ହାଇଦ୍ରାବାଦରେ ନବରଙ୍ଗପୁରର ଶିଆଳି ଖଲିର ଚାହିଦା

ନବରଙ୍ଗପୁର,୨।୯(ବି.ପ୍ର.):ଲୋକେ ଧୀରେ ଧୀରେ ଇକୋ ଫେଣ୍ଡ୍‌ଲି ହେଲେଣି। ପ୍ଲାଷ୍ଟିକ୍‌ ଅପେକ୍ଷା ଖଲି, ପତ୍ରଥାଳିକୁ ପସନ୍ଦ କରୁଛନ୍ତି। ଏହାକୁ ନଜରରେ ରଖି ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ସେମଳା ଗାଁର ମହିଳାମମାନେ ଜଙ୍ଗଲରୁ ଶିଆଳିପତ୍ର ଆଣି ଖଲି ଓ ପତ୍ରଥାଳି ପ୍ରସ୍ତୁତ କରୁଛନ୍ତି। ଓର୍‌ମାସ ସେମାନଙ୍କ ପାଇଁ ବଜାର ବ୍ୟବସ୍ଥା କରାଇଛି। ମହିଳାମାନଙ୍କଠାରୁ ଖଲି ପ୍ଲେଟ୍‌ ନେଇ ସୁଦୂର ହାଇଦ୍ରାବାଦରେ ବିକ୍ରି କରାଯାଉଛି। ସେଠାରେ ଏହି ଖଲି ପ୍ଲେଟ୍‌ର ଚାହିଦା ବେଶ୍‌ ରହିଛି। ଗାଁର ମହିଳାମାନେ ମାତୃକୃପା ନାମରେ ଏକ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ଏହି କାର୍ଯ୍ୟ କରୁଛନ୍ତି। ସେମାନଙ୍କ ସଫଳତା ବିଷୟରେ ଜାଣି ମାଲକାନଗିରି ଜିଲା ମୁଦୁଲିପଡ଼ା ଗାଁର ବଣ୍ଡା ସମ୍ପ୍ରଦାୟ ମହିଳାମାନେ ସେମଳା ଗାଁକୁ ଆସି ଖଲି କିଭଳି ପ୍ରସ୍ତୁତ ହେଉଛି ଓ ଏହାର ବଜାର ବ୍ୟବସ୍ଥା କିଭଳି ରହିଛି ତାହା ଦେଖି ଫେରିଛନ୍ତି।
ବର୍ତ୍ତମାନ ପଲିଥିନ ବ୍ୟବହାର ଓ ବିକ୍ରି ବେଆଇନ ହେବାରେ ଲାଗିଛି । ପତ୍ରରେ ତିଆରି ଖଲି, ଦନା ଆଦିର ଚାହିଦା ବଢିଛି। ତେଣୁ ମାତୃକୃପା ଏସ୍‌ଏଚ୍‌ଜି ମହିଳାମାନେ ଜଙ୍ଗଲରୁ ଶିଆଳିପତ୍ର ସଂଗ୍ରହକରି ସେଥିରୁ ଖଲି ପ୍ରସ୍ତୁତ କରୁଛନ୍ତି। କିସ୍‌ ପକ୍ଷରୁ ୫୦ଟି ସିଲେଇ ମେଶିନ ଓ ଗୋଟିଏ ପ୍ରେସ୍‌(ବୋଫେଟ୍‌) ମେଶିନ ଯୋଗାଇ ଦିଆଯାଇଛି। ଓର୍‌ମାସ ପକ୍ଷରୁ ବଜାର ବ୍ୟବସ୍ଥା ସହ ନୂଆ ଢାଞ୍ଚାରେ ଖଲି ପ୍ରସ୍ତୁତ ତାଲିମ ଦିଆଯାଇଛି। ବଜାରକୁ ଆଧାରକରି ଦର ନିର୍ଦ୍ଧାରଣରେ ଓର୍‌ମାସ ସହଯୋଗ କରୁଛି। ଏହାଛଡ଼ା ହାଇଦ୍ରାବାଦରେ ବଜାର ବ୍ୟବସ୍ଥା କରାଇଛି ଓର୍‌ମାସ। ସଚିନ୍ଦର ଏଣ୍ଟରପ୍ରାଇଜେସ ପ୍ରତି ମାସରେ ୧୨ରୁ ୧୫ହଜାର ଖଲି ସେମଳା ମାତୃ ଶକ୍ତି ଏସ୍‌ଏଚ୍‌ଜିଠାରୁ ନେଉଛି । ନବରଙ୍ଗପୁରରୁ ହାଇଦ୍ରାବାଦ ସିଧାସଳଖ ବସ୍‌ ସୁବିଧା ରହିଥିବାରୁ ପରିବହନ ସୁବିଧା ମଧ୍ୟ ହେଉଛି ବୋଲି ନବରଙ୍ଗପୁର ଓର୍‌ମାସର ଉପ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏ. ଉମା ମହେଶ ଜଣାଇଛନ୍ତି। ପ୍ରତି ସଭ୍ୟା ମାସିକ ୪୦୦୦ ଖଲି ପ୍ରସ୍ତୁତ କରୁଛନ୍ତି। ଏ ବାବଦକୁ ସେମାନେ ମାସିକ ୩୫୦୦ ଟଙ୍କା ରୋଜଗାର କରିପାରୁଛନ୍ତି। ଭବିଷ୍ୟତ ଉତ୍ପାଦନ ପାଇଁ ପ୍ରତ୍ୟେକ ମହିଳା ଜମାନିଧି ପାଣ୍ଠି ବାବଦକୁ ପ୍ରତି ମାସରେ ୨୦୦ ଟଙ୍କା ବ୍ୟାଙ୍କଖାତାରେ ଜମା କରୁଛନ୍ତି। ପ୍ରତି ଖଲି ଏକ ଟଙ୍କାରେ ବିକ୍ରି ହେଉଛି। ପ୍ରତି ବିଡାରେ ୧୦୦ ଖଲି ରହୁଛି। ୪୫ ମହିଳାଙ୍କୁ ନେଇ ଉତ୍ପାଦନ ଗ୍ରୁପ୍‌ ଗଠନ କରାଯାଇଛି । ମାସିକ ୨୦ଦିନ ମହିଳାମାନେ ଖଲି ପ୍ରସ୍ତୁତ କାମ କରୁଛନ୍ତି। ଅନ୍ୟ ଦିନଗୁଡ଼ିକରେ ପତ୍ର ସଂଗ୍ରହ କରିବାକୁ ନିକଟ ଜଙ୍ଗଲକୁ ଯାଉଛନ୍ତି। ହାଇଦ୍ରାବାଦକୁ ଖଲି ପଠାଯାଉଛି ଓ ସ୍ଥାୟୀ ବଜାରରେ ମଧ୍ୟ ବିକ୍ରି କରାଯାଉଛି ବୋଲି ଏସ୍‌ଏଚ୍‌ଜି ସମ୍ପାଦିକା ଚଞ୍ଚଳା ମାଝି କହିଛନ୍ତି। ଏସ୍‌ଏଚ୍‌ଜି ମହିଳାମାନେ କିଭଳି ସମୟ ଦେଇ ରୋଜଗାରକୁ ବଢ଼ାଇବେ ସେଥିପ୍ରତି କାମ କରାଯାଉଛି ବୋଲି ଜୀବିକା ପ୍ରୋତ୍ସାହନ କର୍ମୀ ଚିତ୍ରସେନ ମାଝି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri