ବେଆଇନ ଚିଙ୍ଗୁଡ଼ିଘେରି ଫସଲ ଉଜାଡୁଛି

ରାଜକନିକା, ୧ା୩(ଡି.ଏନ୍‌.ଏ.): ଗଁାଠାରୁ ସହର ଏବେ ଲାଭାନ୍ବିତ ଚାଷ କରିବାକୁ ଆଗ୍ରହ ପ୍ରକାଶ ପାଉଛି। ଚାଷୀମାନେ ଏବେ ଚିଙ୍ଗୁଡ଼ି ଚାଷକୁ ପ୍ରାଧ୍ୟାନ୍ୟ ଦେଉଛନ୍ତି। ହେଲେ ଚିଙ୍ଗୁଡ଼ି ଚାଷ ହେବା ଦ୍ୱାରା ଅନ୍ୟ ଚାଷ ପ୍ରଭାବିତ ହେବା ସହ ଉଜୁଡ଼ି ଯାଉଥିବା ଦେଖିବାକୁ ମିଳିଛି। ଚିଙ୍ଗୁଡ଼ି ଚାଷ ହେବା ଦ୍ୱାରା ମୁଖ୍ୟତଃ ସାରଦ ଧାନ, ଡାଳୁଅ ଧାନ, ମୁଗ, ବିରି, ସୂର୍ଯ୍ୟମୁଖୀ, ଆଳୁ, ପନିପରିବା, ବାଦାମ ଓ ଆହୁରି ଅନେକ ଚାଷ କ୍ଷତିଗ୍ରସ୍ତ ହେଉଛିୟ। ଏହି ଚିଙ୍ଗୁଡ଼ି ଚାଷ ପାଇଁ ବ୍ୟବହୃତ ରସାୟନିକ ପଦାର୍ଥଗୁଡ଼ିକ ଜଳରେ ମିଶି ନଦୀ, ନାଳ ଓ ମଧୁର ଜଳକୁ ନଷ୍ଟ କରି ଦେଉଥିବା କେନ୍ଦ୍ରପଡ଼ା ଜିଲା ରାଜକନିକା ବ୍ଲକର ହାଟସାହି ପଞ୍ଚାୟତର ଚାଷୀ ଅଭିଯୋଗ କରିଛନ୍ତି। ଏହାର ପ୍ରତିକାର କରା ନ ଗଲେ ଆନ୍ଦୋଳନ କରାଯିବ ବୋଲି ଚାଷୀ ସୁମନ୍ତ ଦାସ, ବାବାଜୀ ଚରଣ ଜେନା, ଗୋଲେଖ ଆର୍ଜ୍ୟ, ଚୌଧୁରୀ ପଢିହାରୀ, ଅଦୈତ୍ୟ ମଳିକ, କମଳା ଦାସ, ଶଶୀକାନ୍ତ ନାୟକ, ପ୍ରତାପ ମଳିକ, ସିନା ରାଉତ, ମନ୍ମଥ ବଳ, ସନ୍ତୋଷ ନାୟକ, ବୀରକିଶୋର ବେହେରା, ଉମାକାନ୍ତ ବେଉରିଆ, ପ୍ରଦୀପ୍ତ ନାୟକ କହିଛନ୍ତି।
ହାଟସାହି ପଞ୍ଚାୟତର ଚାଷୀଙ୍କ ଅଭିଯୋଗ ଅନୁସାରେ ସାରଦ ଧାନ ଚାଷ ଉଜୁଡ଼ି ଯିବା ପରେ, ଡାଳୁଅ ଧାନ ଉପରେ ନିର୍ଭର କରିଥାନ୍ତି। ଲୁଣିଆ ନାଳ, ବରଗଡ଼ିଆ ନାଳ, ଖୋପରାଡ଼ିଆ ନାଳ, ବାଇଶମାଣିଆ ନାଳ, ଗଗନାପାଟ ନାଳର ଜଳକୁ ବ୍ୟବହାର କରି ଚାଷୀ ସମସ୍ତ ପ୍ରକାର ଚାଷ କରିଥାନ୍ତି। କିନ୍ତୁ ଗଢି ଉଠିଥିବା ଚିଙ୍ଗୁଡ଼ି ଘେରିଗୁଡ଼ିକରେ ବ୍ୟବହାର ହେଉଥିବା ରାସାୟନିକ ପଦାର୍ଥ ପାଣିରେ ମିଶାଯାଉଛି। ସେହି ଜଳକୁ ପମ୍ପ ବା ନାଳକାଟି ଅନ୍ୟ ଜମିକୁ ଛଡ଼ାଯିବା ଫଳରେ ଜମିରେ ହୋଇଥିବା ସମସ୍ତ ଫସଲଗୁଡ଼ିକୁ ନଷ୍ଟ ହେବା ସହ ଜମିର ଉର୍ବରତାକୁ ନଷ୍ଟ କରିଦେଉଛି। ମାଟି ଉପରେ ନାଲିରଙ୍ଗର ପଟୁ ପରି ଦିଶୁଛି। ଫସଲଗୁଡ଼ିକ ନଷ୍ଟ ହେବା ଫଳରେ ବର୍ଷକର ଦାନା ଉଜୁଡ଼ି ଯାଉଛି ବୋଲି ଅଭିଯୋଗ ହେଉଛି। ଏ ବାବଦରେ ଅନେକଥର ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ପାଇନାହିଁ। ଏହାକୁ ନେଇ ପଞ୍ଚାୟତର ଚାଷୀମାନେ ମେଳି ବାନ୍ଧିଛନ୍ତି। ରାସାୟନିକ ଯୁକ୍ତ ଜଳ ପ୍ରଭାବରୁ ଡାଳୁଅ ଧାନ ଗଛଗୁଡ଼ିକ ନଷ୍ଟ ହେବା ସହ ଆଳୁ, ସୂର୍ଯ୍ୟମୁଖୀ ଗଛ ମରି ଜାଳ ସଦୃଶ ଦେଖାଯାଉଛି। ସେହିପରି ମୁଗ, ବିରି, ବାଦାମ ଚାଷ ଉଜୁଡ଼ି ଯିବାକୁ ବସିଲାଣି। ହାତ ଗଣତି ଅଳ୍ପ ଚାଷୀ ଚିଙ୍ଗୁଡ଼ି ଚାଷ କରି ଲାଭବାନ ହେଉଥିବା ବେଳେ, ଚାଷକରି ଜୀବିକା ନିର୍ବାହ କରୁଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଯଦି ପ୍ରଶାସନ ପକ୍ଷରୁ ତପତ୍ରତା ପୂର୍ବକ ଏହି ପଞ୍ଚାୟତରେ ଗଢି ଉଠିଥିବା ବେଆଇନ୍‌ ଚିଙ୍ଗୁଡ଼ି ଘେରିଗୁଡ଼ିକୁ ଉଚ୍ଛେଦ ନ କରାଯାଏ ପଞ୍ଚାୟତର ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଚାଷଜମୀ ଉର୍ବରତା କମିବା ସହ ଚାଷୀକୂଳ ହତାସ ହୋଇଯିବେ। ଏହାକୁ ନେଇ ଚାଷୀମାନେ ଆଗାମୀଦିନରେ ଆନ୍ଦୋଳୋନାମତ୍କ ପନ୍ଥା ଗ୍ରହଣ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପକାଇଲେ ଦୁର୍ବୃତ୍ତ: ବାରଣ୍ଡାରେ ପାଠ ପଢ଼ିଲେ ଛାତ୍ରୀଛାତ୍ର

