ବିନା ଅନୁମତିରେ ଚାଲିଛି ନବମ, ଦଶମ ଶ୍ରେଣୀ ପାଠପଢ଼ା

ମୁନିଗୁଡ଼ା(ଡି.ଏନ୍‌.ଏ.)/ରାୟଗଡ଼ା ଅଫିସ,୨ା୯:ରାୟଗଡ଼ା ଜିଲା ମୁନିଗୁଡ଼ା ସ୍ଥିତ ଏକ ବେସରକାରୀ ଶିକ୍ଷାନୁଷ୍ଠାନରେ ପାଠ ପଢ଼ି ସିବିଏସ୍‌ଇ ବୋର୍ଡ ପରୀକ୍ଷା ପାସ୍‌ କରିବା ପରେ ଏବେ ଛାତ୍ରୀଛାତ୍ର ଅସୁବିଧା ଭୋଗୁଛନ୍ତି। ସ୍ଥାନୀୟ ରୟାଲ ଏକାଡେମୀ ନାମକ ଅନୁଷ୍ଠାନରେ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଅନୁମତି ମିଳିଛି। ହେଲେ ଏଠାରେ ୯ମ ଏବଂ ୧୦ମ ଶ୍ରେଣୀ ପିଲାଙ୍କର ବେଆଇନ ଭାବେ ନାମ ଲେଖାଇବା ସହ ପାଠ ପଢ଼ାଚାଲିଛି। ଛାତ୍ରୀଛାତ୍ରଙ୍କଠାରୁ ଲକ୍ଷାଧିକ ଟଙ୍କା ଫିସ୍‌ ଆକାରରେ ମଧ୍ୟ ନିଆଯାଇଥିଲେ ମଧ୍ୟ ଅନେକ ପିଲାଙ୍କୁ ହଇରାଣ କରିବା ପରେ ଏସ୍‌ଏଲ୍‌ସି ଦିଆଯାଇଥିଲା ବୋଲି ଛାତ୍ରୀଛାତ୍ର ଏବଂ ଅଭିଭାବକ ପ୍ରକାଶ କରିଛନ୍ତି। ପିଲାମାନଙ୍କୁ ଏସ୍‌ଏଲ୍‌ସି ପାଇଁ କଳାହାଣ୍ଡି ଜିଲା କେସିଙ୍ଗାକୁ ପଠାଯାଉଥିବା ସେମାନେ କହିଛନ୍ତି।
ସୂଚନାଯୋଗ୍ୟ, ରୟାଲ ଏକାଡେମୀରେ ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଅନୁମତି ମିଳିନାହିଁ। ଫଳରେ ସ୍କୁଲ କର୍ତ୍ତୃପକ୍ଷ କେସିଙ୍ଗାସ୍ଥିତ ନିଉ ଲାଇଫ୍‌ ଏକାଡେମୀରେ ଉକ୍ତ ୨ଶ୍ରେଣୀର ଛାତ୍ରୀଛାତ୍ରଙ୍କ ନାମ ଲେଖାଇଥାନ୍ତି। ପରୀକ୍ଷା ମଧ୍ୟ କେସିଙ୍ଗା ଯାଇ ଦେବାକୁ ହୁଏ। ହେଲେ ପାଠପଢ଼ା ମୁନିଗୁଡ଼ା ସ୍ଥିତ ରୟାଲ ଏକାଡେମୀରେ ହୋଇଥାଏ। ତେବେ ରୟାଲ ଏକାଡେମୀରେ ଭଲ ପାଠପଢ଼ା ହେଉ ନ ଥିବାରୁ ପିଲାମାନଙ୍କୁ ଟ୍ୟୁଶନ ପଠାଇବାକୁ ବାଧ୍ୟହେଉଛନ୍ତି ବୋଲି ଅଭିଭାବକମାନେ କହିଛନ୍ତି। ପୂର୍ବରୁ ଏଠାରେ ରୟାଲ ସାଇନ୍ସ କଲେଜ ନାମରେ ଯୁକ୍ତ ୨ ପର୍ଯ୍ୟନ୍ତ ପାଠପଢ଼ା ଚାଲିଥିଲା। ଆବଶ୍ୟକ ଅନୁମତି(ଆଫିଲିଏଶନ) ନ ମିଳିବାରୁ ତାହା ବନ୍ଦ ହୋଇଥିଲା। ସରକାରୀ ଅନୁମତି ଓ ଶିକ୍ଷା ଉପଯୋଗୀ ପରିବେଶ ନ ଥାଇ ମଧ୍ୟ ଏବେ ଏହି ଶିକ୍ଷା ଅନୁଷ୍ଠାନରେ ନବମ ଏବଂ ଦଶମ ଶ୍ରେଣୀ ପାଠପଢ଼ା ଚାଲିଥିବା ଜଣାପଡ଼ିଛି। ଏଭଳି ଅନୁଷ୍ଠାନ ବିରୋଧରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ଦାବି ହୋଇଛି।
ନବମ ଓ ଦଶମ ଶ୍ରେଣୀ ନାମଲେଖା ନିମନ୍ତେ ସରକାରୀ ଅନୁମତି ନେଇ ରୟାଲ ଏକାଡେମୀର ମୁଖ୍ୟ ପ୍ରବୀଣ ସିପକାଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇନାହାନ୍ତି। ମୁନିଗୁଡ଼ା ବିଇଓ ଭାସ୍କରଙ୍କୁ ପଚାରିବାରୁ ସେ କହିଛନ୍ତି, ୯ମ ଓ ୧୦ମ ଶ୍ରେଣୀ ପିଲାଙ୍କ ନାମଲେଖା ଏବଂ ପାଠପଢ଼ା ପାଇଁ ରୟାଲ ଏକାଡେମୀକୁ ଅନୁମତି ମିଳିନାହିଁ। ତଥାପି ପିଲାଙ୍କ ନାମ ଲେଖାଯାଉଛି। ନୋ ଅବ୍‌ଜେକ୍‌ସନ ସାର୍ଟିଫିକେଟ(ଏନ୍‌ଓସି) ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ କୁହାଯାଇଥିଲା ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏ ନେଇ ଡିଇଓ ପୂର୍ଣ୍ଣଚନ୍ଦ୍ର ବରିହାଙ୍କୁ ପଚାରିବାରୁ ସେ କହିଛନ୍ତି, ସ୍କୁଲ କର୍ତ୍ତୃପକ୍ଷଙ୍କୁ ୩ ମାସ ତଳେ ତାଗିଦ କରାଯାଇଛି। ଏବେ ବିଭାଗୀୟ ଅଧିକାରୀଙ୍କୁ ବୁଝି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ତେବେ ବେଆଇନ ଭାବେ ଏକ ସ୍କୁଲ ଚାଲିଥିବା ଅଧିକାରୀମାନେ ଜାଣି ମଧ୍ୟ ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନ ହେବାକୁ ନେଇ ପ୍ରଶ୍ନ ଉଠୁଛି। ରୟାଲ ଏକାଡେମୀ ଭଳି ଜିଲାରେ ଆଉ କେତେ ଅନୁଷ୍ଠାନ ଏଭଳି ଚାଲିଛି ସେ ନେଇ ଯାଞ୍ଚ କରାଯାଉ ବୋଲି ବୁଦ୍ଧିଜୀବୀଙ୍କ ମଧ୍ୟରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ଘର ଭାଙ୍ଗିଲା, ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି

କିର୍ମିରା, ୧୩।୯ (ଡି.ଏନ୍‌.ଏ.)- ଝାରସୁଗୁଡା ଅନ୍ତର୍ଗତ କିର୍ମିରା ଗ୍ରାମରେ ବୁଧବାର ରାତିରୁ ବର୍ଷା ଲାଗି ରହିଥିବାରୁ ଗ୍ରାମର ଜଞ୍ଜ ନେଟୀ, ରୁକ୍ମଣୀ ଧୁରୁଆ, ଗଙ୍ଗା କଛରିଆଙ୍କ...

ଜୀବନଜୀବିକା ପାଇଁ କରାଯାଉ ବ୍ୟବସ୍ଥା: ଜିଲାପାଳଙ୍କୁ ଫେରାଦ ହେଲେ ପେଣ୍ଟିଂ ଆର୍ଟିଷ୍ଟ

ନୟାଗଡ଼ ଅଫିସ,୧।୫: ନୟାଗଡ଼ ଜିଲାରେ ପେଣ୍ଟିଂ ଆର୍ଟିଷ୍ଟ କାମ ନ ପାଇ ଦୁଃଖଦ ଜୀବନ ବିତାଉଛନ୍ତି। କରୋନା ଛଡାଇ ନେଇଛି ମୁହଁର ହସ। ଭୋକଉପାସରେ ସେମାନେ...

ଟ୍ରଲିରେ ବୁହା ହେଲା ମୃତଦେହ

ବାରିପଦା ଅଫିସ,୧୭ା୯-ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାର ଲୋକେ ଟ୍ରଲିରେ ମୃତଦେହକୁ ବୋହି ନେଉଥିବା ଏକ ଭିଡିଓ...

ଖବରଦାତାଙ୍କୁ ଆକ୍ରମଣ ଘଟଣା: ୮ ଜଣଙ୍କୁ ଗିରଫ କଲା ପୋଲିସ

ପୁରୀ ଅଫିସ, ୧୭।୨: ତ୍ରିସ୍ତରୀୟ ପଞ୍ଚାୟତ ମତଦାନ ବେଳେ ଖବର ସଂଗ୍ରହ କରୁଥିବା ଖବରଦାତାଙ୍କୁ ଆକ୍ରମଣ ଘଟଣାରେ ପୁରୀ ପୋଲିସ ୮ ଜଣଙ୍କୁ ଗିରଫ କରିଛି...

ବ୍ଲାକ୍‌ମେଲିଂ ଯୋଗୁ ଆତ୍ମହତ୍ୟା

ଦଶରଥପୁର,୫ା୧(ଡି.ଏନ୍‌.ଏ.):ଦଶରଥପୁର ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣାର ରହସ୍ୟ ସାମ୍‌ନାକୁ ଆସିବାରେ ଲାଗିଛି ା ସେମାନଙ୍କ ପ୍ରେମକୁ ଉଭୟ ପରିବାର ପକ୍ଷରୁ ସ୍ବୀକୃତି ମିଳି ନ ଥିଲା। ଅନ୍ୟ...

ହାତୀ ଶାବକର ମୃତଦେହ ଉଦ୍ଧାର

ବାରିପଦା ଅଫିସ,୨୭।୯: ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ରେଞ୍ଜ ନାଫ୍ରି ଗ୍ରାମ୍ୟ ଜଙ୍ଗଲରେ ଏକ ହାତୀ ଶାବକର ମୃତଦେହକୁ ମଙ୍ଗଳବାର ବନବିଭାଗ ଉଦ୍ଧାର କରିଛି । ବନବିଭାଗର...

ନାଁକୁ ନିଯୁକ୍ତି

ଶିଳ୍ପ କରିଡର ଭାବେ ପରିଚିତ ଅନୁଗୋଳ ଜିଲାରେ ବଢ଼ୁଛି ବେକାରି ସମସ୍ୟା। ୨୦୧୫ରୁ ୨୦୧୯ ଡିସେମ୍ବର ୩୧ ମଧ୍ୟରେ ଜିଲାରେ ୨୪ ହଜାର ୮୯୫ ଜଣ...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୪ ଶ୍ରମିକ ଆହତ

ରସାଳପୁର,୩୧।୮(ଡି.ଏନ.ଏ.)- ବାଲେଶ୍ୱର ସହରର ଆଇଟିଆଇ ପଡ଼ିଆ ପାର୍ଶ୍ୱରେ ବିଦ୍ୟୁତ୍‌ ଖୁଣ୍ଟ ପୋତିବା କାମରେ ନିୟୋଜିତ ୪ ଠିକା ଶ୍ରମିକ ଶନିବାର ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଆହତ...

Advertisement
Archives

Model This Week