ଆମ ଜିଲା ଖବର

ହାତୀଙ୍କ ପାଇଁ ବନ ବିଭାଗର ନୂଆ ପଦକ୍ଷେପ

କେନ୍ଦୁଝର,୨୩ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଦେଇ ଯାଇଥିବା ୨୦ ଏବଂ ୪୯ ନମ୍ବର ଜାତୀୟ ରାଜପଥରେ ହାତୀମାନଙ୍କ ଯାତାୟାତରେ ବାଧକ ସୃଷ୍ଟି ହୋଇଛି। ଏଥିପାଇଁ ଅନେକ ସ୍ଥାନରେ ଅଣ୍ଡରପାସ ନିର୍ମାଣ କରାଯାଇଥିଲେ ହେଁ ସେସବୁରେ ହାତୀମାନେ ବିଭିନ୍ନ କାରଣରୁ ରାସ୍ତା ଅପରପାର୍ଶ୍ୱକୁ ଯିବା…

ବ୍ରିଜ୍‌ ବାଡ଼ରେ ପିଟିହେଲା ବୁଲେଟ୍‌, ୨ ଗୁରୁତର

କେନ୍ଦୁଝର,୨୩ା୭(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅଞ୍ଚଳ ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥର ବାଲିଆଗୋଡ଼ା ଓଭରବ୍ରିଜ୍‌ରେ ଶନିବାର ସନ୍ଧ୍ୟାରେ ଏକ ବୁଲେଟ ଦୁର୍ଘଟଣାଗ୍ରସ୍ତ ହୋଇଛି। କେନ୍ଦୁଝର ପଟୁ ଯୋଡ଼ା ଯାଉଥିବାବେଳେ ବୁଲେଟ୍‌ଟି ବ୍ରିଜ୍‌ ବାଡ଼ରେ ପିଟି ହେବାରୁ ଏଥିରେ ବସିଥିବା…

ଡାଇରିଆ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ସ୍ବାସ୍ଥ୍ୟମନ୍ତ୍ରୀ, ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ

ରାୟଗଡ଼ା ଅଫିସ,୨୩ା୭ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ,ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ସ୍ଥାନୀୟ ବିଧାୟକ ମକରନ୍ଦ ମୁଦୁଲି ଶନିବାର କାଶୀପୁର ବ୍ଲକର ଡାଇରିଆ ପ୍ରଭାବିତ ଗ୍ରାମଗୁଡ଼ିକ ଗସ୍ତ କରିଛନ୍ତି । ପ୍ରଥମେ ଟିକିରି ଉଷାପଡ଼ା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରକୁ…

ବହ୍ଲାମରା, ବାଲିବସ୍ତା ପକାଇବାକୁ ନେଇ ଅସନ୍ତୋଷ

ଆରଡ଼ି,୨୩।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଓଳଗ ପଞ୍ଚାୟତ ସାଠିବାଙ୍କୁଡା ନିକଟରେ ଥିବା ବୈତରଣୀ ନଦୀବନ୍ଧରେ ୭ ଦିନ ହେଲା ବହ୍ଲାମରା କାର୍ଯ୍ୟ ଚାଲିଛି । ଏହାକୁ ନେଇ ସାଠିବାଙ୍କୁଡା, ବୋଡକ ସମେତ ଅନ୍ୟ କେତେକ ଗ୍ରାମରେ ଅସନ୍ତୋଷ ଦେଖାଦେଇଛି…

୬୦ କେଜି ଗଞ୍ଜେଇ ଜବତ, ୪ ଗିରଫ

ବ୍ରହ୍ମପୁର ଅଫିସ,୨୩ା୭: ବ୍ରହ୍ମପୁର ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୬୦ କେଜି ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ୪ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ଗୁଇନ୍ଦା ବିଭାଗ ଦକ୍ଷିଣାଞ୍ଚଳ ଡେପୁଟି କମିଶନର୍‌ ଅଶୋକ କୁମାର ଶତପଥୀ…

ଶିଶୁ ଶ୍ରମିକ ଚାଲାଣ: ବସ୍‌ଷ୍ଟାଣ୍ଡରୁ ୯ ଶିଶୁଙ୍କୁ ଉଦ୍ଧାର କଲା ପୋଲିସ

ଟେନ୍‌ସା,୨୩।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୋଇଡା ବସ୍‌ଷ୍ଟାଣ୍ଡରୁ ଶନିବାର କୋଇଡା ପୋଲିସ ୯ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି। ଉଦ୍ଧାର ପରେ ସମସ୍ତ ଶିଶୁଙ୍କୁ ଘରକୁ ପଠାଇ ଦିଆଯାଇଛି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ। ଉଦ୍ଧାର ଶିଶୁ…

ନବରଙ୍ଗପୁରରେ କାଶିପୁର ଚିତ୍ର: ଜଣେ ମୃତ, ୪ ଗୁରୁତର

ନବରଙ୍ଗପୁର,୨୩।୭(ବି.ପ୍ର.): ରାୟଗଡ଼ା ଜିଲା ପରେ ନବରଙ୍ଗପୁର ଜିଲାରେ ବ୍ୟାପିଲା ଝାଡ଼ାବାନ୍ତି। ଜିଲାର ନନ୍ଦାହାଣ୍ଡି ବ୍ଲକ ଖଡ଼ିଆଗୁଡା ଗ୍ରାମରେ ଝାଡାବାନ୍ତିରେ ଜଣେ ଜଜ୍‌ଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬ ଆକ୍ରାନ୍ତ ହୋଇଛନ୍ତି । ଗାଁରେ ଡାକ୍ତରୀ ଦଳ ପହଞ୍ଚତ୍ ନମୁନା ସଂଗ୍ରହ କରିଛନ୍ତି।…

ରବିବାର ଶ୍ରୀମନ୍ଦିରରେ ଚକ୍ରବୁଲା ଏକାଦଶୀ

ପୁରୀ ଅଫିସ, ୨୩।୭: ଶ୍ରୀମନ୍ଦିରରେ ରବିବାର ଚକ୍ରବୁଲା ତଥା ଚକ୍ରନାରାୟଣ ଏକାଦଶୀ ନୀତି ପାଳିତ ହେବ । ପ୍ରଭୁ ଚକ୍ରନାରାୟଣ ବିମାନରେ ଅଧିଷ୍ଠିତ ହୋଇ ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଚାରି ଆଶ୍ରମରେ ବିଜେ ହେବା ସହ ନଗର ପରିକ୍ରମା କରିବେ । ଚକ୍ରନାରାୟଣ…

ଆଦର୍ଶ, ଡେରା ଡିଏଭିରେ ଶତପ୍ରତିଶତ ପାସ୍‌

ଅନୁଗୋଳ ଅଫିସ, ୨୩।୭ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷାବୋର୍ଡ (ସିବିଏସ୍‌ଇ) ପରିଚାଳିତ ଦ୍ୱାଦଶ ଓ ଦଶମ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଥିବା ବେଳେ ଅନୁଗୋଳ ଜିଲାର କେନ୍ଦ୍ରୀୟ ବିଦ୍ୟାଳୟ ଓ ଆଦର୍ଶ ଇଣ୍ଟରନ୍ୟାଶନାଲ ସ୍କୁଲରେ ଦଶମ ପରୀକ୍ଷାରେ ଶତପ୍ରତିଶତ ପିଲା ପାସ୍‌…

କାଶିପୁରରେ ଝାଡ଼ାବାନ୍ତି ନେଲା ପୁଣି ଜଣଙ୍କ ଜୀବନ: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

ରାୟଗଡ଼ା ଅଫିସ/ ଟିକିରି,୨୩।୭(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶିପୁର ବ୍ଲକରେ ଝାଡ଼ାବାନ୍ତି ଥମିବାର ନାଁ ଧରୁନି। ଏଥିରେ ଆଉ ଜଣଙ୍କର ଜୀବନ ଯାଇଛି। ମୃତକ ହେଉଛନ୍ତି ଡୁଡୁକାବାହାଲ ପଞ୍ଚାୟତ ଡେଙ୍ଘାଗୁଡ଼ା ଗ୍ରାମର ଅର୍ଜୁନ ଜାନି (୫୫)। ୧୯ତାରିଖରେ ତାଙ୍କୁ ଝାଡାବାନ୍ତି ହେଉଥିଲା। ଡାକ୍ତରୀ…

ଅଟକିଲା ଜୀବନଯାତ୍ରା

ଢେଙ୍କାନାଳ ଅଫିସ, ୨୩।୭ ପାସେଞ୍ଜର ହଲ୍ଟରେ ଅଟକି ରହିଥିଲା ଟ୍ରେନ୍‌। ଜାତୀୟ ରାଜପଥ, ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଅପେକ୍ଷା କରି ରହିଥିଲେ ସହସ୍ରାଧିକ ଯାନବାହନ। ବନ୍ଦ ରହିଥିଲା ବ୍ୟବସାୟିକ ପ୍ରତିଷ୍ଠାନଠାରୁ ଆରମ୍ଭ କରି ସରକାରୀ, ବେସରକାରୀ କାର୍ଯ୍ୟାଳୟ।…

ଗଛମୂଳେ ଚାଲିଛି ପାଠପଢ଼ା

ପଦ୍ମପୁର, ୨୩।୭ (ଡି.ଏନ.ଏ.) ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବ। ଆବଶ୍ୟକ ଅନୁଯାୟୀ ଶ୍ରେଣୀଗୃହ ନ ଥିବାରୁ କୁନି କୁନି ଛାତ୍ରୀଛାତ୍ର ଗଛ ମୂଳେ ବସି ପାଠ ପଢୁଛନ୍ତି। ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ କରଣପଲ୍ଲୀ ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏପରି ଦୃଶ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?