ପଦ୍ମପୁର, ୧୪।୧୧ (ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପ୍ରସାଦ ପଞ୍ଚାୟତ ଦଧିବାମନପୁର ଅଙ୍ଗନୱାଡି କେନ୍ଦ୍ରରେ ଶନିବାର ରାତିରେ କେହି ଦୃର୍ବୃତ୍ତ ତାଲା ପକାଇ...

ନଦୀ ଉପରେ ଶତାଧିକ ବାଉଁଶ ଭାଡ଼ି ଶୌଚାଳୟ

ପାରାଦୀପ,୧୯ା୧୦(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲାର ପ୍ରମୁଖ ଶିଳ୍ପସହର ପାରାଦୀପ ପୌରାଞ୍ଚଳକୁ ୨୦୧୮ରେ ବାହ୍ୟ ମଳମୁକ୍ତ ଭାବେ ଘୋଷଣା କରାଯାଇଛି। ଏପରି କି ସ୍ବଚ୍ଛ ସହର ଭାବେ ଦୁଇଥର...

ପୁଣି ଝୁଲି ରହିଲା ନିର୍ବାଚନ

କେନ୍ଦୁଝର,୧୧ା୩(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଟ୍ରକ୍‌ ମାଲିକ ସଂଘର ନିର୍ବାଚନକୁ ନେଇ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ୨୦୨୨ ଅଗଷ୍ଟ ୯ରୁ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ...

ଲୋକାର୍ପଣ ପରେ କେନାଲ ଶୁଖିଲା

କେନ୍ଦ୍ରାପଡ଼ା ଅଫିସ,୮ା୮: ମହାନଦୀ-ଚିତ୍ରୋପତ୍ଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପ ଗତ ମେ ୧୮ରେ ଉଦ୍‌ଘାଟନ ହୋଇଥିଲା। ଗରଦପୁର ବ୍ଲକ କଳାବୋଦାଠାରେ ଆୟୋଜିତ ଉତ୍ସବ ରାଜ୍ୟ ଜଳସମ୍ପଦ ବିଭାଗ...

ଆରମ୍ଭ ପୂର୍ବରୁ ଅକଳରେ

ଢେଙ୍କାନାଳ ଅଫିସ୍‌,୨୬।୬: ଶିଳ୍ପ ଜିଲା ଢେଙ୍କାନାଳ ହେବ କ୍ରୀଡ଼ାର ପେଣ୍ଠସ୍ଥଳ। କେବଳ ହକି, ଫୁଟ୍‌ବଲ୍‌ କିମ୍ବା କ୍ରିକେଟ୍‌ ମଧ୍ୟରେ ସୀମିତ ନ ରହି ଆନୁଷଙ୍ଗିକ କ୍ରୀଡ଼ା ଭିତ୍ତିଭୂମିର...

ଗଞ୍ଜାମ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ: ଦୁର୍ବଳ ନଦୀବନ୍ଧ, ଘାଇ ମରାମତି ନିର୍ଦ୍ଦେଶ

ଛତ୍ରପୁର,୪ା୬(ଡି.ଏନ୍‌.ଏ.)- ଛତ୍ରପୁରସ୍ଥିତ ଓସ୍ବାସ ଭିଡିଓ କନ୍‌ଫରେନ୍ସ ହଲ୍‌ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଞ୍ଜାମ ଜିଲାପାଳ...

ସହାୟତା ମାଗି ଶୁଦ୍ଧି ହେଲେ ନାବାଳକ

ରାଜନଗର, ୧୨ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବାଲିସାହିପାଟଣା ପଞ୍ଚାୟତ ଚମ୍ପାଦିଆ ଗାଁର ଭାଗବତ ଦାସ (୧୪) ୨ ବର୍ଷ ତଳେ ବାପା ଗୁରୁବାରି ଦାସ...

କମ୍ପୁଛି ପ୍ରଚାର ମଇଦାନ

ଢେଙ୍କାନାଳ ଅଫିସ, ୧୪ା୨: ଜୋର୍‌ ଧରିଛି ପ୍ରଚାର। କମ୍ପୁଛି ମଇଦାନ। ଚାଲିଛି ଆରୋପ-ପ୍ରତ୍ୟାରୋପ। ଏସବୁ ଭିତରେ ବିକାଶର ସ୍ବପ୍ନ ଦେଖାଇ ଭୋଟରଙ୍କ ନିକଟତର ହେଉଛନ୍ତି ପ୍ରାର୍ଥୀ।...

Advertisement
Archives

Model This Week