ଆମ ଜିଲା ଖବର

ଆରଆଇଙ୍କୁ ଗୋଡ଼ାଇ ପିଟିଲେ ପଥର ମାଫିଆ

ନୀଳଗିରି,୨୫ା୭(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ତହସିଲ ଅଧୀନ ବାଘମରା ଗାଁରେ ସୋମବାର ସଜନାଗଡ଼ ଆର୍‌ଆଇ ସନ୍ତୋଷ କୁମାର ବେହେରାଙ୍କୁ ପଥର ମାଫିଆମାନେ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଛନ୍ତି। ଆକ୍ରମଣରେ ଆର୍‌ଆଇ ବେହେରା ଲହୁଲୁହାଣ ହୋଇଛନ୍ତି। ଏହାସହ ତାଙ୍କ ମୋବାଇଲ ଓ ପର୍ସ…

ସ୍ତ୍ରୀ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

ବ୍ରଜରାଜନଗର,୨୫ା୭(ଡି.ଏନ.ଏ.): ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅନ୍ତର୍ଗତ ମଣ୍ଡଳିଆ ଛକରେ ଯୌତୁକ ଲାଗି ସ୍ତ୍ରୀଙ୍କୁ କିରୋସିନ ଢାଳି ପୋଡି ମାରିବା ଅଭିଯୋଗରେ ପୋଲିସ ସୋମବାର ସ୍ବାମୀ ଆକତାବ ଆଲମ (୩୫)ଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ମଣ୍ଡଳିଆ ଅଞ୍ଚଳରେ ରହୁଥିବା ଆକତାବଙ୍କ…

ଗ୍ୟାସ ସିଲିଣ୍ଡର ଫାଟିବା ଘଟଣାରେ ଜଣଙ୍କର ମୃତ୍ୟୁ

ବ୍ରହ୍ମପୁର ଅଫିସ, ୨୫।୭: ଗଞ୍ଜାମ ଜିଲା ଗୋପାଳପୁର ଥାନା ରାମଚନ୍ଦ୍ରପୁର ଗାଁରେ ଗ୍ୟାସ ସିଲିଣ୍ଡର ଫାଟିବା ଘଟଣାରେ ସୋମବାର ଜଣଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ଶୁକ୍ରବାର ଗୋପାଳପୁର ଥାନା ରାମଚନ୍ଦ୍ରପୁର ଗାଁରେ ଗ୍ୟାସ ସିଲିଣ୍ଡର ସିଲିଣ୍ଡର ଫାଟି ୨ଜଣ ଗୁରୁତର ଆହତ…

ଭାର୍ଗବୀରେ ଭାସିଗଲେ ଯୁବତୀ

ପୁରୀ ଅଫିସ,୨୫।୭: ପୁରୀ ଜିଲା ପିପିଲି ବ୍ଲକ ପୁବାଶାସନ ନିକଟ ଭାର୍ଗବୀ ନଦୀରେ ସୋମବାର ଜଣେ ଯୁବତୀ ଭାସିଯାଇ ନିଖୋଜ ଅଛନ୍ତି। ଯୁବତୀ ଜଣକ ଶୌଚ ପାଇଁ ନଦୀକୁ ଯାଇଥିଲେ। ହଠାତ୍‌ ପାଣି ସ୍ରୋତରେ ଭାସି ଯାଇଥିଲେ। ଖବର ପାଇ ପିପଲିରୁ…

୮ ସାର ଦୋକାନରେ ପ୍ରଶାସନର ଧରପଗଡ଼

କୋକସରା,୨୫।୭(ଡି.ଏନ୍‌.ଏ.): କଳାହାଣ୍ଡିରୁ ନବରଙ୍ଗପୁର ଜିଲାକୁ ସାର ଚାଲାଣ ଧରାପଡ଼ିବା ପରେ କଳାହାଣ୍ଡି ଜିଲା ପ୍ରଶାସନ ଏବଂ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଜାରି ରହିଛି। ଧର୍ମଗଡ଼ ଉପ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ କୋକସରା ବ୍ଲକର ବିଭିନ୍ନ ସାର ହୋଲସେଲ୍‌ ସମେତ ରିଟେଲ ଦୋକାନରେ…

ରାସ୍ତାରେ ତଳି ରୋଇ ପ୍ରତିବାଦ କଲେ ଗ୍ରାମବାସୀ

କୋକସରା,୨୫।୭(ଡି.ଏନ.ଏ.): ରାସ୍ତା କାଦୁଅରେ ତଳି ରୋଇ ପ୍ରତିବାଦ କଲେ ଗ୍ରାମବାସୀ। ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ବଙ୍ଗୋମୁଣ୍ଡା ଗାଁରେ। ରାସ୍ତା ନିର୍ମାଣ ପାଇଁ ବାରମ୍ବାର ପଞ୍ଚାୟତରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ…

ଆଖଣ୍ଡଳମଣିରେ ଅସମ୍ଭାଳ ଭିଡ଼: ମହିଳାଙ୍କ ପାଇଁ ନ ଥିଲା ବ୍ୟବସ୍ଥା

ଆରଡ଼ି,୨୫।୭(ଡି.ଏନ.ଏ.): ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ମନ୍ଦିରରେ ଲକ୍ଷାଧିକ କାଉଡ଼ିଆ ଜଳଲାଗି କରିଛନ୍ତି। ସୀମିତ ସ୍ଥାନରେ ଏତେସଂଖ୍ୟକ କାଉଡ଼ିଆଙ୍କ ଉପସ୍ଥିତି ପୀଠ ଓ ଏହା ଆଖପାଖ ଅଞ୍ଚଳରେ ଜଟିଳ ପରିସ୍ଥିତି ସୃଷ୍ଟି କରିଥିଲା। ଭିଡ଼ ଯୋଗୁ…

ରାଷ୍ଟ୍ରପତି ଭାବେ ଶପଥ ନେଲେ ଓଡ଼ିଆ ଝିଅ , ଶ୍ରୀମନ୍ଦିର ସମ୍ମୁଖରେ ଦୀପଦାନ

ପୁରୀ ଅଫିସ, ୨୫।୭(ବ୍ୟୁରୋ): ରାଷ୍ଟ୍ରପତି ଭାବେ ସୋମବାର ଦ୍ରୌପଦୀ ମୁର୍ମୁ ଶପଥ ନେଇଛନ୍ତି । ଓଡ଼ିଶାର ଝିଅ ରାଷ୍ଟ୍ରପତି ହେବା ପରେ ସବୁଠି ଖୁସିର ଲହରି ଦେଖିବାକୁ ମିଳିଛି। ଏହି ଅବସରରେ ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡା ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ଦୀପଦାନ…

ଜିଲାପାଳ,ଏସ୍‌ପିଙ୍କ ଉପସ୍ଥିତିରେ ଦିବ୍ୟାଙ୍ଗଙ୍କ ଆତ୍ମହତ୍ୟା ଉଦ୍ୟମ

ଦିଗପହଣ୍ଡି,୨୫।୭(ଡି.ଏନ୍‌.ଏ.): ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମରେ ଏକ ଅଭାବନୀୟ ଘଟଣା ଘଟିଛି। ଗଞ୍ଜାମ ଜିଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା, ଜିଲା ଗ୍ରାମଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଭି. କୀର୍ତ୍ତି ଭାସନ, ବ୍ରହ୍ମପୁର ଏସ୍‌ପି…

ବିଜିପୁର ଗ୍ରାମ୍ୟ ରାସ୍ତା ବିପର୍ଯ୍ୟସ୍ତ

ଦଶରଥପୁର,୨୫ା୭(ଡି.ଏନ.ଏ.): ଦଶରଥପୁର ବ୍ଲକ୍‌ ଖଣ୍ଡରା ପଞ୍ଚାୟତର ଏକ ପ୍ରମୁଖ ଗ୍ରାମ ବିଜିପୁର। ଏହି ଗ୍ରାମରେ ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ପରିବାର ବାସ କରନ୍ତି। ହେଲେ ପରିତାପର ବିଷୟ ଯାଜପୁର-ବିଞ୍ଝାରପୁର ମୁଖ୍ୟ ରାସ୍ତାରୁ ଉକ୍ତ ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ରାସ୍ତାଟି ବିପର୍ଯ୍ୟସ୍ତ…

ସମ୍ବଲପୁରରେ ହେବ ଚଳଚ୍ଚିତ୍ର ପ୍ରଶିକ୍ଷଣ ପ୍ରତିଷ୍ଠାନ

ସମ୍ବଲପୁର,୨୫ା୭(ବ୍ୟୁରୋ): ଓଡ଼ିଶାର ସମ୍ବଲପୁରଠାରେ ଖୁବ୍‌ଶୀଘ୍ର ଏକ ଚଳଚ୍ଚିତ୍ର ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ଫିଲ୍ମ ଷ୍ଟୁଡ଼ିଓ ସ୍ଥାପନ ହେବ। ଏହା ଦ୍ୱାରା ଜିଲାର କଳାକାରଙ୍କୁ ଉଚିତ ପ୍ଲାଟଫର୍ମ ମିଳିବ। ଏବେ ସିନେମାରେ ଗୀତ ଗାଇବାକୁ ସମ୍ବଲପୁର ଝିଅ ସିଦ୍ଧି ପ୍ରିୟଦର୍ଶିନୀଙ୍କୁ ସୁଯୋଗ ମିଳିଛି।…

ଝାଟିମାଟି କୁଡ଼ିଆରେ ବିତୁଛି ଜୀବନ

ବ୍ରହ୍ମବରଦା,୨୫ା୭(ଡି.ଏନ.ଏ.): ଯାଜପୁର ବ୍ଲକ ଝାଲପଡ଼ା ପଞ୍ଚାୟତ କାକୁଡ଼ିକୁଦ ୨ ନମ୍ବର ୱାର୍ଡ ଦଳିତ ସାହିର ଅଧିକାଂଶ ପରିବାର ବର୍ଗଙ୍କ ପକ୍କାଘର ନାହିଁ। ଫଳରେ ସେମାନେ ବହୁ ଦୟନୀୟ ଅବସ୍ଥାରେ ଝାଟିମାଟି କୁଡ଼ିଆ ଘରେ ଜୀବନ ବିତାଉଛନ୍ତି। ଗତ ପଞ୍ଚାୟତ ନିର୍ବାଚନ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?