ନଦୀ ପାରହୋଇ ଶ୍ମଶାନକୁ ମୃତଦେହ ନେଉଛନ୍ତି ଗ୍ରାମବାସୀ

ଦଶମନ୍ତପୁର,୪ା୯(ଡି.ଏନ. ଏ.):ଗ୍ରାମର କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ ମଶାଣିକୁ ମୃତଦେହ ସତ୍କାର ଲାଗି ନେବାକୁ ଗ୍ରାମବାସୀଙ୍କୁ ନଦୀପାର ହେବାକୁ ପଡୁଛି। ଜୀବନକୁ ବାଜି ଲଗାଇ ମୁରାନ ନଦୀ ପାରିହେବାକୁ ପଡୁଛି ସେମାନଙ୍କୁ। ବର୍ଷାଦିନେ ଏନେଇ ଗ୍ରାମବାସୀ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଏପରି ଦେଖିବାକୁ ମିଳିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଗାଦିଆଗୁଡା ପଞ୍ଚାୟତର ବୋଗେଇପଦର ଗ୍ରାମରେ। କେବଳ ଏହି ଗୋଟିଏ ଗ୍ରାମ ନୁହେଁ, ପରଜାଗଦ୍ରି, ତଳଗଦ୍ରି ଗ୍ରାମବାସୀ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମୁରାନ ନଦୀର ୭ ଫୁଟରୁ ଅଧିକ ପାଣି ଥିବା ବେଳେ ମଧ୍ୟ ନଦୀ ପାରି ହୋଇ ମଶାଣିକୁ ମୃତଦେହ ନେଉଛନ୍ତି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି, ଏହି ୩ ଖଣ୍ଡ ଗ୍ରାମର ଶ୍ମାଶାନ ଗୋଟିଏ ସ୍ଥାନରେ ରହିଛି। ଏହି ମଶାଣିରେ ୩ଗ୍ରାମର ଲୋକ ମୃତଦେହ ସତ୍କାର କରିଥାନ୍ତି। କେବଳ ମଶାଣି ନୁହେଁ, ଉପରୋକ୍ତ ଗ୍ରାମର ଲୋକେ ହାଟବଜାରଠାରୁ ଆରମ୍ଭକରି ଛାତ୍ରୀ ଛାତ୍ରମାନେ ବିଦ୍ୟାଳୟ ଯିବା ପାଇଁ ମଧ୍ୟ ନଦୀ ପାରିହୋଇ ଯାତାୟାତ କରିଥାନ୍ତି। ବର୍ଷାଦିନେ ନଦୀରେ ବେଶି ପାଣି ଥିଲେ ୫ କି.ମି. ଦୂର ବୁଲି ଛାତ୍ରୀଛାତ୍ର ବିଦ୍ୟାଳୟ ଯାଇଥାନ୍ତି। ଏଠାରେ ପୋଲ ନିର୍ମାଣ ହେଲେ ସମସ୍ୟା ସୁଧୁରିବ। ସମସ୍ୟା ନେଇ ସେମାନେ ପଞ୍ଚାୟତ, ବ୍ଲକ କାର୍ଯ୍ୟଳୟ, ଜିଲା ପ୍ରଶାସନ ଓ ରାଜନେତାଙ୍କୁ ବାରମ୍ବାର ଜଣାଇ ଦାବିପତ୍ର ଦେଇଥିଲେ ମଧ୍ୟ ଏଯାଏ କିଛି ସୁଫଳ ମିଳୁନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବିଧାନସଭାରେ ଉଠିବ ହାଜତ ମୃତ୍ୟୁ ପ୍ରସଙ୍ଗ’

ପୁରୀ ଅଫିସ,୨୦।୧୧: ପୋଲିସ ହେପାଜରେ ଯୁବକଙ୍କ ମୃତ୍ୟୁକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛି ଭାଜପା। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ଗୁରୁବାର...

ଦୋଳି ଖେଳ ହେଲା କାଳ, ଦଉଡ଼ିରେ ଗଲା ନାବାଳିକାଙ୍କ ଜୀବନ

ହିଞ୍ଜିଳିକାଟୁ,୨୨ା୬ (ଡି.ଏନ୍‌.ଏ)-ଦୋଳଖେଳ ଜଣେ ନାବାଳିକାଙ୍କ ପାଇଁ କାଳ ହୋଇଛି। ଦଉଡ଼ି ତାଙ୍କ ବେକରେ ଅସାବଧାନତାରୁ ଛନ୍ଦି ହୋଇଯିବାରୁ ତାଙ୍କ ଜୀବନ ଯାଇଛି। ରଜ ଦିନଠାରୁ ଘରେ...

ନନ୍ଦନକାନନରେ ପୁଣି ଏକ ଭାଲୁର ମୃତ୍ୟୁ

ବାରଙ୍ଗ,୧ା୬(ଡି.ଏନ୍‌.ଏ.): ନନ୍ଦନକାନନରେ ପୁଣି ଏକ ଭାଲୁର ମୃତ୍ୟୁ ଘଟିଛି। ଭାଲୁଟିକୁ ଗତ ୪ ତାରିଖରେ କୋରାପୁଟ ରେଞ୍ଜରୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ନନ୍ଦନକାନନ ଅଣାଯାଇଥିଲା।...

ସ୍ତ୍ରୀ, ଝିଅଙ୍କୁ ବିଷ ପିଆଇ ସ୍ବାମୀର ଆତ୍ମହତ୍ୟା

ବିଜେପୁର,୨୩।୮ (ଡି.ଏନ.ଏ.)-ବରଗଡ଼ ଜିଲା ବିଜେପୁର ଥାନା ଅନ୍ତର୍ଗତ ବେନିଆଁଚାଲ ଗାଁରେ ନୂଆଁଖାଇର ଗୋଟିଏ ଦିନ ପୂର୍ବରୁ ଏକ ଅଭାବନୀୟ ଘଟଣା ଘଟିଛି ା ପାରିବାରିକ କଳହକୁ...

ଆନ୍ଧ୍ର ସ୍କୁଲରେ ତାଲା ପକାଇବ ଓଡ଼ିଶା

ପାରଳାଖେମୁଣ୍ଡି,୧୯ା୨: ଗଜପତି ଜିଲା କାଶୀନଗର ତହସିଲ ହାଡୁଭାଙ୍ଗୀ ମୌଜା ଖାତା ନଂ.୮୨ (ପ୍ଲଟ୍‌ ନଂ.୮୧୩)ରେ ରହିଛି ଆନ୍ଧ୍ରର ଏକ ସରକାରୀ ବିଦ୍ୟାଳୟ। ମଣ୍ଡଳ ପରିଷଦ ଉନ୍ନୀତ...

ନିମ୍ନମାନର ପାଇପ୍‌: ପାନୀୟ ଜଳ ନଷ୍ଟ

ନାଉଗାଁ ,୨୪ା୧(ସ୍ବ.ପ୍ର.): ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଗ୍ରାମ୍ୟ ପାନୀୟ ଜଳ ପରିମଳ ବିଭାଗ ପକ୍ଷରୁ ନାଉଗଁା ବ୍ଲକର ବିଭିନ୍ନ ଗ୍ରାମରେ ପାଇପ...

୧୦୦୨ ପୋଲିସ ଦେଇଛନ୍ତି ପ୍ଲାଜ୍‌ମା

କଟକ ଅଫିସ, ୯।୨: ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକ୍ରମେ ଇତିମଧ୍ୟରେ ରାଜ୍ୟର ସମସ୍ତ ଜିଲା, ବାଟାଲିୟନ ଓ ପୋଲିସ ପ୍ରତିଷ୍ଠାନରୁ ୧୦୦୦ରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀ କରୋନାରୁ ସୁସ୍ଥ...

ଗଞ୍ଜେଇ ସହ ୨ଗାଡି ଜବତ: ୩ ଗିରଫ

ଆସିକା,୧୮ା୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଆସିକା ଥାନା କଲେଜ ଛକ ରାସ୍ତାରେ ସୋମବାର ଅପରାହ୍ନରେ ଗୋଟିଏ ବାଇକ୍‌ ଓ ଏକ ପିକଅପ୍‌ ଭ୍ୟାନ୍‌ରୁ ୨ ବସ୍ତା ଗଞ୍ଜେଇ...

Advertisement
Archives

Model This Week