ପୁଅର ଚିକିତ୍ସା ପାଇଁ ଭତ୍ତା କାର୍ଡ ବନ୍ଧକ ରଖିଛନ୍ତି ମା’

ତେନ୍ତୁଳିଖୁଣ୍ଟି, ୨।୯(ଡି.ଏନ୍‌.ଏ.):ଜୀବନର ଶେଷ ବେଳେ ସାହାରା ହେବ। ତାରି କାନ୍ଧରେ ବୁହା ହୋଇ ମଶାଣୀକୁ ଯିବି। ସମସ୍ତଙ୍କ ଭଳି ପୁଅକୁ ନେଇ ଏଭଳି ସ୍ବପ୍ନ ଦେଖିଥିଲେ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଗଦବାଗୁଡା ଗ୍ରାମର ସୁଲୋଚନା ଖୁରା। କିନ୍ତୁ ତାଙ୍କ ସ୍ବପ୍ନ ଏବେ ମଉଳି ଯାଇଛି। ପୁଅ ନୟନ ଖୁରାଙ୍କ ଗୋଡ଼ ଏବେ ଫୁଲି ଧୀରେ ଧୀରେ ବଙ୍କା ହୋଇ ଗଲାଣି। ନୟନଙ୍କୁ ଏବେ ଚାଲିବାରେ ମଧ୍ୟ ଅସୁବିଧା ହେଉଛି। ସୁଲୋଚନା ତାଙ୍କର ବାର୍ଦ୍ଧକ୍ୟ ଭତ୍ତା କାର୍ଡକୁ ୬ହଜାର ଟଙ୍କାରେ ବନ୍ଧକ ରଖି ଉକ୍ତ ଟଙ୍କାରେ ପୁଅର ଚିକତ୍ସା କରାଇଲେ। କିନ୍ତୁ ଚିକିତ୍ସା ପାଇଁ ଆହୁରୀ ଟଙ୍କା ଜରୁରୀ। ଅର୍ଥାଭାବରୁ ସୁଲୋଚନା ପୁଅର ଚିକିତ୍ସା କରାଇ ପାରୁ ନାହାନ୍ତି।
୩ ବର୍ଷ ପୂର୍ବେ କାମ କରିବା ବେଳେ କୋଦାଳ ବାଜି ନୟନଙ୍କ ଡାହାଣ ଗୋଡ଼ ଖଣ୍ଡିଆ ଖାବରା ହୋଇଗଲା। ସେ ଏହାର ଚିକତ୍ସା କରିଥିଲେ। କିଛି ଦିନ ପରେ ସେ ସୁସ୍ଥ ହୋଇ ସ୍ବାଭାବିକ ଜୀବନ ଯାପନ କଲେ। କିନ୍ତୁ ଧୀରେ ଧୀରେ ନୟନଙ୍କ ଡାହାଣ ଗୋଡ଼ ଫୁଲିବାରେ ଲାଗିଲା। ତାଙ୍କ ଚାଲିବାରେ ଅସୁବିଧା ଦେଖାଦେଲା। ସେ ଡାକ୍ତରଙ୍କୁ ପରାମର୍ଶ କରିଥିଲେ। ସୁଲୋଚନା ନିଜ ବାର୍ଦ୍ଧକ୍ୟ ଭତ୍ତା କାର୍ଡକୁ ଗାଁର ଜଣଙ୍କ ପାଖରେ ବନ୍ଧକ ରଖି ୬ହଜାର ଟଙ୍କା ଆଣି ନୟନଙ୍କୁ ଡାକ୍ତରଙ୍କ ପାଖକୁ ନେଇଥିଲେ। ଡାକ୍ତର ତାଙ୍କୁ କୋରାପୁଟରେ ଚିକିତ୍ସା ପାଇଁ ପଠାଇ ଥିଲେ। କିନ୍ତୁ ଟଙ୍କା ଅଭାବରୁ ସେଠାରେ ଚିକତ୍ସା କରି ପାରିଲେ ନାହିଁ। ଏବେ ସୁଲୋଚନା ମଜୁରିଆ କାମ କରି ଘର ଚଳାଉଛନ୍ତି। ଏହା ମଧ୍ୟରେ ପୁଅର ଚିକତ୍ସା କରିବା ଏବେ ତାଙ୍କ ପାଇଁ କଷ୍ଟକର। ସରକାର ନୟନଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରିବାକୁ ସୁଲୋଚନା ଓ ଗ୍ରାମବାସୀ କହିଛନ୍ତି। ନୟନଙ୍କ ଚିକିତ୍ସା ପାଇଁ ମା ସୁଲୋଚନା ଭତ୍ତା କାର୍ଡ ବନ୍ଧକ ରଖିବା ପ୍ରସଙ୍ଗରେ ବିଡିଓ ଦୁର୍ଯ୍ୟୋଧନ ଭୋଇଙ୍କୁ ପଚାରିବାରୁ ଏହି ଘଟଣା ତାଙ୍କ ନଜରକୁ ଆସିନି। ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?