ଆମ ଜିଲା ଖବର

ବିବାହ ପ୍ରଲୋଭନ ଦେଖାଇ ପ୍ରତାରଣା ଅଭିଯୋଗ, ଯୁବକ ଗିରଫ

ଜୟପୁର,୨୨ା୧(ନି.ପ୍ର.): ବିବାହ ପ୍ରଲୋଭନ ଦେଖାଇ ଜଣେ ଯୁବତୀଙ୍କୁ ପ୍ରତାରଣା କରିଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ହରିଶଙ୍କର ଚୌପାଡି (୨୭)। ସୁନାବେଡାର ହରିଶଙ୍କର ଗତ ୨ ବର୍ଷ ହେଲା ବୋରିଗୁ୍‌ମ୍ମା ଅଞ୍ଚଳର ଜଣେ ଯୁବତୀଙ୍କ ଭଲ…

ଗୁଣିଗାରେଡି ସନ୍ଦେହ: ପୁତୁରାଙ୍କୁ ତୀର ମାରିଲେ ଦାଦା

ଦଆନ୍ଦପୁର,୨୩।୧(ଡି.ଏନ୍‌.ଏ.): ଗୁଣିଗାରେଡି ସନ୍ଦେହରେ ଦାଦାଙ୍କ ତୀରମାଡ଼ରେ ପୁତୁରା ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା କନ୍ତୋ ଗାଁରେ। ଗୁରୁତରଙ୍କୁ ତୁରନ୍ତ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ, ଗୁଣିଗାରେଡି କରୁଥିବା ସନ୍ଦେହରେ…

ସାଇକେଲ ମରାମତି ଦୋକାନରେ ନିଆଁ: ୫୦ହଜାରରୁ ଊର୍ଦ୍ଧ୍ୱ ଜିନିଷ ପତ୍ର ନଷ୍ଟ

କୋରୁକୋଣ୍ଡା,୨୩।୧(ଡି.ଏନ.ଏ): ମାଲକାନାଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ମଉଳି ମା’ ଛକଠାରେ ଥିବା ଏକ ସାଇକେଲ ମରାମତି ଦୋକାନରେ ନିଆଁ ଲାଗି ପ୍ରାୟ ୫୦ହଜାର ଟଙ୍କାରୁ ଊର୍ଦ୍ଧ୍ୱ ଜିନିଷ ପତ୍ର ପୋଡି ନଷ୍ଟ ହୋଇଯାଇଛି। ସୂଚନାନୁଯାୟୀ, କୋରୁକୋଣ୍ଡା ନିକଟ ଏମ୍‌ଭି-୩୧ ଗ୍ରାମର…

ସୁଟକେସ୍‌ରୁ ଯୁବକଙ୍କ ମୃତଦେହ ଜବତ ମାମଲା: ସ୍ତ୍ରୀଙ୍କ ସମେତ ୩ ଗିରଫ

ଖୋର୍ଦ୍ଧା ଅଫିସ,୨୩।୧: ହରିପୁର ଜଙ୍ଗଲରୁ ରବିବାର ଏକ ସୁଟକେସରୁ ରଣପୁର ଥାନା ଲାଖପଡ଼ା ଗ୍ରାମର ମନୋରଞ୍ଜନ ମହାପାତ୍ରଙ୍କ ମୃତଦେହକୁ ପୋଲିସ ଜବତ କରିଥିଲା। ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ମନୋରଞ୍ଜନଙ୍କ ସ୍ତ୍ରୀଙ୍କ ସମେତ ୨ଜଣ ପୁରୁଷ ବନ୍ଧୁଙ୍କୁ ସୋମବାର ଗିରଫ କରି ପୋଲିସ…

ମଦ ଦୋକାନ ମ୍ୟାନେଜରଙ୍କ ଘରୁ ଦୁର୍ବୃତ୍ତ ଲୁଟିନେଲେ ନଗଦ ସାଢ଼େ ୪ ଲକ୍ଷ ଟଙ୍କା

ଦେବଗଡ଼,୨୩ା୧(ଡି.ଏନ୍‌.ଏ.): ଦେବଗଡ଼ ପୌର କାର୍ଯ୍ୟାଳୟ ପାଖ ଏକ ଘରୁ କେତେକ ଦୁର୍ବୃତ୍ତ ଜଣେ ବିଦେଶୀ ମଦ ଦୋକାନ ମ୍ୟାନେଜରଙ୍କ ଘର କବାଟ ତାଡ଼ି ଆଲମିରାରୁ ଦୋକାନର ବିକ୍ରି ହୋଇଥିବା ପ୍ରାୟ ସାଢ଼େ ୪ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ସହରରେ…

ସିରିଜ ଦୁର୍ଘଟଣା: ୪ ଆହତ

ଖୋର୍ଦ୍ଧା ଅଫିସ,୨୩ା୧: ଖୋର୍ଦ୍ଧା-ନୟାଗଡ଼ ୫୭ ନମ୍ବର ଜାତୀୟ ରାଜପଥ ବାଘମାରୀ ସାରୁଅ ରାସ୍ତା ମଝିରେ ସୋମବାର ସିରିଜ ଦୁର୍ଘଟଣା ହୋଇଛି। ଦୁଇ ଯାତ୍ରୀବାହୀ ଅଟୋ ସହ ପିକ୍‌ଅପ୍‌ ଓ ଟାଟାଏସି ଏବଂ ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁଇ ଅଟୋ, ବାଇକ…

ଏଥର ବି ତାଲିକାରେ ନାମନାହିଁ

ଲୋଇସିଂହା,୨୩।୧(ଡି.ଏନ.ଏ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ପଞ୍ଚାୟତ ଅନ୍ତର୍ଗତ କେଉଁଟିପାଲିର ଫୁଲ ମୁଦୁଲି(୭୭)। ଏହି ବିଧବା ମହିଳାଙ୍କର କେହି ସାହାରା ନାହାନ୍ତି। ଝାଟିମାଟି ଘର ଭାଙ୍ଗି ମାଟିରେ ମିଶି ଯାଇଛି। କିଛି ବିକଳ୍ପ ନ ପାଇ ୨୦୨୧ ଜୁଲାଇ ମାସରୁ ସ୍ବଚ୍ଛ…

ନବଜାତକର ମୃତ୍ୟୁ: ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା

ପାଟଣା,୨୩ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଉଦୟପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାରେ ଜଣେ ପ୍ରସୂତିଙ୍କୁ ଡାକ୍ତରଙ୍କ ଅବହେଳା ଯୋଗୁ ନବଜାତ ଶିଶୁପୁତ୍ରର ମୃତ୍ୟୁର ହୋଇଥିବା ଅଭିଯୋଗ ହୋଇଛି। ସୂଚନାନୁଯାୟୀ ମୋଉଦୀପା ଗ୍ରାମର ପଙ୍କଜ ନାଏକଙ୍କ ସ୍ତ୍ରୀ ଅନୀତାଙ୍କର ରବିବାର ସନ୍ଧ୍ୟାରେ ପ୍ରସବ…

ଗୋଟିଏ ମଣ୍ଡପରେ ବିବାହ କଲେ ହିନ୍ଦୁ, ମୁସଲମାନ

ସମ୍ବଲପୁର,୨୩ା୧(ବ୍ୟୁରୋ):ସମ୍ବଲପୁର ସହରସ୍ଥିତ ସୁନାପାଲି ଆଲ୍ଲା ହଜ୍‌ରତ କମିଟି ପକ୍ଷରୁ ସାମୂହିକ ବିବାହ ନିମନ୍ତେ ନିଆରା ପ୍ରୟାସ କରାଯାଇଛି। ରବିବାର ଗୋଟିଏ ବିବାହ ମଣ୍ଡପରେ ୧୧ ଯୋଡା ମୁସଲମାନ ଓ ୨ ଯୋଡା ହିନ୍ଦୁ ଯୁବତୀ ଯୁବକ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।…

ପୁଣି ଭୁଶୁଡ଼ିଲା ଗୁନଗୁନିଆ କେନାଲ

ଭବାନୀପାଟଣା,୨୩।୧(ସ୍ବ.ପ୍ର.):କଳାହାଣ୍ଡି ଜିଲା ଇନ୍ଦ୍ରାବତୀ ବାମ କେନାଲରେ ରବିବାର ପୁଣି ଘାଇ ସୃଷ୍ଟି ହୋଇଛି। ଏହି ଘାଇ ଗୁନଗୁନିଆ ଡିଷ୍ଟ୍ରିବ୍ୟୁଟାରି କେନାଲର ରେଙ୍ଗାଲପାଲି ଗାଁ ନିକଟରେ ହୋଇଛି। ପ୍ରାୟ ୩୦ ଫୁଟର ଏହି ଘାଇ ଯୋଗୁ ବହୁ ଚାଷଜମି ଜଳମଗ୍ନ ହୋଇଛି। ଏହାକୁ…

ଜୋର ଧରିଲାଣି ଆବାସ ତାତି

ସୋନପୁର,୨୩।୧(ନି.ପ୍ର.):ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତାଲିକାକୁ ନେଇ ସବୁଠି ଅସନ୍ତୋଷ ତେଜିବାରେ ଲାଗିଛି। କିଏ ବ୍ଲକ ଆଗରେ ତ କିଏ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗପତ୍ର ଧରି ପ୍ରତିବାଦ ଜଣାଉଛନ୍ତି। ସଦ୍ୟ ପ୍ରକାଶିତ ତାଲିକାରେ ବହୁଯୋଗ୍ୟ ହିତାଧିକାରୀ ବାଦ୍‌ ପଡିଥିବା ବେଳେ ଅଯୋଗ୍ୟ ହିତାଧିକାରୀଙ୍କ…

ପ୍ରମିଳା-ଭାସ୍କର ସାକ୍ଷାତ୍‌ ଆଲୋଚନା, ଚିନ୍ତାରେ ବିରୋଧୀ

ରାୟଗଡ଼ା,୨୩ା୧(ସ୍ବ.ପ୍ର.):ମନ୍ତ୍ରୀ ପ୍ରମିଳା ମଲିକ ପୂର୍ବତନ ଏମ୍‌ପି ଏନ. ଭାସ୍କର ରାଓଙ୍କ ଘରକୁ ଯିବା ବିଜେଡ଼ିର ଭାସ୍କର ବିରୋଧୀ ଗୋଷ୍ଠୀଙ୍କୁ ଚିନ୍ତାରେ ପକାଇଛି। ପ୍ରମିଳା ସେଠାକୁ କାହିଁକି ଗଲେ ଏବଂ ଭାସ୍କରଙ୍କ ସହିତ କଣ ଆଲୋଚନା କଲେ ସେନେଇ ବିରୋଧୀ ଖୋଳତାଡ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?