ଆମ ଜିଲା ଖବର

ଏସ୍‌ଆଇ ସ୍ବାଗତିକା ଆତ୍ମହତ୍ୟା ମାମଲା: ଆଇଆଇସିଙ୍କ ବିରୋଧରେ ଏତଲା

ଜି.ଉଦୟଗିରି,୨୮ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ଥାନାର ମହିଳା ସବ୍‌ ଇନ୍ସପେକ୍ଟର ସ୍ବାଗତିକା ବେହେରା ଶନିବାର ସକାଳୁ ନିଜ ସରକାରୀ କ୍ୱାର୍ଟରରେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିଲେ ବୋଲି ପୋଲିସ କହିଥିଲା। କିନ୍ତୁ ତାଙ୍କ ପରିବାର ଲୋକେ ଶନିବାର ଅପରାହ୍ନରେ ଆସିବା ପରେ…

ମଧ୍ୟାହ୍ନଭୋଜନର ମାନ ପରୀକ୍ଷା କଲେ ସରପଞ୍ଚ

ଧର୍ମଶାଳା,୨୮।୮(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଥାନୁଆଳ ପଞ୍ଚାୟତ ସରପଞ୍ଚ ଶନିବାର ଏକ ସ୍କୁଲକୁ ଯାଇ ଛାତ୍ରୀଛାତ୍ରଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଖାଦ୍ୟର ମାନ ପରୀକ୍ଷା କରିଛନ୍ତି। ଥାନୁଆଳ ପଞ୍ଚାୟତ ସରପଞ୍ଚ ନର୍ମଦା ସ୍ବାଇଁ ନିଜ ପଞ୍ଚାୟତ ଅଧୀନରେ ଆସୁଥିବା ମୁରାରୀପୁରସ୍ଥିତ…

ପିଏମ୍‌ଜିଏସ୍‌ୱାଇ ରାସ୍ତା ନିର୍ମାଣରେ ଲାଞ୍ଚ ଅଭିଯୋଗ

ଯାଜପୁର ଅଫିସ,୨୮।୮: ଯାଜପୁର ଜିଲାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ)ରେ ବିନା ପିସିରେ ଫାଇଲ୍‌ ଘୁଞ୍ଚେ ନାହିଁ ବୋଲି ଠିକାଦାରମାନେ ଅଭିଯୋଗ କରିଆସୁଛନ୍ତି। ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ସୁକିନ୍ଦା ବ୍ଲକ ଆରଡି ରାସ୍ତାଠାରୁ ଡୁବିଖାଲ ପିଏମ୍‌ଜିଏସ୍‌ୱାଇ ରାସ୍ତାରେ।…

ଦାନବାକ୍ସ ଭାଙ୍ଗି ଚୋରି

ବଲାଙ୍ଗୀର ଅଫିସ,୨୮ା୮: ବଲାଙ୍ଗୀର ସହର ରାଜୀବ ନଗରସ୍ଥିତ ଓଁ ଶ୍ରୀ ଶ୍ରୀ ସିଦ୍ଧେଶ୍ବରାୟ ମହାଦେବ ମନ୍ଦିର ଦାନବାକ୍ସ ଭାଙ୍ଗି ଦୁର୍ବୃତ୍ତମାନେ ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ମନ୍ଦିର ପୂଜାରୀ ଦୁର୍ଯୋଧନ ଥାନପତି ରବିବାର ମନ୍ଦିରକୁ ଆସିବା ପରେ ଦାନବାକ୍ସ…

ଗ୍ୟାସ୍‌ କଟରରେ କାଟି ଏଟିଏମ୍‌ରୁ ୩.୯୨ଲକ୍ଷ ଟଙ୍କା ଲୁଟ୍‌

ରସୁଲପୁର,୨୮।୮(ଡି.ଏନ.ଏ.): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ହରିପୁର ବଜାରସ୍ଥିତ ଆକ୍ସିସ୍‌ ବ୍ୟାଙ୍କ ଏଟିଏମ୍‌ରୁ ୩.୯୨ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି ା ଲୁଟେରାମାନେ ଗ୍ୟାସ କଟରରେ ଏଟିଏମକୁ କାଟି କ୍ୟାଶ ଟ୍ରେ ରେ ଥିବା ସମୁଦାୟ ଟଙ୍କା ନେଇ ଯାଇଛନ୍ତି…

୧୫ କି.ମି. ରାସ୍ତା ପାଇଁ ପୁଣି ୧୮ କୋଟି ଖର୍ଚ୍ଚ ହେବ

ପଟ୍ଟାମୁଣ୍ଡାଇ,୨୮।୮(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ବାଇପାସ୍‌ ପାଖରୁ ବାହାରିଥିବା ପଟ୍ଟାମୁଣ୍ଡାଇ-ରାଜନଗର ଉତିକଣ ଘେରି ବନ୍ଧ ପୁରୁଣା ରାସ୍ତା ଗୁରୁତ୍ୱ ବହନ କରେ। ଏହି ରାସ୍ତାର ମରାମତି ନାମରେ ବାରମ୍ବାର ବିପୁଳ ଅର୍ଥ ଖର୍ଚ୍ଚ ହୋଇସାରିଲାଣି। ପୁଣି ୧୫ କିମି ରାସ୍ତା ପାଇଁ ୧୮ କୋଟି…

ପୁଣି ଏକ ହାତୀର ମୃତଦେହ ଠାବ

ଢେଙ୍କାନାଳ ଅଫିସ,୨୮ା୮: ଢେଙ୍କାନାଳ ଜିଲା ମହାବିରୋଡ ରେଞ୍ଜ ଘାଘରା ମୁଣ୍ଡା ପଞ୍ଚାୟତର ଆସନ ବାହାଳୀ ଗ୍ରାମ ନିକଟସ୍ଥ ଜଙ୍ଗଲରେ ରବିବାର ଏକ ମାଈ ହାତୀର ମୃତଦେହ ଠାବ କରାଯାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ସ୍ଥାନୀୟ ରେଞ୍ଜର ଓ…

୪୦ ହଜାର ହେକ୍ଟର ଜମିରେ ଜଳ ନିଷ୍କାସନ ସମସ୍ୟା

ଜଗତ୍‌ସିଂହପୁର ଅଫିସ, ୨୮।୮: ଜଗତ୍‌ସିଂହପୁର ଜିଲାରେ ଡ୍ରେନେଜ୍‌ ସମସ୍ୟା ଚାଷ ପାଇଁ କାଳ ହୋଇଛି। ଦିନେ, ଦୁଇଦିନ ଲଗାଣ ବର୍ଷା ହୋଇଗଲେ ଅଧିକାଂଶ ବିଲରୁ ଜଳ ନିଷ୍କାସନ ସହଜ ହେଉନି। ଏ ପରିସ୍ଥିତିରେ ଗତ ଲଗାଣ ବର୍ଷା ଓ ବନ୍ୟା ପରେ…

ସମସ୍ୟା ଘେରରେ ପୋଲସରା ଉପଡାକଘର

ପୋଲସରା,୨୮।୮(ଡି.ଏନ୍‌.ଏ.): ପୋଲସରା ସହରରେ ପ୍ରମୁଖ ଉପଡାକଘର ଭାବେ ମାନ୍ୟତା ପାଇଥିବା ଡାକଘରଟି ଆଜି ବହୁ ସମସ୍ୟା ମଧ୍ୟରେ ଛନ୍ଦି ହୋଇଥିବା ଦେଖିବାକୁ ମିଳିଛି। ପୋଲସରାର ଉଭୟ ବ୍ଲକ ଓ ଏନ୍‌ଏସିର ୨ ଲକ୍ଷରୁ ଊଦ୍ଧର୍‌ବ ଜନସାଧାରଣ ଏହି ବହୁ ପୁରାତନ ଉପଡାକଘର…

ବିଦ୍ୟାଳୟ ପାଚେରି ନିର୍ମାଣରେ ଛାତ୍ରଙ୍କୁ ଲଗାଇଥିଲେ ଶିକ୍ଷକ, ଭିଡିଓ ହେଲା ଭାଇରାଲ

ମାଥିଲି/ମାଲକାନଗିରି, ୨୮ା୮(ଡି.ଏନ୍‌.ଏ.): କେନ୍ଦ୍ର ଏବଂ ରାଜ୍ୟ ସରକାର ଛାତ୍ରୀଛାତ୍ରଙ୍କ ଶିକ୍ଷାର ଉନ୍ନତି ସହ ବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ଼ ପାଇଁ ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତିି। ପିଲାମାନଙ୍କ ପାଇଁ ନୂତନ ବିଦ୍ୟାଳୟ ଗୃହ ନିର୍ମାଣଠାରୁ ଆରମ୍ଭକରି ବିଦ୍ୟାଳୟରେ ଶୁଦ୍ଧ ପାନୀୟ ଜଳ, ପାଠ୍ୟ…

ଦେବାନମୁଣ୍ଡା ପୋଖରୀରେ ପଶୁଛି ଏନ୍‌ଏଚ୍‌ ବିଭାଗ ଡ୍ରେନ୍‌ପାଣି

କୋଟପାଡ଼,୨୮ା୮(ଡି.ଏନ.ଏ.): କୋରାପୁଟ ଜ଼ିଲା କୋଟପାଡ଼ ସହରରେ ଥିବା ଦେବାନମୁଣ୍ଡା ପୋଖରୀରେ ଜାତୀୟ ରାଜପଥ(ଏନ୍‌ଏଚ୍‌) ବିଭାଗ ଡ୍ରେନ୍‌ପାଣି ସଂଯୋଗ କରିଥିବାରୁ ପୋଖରୀ ପାଣି ଦୂଷିତ ହେବାରେ ଲାଗିଛି। ଏହି ପୋଖରୀ ଉପରେ ସହରର ୪ଟି ୱାର୍ଡର ଜନସାଧାରଣ ନିର୍ଭର କରନ୍ତି। ପରବର୍ତ୍ତୀ ସମୟରେ…

ସାଇକେଲ ମରାମତି କରି ପରିବାର ଚଳାଉଛନ୍ତି ମଙ୍ଗଳୁ

ଦଶମନ୍ତପୁର, ୨୮ା୮( ଡି.ଏନ.ଏ.): ଶାରୀରିକ ଭିନ୍ନକ୍ଷମ ହୋଇ ମଧ୍ୟ ସେ ହାର ମାନିଯାଇନାହାନ୍ତି। କୌଣସି ସରକାରୀ ସହାୟତା ନ ପାଇ ମଧ୍ୟ ନିଜ ଗୋଡ଼ରେ ନିଜେ ଠିଆହେବାକୁ ସକ୍ଷମ ହୋଇଛନ୍ତି। ସେ ହେଉଛନ୍ତି ଏ. ମାଲକାନଗିରି ପଞ୍ଚାୟତର ମଙ୍ଗଳୁ ପାଇକ (୪୦)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?