ହାଇଦ୍ରାବାଦରେ ନବରଙ୍ଗପୁରର ଶିଆଳି ଖଲିର ଚାହିଦା

ନବରଙ୍ଗପୁର,୨।୯(ବି.ପ୍ର.):ଲୋକେ ଧୀରେ ଧୀରେ ଇକୋ ଫେଣ୍ଡ୍‌ଲି ହେଲେଣି। ପ୍ଲାଷ୍ଟିକ୍‌ ଅପେକ୍ଷା ଖଲି, ପତ୍ରଥାଳିକୁ ପସନ୍ଦ କରୁଛନ୍ତି। ଏହାକୁ ନଜରରେ ରଖି ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ସେମଳା ଗାଁର ମହିଳାମମାନେ ଜଙ୍ଗଲରୁ ଶିଆଳିପତ୍ର ଆଣି ଖଲି ଓ ପତ୍ରଥାଳି ପ୍ରସ୍ତୁତ କରୁଛନ୍ତି। ଓର୍‌ମାସ ସେମାନଙ୍କ ପାଇଁ ବଜାର ବ୍ୟବସ୍ଥା କରାଇଛି। ମହିଳାମାନଙ୍କଠାରୁ ଖଲି ପ୍ଲେଟ୍‌ ନେଇ ସୁଦୂର ହାଇଦ୍ରାବାଦରେ ବିକ୍ରି କରାଯାଉଛି। ସେଠାରେ ଏହି ଖଲି ପ୍ଲେଟ୍‌ର ଚାହିଦା ବେଶ୍‌ ରହିଛି। ଗାଁର ମହିଳାମାନେ ମାତୃକୃପା ନାମରେ ଏକ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ଏହି କାର୍ଯ୍ୟ କରୁଛନ୍ତି। ସେମାନଙ୍କ ସଫଳତା ବିଷୟରେ ଜାଣି ମାଲକାନଗିରି ଜିଲା ମୁଦୁଲିପଡ଼ା ଗାଁର ବଣ୍ଡା ସମ୍ପ୍ରଦାୟ ମହିଳାମାନେ ସେମଳା ଗାଁକୁ ଆସି ଖଲି କିଭଳି ପ୍ରସ୍ତୁତ ହେଉଛି ଓ ଏହାର ବଜାର ବ୍ୟବସ୍ଥା କିଭଳି ରହିଛି ତାହା ଦେଖି ଫେରିଛନ୍ତି।
ବର୍ତ୍ତମାନ ପଲିଥିନ ବ୍ୟବହାର ଓ ବିକ୍ରି ବେଆଇନ ହେବାରେ ଲାଗିଛି । ପତ୍ରରେ ତିଆରି ଖଲି, ଦନା ଆଦିର ଚାହିଦା ବଢିଛି। ତେଣୁ ମାତୃକୃପା ଏସ୍‌ଏଚ୍‌ଜି ମହିଳାମାନେ ଜଙ୍ଗଲରୁ ଶିଆଳିପତ୍ର ସଂଗ୍ରହକରି ସେଥିରୁ ଖଲି ପ୍ରସ୍ତୁତ କରୁଛନ୍ତି। କିସ୍‌ ପକ୍ଷରୁ ୫୦ଟି ସିଲେଇ ମେଶିନ ଓ ଗୋଟିଏ ପ୍ରେସ୍‌(ବୋଫେଟ୍‌) ମେଶିନ ଯୋଗାଇ ଦିଆଯାଇଛି। ଓର୍‌ମାସ ପକ୍ଷରୁ ବଜାର ବ୍ୟବସ୍ଥା ସହ ନୂଆ ଢାଞ୍ଚାରେ ଖଲି ପ୍ରସ୍ତୁତ ତାଲିମ ଦିଆଯାଇଛି। ବଜାରକୁ ଆଧାରକରି ଦର ନିର୍ଦ୍ଧାରଣରେ ଓର୍‌ମାସ ସହଯୋଗ କରୁଛି। ଏହାଛଡ଼ା ହାଇଦ୍ରାବାଦରେ ବଜାର ବ୍ୟବସ୍ଥା କରାଇଛି ଓର୍‌ମାସ। ସଚିନ୍ଦର ଏଣ୍ଟରପ୍ରାଇଜେସ ପ୍ରତି ମାସରେ ୧୨ରୁ ୧୫ହଜାର ଖଲି ସେମଳା ମାତୃ ଶକ୍ତି ଏସ୍‌ଏଚ୍‌ଜିଠାରୁ ନେଉଛି । ନବରଙ୍ଗପୁରରୁ ହାଇଦ୍ରାବାଦ ସିଧାସଳଖ ବସ୍‌ ସୁବିଧା ରହିଥିବାରୁ ପରିବହନ ସୁବିଧା ମଧ୍ୟ ହେଉଛି ବୋଲି ନବରଙ୍ଗପୁର ଓର୍‌ମାସର ଉପ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏ. ଉମା ମହେଶ ଜଣାଇଛନ୍ତି। ପ୍ରତି ସଭ୍ୟା ମାସିକ ୪୦୦୦ ଖଲି ପ୍ରସ୍ତୁତ କରୁଛନ୍ତି। ଏ ବାବଦକୁ ସେମାନେ ମାସିକ ୩୫୦୦ ଟଙ୍କା ରୋଜଗାର କରିପାରୁଛନ୍ତି। ଭବିଷ୍ୟତ ଉତ୍ପାଦନ ପାଇଁ ପ୍ରତ୍ୟେକ ମହିଳା ଜମାନିଧି ପାଣ୍ଠି ବାବଦକୁ ପ୍ରତି ମାସରେ ୨୦୦ ଟଙ୍କା ବ୍ୟାଙ୍କଖାତାରେ ଜମା କରୁଛନ୍ତି। ପ୍ରତି ଖଲି ଏକ ଟଙ୍କାରେ ବିକ୍ରି ହେଉଛି। ପ୍ରତି ବିଡାରେ ୧୦୦ ଖଲି ରହୁଛି। ୪୫ ମହିଳାଙ୍କୁ ନେଇ ଉତ୍ପାଦନ ଗ୍ରୁପ୍‌ ଗଠନ କରାଯାଇଛି । ମାସିକ ୨୦ଦିନ ମହିଳାମାନେ ଖଲି ପ୍ରସ୍ତୁତ କାମ କରୁଛନ୍ତି। ଅନ୍ୟ ଦିନଗୁଡ଼ିକରେ ପତ୍ର ସଂଗ୍ରହ କରିବାକୁ ନିକଟ ଜଙ୍ଗଲକୁ ଯାଉଛନ୍ତି। ହାଇଦ୍ରାବାଦକୁ ଖଲି ପଠାଯାଉଛି ଓ ସ୍ଥାୟୀ ବଜାରରେ ମଧ୍ୟ ବିକ୍ରି କରାଯାଉଛି ବୋଲି ଏସ୍‌ଏଚ୍‌ଜି ସମ୍ପାଦିକା ଚଞ୍ଚଳା ମାଝି କହିଛନ୍ତି। ଏସ୍‌ଏଚ୍‌ଜି ମହିଳାମାନେ କିଭଳି ସମୟ ଦେଇ ରୋଜଗାରକୁ ବଢ଼ାଇବେ ସେଥିପ୍ରତି କାମ କରାଯାଉଛି ବୋଲି ଜୀବିକା ପ୍ରୋତ୍ସାହନ କର୍ମୀ ଚିତ୍ରସେନ ମାଝି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?