ଆମ ଜିଲା ଖବର

ନଦୀ ପାରହୋଇ ଶ୍ମଶାନକୁ ମୃତଦେହ ନେଉଛନ୍ତି ଗ୍ରାମବାସୀ

ଦଶମନ୍ତପୁର,୪ା୯(ଡି.ଏନ. ଏ.):ଗ୍ରାମର କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ ମଶାଣିକୁ ମୃତଦେହ ସତ୍କାର ଲାଗି ନେବାକୁ ଗ୍ରାମବାସୀଙ୍କୁ ନଦୀପାର ହେବାକୁ ପଡୁଛି। ଜୀବନକୁ ବାଜି ଲଗାଇ ମୁରାନ ନଦୀ ପାରିହେବାକୁ ପଡୁଛି ସେମାନଙ୍କୁ। ବର୍ଷାଦିନେ ଏନେଇ ଗ୍ରାମବାସୀ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଏପରି…

ବିପଦସଙ୍କୁଳ ଅବସ୍ଥାରେ ରହୁଛନ୍ତି ମୂକ ବଧିର ଛାତ୍ରୀଛାତ୍ର

ସୁନାବେଡ଼ା,୨ା୯(ସ୍ବ.ପ୍ର.):ସରକାର ଶାରୀରିକ ଓ ମାନସିକ ଅନଗ୍ରସରମାନଙ୍କ ବିକାଶ ଲାଗି ବିଭିନ୍ନ ଯୋଜନା କରିଛନ୍ତି। ମାତ୍ର ସେଥିରୁ ଲାଭ ନେଉଛନ୍ତି କେତେଜଣ ପ୍ରଶାସନିକ ଅଧିକାରୀ ଓ ଠିକାଦାର୍‌ । ସୁନାବେଡ଼ା ମହିଳା ମହାବିଦ୍ୟାଳୟ ପାର୍ଶ୍ୱରେ ଥିବା ମୂକ ଓ ବଧିର ଛାତ୍ରାବାସ ହେଉଛି…

ହାଇଦ୍ରାବାଦରେ ନବରଙ୍ଗପୁରର ଶିଆଳି ଖଲିର ଚାହିଦା

ନବରଙ୍ଗପୁର,୨।୯(ବି.ପ୍ର.):ଲୋକେ ଧୀରେ ଧୀରେ ଇକୋ ଫେଣ୍ଡ୍‌ଲି ହେଲେଣି। ପ୍ଲାଷ୍ଟିକ୍‌ ଅପେକ୍ଷା ଖଲି, ପତ୍ରଥାଳିକୁ ପସନ୍ଦ କରୁଛନ୍ତି। ଏହାକୁ ନଜରରେ ରଖି ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ସେମଳା ଗାଁର ମହିଳାମମାନେ ଜଙ୍ଗଲରୁ ଶିଆଳିପତ୍ର ଆଣି ଖଲି ଓ ପତ୍ରଥାଳି ପ୍ରସ୍ତୁତ କରୁଛନ୍ତି।…

ପୁଅର ଚିକିତ୍ସା ପାଇଁ ଭତ୍ତା କାର୍ଡ ବନ୍ଧକ ରଖିଛନ୍ତି ମା’

ତେନ୍ତୁଳିଖୁଣ୍ଟି, ୨।୯(ଡି.ଏନ୍‌.ଏ.):ଜୀବନର ଶେଷ ବେଳେ ସାହାରା ହେବ। ତାରି କାନ୍ଧରେ ବୁହା ହୋଇ ମଶାଣୀକୁ ଯିବି। ସମସ୍ତଙ୍କ ଭଳି ପୁଅକୁ ନେଇ ଏଭଳି ସ୍ବପ୍ନ ଦେଖିଥିଲେ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଗଦବାଗୁଡା ଗ୍ରାମର ସୁଲୋଚନା ଖୁରା। କିନ୍ତୁ ତାଙ୍କ ସ୍ବପ୍ନ…

ଅବ୍ୟବସ୍ଥାରେ ଗୁଡ଼ାରି ଶିଶୁ ଉଦ୍ୟାନ

ଗୁଡ଼ାରି,୨ା୯(ଡି.ଏନ୍‌.ଏ.):ରାୟଗଡ଼ା ଜିଲା ଗୁଡାରି ସହରର ପିଲାଙ୍କ ଆମୋଦ ପ୍ରମୋଦ ନିମନ୍ତେ ଏନ୍‌ଏସି ପକ୍ଷରୁ ୨୦୨୧ ଅଗଷ୍ଟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ଏକ ଶିଶୁ ଉଦ୍ୟାନ ସ୍ଥାପିତ ହୋଇଥିଲା। ଏବେ ଏହି ଏକମାତ୍ର ଶିଶୁ ଉଦ୍ୟାନ ସମସ୍ୟା ମଧ୍ୟରେ ରହିଛି। ଉଦ୍ୟାନ ସ୍ଥାପନ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଜୁନାଗଡ଼,୨ା୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ଗୁରୁବାର ନୂଆଁଖାଇ ପାଇଁ ଚାରିଆଡ଼େ ଆନନ୍ଦ,ଉଲ୍ଲାସ ରହିଥିବାବେଳେ ଏପଟେ ବିଳମ୍ବିତ ରାତିରେ ଜିଲାର ଜୁନାଗଡ଼ ଥାନା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମନାକୁ ଆସିଛି। ଗୁରୁବାର ସନ୍ଧ୍ୟାରେ ଜୁନାଗଡ଼ ସହରରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯିବା…

