ଗୋରୁଙ୍କଠାରେ ବ୍ୟାପୁଛି ଚର୍ମବିଣ୍ଡି ରୋଗ
ଯାଆଁଳା ,୨୦ା୧(ଡି.ଏନ୍.ଏ.): ଜଟଣୀ ବ୍ଲକ ଅନ୍ତର୍ଗତ ଯାଆଁଳା ପଞ୍ଚାୟତରେ ଗୋରୁଙ୍କ ଠାରେ ଚର୍ମବିଣ୍ଡି ରୋଗ ବ୍ୟାପିବାରେ ଲାଗିଛି। ଏହାର ପ୍ରତିକାର ପାଇଁ ସ୍ଥାନୀୟ ପ୍ରାଣୀ ଚିକିତ୍ସା କେନ୍ଦ୍ର ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଫଳରେ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି।…
ଗଞ୍ଜେଇ ଚାଷ ପାଇଁ ଅନୁମତି ମାଗିଲେ ଚାଷୀ
ବଲାଙ୍ଗୀର ଅଫିସ/ଖପ୍ରାଖୋଲ,୨୦ା୧ (ଡି.ଏନ୍.ଏ.): ବାରମ୍ବାର ଅନୁରୋଧ ପରେ ମଧ୍ୟ ଜଣେ ପଞ୍ଜୀକୃତ ଚାଷୀ ଉତ୍ପାଦିତ ଧାନ ବିକ୍ରୟ କରି ପାରିଲେ ନାହିଁ। ଶେଷରେ ପୈତୃକ ଜମିରେ ଧାନ ପରିବର୍ତ୍ତେ ଗଞ୍ଜେଇ ଚାଷ ପାଇଁ ତହସିଲଦାରଙ୍କୁ ଅନୁମତି ମାଗିଛନ୍ତି। ଜାନୁୟାରୀ ୨୦ତାରିଖ ଭିତରେ…
୪ମାସର ଶିଶୁକୁ ହତ୍ୟାକରି ଫିଙ୍ଗିଦେଲେ
ଖଇରା/ସୋର, ୨୦ା୧(ଡି.ଏନ.ଏ.):ବାଲେଶ୍ୱର ଜିଲା ଖଇରା ଥାନା ଗଗନଧୂଳି ପଞ୍ଚାୟତ ଅଧୀନ ପାଣିସିଆଳି ଗ୍ରାମର ଜଣେ ୪ମାସ ଶିଶୁପୁତ୍ରକୁ ହତ୍ୟା କରି ବିଲ ମଝିକୁ ଫିଙ୍ଗି ଦିଆଯାଇଛି। ଶିଶୁଟିର କ୍ଷତବିକ୍ଷତ ମୃତଦେହ ଗୁରୁବାର ସନ୍ଧ୍ୟାରେ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି…
ଥାନାରେ ହ୍ୟୁମାନ, ଶ୍ରୀୟା
କଟକ ଅଫିସ,୨୦ା୧:ସ୍ତ୍ରୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ପୋଲିସ ଦ୍ୱାରା ସମନ ପାଇ କଟକ ମହିଳା ଥାନାରେ ଗୁରୁବାର ହାଜର ହୋଇଛନ୍ତି ଓଲିଉଡ୍ର କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ପୂର୍ବାହ୍ନ ପ୍ରାୟ ୧୧ଟା ପରେ ହ୍ୟୁମାନ ମହିଳା ଥାନାରେ ପହଞ୍ଚତ୍ଥିବା ବେଳେ ସ୍ତ୍ରୀ ଶ୍ରୀୟା…
ଖବରଦାତାଙ୍କୁ ଯାଜପୁର ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର
ଯାଜପୁର ଟାଉନ,୨୦ା୧(ଡି.ଏନ୍.ଏ.):ନବନିର୍ମାଣ କୃଷକ ସଂଗଠନ କର୍ମକର୍ତ୍ତା ଗୁରୁବାର ଯାଜପୁର ଜିଲାପାଳଙ୍କ ବାସଭବନକୁ ଧାନ ବିକ୍ରି ସମସ୍ୟା ନେଇ ଅଭିଯୋଗ କରିବାକୁ ଯିବାବେଳେ ଓଟିଭିର ଜଣେ ଖବରଦାତାଙ୍କୁ ଥାନା ଅଧିକାରୀ ଦୁର୍ବ୍ୟବହାର କରିଛନ୍ତି। ଖବରଦାତା ସଞ୍ଜୀବ କୁମାର ନାୟକ ସେଠାରେ ଖବର ସଂଗ୍ରହ…
ଭିସେରା ରିପୋର୍ଟକୁ ଅପେକ୍ଷା
ଖୁଣ୍ଟୁଣୀ,୨୦ା୧(ଡି.ଏନ.ଏ.):ବହୁ ଚର୍ଚ୍ଚିତ ଓ ପ୍ରତୀକ୍ଷିତ ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁର ୮ ଦିନ ପରେ ବି ରହସ୍ୟ ଉନ୍ମୋଚିତ ହୋଇନାହିଁ। ମଙ୍ଗଳବାର ବ୍ୟବଚ୍ଛେଦ ରିପୋର୍ଟ ପୋଲିସର ହସ୍ତଗତ ହୋଇଥିଲେ ସୁଦ୍ଧା ଏହାକୁ ସାର୍ବଜନିନ କରାଯାଇନାହିଁ। ପୋଲିସ ଭିସେରା ରିପୋର୍ଟକୁ ଅପେକ୍ଷା…
ମାଡ଼ିଗଲା ଟ୍ରାକ୍ଟର: ଚାଲିଗଲା ଜେଜେ, ନାତିଙ୍କ ଜୀବନ
କୁଆଁରମୁଣ୍ଡା,୧୯।୧(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅଧୀନ ଟାଙ୍ଗରାଣୀ ଗ୍ରାମ ନିକଟରେ ଗୁରୁବାର ରାତିରେ ଏକ ଦୁର୍ଘଟଣା ଘଟିଛି। ଜେଜେ ଏବଂ ନାତି ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ବେଳେ ଏକ ଟ୍ରାକ୍ଟର(ନଂ.ଓଆର୍ ୧୪ ଆର୍ ୪୮୪୫) ହଠାତ୍…
୨୭ରୁ ବୁଦ୍ଧଖୋଲ ମହୋତ୍ସବ
ବୁଗୁଡ଼ା,୧୯ା୧(ଡି.ଏନ୍.ଏ.): ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତଥା ଐତିହାସିକ ଶୈବପୀଠ ବୁଦ୍ଧଖୋଲ ପାଦଦେଶରେ ଜାନୁୟାରୀ ୨୭, ୨୮, ୨୯ ତାରିଖ ୩ ଦିନ ଧରି ବୁଦ୍ଧଖୋଲ ମହୋତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ଅନ୍ତିମ ପ୍ରସ୍ତୁତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବୁଦ୍ଧଖୋଲ ଉନ୍ନୟନ…
ମହିଳାଙ୍କୁ ଗଣବଳାତ୍କାର
କେନ୍ଦୁଝର,୧୯ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସୋସୋ ଥାନା ଅଞ୍ଚଳରେ ବୁଧବାର ରାତିରେ ଜଣେ ୩୭ ବର୍ଷୀୟ ମହିଳାଙ୍କୁ ୩ ଯୁବକ ଗଣ ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି। ପୋଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ତଦନ୍ତ କରୁଛି। ସୂଚନା ଅନୁଯାୟୀ, ମହିଳାଙ୍କ…
ପିଏଲ୍ଏଫ୍ଆଇର ପୋଡ଼ାଜଳା
ସୁନ୍ଦରଗଡ଼/ନୂଆଗାଁ,୧୯।୧(ଡି.ଏନ୍.ଏ.): କିଛିମାସ ବନ୍ଦ ରହିବା ପରେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ପୁଣି ପିଏଲ୍ଏଫ୍ଆଇ (ପିପୁଲ ଲିବରେଶନ ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ) ସଙ୍ଗଠନର କାର୍ଯ୍ୟକଳାପ ଆରମ୍ଭ ହୋଇଛି। ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ହାତୀବାରି ଥାନାଠାରୁ ୧୦ କିଲୋମିଟର ଦୂର ଝାଡ଼ଖଣ୍ଡ ରାଜ୍ୟ ସିମଡେଗା…
ଦାଣ୍ଡରେ ଖେଳୁଥିବା ବେଳେ ଶିଶୁପୁତ୍ରଙ୍କୁ ଅପହରଣ
ଔପଦା,୧୯।୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଔପଦା ଥାନା ଅଘିରାପଦା ପଞ୍ଚାୟତ ଚିଞ୍ଚିଡ଼ା ଗ୍ରାମରୁ ୧୭ ତାରିଖରେ ୧ ବର୍ଷ ୮ ମାସର ଶିଶୁପୁତ୍ରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।…
ମହଙ୍ଗା ପଡ଼ିଲା ଟ୍ରେନ୍ରେ କଇଁଛ ଧରି ଯିବା: ଫଟୋ ଶେୟାର ପରେ କାର୍ଯ୍ୟାନୁଷ୍ଠାନ
ବ୍ରହ୍ମପୁର ଅଫିସ,୧୯ା୧: ବେଆଇନ ଭାବେ ବିରଳ ପ୍ରଜାତିର ପ୍ରାଣୀ କିମ୍ବା ପକ୍ଷୀଙ୍କୁ ରଖିବା ଦଣ୍ଡନୀୟ ଅପରାଧ। ଏଭଳି ପରିସ୍ଥିତିରେ ଏକ କଇଁଛକୁ ଧରି ପାଳିବା ପାଇଁ ଘରକୁ ନେଉଥିବା ବେଳେ ପଶ୍ଚିମବଙ୍ଗ ଛବିଶପ୍ରଗଣା ଜିଲାର ତପନ ମଣ୍ଡଳଙ୍କୁ ମହଙ୍ଗା ପଡିଛି। ଟ୍ରେନ୍ରେ…

