂଳ ଆମ୍ବତୋଟାରେ ମହୋତ୍ସବ ପାଳିତ ହେବ। ପାରମ୍ପରିକ ଦୋଳି ଝୁଲା ସହିତ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହା ସକାଳ ୭ଟାରୁ ଆରମ୍ଭ ହୋଇ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ। ଏଥିପୂର୍ବରୁ କାମାକ୍ଷାନଗର କଲ୍ୟାଣ ମଣ୍ଡପରେ ପ୍ରତିଭାବାନ୍‌ କଳାକାରଙ୍କୁ ନେଇ ନୃତ୍ୟ, ସଙ୍ଗୀତ ଏବଂ ଏକକ ଅଭିନୟର ମେଗା ଅଡିଶନ ଶେଷ ହୋଇଛି। ବିଚାରକଙ୍କ ଦ୍ୱାରା ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୪୬ ଜଣ ପ୍ରତିଯୋଗୀଙ୍କୁ ବଛାଯାଇଛି। ମହୋତ୍ସବର ପ୍ରଥମ ଦିନରେ ସେମାନେ ନିଜ ନିଜର ଦକ୍ଷତା ପ୍ରଦର୍ଶନ କରିବେ। ଶ୍ରେଷ୍ଠ ୩ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ଏଥିସହ ପୂର୍ବାହ୍ନରେ ରଜଗୀତ, ରଙ୍ଗୋଲି ସାଙ୍ଗକୁ ପାରମ୍ପରିକ ପିଠା ପ୍ରତିଯୋଗିତା ହେବ। ମନୋରଞ୍ଜନ ପାଇଁ ସମ୍ବଲପୁର ଅଞ୍ଚଳର ଲୋକନୃତ୍ୟ ପରିବେଷଣ କରାଯିବ। ଦ୍ୱିତୀୟ ଦିନରେ ରାଜ୍ୟସ୍ତରରୁ ଆସିଥିବା କଳାକାରମାନେ ଲୋକକଳା ପ୍ରଦର୍ଶନ କରିବେ। ପୂର୍ବାହ୍ନରେ ଶିଶୁ କଳାକାରଙ୍କ ଦ୍ୱାରା କୌତୁକ ବେଶ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଅନ୍ତିମ ଦିବସରେ ରଜ ପ୍ରଶ୍ନମଞ୍ଚ ସହିତ ନୃତ୍ୟସଙ୍ଗୀତର କାର୍ଯ୍ୟକ୍ରମ ରହିଛି। ଏହିଦିନ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ନିଷ୍ପତ୍ତି ହୋଇଛି। କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ଗ୍ରାମବାସୀ, ସ୍ଥାନୀୟ ରାଜନେତା ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ସହଯୋଗର ହାତ ବଢ଼ାଇଛନ୍ତି। ଏହି ରାଜ୍ୟସ୍ତରୀୟ ମହୋତ୍ସବରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ପୋଲିସ ପ୍ରଶାସନର ସହଯୋଗ ନିଆଯିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଏସ୍‌ଆଇର ସୁରକ୍ଷିତ ବଳୟରେ ନିର୍ମାଣ କଟକଣା ବଢିଲା: ଫୋକସ୍‌ରେ ରାଜାରାଣୀ, ଲିଙ୍ଗରାଜ ମନ୍ଦିର

ପୁରୁଣା ଭୁବନେଶ୍ୱର, ୧୪ା୯ (ଡି.ଏନ.ଏ.): ମନ୍ଦିର ମାଳିନୀ ଏକାମ୍ରକ୍ଷେତ୍ର ସରକାରୀ ଉଦାସୀନତା ଓ ଜବରଦଖଲକାରୀଙ୍କ ଦୌରାମ୍ୟରୁ ନିଜକୁ ରକ୍ଷା କରିପାରିନାହିଁ। ଏହିକ୍ରମରେ ଶୁକ୍ରବାର ଶିଶୁପାଳଗଡ଼ ରାମପାଟ୍‌...

