ଶେଷ ହେଉନି ଶୀତଳଯୁଦ୍ଧ

ଢେଙ୍କାନାଳ ଅଫିସ,୨।୯: ଢେଙ୍କାନାଳ ପୌରସଂସ୍ଥାରେ ଭାଜପା-ବିଜେଡି ମଧ୍ୟରେ ଆରମ୍ଭ ହୋଇଥିବା ଶୀତଳଯୁଦ୍ଧ ସମୟକ୍ରମେ ଆହୁରି ତୀବ୍ର ହେଉଛି। ଦୁଇ ଗୋଷ୍ଠୀ ଆକ୍ଷେପ-ପ୍ରତି ଆକ୍ଷେପରେ ମାତିଥିବାବେଳେ ଉନ୍ନୟନମୂଳକ କାର୍ଯ୍ୟ ଏକରକମର ଠପ୍‌ ହୋଇଯାଇଛି, ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପୌରାଞ୍ଚଳର ୭୧ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ସାନ୍ଧ୍ୟ କାର୍ଯ୍ୟକ୍ରମକୁ ବାତିଲ୍‌ କରାଯାଇଥିବାବେଳେ ଭାଜପା ନେତ୍ରୀ ତଥା ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ଖବରଦାତା ସମ୍ମିଳନୀ କରି ଏଥିପାଇଁ ବିଜେଡି ଉପରକୁ ଦୋଷ ଠେଲିଥିଲେ। ଏହାର ୨୪ଘଣ୍ଟା ପରେ ଗୁରୁବାର ଅପରାହ୍ନ ୫ଟାରେ ଜିଲା ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଉପାଧ୍ୟକ୍ଷ ପ୍ରକାଶ କୁଅଁର ୧୪ ଦଳୀୟ କାଉନ୍‌ସିଲରଙ୍କ ଉପସ୍ଥିତିରେ ଭାଜପାକୁ ପାଲଟା ଆକ୍ରମଣ କରିଛନ୍ତି। ସେ ଫଳକ ରାଜନୀତିକୁ ନିନ୍ଦା କରିବା ସହ ଗତ ମାର୍ଚ୍ଚ ୨୪ରେ ପୌରାଧ୍ୟକ୍ଷା ଦାୟିତ୍ୱ ନେବାପରେ କ’ଣ ସବୁ ଉନ୍ନୟନମୂଳକ କାର୍ଯ୍ୟ କରିଛନ୍ତି, ସାଧାରଣ ଜନତାଙ୍କୁ ତାହାର ହିସାବ ଦିଅନ୍ତୁ ବୋଲି ଆହ୍ବାନ ଦେଇଛନ୍ତି।
ଉପାଧ୍ୟକ୍ଷ କୁଅଁର ଖବରଦାତା ସମ୍ମିଳନୀରେ ଭାଜପାକୁ ସିଧାସଳଖ ଆକ୍ରମଣ କରିଛନ୍ତି। ସେ କହିଛନ୍ତି, ପୌରାଧ୍ୟକ୍ଷା ଭିତ୍ତିହୀନ ଓ ମିଥ୍ୟା ତଥ୍ୟ ଦେଇଛନ୍ତି। ଫଳକରେ ବିଧାୟକଙ୍କ ନାମ ଲେଖାଯିବାକୁ ନେଇ ଚାପ ପ୍ରୟୋଗ କରାଯାଉଛି ବୋଲି ପୌରାଧ୍ୟକ୍ଷା କହୁଥିବା କଥାରେ ଯଦି ସତ୍ୟତା ଥାଏ, ତା’ ହେଲେ ସେ ରାଜନୀତିରୁ ସନ୍ନ୍ୟାସ ନେଇଯିବେ ବୋଲି କହିଛନ୍ତି। ସ୍ବାୟତ୍ତ ଶାସନ ଦିବସ ଉପଲକ୍ଷେ ସକାଳେ ପୌର କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଉଦ୍‌ବୋଧନ ଦେଇ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ସମସ୍ତେ ମିଳିମିଶି କାମ କରିବା ବୋଲି କହିଥିଲେ। ଏହାପରେ ପୌରାଧ୍ୟକ୍ଷାଙ୍କ ସମେତ ବିଜେଡି-ଭାଜପା କାଉନ୍‌ସିଲର ଏକାଠି ହୋଇ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲୁ। ତେବେ ହଠାତ୍‌ ଅପରାହ୍ନ ୩ଟାରେ ପରିବାର କଥାରେ ପରିଚାଳିତ ହୋଇ ପୌରାଧ୍ୟକ୍ଷାଙ୍କ ନିଷ୍ପତ୍ତି ବଦଳିଗଲା। କାର୍ଯ୍ୟକ୍ରମକୁ ବାତିଲ କରିବା ପାଇଁ ନିର୍ବାହୀ ଅଧିକାରୀଙ୍କ ଉପରେ ଚାପ ପକାଗଲା। ପୌରାଧ୍ୟକ୍ଷାଙ୍କ ଫଳକ ରାଜନୀତି ନିନ୍ଦନୀୟ। ଏଭଳି ରାଜନୀତିକୁ କରି କେହି କେବେ ଆଗକୁ ବଢ଼ିନାହିଁ। ବିଗତ ଦିନରେ ପଦବୀରେ ଥିବା ପୌରାଧ୍ୟକ୍ଷମାନେ ରାଜ୍ୟ ସରକାରଙ୍କ ଯୋଜନା ଓ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଫଳକରେ ଏମ୍‌ପି ଓ ବିଧାୟକଙ୍କ ନାମ ଲେଖିଥିବା ନଜିର ରହିଛି। ତେବେ ନିର୍ବାଚିତ ହେବା ପରେ ପୌରାଧ୍ୟକ୍ଷା ସମସ୍ତ ଉନ୍ନୟନ କାର୍ଯ୍ୟ ବନ୍ଦ ରଖିବା ପାଇଁ ନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀଙ୍କୁ କହିଥିଲେ। ଏପରିକି ପ୍ରଥମ କାଉନ୍‌ସିଲ ବୈଠକର ରିଜୋଲ୍ୟୁଶନ ମାସେ ପରେ ଦେଲେ। ପୌରାଧ୍ୟକ୍ଷା ପରିବାର ଭରଣ ପୋଷଣ ପାଇଁ ରାଜନୀତିକୁ ଅସ୍ତ୍ର କରିଛନ୍ତି। ତାଙ୍କ ସ୍ବାମୀ ପୌରସଂସ୍ଥାର ସବୁ କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି। ଢେଙ୍କାନାଳ ବିଧାୟକ ଫଳକ ରାଜନୀତିରେ ବିଶ୍ୱାସ କରନ୍ତି ନାହିଁ। ତାଙ୍କ ଉପରେ ପୌରାଧ୍ୟକ୍ଷା ଯେଉଁ ମିଥ୍ୟା ଆରୋପ ଲଗାଇଛନ୍ତି, ସେଥିଲାଗି କ୍ଷମା ମାଗନ୍ତୁ ବୋଲି ଉପାଧ୍ୟକ୍ଷ କୁଅଁର ଦାବି କରିଛନ୍ତି। ଏଥିସହ ସ୍ବାୟତ୍ତ ଶାସନ ଦିବସର ସନ୍ଧ୍ୟାକାଳୀନ ସମାରୋହ ବାତିଲ ପାଇଁ ନିର୍ବାହୀ ଅଧିକାରୀ, ଯନ୍ତ୍ରୀ, ପୌର କର୍ମଚାରୀମାନଙ୍କୁ ମଧ୍ୟ କ୍ଷମା ମାଗନ୍ତୁ ବୋଲି ସେ କହିଛନ୍ତି। ଖବରଦାତା ସମ୍ମିଳନୀରେ ଜିଲା ବିଜେଡି ସାଧାରଣ ସମ୍ପାଦକ ଦେବାଶିଷ ମିଶ୍ର, ବିଧାୟକଙ୍କ ପ୍ରତିନିଧି ଅଜୟ କୁମାର ଭଞ୍ଜଙ୍କ ସମେତ ୧୪ ବିଜେଡି କାଉନସିଲର ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ସ୍ବାୟତ୍ତ ଶାସନ ଦିବସର ସନ୍ଧ୍ୟାକାଳୀନ ସମାରୋହ ବାତିଲ ହେବା ପରେ ଅପରାହ୍ନ ୫ଟାରେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ଖବରଦାତା ସମ୍ମିଳନୀରେ ବିଜେଡିକୁ ଆକ୍ଷେପ କରିଥିଲେ। ସେ କହିଥିଲେ, ପୌରସଂସ୍ଥା ପକ୍ଷରୁ ହୋଇଥିବା ପ୍ରକଳ୍ପରେ ଏମ୍‌ପି କିମ୍ବା ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ କୌଣସି ଅର୍ଥ ବିନିଯୋଗ ହୋଇ ନ ଥାଏ। ତଥାପି ଶିଳାନ୍ୟାସର ସୂଚନା ଫଳକରେ ସେମାନଙ୍କ ନାମ ଉଲ୍ଲେଖ ପାଇଁ ଚାପ ପ୍ରୟୋଗ କରାଯାଉଛି। ଏହା ନ ହେଲେ ଫଳକ ଭାଙ୍ଗିଦେବୁ ବୋଲି ଉପାଧ୍ୟକ୍ଷ ଧମକ ଦେଉଛନ୍ତି। ବିଧାୟକ ଓ ବିଜେଡି କାଉନ୍‌ସିଲରଙ୍କ ସଂଖ୍ୟା ଗରିଷ୍ଠତା ଚାପରେ ଏଭଳି କରାଯାଉଥିବା ପୌରାଧ୍ୟକ୍ଷା ଅଭିଯୋଗ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?