ଶେଷ ହେଉନି ଶୀତଳଯୁଦ୍ଧ

ଢେଙ୍କାନାଳ ଅଫିସ,୨।୯: ଢେଙ୍କାନାଳ ପୌରସଂସ୍ଥାରେ ଭାଜପା-ବିଜେଡି ମଧ୍ୟରେ ଆରମ୍ଭ ହୋଇଥିବା ଶୀତଳଯୁଦ୍ଧ ସମୟକ୍ରମେ ଆହୁରି ତୀବ୍ର ହେଉଛି। ଦୁଇ ଗୋଷ୍ଠୀ ଆକ୍ଷେପ-ପ୍ରତି ଆକ୍ଷେପରେ ମାତିଥିବାବେଳେ ଉନ୍ନୟନମୂଳକ କାର୍ଯ୍ୟ ଏକରକମର ଠପ୍‌ ହୋଇଯାଇଛି, ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପୌରାଞ୍ଚଳର ୭୧ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ସାନ୍ଧ୍ୟ କାର୍ଯ୍ୟକ୍ରମକୁ ବାତିଲ୍‌ କରାଯାଇଥିବାବେଳେ ଭାଜପା ନେତ୍ରୀ ତଥା ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ଖବରଦାତା ସମ୍ମିଳନୀ କରି ଏଥିପାଇଁ ବିଜେଡି ଉପରକୁ ଦୋଷ ଠେଲିଥିଲେ। ଏହାର ୨୪ଘଣ୍ଟା ପରେ ଗୁରୁବାର ଅପରାହ୍ନ ୫ଟାରେ ଜିଲା ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଉପାଧ୍ୟକ୍ଷ ପ୍ରକାଶ କୁଅଁର ୧୪ ଦଳୀୟ କାଉନ୍‌ସିଲରଙ୍କ ଉପସ୍ଥିତିରେ ଭାଜପାକୁ ପାଲଟା ଆକ୍ରମଣ କରିଛନ୍ତି। ସେ ଫଳକ ରାଜନୀତିକୁ ନିନ୍ଦା କରିବା ସହ ଗତ ମାର୍ଚ୍ଚ ୨୪ରେ ପୌରାଧ୍ୟକ୍ଷା ଦାୟିତ୍ୱ ନେବାପରେ କ’ଣ ସବୁ ଉନ୍ନୟନମୂଳକ କାର୍ଯ୍ୟ କରିଛନ୍ତି, ସାଧାରଣ ଜନତାଙ୍କୁ ତାହାର ହିସାବ ଦିଅନ୍ତୁ ବୋଲି ଆହ୍ବାନ ଦେଇଛନ୍ତି।
ଉପାଧ୍ୟକ୍ଷ କୁଅଁର ଖବରଦାତା ସମ୍ମିଳନୀରେ ଭାଜପାକୁ ସିଧାସଳଖ ଆକ୍ରମଣ କରିଛନ୍ତି। ସେ କହିଛନ୍ତି, ପୌରାଧ୍ୟକ୍ଷା ଭିତ୍ତିହୀନ ଓ ମିଥ୍ୟା ତଥ୍ୟ ଦେଇଛନ୍ତି। ଫଳକରେ ବିଧାୟକଙ୍କ ନାମ ଲେଖାଯିବାକୁ ନେଇ ଚାପ ପ୍ରୟୋଗ କରାଯାଉଛି ବୋଲି ପୌରାଧ୍ୟକ୍ଷା କହୁଥିବା କଥାରେ ଯଦି ସତ୍ୟତା ଥାଏ, ତା’ ହେଲେ ସେ ରାଜନୀତିରୁ ସନ୍ନ୍ୟାସ ନେଇଯିବେ ବୋଲି କହିଛନ୍ତି। ସ୍ବାୟତ୍ତ ଶାସନ ଦିବସ ଉପଲକ୍ଷେ ସକାଳେ ପୌର କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଉଦ୍‌ବୋଧନ ଦେଇ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ସମସ୍ତେ ମିଳିମିଶି କାମ କରିବା ବୋଲି କହିଥିଲେ। ଏହାପରେ ପୌରାଧ୍ୟକ୍ଷାଙ୍କ ସମେତ ବିଜେଡି-ଭାଜପା କାଉନ୍‌ସିଲର ଏକାଠି ହୋଇ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲୁ। ତେବେ ହଠାତ୍‌ ଅପରାହ୍ନ ୩ଟାରେ ପରିବାର କଥାରେ ପରିଚାଳିତ ହୋଇ ପୌରାଧ୍ୟକ୍ଷାଙ୍କ ନିଷ୍ପତ୍ତି ବଦଳିଗଲା। କାର୍ଯ୍ୟକ୍ରମକୁ ବାତିଲ କରିବା ପାଇଁ ନିର୍ବାହୀ ଅଧିକାରୀଙ୍କ ଉପରେ ଚାପ ପକାଗଲା। ପୌରାଧ୍ୟକ୍ଷାଙ୍କ ଫଳକ ରାଜନୀତି ନିନ୍ଦନୀୟ। ଏଭଳି ରାଜନୀତିକୁ କରି କେହି କେବେ ଆଗକୁ ବଢ଼ିନାହିଁ। ବିଗତ ଦିନରେ ପଦବୀରେ ଥିବା ପୌରାଧ୍ୟକ୍ଷମାନେ ରାଜ୍ୟ ସରକାରଙ୍କ ଯୋଜନା ଓ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଫଳକରେ ଏମ୍‌ପି ଓ ବିଧାୟକଙ୍କ ନାମ ଲେଖିଥିବା ନଜିର ରହିଛି। ତେବେ ନିର୍ବାଚିତ ହେବା ପରେ ପୌରାଧ୍ୟକ୍ଷା ସମସ୍ତ ଉନ୍ନୟନ କାର୍ଯ୍ୟ ବନ୍ଦ ରଖିବା ପାଇଁ ନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀଙ୍କୁ କହିଥିଲେ। ଏପରିକି ପ୍ରଥମ କାଉନ୍‌ସିଲ ବୈଠକର ରିଜୋଲ୍ୟୁଶନ ମାସେ ପରେ ଦେଲେ। ପୌରାଧ୍ୟକ୍ଷା ପରିବାର ଭରଣ ପୋଷଣ ପାଇଁ ରାଜନୀତିକୁ ଅସ୍ତ୍ର କରିଛନ୍ତି। ତାଙ୍କ ସ୍ବାମୀ ପୌରସଂସ୍ଥାର ସବୁ କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି। ଢେଙ୍କାନାଳ ବିଧାୟକ ଫଳକ ରାଜନୀତିରେ ବିଶ୍ୱାସ କରନ୍ତି ନାହିଁ। ତାଙ୍କ ଉପରେ ପୌରାଧ୍ୟକ୍ଷା ଯେଉଁ ମିଥ୍ୟା ଆରୋପ ଲଗାଇଛନ୍ତି, ସେଥିଲାଗି କ୍ଷମା ମାଗନ୍ତୁ ବୋଲି ଉପାଧ୍ୟକ୍ଷ କୁଅଁର ଦାବି କରିଛନ୍ତି। ଏଥିସହ ସ୍ବାୟତ୍ତ ଶାସନ ଦିବସର ସନ୍ଧ୍ୟାକାଳୀନ ସମାରୋହ ବାତିଲ ପାଇଁ ନିର୍ବାହୀ ଅଧିକାରୀ, ଯନ୍ତ୍ରୀ, ପୌର କର୍ମଚାରୀମାନଙ୍କୁ ମଧ୍ୟ କ୍ଷମା ମାଗନ୍ତୁ ବୋଲି ସେ କହିଛନ୍ତି। ଖବରଦାତା ସମ୍ମିଳନୀରେ ଜିଲା ବିଜେଡି ସାଧାରଣ ସମ୍ପାଦକ ଦେବାଶିଷ ମିଶ୍ର, ବିଧାୟକଙ୍କ ପ୍ରତିନିଧି ଅଜୟ କୁମାର ଭଞ୍ଜଙ୍କ ସମେତ ୧୪ ବିଜେଡି କାଉନସିଲର ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ସ୍ବାୟତ୍ତ ଶାସନ ଦିବସର ସନ୍ଧ୍ୟାକାଳୀନ ସମାରୋହ ବାତିଲ ହେବା ପରେ ଅପରାହ୍ନ ୫ଟାରେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ଖବରଦାତା ସମ୍ମିଳନୀରେ ବିଜେଡିକୁ ଆକ୍ଷେପ କରିଥିଲେ। ସେ କହିଥିଲେ, ପୌରସଂସ୍ଥା ପକ୍ଷରୁ ହୋଇଥିବା ପ୍ରକଳ୍ପରେ ଏମ୍‌ପି କିମ୍ବା ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ କୌଣସି ଅର୍ଥ ବିନିଯୋଗ ହୋଇ ନ ଥାଏ। ତଥାପି ଶିଳାନ୍ୟାସର ସୂଚନା ଫଳକରେ ସେମାନଙ୍କ ନାମ ଉଲ୍ଲେଖ ପାଇଁ ଚାପ ପ୍ରୟୋଗ କରାଯାଉଛି। ଏହା ନ ହେଲେ ଫଳକ ଭାଙ୍ଗିଦେବୁ ବୋଲି ଉପାଧ୍ୟକ୍ଷ ଧମକ ଦେଉଛନ୍ତି। ବିଧାୟକ ଓ ବିଜେଡି କାଉନ୍‌ସିଲରଙ୍କ ସଂଖ୍ୟା ଗରିଷ୍ଠତା ଚାପରେ ଏଭଳି କରାଯାଉଥିବା ପୌରାଧ୍ୟକ୍ଷା ଅଭିଯୋଗ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ: ବାପ–ପୁଅ ଗିରଫ

ଭୁବନେଶ୍ୱର, ୭।୭: ରାଜଧାନୀ ଭୁବନେଶ୍ୱରରେ ବ୍ରାଉନସୁଗାର କାରବାର ବିରୋଧରେ ଅବକାରୀ ବିଭାଗ ବଡ଼ ସଫଳତା ପାଇଛି। ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ କରୁଥିବା ଅଭିଯୋଗରେ ବାପ–ପୁଅଙ୍କୁ ଗିରଫ…

ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବା ଜରୁରୀ: ଏନଏସଏସ ସ୍ବେଚ୍ଛାସେବୀଙ୍କ ଦ୍ୱାରା ମେଗା ଚାରାରୋପଣ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା କୋ ୟୁନିଟ ଏବଂ ମହିଳା ଶାଖା ପକ୍ଷରୁ ମଙ୍ଗଳବାର କଲେଜ ପରିସରରେ…

ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ…

ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ: ଭାରତ ଯୋଗାଇବ ଇଣ୍ଡୋନେସିଆକୁ ସେହି ଅସ୍ତ୍ର, ଯାହା ପାକିସ୍ତାନକୁ ଥରାଇ ଦିଏ…

ନୂଆଦିଲ୍ଲୀ,୭।୭: ଭାରତ-ଇଣ୍ଡୋନେସିଆ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ ହୋଇଛି। ଭାରତ ମଙ୍ଗଳବାର ଇଣ୍ଡୋନେସିଆକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ଯୋଗାଇ ଦେବା ନେଇ ଚୁକ୍ତି ସ୍ବାକ୍ଷର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri