ବିପଦସଙ୍କୁଳ ଅବସ୍ଥାରେ ରହୁଛନ୍ତି ମୂକ ବଧିର ଛାତ୍ରୀଛାତ୍ର

ସୁନାବେଡ଼ା,୨ା୯(ସ୍ବ.ପ୍ର.):ସରକାର ଶାରୀରିକ ଓ ମାନସିକ ଅନଗ୍ରସରମାନଙ୍କ ବିକାଶ ଲାଗି ବିଭିନ୍ନ ଯୋଜନା କରିଛନ୍ତି। ମାତ୍ର ସେଥିରୁ ଲାଭ ନେଉଛନ୍ତି କେତେଜଣ ପ୍ରଶାସନିକ ଅଧିକାରୀ ଓ ଠିକାଦାର୍‌ । ସୁନାବେଡ଼ା ମହିଳା ମହାବିଦ୍ୟାଳୟ ପାର୍ଶ୍ୱରେ ଥିବା ମୂକ ଓ ବଧିର ଛାତ୍ରାବାସ ହେଉଛି ଏହାର ଉଦାହରଣ। ଗତ ୩ ବର୍ଷ ତଳେ ନିର୍ମାଣ ହୋଇଥିବା ୧୦୦ ଶଯ୍ୟା ବିଶିଷ୍ଟ ଦୁଇ ମହଲା ଛାତ୍ରାବାସରେ ୯୬ ଜଣ ଅନ୍ତେବାସୀ ରହନ୍ତି। ତଳ ମହଲାରେ ଛାତ୍ରମାନେ ରହୁଥିବା ବେଳେ ଉପର ମହଲାରେ ୩୨ଜଣ ଛାତ୍ରୀ ରହୁଥିଲେ। ୧୯୯୦ ପୂର୍ବରୁ ଉକ୍ତ ବିଦ୍ୟାଳୟଟି ସୁନାବେଡ଼ା ଚର୍ଚ୍ଚ କଲୋନୀ ନିକଟରେ ଥିଲା। ୨୦୧୮ରେ ପିଲାଙ୍କ ସୁବିଧା ପାଇଁ ୧୦ଟି ଶ୍ରେଣୀଗୃହ ସାଙ୍ଗକୁ ଦୁଇ ମହଲା ବିଶିଷ୍ଟ ଛାତ୍ରାବାସଟିଏ ସରକାର ନିର୍ମାଣ କରିଥିଲେ। ୨୦୧୯ରେ ଏହା ସମ୍ପୂର୍ଣ୍ଣ ହୋଇଥିଲା। ସେହି ବର୍ଷ ଗଣେଶପୂଜା ଦିନ ଅନ୍ତେବାସୀଙ୍କୁ ନୂତନ ଗୃହକୁ ସ୍ଥାନାନ୍ତର କରାଯାଇଥିଲା। ୩ବର୍ଷ ମଧ୍ୟରେ ଛାତ୍ରାବାସର ଅବସ୍ଥା ଶୋଚନୀୟ ହୋଇପଡିଛି। ଛାତ୍ରାବାସ ଓ ଶ୍ରେଣୀଗୃହର ଛାତରୁ ସିମେଣ୍ଟ ଛାଡି ଫାଟି ଆଁ କଲାଣି। ସାମାଜିକ ସୁରକ୍ଷା,ଭିନ୍ନକ୍ଷମ ଓ ସଶକ୍ତୀକରଣ ବିଭାଗ ଦ୍ୱାରା ପରିଚାଳିତ ଏହି କୋଠାରେ ଦୁଇଟି ପ୍ରାରମ୍ଭିକ ଶ୍ରେଣୀ ସହ ପ୍ରଥମରୁ ଅଷ୍ଟମ ଶ୍ରେଣୀ ମୋଟ ୧୦ଟି ଶ୍ରେଣୀ ରହିଛି। ଗତ କିଛିଦିନ ତଳେ ଅସୁରକ୍ଷିତ ମନେକରି ଛାତ୍ରାବାସର ଉପରମହଲାରେ ରହୁଥିବା ଛାତ୍ରୀମାନଙ୍କୁ ରୋଷେଇ ତଥା ଡାଇନିଂ ହଲ୍‌କୁ ସ୍ଥାନାନ୍ତର କରାଯାଇଛି। କିଛି ପ୍ରଶାସନିକ ଅଧିକାରୀ ଓ ଠିକାଦାରଙ୍କ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ପାଣିରେ ପଡୁଛି। ପ୍ରଶାସନ ଶୀଘ୍ର ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।
ଏ ସମ୍ପର୍କରେ ଡିଏସ୍‌ଏସ୍‌ଓ ସିମାଞ୍ଚଳ ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ଏ ନେଇ ଜିଲପାଳଙ୍କୁ ଅବଗତ କରାଯିବ। ପରେ ଏକ ଟେକ୍ନିକାଲ ଟିମ୍‌ ଛାତ୍ରାବାସର ପରୀକ୍ଷା ନିରୀକ୍ଷା ପାଇଁ ପଠାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ...

ବିଜେଡି, କଂଗ୍ରେସର ଛିଣ୍ଡୁନି ଟିକେଟ ଅଙ୍କ

ଯାଜପୁର,୧୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାର ଅନ୍ୟତମ ବିଧାନସଭା ନିର୍ବାଚନମଣ୍ଡଳୀ ବଡ଼ଚଣା। ବୁଧବାର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜନାରାୟଣ ବିଜେଡିରେ ଯୋଗଦେଇ...

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ସାମାନ୍ୟ ବଚସାରୁ ୧୬ଥର ଛୁରି ଭୁସି ହତ୍ୟା

କେନ୍ଦ୍ରାପଡ଼ା,୧୯ା୪(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଟାଉନ ବଳରାମପୁର ହନୁମାନ ମନ୍ଦିର ନିକଟରେ ଗୁରୁବାର ଅପରାହ୍ନରେ ସାମାନ୍ୟ ବଚସାରୁ ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ...

ସାଙ୍ଗଙ୍କୁ ପଥରରେ ଛେଚି ମାରିଦେଲେ

କେନ୍ଦୁଝର,୧୯ା୪(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଟାଉନ ଥାନା କାଶିପୁର ମୁଣ୍ଡା ସାହିରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ...

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri