କ୍ଷେତଖାଉଛି ବାଙ୍କ ନାଳ

ଚମ୍ପୁଆ,୧।୩(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଚମ୍ପୁଆ ଏନ୍‌ଏସି ଅନ୍ତର୍ଗତ ଗୋଧୂଳି ଗ୍ରାମରେ ଚାଷୀମାନଙ୍କର ପାଇଁ ଚିରସ୍ରୋତା ବାଙ୍କ ନାଳ ଏନେଇ ଦୁଃଖର କାରଣ ସାଜିଛି। ନାଳକଡ଼ ଖାଇ ଦିନକୁ ଦିନ ଓସାର ହେଉଥିବା ବେଳେ ନାଳଗର୍ଭରେ ଅନେକଙ୍କ ଚାଷଜମି ଲୀନ ହୋଇଗଲାଣି। ଦିନେ ଉକ୍ତ ନାଳ ଚାଷୀମାନଙ୍କ ପାଇଁ ବରଦାନ ପାଲଟିଥିବା ବେଳେ ଏବେ ଅଭିଶାପ ହୋଇଯାଇଛି। ଏନେଇ ପ୍ରଶାସନ କୌଣସି ପଦକ୍ଷେପ ନ ନେଲେ ଚାଷ ସହ କ୍ଷେତ ହରାଇବାକୁ ପଡ଼ିବ ବୋଲି ଚାଷୀମାନେ କହିଛନ୍ତି।
ସୂଚନା ଅନୁଯାୟୀ, ସୁନାପଶି ପଞ୍ଚାୟତରୁ ଉକ୍ତ ନାଳ ବାହାରି ଜାମୁଦଲକ ପଞ୍ଚାୟତ, ଚମ୍ପୁଆ ଏନ୍‌ଏସିର ଗୋଧୂଳି ଦେଇ ବୈତରଣୀ ନଦୀରେ ମିଶିଛି। ବର୍ଷ ତମାମ ନାଳରେ ଅଳ୍ପ ବହୁତ ପାଣି ରହୁଥିବାରୁ ପୂର୍ବରୁ ନାଳ ସନ୍ନିକଟ ଚାଷୀ ଜମିରେ ସୁବିଧାରେ ପାଣି ମଡ଼ାଇ ଲାଭବାନ ହେଇପାରୁଥିଲେ। ନାଳ କଡ଼ରେ ସୁରକ୍ଷା ବାଡ଼ କରା ନ ଯିବାରୁ ସମୟ କ୍ରମେ ନାଳ ଗଭୀର ହୋଇଗଲା। ଏହାର ମରାମତି ପ୍ରତି ବିଭାଗ ଧ୍ୟାନ ନ ଦେବାରୁ ଚାଷୀମାନଙ୍କ ଚାଷଜମି ନାଳରେ ମିଶିଯାଉଛି। ନାଳ ହୁଡ଼ା ଧୋଇ ଜମି ନଷ୍ଟ ହେବା ସହିତ ନାଳର ଅପର ପାଖରେ ଥିବା ଜମିକୁ ଯିବା ପାଇଁ ଚାଷୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନାଳ ପାଣିକୁ ମଧ୍ୟ ଚାଷରେ ବ୍ୟବହାର କରାଯାଇ ପାରୁନାହିଁ। ଏନେଇ ବିଭାଗୀୟ ଅଧିକାରୀ ବନମାଳୀ ପାତ୍ର କହିଛନ୍ତି, ସେ ଘଟଣାସ୍ଥଳ ବୁଲି ଦେଖିବା ସହ ତୁରନ୍ତ ଏଥିପ୍ରତି ପଦକ୍ଷେପ ନେବେ।

 

ଏମାନେ କ’ଣ କୁହନ୍ତି…
ଦୀର୍ଘ ୨୦-୨୫ ବର୍ଷ ତଳେ ନାଳ ଗଭୀର ନ ଥିଲା। ନାଳର ପାଣି ଚାଷଜମିରେ ବ୍ୟବହାର କରାଯାଉଥିଲା। ମାତ୍ର ବର୍ତ୍ତମାନ ନାଳଟି ଗଭୀର ହୋଇ ଜମିକୁ ଧୋଇ ନେଇଗଲାଣି। ସୁରକ୍ଷା ବାଡ଼ ଆବଶ୍ୟକ, ନଚେତ୍‌ ଜମି ନାଳରେ ମିଶିଯିବ।
– ଚତୁର୍ଭୁଜ ନାଏକ, ଚାଷୀ
ନାଳର ଗଭୀରତା ବଢୁଥିବାରୁ ନାଳ ସେପାଖ ଜମିକୁ ହଳ ଲଙ୍ଗଳ ନେଇ ଯିବା ବହୁ କଷ୍ଟକର ହୋଇପଡ଼ିଲାଣି। ଗଭୀରତା ହେତୁ ନାଳ ପାଣି ନାଳରେ ନ ରହି ନଦୀକୁ ପଳାଉଛି। ଫଳରେ ଚାଷ କରିବାରେ ଅସୁବିଧା ହେଉଛି।
– ଦୁଷ୍ମନ୍ତ ନାଏକ, ଚାଷୀ

ବିଭାଗ ଦୃଷ୍ଟି ନ ଦେଲେ ଆଗକୁ ଚାଷୀ ଚାଷ ଜମି ହରାଇବା ସହିତ ଚାଷ ମଧ୍ୟ ହରାଇବେ। ଉକ୍ତ ସମସ୍ୟା ପ୍ରତି ବିଭାଗ ଦୃଷ୍ଟି ଦେଲେ ଚାଷୀକୁଳ ଉପକୃତ ହେବେ।
-ସତ୍ୟବାନ ନାଏକ, ଚାଷୀ


Enter your email to get our daily news in your inbox.

All Right Reserved By Dharitri.Com

ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ

ଭୁବନେଶ୍ୱର,୨୦ା୪: ଶନିବାର ବିଜୁ ଜନତା(ବିଜେଡି) ଦଳ ମୁଖିଆ ନବୀନ ପଟ୍ଟନାୟକ ଶନିବାର ନଅ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି। ଏଥିରେ ଅଭିନେତ୍ରୀ ବର୍ଷା...

ଅଖିଳଙ୍କ ପ୍ରାର୍ଥିତ୍ୱକୁ ବିରୋଧ କଲା ଭାଜପାର ଆଉ ଏକ ଗୋଷ୍ଠୀ

ପାଟଣା,୨୦ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବୈତରଣୀ ନଦୀକୂଳ ଧାନବେଣୀ ପାର୍ଶ୍ୱରେ ଶନିବାର ପାଟଣା ଭାଜପା ନିର୍ବାଚନ ମଣ୍ଡଳୀସ୍ତରୀୟ ନିଷ୍ପତ୍ତି ସାମାବେଶ ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ,...

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri