ବିପଦସଙ୍କୁଳ ଅବସ୍ଥାରେ ରହୁଛନ୍ତି ମୂକ ବଧିର ଛାତ୍ରୀଛାତ୍ର

ସୁନାବେଡ଼ା,୨ା୯(ସ୍ବ.ପ୍ର.):ସରକାର ଶାରୀରିକ ଓ ମାନସିକ ଅନଗ୍ରସରମାନଙ୍କ ବିକାଶ ଲାଗି ବିଭିନ୍ନ ଯୋଜନା କରିଛନ୍ତି। ମାତ୍ର ସେଥିରୁ ଲାଭ ନେଉଛନ୍ତି କେତେଜଣ ପ୍ରଶାସନିକ ଅଧିକାରୀ ଓ ଠିକାଦାର୍‌ । ସୁନାବେଡ଼ା ମହିଳା ମହାବିଦ୍ୟାଳୟ ପାର୍ଶ୍ୱରେ ଥିବା ମୂକ ଓ ବଧିର ଛାତ୍ରାବାସ ହେଉଛି ଏହାର ଉଦାହରଣ। ଗତ ୩ ବର୍ଷ ତଳେ ନିର୍ମାଣ ହୋଇଥିବା ୧୦୦ ଶଯ୍ୟା ବିଶିଷ୍ଟ ଦୁଇ ମହଲା ଛାତ୍ରାବାସରେ ୯୬ ଜଣ ଅନ୍ତେବାସୀ ରହନ୍ତି। ତଳ ମହଲାରେ ଛାତ୍ରମାନେ ରହୁଥିବା ବେଳେ ଉପର ମହଲାରେ ୩୨ଜଣ ଛାତ୍ରୀ ରହୁଥିଲେ। ୧୯୯୦ ପୂର୍ବରୁ ଉକ୍ତ ବିଦ୍ୟାଳୟଟି ସୁନାବେଡ଼ା ଚର୍ଚ୍ଚ କଲୋନୀ ନିକଟରେ ଥିଲା। ୨୦୧୮ରେ ପିଲାଙ୍କ ସୁବିଧା ପାଇଁ ୧୦ଟି ଶ୍ରେଣୀଗୃହ ସାଙ୍ଗକୁ ଦୁଇ ମହଲା ବିଶିଷ୍ଟ ଛାତ୍ରାବାସଟିଏ ସରକାର ନିର୍ମାଣ କରିଥିଲେ। ୨୦୧୯ରେ ଏହା ସମ୍ପୂର୍ଣ୍ଣ ହୋଇଥିଲା। ସେହି ବର୍ଷ ଗଣେଶପୂଜା ଦିନ ଅନ୍ତେବାସୀଙ୍କୁ ନୂତନ ଗୃହକୁ ସ୍ଥାନାନ୍ତର କରାଯାଇଥିଲା। ୩ବର୍ଷ ମଧ୍ୟରେ ଛାତ୍ରାବାସର ଅବସ୍ଥା ଶୋଚନୀୟ ହୋଇପଡିଛି। ଛାତ୍ରାବାସ ଓ ଶ୍ରେଣୀଗୃହର ଛାତରୁ ସିମେଣ୍ଟ ଛାଡି ଫାଟି ଆଁ କଲାଣି। ସାମାଜିକ ସୁରକ୍ଷା,ଭିନ୍ନକ୍ଷମ ଓ ସଶକ୍ତୀକରଣ ବିଭାଗ ଦ୍ୱାରା ପରିଚାଳିତ ଏହି କୋଠାରେ ଦୁଇଟି ପ୍ରାରମ୍ଭିକ ଶ୍ରେଣୀ ସହ ପ୍ରଥମରୁ ଅଷ୍ଟମ ଶ୍ରେଣୀ ମୋଟ ୧୦ଟି ଶ୍ରେଣୀ ରହିଛି। ଗତ କିଛିଦିନ ତଳେ ଅସୁରକ୍ଷିତ ମନେକରି ଛାତ୍ରାବାସର ଉପରମହଲାରେ ରହୁଥିବା ଛାତ୍ରୀମାନଙ୍କୁ ରୋଷେଇ ତଥା ଡାଇନିଂ ହଲ୍‌କୁ ସ୍ଥାନାନ୍ତର କରାଯାଇଛି। କିଛି ପ୍ରଶାସନିକ ଅଧିକାରୀ ଓ ଠିକାଦାରଙ୍କ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ପାଣିରେ ପଡୁଛି। ପ୍ରଶାସନ ଶୀଘ୍ର ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।
ଏ ସମ୍ପର୍କରେ ଡିଏସ୍‌ଏସ୍‌ଓ ସିମାଞ୍ଚଳ ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ଏ ନେଇ ଜିଲପାଳଙ୍କୁ ଅବଗତ କରାଯିବ। ପରେ ଏକ ଟେକ୍ନିକାଲ ଟିମ୍‌ ଛାତ୍ରାବାସର ପରୀକ୍ଷା ନିରୀକ୍ଷା ପାଇଁ ପଠାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?