କୋର୍ଟ, ସରକାରଙ୍କ ନିର୍ଦ୍ଦେଶ ମାନୁନାହାନ୍ତି ଘରୋଇ ହସ୍ପିଟାଲ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ଘରୋଇ ହସ୍ପିଟାଲରେ ରୋଗୀଙ୍କୁ ଲୁଟ କରାଯାଉଛି। ଏପରି କି ମୃତ୍ୟୁ ପରେ ମଧ୍ୟ ଟଙ୍କା ନ ଦେଲେ ମୃତଦେହ ଛଡ଼ା ଯାଉନାହିଁ। ଦୀର୍ଘ ସମୟ...

ରାଜ୍ୟରେ ଆସିବ ନୂଆ ଟେଲି ମେଡିସିନ ନୀତି: ଜିଲା ମୁଖ୍ୟ ଚିକିତ୍ସାଳୟରେ ସେବା ଯୋଗାଇବେ ବିଶେଷଜ୍ଞ

ଭୁବନେଶ୍ୱର,୧ା୯(ବ୍ୟୁରୋ): ରାଜ୍ୟ ସରକାର ଖୁବ୍‌ଶୀଘ୍ର ନୂତନ ଟେଲି ମେଡିସିନ ନୀତି ଆଣିବାକୁ ଯାଉଛନ୍ତି। ରାଜ୍ୟରେ ଟେଲି ମେଡିସିନି ବ୍ୟବସ୍ଥାର ସଫଳ କାର୍ଯ୍ୟକାରିତା ନେଇ ସ୍ବାସ୍ଥ୍ୟ ଓ...

ଆଜି ସରିବ ପହିଲି ଭୋଗ ନୀତି

ପୁରୀ ଅଫିସ, ୧୪-୧: ପବିତ୍ର ଧନୁସଂକ୍ରାନ୍ତିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିଲା ପହିଲି ଭୋଗ ନୀତି। ଏହା ମକରସଂକ୍ରାନ୍ତି ପୂର୍ବ ମାସାନ୍ତ ପର୍ଯ୍ୟନ୍ତ ଚାଲିବାର ବିଧି ରହିଛି।...

ଫେରିବ କରୋନା କଟକଣା

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): କରୋନାର ସାମ୍ଭାବ୍ୟ ପରିସ୍ଥିତି ଏବଂ ତୃତୀୟ ଲହରକୁ ନଜରରେ ରଖି ସରକାର ପୁଣି ତତ୍ପରତା ଦେଖାଇଛନ୍ତି। ଏଣିକି ପୂର୍ବଭଳି କରୋନା କଟକଣା କଡ଼ାକଡ଼ି ଭାବେ...

ଏମ୍‌ବିବିଏସ୍‌ ସିଟ୍‌ ସଂଖ୍ୟା ୧୭୫୦କୁ ବୃଦ୍ଧି ହେବ

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ସ୍ବାସ୍ଥ୍ୟସେବା ଓ ଡାକ୍ତରୀ ଶିକ୍ଷାର ଦୃଢ଼ ଅଭିବୃଦ୍ଧି ଲକ୍ଷ୍ୟ ରଖି ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା କରୁଛନ୍ତି। ଏହି କ୍ରମରେ...

ସଡ଼କ ସୂଚନା ବ୍ୟବସ୍ଥାକୁ ଆର୍‌ଡିର ଅବହେଳା

ଯାଜପୁର ଅଫିସ,୨୧ା୯: ଜନଜୀବନର ସୁରକ୍ଷା ଏବଂ ନିରାପଦ ଯାତାୟାତ ପାଇଁ ସାରା ରାଜ୍ୟରେ ଗ୍ରାମ୍ୟ ଉନ୍ନୟନ(ଆର୍‌ଡି) ବିଭାଗ ଅଧୀନରେ ରାସ୍ତା ଓ ବ୍ରିଜ ନିର୍ମାଣ ହେଉଛି।...

ମଧ୍ୟବର୍ତ୍ତିକାଳୀନ କ୍ଷତିପୂରଣ ସହ ପୀଡ଼ିତାଙ୍କୁ ସୁରକ୍ଷା ନିର୍ଦ୍ଦେଶ

ଭୁବନେଶ୍ୱର,୨୯।୧ (ବ୍ୟୁରୋ):ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାକତ୍ାର ଘଟଣାକୁ ନେଇ ରାଜ୍ୟ କଂଗ୍ରେସର ଏକ ପ୍ରତିନିଧି ଦଳ ମଙ୍ଗଳବାର ରାଜ୍ୟ ମାନବିକ...

Advertisement
Archives

Model This Week