ବିନା ଅନୁମତିରେ ଚାଲିଛି ନବମ, ଦଶମ ଶ୍ରେଣୀ ପାଠପଢ଼ା

ମୁନିଗୁଡ଼ା(ଡି.ଏନ୍‌.ଏ.)/ରାୟଗଡ଼ା ଅଫିସ,୨ା୯:ରାୟଗଡ଼ା ଜିଲା ମୁନିଗୁଡ଼ା ସ୍ଥିତ ଏକ ବେସରକାରୀ ଶିକ୍ଷାନୁଷ୍ଠାନରେ ପାଠ ପଢ଼ି ସିବିଏସ୍‌ଇ ବୋର୍ଡ ପରୀକ୍ଷା ପାସ୍‌ କରିବା ପରେ ଏବେ ଛାତ୍ରୀଛାତ୍ର ଅସୁବିଧା ଭୋଗୁଛନ୍ତି। ସ୍ଥାନୀୟ ରୟାଲ ଏକାଡେମୀ ନାମକ ଅନୁଷ୍ଠାନରେ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପାଠ…

ମୁଖ୍ୟରାସ୍ତାକଡ଼ରେ ଗୋଦାମ, ଟ୍ରାଫିକ୍‌ ସମସ୍ୟା

ପାରଳାଖେମୁଣ୍ଡି,୨ା୯(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ସହରର ମୁଖ୍ୟରାସ୍ତା କଡରେ ଗୋଦାମଗୁଡିକ ଥିବାରୁ ଟ୍ରାଫିକ ସମସ୍ୟା ଉପୁଜୁଛି । ସହରର ରାମସାଗର ରାସ୍ତାରୁ ଆରମ୍ଭ କରି ପୁରୁଣା ପାଟଣା ରାସ୍ତା ତଥା ଜାତୀୟ ରାଜପଥ ୩୨୬-ଏ କଡରେ ବହୁ ଗୋଦାମ ଗୃହ ନିର୍ମାଣ କରାଯାଇଛି। ସେହିପରି…

ରାମିଆଳ କେନାଲରେ ଘାଇ

କାମାକ୍ଷାନଗର,୨।୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ସସାପଶି ଗ୍ରାମ କୁଶବେରଣା ଦେଇଯାଇଥିବା ରାମିଆଳ ବାମ ପାର୍ଶ୍ୱ ମୁଖ୍ୟ କେନାଲରେ ଗୁରୁବାର ସକାଳେ ୫୦ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ କେନାଲ ନିକଟବର୍ତ୍ତୀ ଜମି ଜଳମଗ୍ନ ହୋଇଯାଇଛି। ବିନା ବର୍ଷାରେ ଏଭଳି ଘାଇ…

ବ୍ରହ୍ମପୁରରେ ସ୍ଥାପନ ହେଉ ଦ୍ୱିତୀୟ କେନ୍ଦ୍ରୀୟ ବିଦ୍ୟାଳୟ

ବ୍ରହ୍ମପୁର ଅଫିସ,୨ା୯: ବ୍ରହ୍ମପୁରରେ କ୍ରମଶଃ ନୂଆସାହି ବସ୍ତି ସାଙ୍ଗକୁ ଜନସଂଖ୍ୟା ବଢ଼ି ଚାଲିଛି। ଏହାସହ ଛାତ୍ରୀଛାତ୍ରଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ରେଶମ ନଗରୀରେ ଶତାଧିକ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ରହିଛି। ତେବେ ବେସରକାରୀ ସ୍କୁଲଗୁଡିକରେ ମାତ୍ରାଧିକ ଫି…

ଆଧାର ପଞ୍ଜୀକରଣରେ ବାଧକ ସାଜିଛି ନେଟ୍‌ୱର୍କ

କୋଟଗଡ,୨ା୯(ଡି.ଏନ.ଏ.): କନ୍ଧମାଳ ଜିଲା କୋଟଗଡ଼ ବ୍ଲକରେ ୧୫ ପଞ୍ଚାୟତ ରହିଛି। ଏହା ବ୍ଲକ ମୁଖ୍ୟାଳୟ ଠାରୁ ୪୦ରୁ ୫୦ କି.ମି.ଦୂରରେ ଅବସ୍ଥିତ। ଏଠାରେ ନେଟୱର୍କ ଠିକ୍‌ ନ ରହିବାରୁ ଆଧାର ପଞ୍ଜୀକରଣରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।…

ଶେଷ ହେଉନି ଶୀତଳଯୁଦ୍ଧ

ଢେଙ୍କାନାଳ ଅଫିସ,୨।୯: ଢେଙ୍କାନାଳ ପୌରସଂସ୍ଥାରେ ଭାଜପା-ବିଜେଡି ମଧ୍ୟରେ ଆରମ୍ଭ ହୋଇଥିବା ଶୀତଳଯୁଦ୍ଧ ସମୟକ୍ରମେ ଆହୁରି ତୀବ୍ର ହେଉଛି। ଦୁଇ ଗୋଷ୍ଠୀ ଆକ୍ଷେପ-ପ୍ରତି ଆକ୍ଷେପରେ ମାତିଥିବାବେଳେ ଉନ୍ନୟନମୂଳକ କାର୍ଯ୍ୟ ଏକରକମର ଠପ୍‌ ହୋଇଯାଇଛି, ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?