ସହର, ଉପାନ୍ତ ଅଞ୍ଚଳରେ ବଢୁଛି ଅପରାଧ

କେନ୍ଦ୍ରାପଡ଼ା ଅଫିସ,୬ା୬: କେନ୍ଦ୍ରାପଡ଼ା ଜିଲା ଦୀର୍ଘ ଦୁଇ ଦଶନ୍ଧି ଧରି ଅପରାଧ ପ୍ରବଣ ହେବାରେ ଲାଗିଛି। ଏହି ସମୟ ଅବଧିରେ ଜିଲାକୁ ବାଂଲାଦେଶୀ ଅନୁପ୍ରବେଶ ଉତ୍କଟରୂପ ଧାରଣ କରିଥିବା ବେଳେ ସହର ଓ ଉପାନ୍ତ ଅଞ୍ଚଳ ଅପରାଧୀଙ୍କ ଚରାଭୂଇଁ ପାଲଟିଛି। କ୍ରମାଗତ ଭାବେ ବାଳ ଅପରାଧୀଙ୍କ ବୃଦ୍ଧି ଚିନ୍ତାର କାରଣ ସାଜିଛି। ସେହିପରି ସରକାରୀ ଜମି ଜବରଦଖଲ, ଲୁଟ, ଛିନତାଇ, ଚୋରି, ଡକାୟତି ଘଟଣାରେ ଜିଲାବାସୀ ଅତିଷ୍ଠ ହେଉଛନ୍ତି। କ୍ରାଡା ଛାତ୍ରୀ କସ୍ତୁରୀ ସାମନ୍ତରାୟଠାରୁ ଆରମ୍ଭ କରି ସୂଚନା ଅଧିକାର କର୍ମୀ ରଞ୍ଜନ ଦାସଙ୍କ ଅସ୍ବାଭାବିକ ମୃତ୍ୟୁ ରହସ୍ୟ ହୋଇରହିଛି। ଏଟିଏମ୍‌ ଲୁଟ ଘଟଣା, ସହରର ଆଖପାଖ ଅଞ୍ଚଳରେ ଟଙ୍କା ଛଡେଇ ନେବା ଘଟଣାକୁ ଜିଲା ପୋଲିସ ସହଜରେ ହଜମ କରିଦେଇଛି। ଡକାୟତି କରିବା ସହ ପରିବାର ଲୋକଙ୍କୁ ମରଣାନ୍ତକ ଆକ୍ରମଣ ଦୁର୍ବୃତ୍ତମାନେ କରିଛନ୍ତି। ଭଡାଟିଆଙ୍କ ସମ୍ପର୍କରେ ମାଲିକ ନିକଟସ୍ଥ ଥାନାରେ ସୂଚନା ଦେବା ପାଇଁ ୨୦୧୬ରେ ସଚେତନତା କାର୍ଯ୍ୟକ୍ରମ ହୋଇଛି। ତେବେ ଏ ନେଇ ଗୋଟିଏ ବି ସୂଚନା ପୋଲିସ ପାଖରେ ଘର ମାଲିକ ପହଞ୍ଚାଇ ନ ଥିବା ଜଣାପଡ଼ିଛି।
ସହରର ମଧ୍ୟଖଣ୍ଡିସ୍ଥ ରବୀନ୍ଦ୍ର କୁମାର ଦାଶ କହିଛନ୍ତି, ପୂର୍ବରୁ ଏହି ସମସ୍ୟା ଅଧିକ ଜଣା ପଡୁ ନ ଥିଲା। ଗତ ୩ ବର୍ଷର ତଥ୍ୟକୁ ଅନୁଶୀଳନ କଲେ ଲୁଟ, ବଳାତ୍କାର, ଛିନତାଇଠାରୁ ଆରମ୍ଭ କରି ହତ୍ୟା ଘଟଣା ବୃଦ୍ଧି ପାଉଥିବାରୁ ଏ ନେଇ ଜିଲା ପୋଲିସର କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କର୍ମନିଯୁକ୍ତି ଆଳରେ ମାନବ ଚାଲାଣ ବୃଦ୍ଧି ପାଇଛି। ନାବାଳିକା, ମହିଳାଙ୍କୁ ଜିଲା ଓ ବାହାରର ଲୋକ ଜିଲାରୁ ନେଇ ଯାଉଥିବା ଥାନାରେ ମାମଲା ହେଉଛି। ଥାନାରେ ଏହା ଏକ ପ୍ରେମ ବ୍ୟାପାର କହି ମିସିଂ କେସ୍‌ ପଞ୍ଜୀକୃତ କରୁଛନ୍ତି। ପରବର୍ତ୍ତୀ ସମୟରେ ସେହି ନାବାଳିକା, ଯୁବତୀ ଅଥବା ମହିଳାଙ୍କ ପରିବାର ସଦସ୍ୟଙ୍କ ତପତ୍ରତା ଯୋଗୁ ଦେଶ ବିଦେଶରୁ ଉଦ୍ଧାର ପରେ ସେମାନଙ୍କ ନିର୍ଯାତନାର କାହାଣୀ ଗଣମାଧ୍ୟମରେ ପ୍ରକାଶ ପାଉଛି। ବୁଦ୍ଧିଜୀବୀ ଜଗଦୀଶ ପତି କହିଛନ୍ତି, ବୁଲା ବେପାରୀ ଓ କେତେକ ଅଜ୍ଞାତ ବ୍ୟକ୍ତି ଜିଲାର ବିଭିନ୍ନ ସରକାରୀ ସ୍ଥାନରେ ଅସ୍ଥାୟୀ ଘର କରି ରହୁଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତିି ନୀରବ ରହୁଛି। ସହରର ଅତି ନିକଟରେ ଥିବା ତନାରରେ ଗତ ୫ ବର୍ଷ ମଧ୍ୟରେ ଅହେତୁକ ଜନସଂଖ୍ୟା ବଢ଼ିଛି। ପ୍ରାୟ ୨୫ ପ୍ରତିଶତ ଲୋକଙ୍କ ପରିଚୟ ଏବେ ବି ଅଜଣା ଅଛି। ଏମାନେ କିଏ ଓ କେଉଁଠାରୁ ଆସିଛନ୍ତି, କ’ଣ କରୁଛନ୍ତି ଆଦି ପ୍ରଶ୍ନର ଉତ୍ତର ଗ୍ରାମବାସୀ ମଧ୍ୟ ଜାଣିବାକୁ ପାଉନାହାନ୍ତି। ଏଥିପାଇଁ ଗ୍ରାମବାସୀ ଜିଲା ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରୁଛନ୍ତି। ପ୍ଲାଷ୍ଟିକ ଖେଳଣା, ବେଡ୍‌ଶିଟ, ମହୁ, ଚାବି ଆଦି ବୁଲି ବିକ୍ରି କରୁଥିବା ଲୋକଙ୍କ ଆଶାନୁରୂପକ ଉପାର୍ଜନ ନ ଥିଲେ ମଧ୍ୟ ଉନ୍ନତ ଧରଣର ଚଳଣିରେ ଅଛନ୍ତି। ବାହାର ଜିଲାରୁ ଆସି ଏଠାରେ ଘରଭଡାରେ ରହିଥିବା ଲୋକ ହତ୍ୟା ପରି ଅପରାଧ କରି ଫେରାର ହୋଇ ଯାଉଛନ୍ତି। ଏପରି କ୍ଷେତ୍ରରେ ଘରଭଡା ନେଉଥିବା ଜିଲା ବାହାରର ଲୋକଙ୍କ ପରିଚୟପତ୍ର ଥାନାରେ ରଖିବା ଜରୁରୀ ହୋଇଥିବା ସେ ମତ ଦେଇଛନ୍ତି। ସୂଚନା ଅଧିକାର କର୍ମୀ ପ୍ରକାଶ ଚନ୍ଦ୍ର ଦାସ କହିଛନ୍ତି, ଖୋଲାମେଲା ସମୁଦ୍ର ତଟ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି। ଜିଲାର ୩ ସାମୁଦ୍ରିକ ଥାନାର ଭିତ୍ତିଭୂମି ଅଭାବର ସୁଯୋଗ ନେଇ ସେମାନେ ଉପାନ୍ତ ଅଞ୍ଚଳକୁ କବଳିତ କରିଛନ୍ତି। ରୋଜଗାରର ପନ୍ଥା ଭାବେ ବେଆଇନ ଚିଙ୍ଗୁଡି ଚାଷ, ବନ୍ୟଜନ୍ତୁ ଶିକାର, ବନ୍ୟ ସମ୍ପଦ ଲୁଟ ଆଦି ମାମଲାରେ ସମ୍ପୃକ୍ତି ରହୁଛନ୍ତି। ଗତ ୩ବର୍ଷ ମଧ୍ୟରେ ଅପରାଧରେ ୧୫ରୁ ୩୦ ବର୍ଷ ମଧ୍ୟରେ ଥିବା ଅପରାଧୀଙ୍କୁ ଦେଖିବାକୁ ମିଳୁଛି। ବିଭିନ୍ନ ସ୍ଥାନରେ ନିଶା ବେପାର ଯୋଗୁ ଯୁବବର୍ଗ ପଥଭ୍ରଷ୍ଟ ହୋଇ ଟଙ୍କା ପାଇଁ ଅପରାଧ ଘଟାଉଛନ୍ତି। ଏ ସମ୍ପର୍କରେ ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ଡାଙ୍କୁ ପଚାରିବାରେ ନିକଟରେ ଜିଲା ପୋଲିସ ପକ୍ଷରୁ ମହାକାଳପଡ଼ା ବ୍ଲକ ବତୀଘରଠାରେ ଅନୁପ୍ରବେଶକୁ ନେଇ ସଚେତନତା କାର୍ଯ୍ୟକ୍ରମ ହୋଇଛି। ବାହାର ବ୍ୟକ୍ତିଙ୍କ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ହୋଇପାରିଲେ ଜିଲାରେ ଆପରାଧିକ ମାମଲା ସଂଖ୍ୟା କମିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri