ବଢ଼ିଲା ବାଘ-ମଣିଷ ସୁରକ୍ଷା ଚିନ୍ତା

କେନ୍ଦୁଝର,୧।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗଁା ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲରେ ବାଘ ବୁଲୁଛି। ୩/୪ ବର୍ଷ ବୟସର ଏହା ଏକ ଅଣ୍ଡିିରା ମହାବଳ ବୋଲି ବନ ବିଭାଗ ସୂଚନା ଦେଇଛି। ଏନେଇ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଛି। ଲୋକଙ୍କ ସୁରକ୍ଷା ସହ ବାଘର ସୁରକ୍ଷାକୁ ନଜରରେ ରଖି ବନ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜଙ୍ଗଲ ନିକଟ ଗ୍ରାମବାସୀଙ୍କୁ ସଚେତନ କରାଯିବା ସହ ରାସ୍ତାରେ ବ୍ୟାରିକେଡ୍‌ ଲଗାଯାଇଥିବା ଡିଏଫ୍‌ଓ ଧନରାଜ ଏଚ୍‌ଡି ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ବାଘ ମନିଟରିଂ ପାଇଁ ଜଣେ ଆସିଷ୍ଟାଣ୍ଟ କଞ୍ଜରଭେଟର ଅଫ୍‌ ଫରେଷ୍ଟ(ଏସିଏଫ୍‌)ଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍‌ ଗଠନ କରାଯାଇଛି। ବାଘର ଗତିବିଧି ଉପରେ ୨୪ ଘଣ୍ଟିଆ ନଜର ରଖାଯାଉଛି। ପୂର୍ବରୁ ବନ୍ୟପ୍ରାଣୀ ଶିକାର ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଅପରାଧୀମାନଙ୍କ ଉପରେ ନଜର ରଖାଯାଇଛି। ବନ ବିଭାଗ ପକ୍ଷରୁ ବାଘ ଚଳପ୍ରଚଳ କରୁଥିବା ଶିମିଳିପାଳ, ସାତକୋଶିଆ, ଆନନ୍ଦପୁର, ଘଟଗଁା ରେଞ୍ଜର ଅଟେଇ ଏବଂ ରେବଣା ଜଙ୍ଗଲରେ ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଥିବା ଡିଏଫ୍‌ଓ କହିଛନ୍ତି। ବିଶେଷକରି ଘଟଗଁା ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲରେ ବାଘ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଓ ପାଣି ରହିଥିବାରୁ ସେ ଏଠାରେ ବିଚରଣ କରୁଛି। ଏଥିପାଇଁ ବନ ବିଭାଗ ପକ୍ଷରୁ ପୋଲିସର ସହଯୋଗ ମଧ୍ୟ ନିଆଯାଉଛି। ସେହିପରି କେନ୍ଦୁଝର ବନଖଣ୍ଡ ପକ୍ଷରୁ ଶିମିଳିପାଳ ବାଘ ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ, କରଞ୍ଜିଆ ଡିଏଫ୍‌ଓ, ଆନନ୍ଦପୁର ବନ୍ୟପ୍ରାଣୀ ଡିଏଫ୍‌ଓଙ୍କ ସହିତ ସମନ୍ବୟ ରକ୍ଷା କରି କାର୍ଯ୍ୟ ସମ୍ପାଦିତ କରାଯାଉଛି। ଏତଦ୍‌ ବ୍ୟତୀତ ଜିଲାସ୍ତରରେ ଟାସ୍କ ଫୋର୍ସ ତଥା ରାଜ୍ୟ ଟାସ୍କ ଫୋର୍ସଙ୍କ ସହାୟତା ନିଆଯାଉଛି। ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ଅଟେଇ ସଂରକ୍ଷିତ ଜଙ୍ଗଲରେ ୧.୪ କି.ମି ପରିଧିରେ ଗୋଟିଏ ଲେଖାଏ ତଥା ୪୫ ଟି ଟ୍ରାପ୍‌ କ୍ୟାମେରା ଲଗାଯାଇଛି। ଜଙ୍ଗଲ ମଧ୍ୟ ଦେଇ ୪ଟି ରାସ୍ତାରେ ବ୍ୟାରିକେଡ୍‌ କରି ଲୋକଙ୍କ ଯାତାୟାତ ଉପରେ କଟକଣା କରାଯାଇଛି। ଜଙ୍ଗଲରେ ରହୁଥିବା ୧ ହଜାର ଲୋକଙ୍କୁ ଜଙ୍ଗଲ ଭିତରକୁ ନ ଯିବା ପାଇଁ ସଚେତନ କରାଯାଉଛି। ବିଶେଷକରି ରାତି ସମୟରେ ଉକ୍ତ ଅଞ୍ଚଳରେ ଚଳପ୍ରଚଳ ନ କରିବା, ଜଙ୍ଗଲ ଭିତରକୁ ନ ଯିବାକୁ କୁହାଯାଉଛି। ଲୋକଙ୍କ ଜୀବନଜୀବିକା ଯେପରି ପ୍ରଭାବିତ ନ ହୁଏ ସେଥିପାଇଁ ଦୃଷ୍ଟି ଦିଆଯାଇ ଆମ ଜଙ୍ଗଲ ଯୋଜନାରେ ବିଭିନ୍ନ ପଦକ୍ଷେପ ନିଆଯିବ। ଜଙ୍ଗଲ ଉପରେ ନିର୍ଭରଶୀଳ ଲୋକମାନଙ୍କୁ ଜିଆଖତ ଦିଆଯିବା ସହିତ ପଥରବନ୍ଧ, ଚେକ୍‌ଡ୍ୟାମ ଏବଂ ଅନ୍ୟ ଜଙ୍ଗଲ କାମରେ ନିୟୋଜିତ କରାଯିବ। ଉକ୍ତ ଅଞ୍ଚଳରେ ଥିବା ୪ ବନ ସୁରକ୍ଷା ସମିତି ଜରିଆରେ ଏହି ସବୁ କାମ ଯୋଗାଇ ଦିଆଯିବ।
ପ୍ରକାଶ ଯେ, ବାଘର ଉପସ୍ଥିତିକୁ ନେଇ କେହି ଦେଖି ନ ଥିବା ବେଳେ ଟ୍ରାପ୍‌ କ୍ୟାମେରାରେ ଫଟୋ ଉତ୍ତୋଳନ ହୋଇଛି। ଏହାକୁ ନେଇ ଉକ୍ତ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ହାତୀ ପରେ ବାଘର ଭୟ ସମସ୍ତଙ୍କୁ ଘାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?