ଯାଞ୍ଚରେ ୧୦୧ ନକଲି ମତ୍ସ୍ୟଜୀବୀ ଚିହ୍ନଟ

ମହାକାଳପଡ଼ା, ୧ା୩(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଅଧୀନ ମହାକାଳପଡ଼ା ବ୍ଲକ ନଦୀନାଳ ଘେରା ଉପକୂଳ ଅଞ୍ଚଳର ୩୫ଟି ଗଁାରେ ସାମୁଦ୍ରିକ ମତ୍ସ୍ୟଜୀବୀମାନେ ରହୁଛନ୍ତି। ସେମାନେ ନଦୀ, ସମୁଦ୍ରରେ ମାଛ ମାରି ଗୁଜୁରାଣ ମେଣ୍ଟାଇଥା’ନ୍ତି। ବହୁ କଷ୍ଟ କରି ନଦୀ, ସମୁଦ୍ରରେ ଜୀବନକୁ ବାଜି ଲଗାଇ ଯାହା ଦୁଇ ପଇସା ରୋଜଗାର କରନ୍ତି, ପିଲାମାନଙ୍କ ପାଠ ପଢିବା ଓ ପରିବାର ପ୍ରତିପୋଷଣରେ ଖର୍ଚ୍ଚ ହୋଇଥାଏ। କେତେବେଳେ ସାମୁଦ୍ରିକ ଝଡ଼, ବାତ୍ୟା ତ ଆଉ କେଉଁ ସମୟରେ ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା ଅଞ୍ଚଳରେ ପ୍ରବେଶ ବାରଣ କରାଯାଇଛି। ଏହି ସମୟରେ ମତ୍ସ୍ୟଜୀବୀମାନଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ହେଲେ ଏବେ ଯାଞ୍ଚ ସମୟରେ ୧୦୧ ଜଣ ନକଲି ମତ୍ସ୍ୟଜୀବୀ ସହାୟତା ରାଶି ହାତେଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ନଭେମ୍ବରରୁ ଜୁନ୍‌ ୧୫ ପର୍ଯ୍ୟନ୍ତ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ଓ ମାଛ ଯଁାଳ ବଂଶ ବିସ୍ତାର ଲାଭ ପାଇଁ ବନ ବିଭାଗ, ମତ୍ସ୍ୟ ବିଭାଗ ଓ ତଟରକ୍ଷୀ ବିଭାଗ ପକ୍ଷରୁ କଟକଣା କରାଯାଇଛି। ବର୍ଷକର ସାଢ଼େ ୭ ମାସ ସମୁଦ୍ରକୁ ପ୍ରବେଶ ବାରଣ ଦୃଷ୍ଟିକୁ ଲକ୍ଷ୍ୟ କରି ରାଜ୍ୟ ସରକାର ଜୀବନ ଜୀବିକା ନିର୍ବାହ ପାଇଁ ମତ୍ସ୍ୟଜୀବୀ ପରିବାରକୁ ୭,୫୦୦ଟଙ୍କା ପ୍ରଦାନ କରୁଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ମହାକାଳପଡ଼ା ବ୍ଲକରେ ମୋଟ୍‌ ୫ ହଜାର ମତ୍ସ୍ୟଜୀବୀ ପରିବାର ମଧ୍ୟରେ ୧୦ ହଜାର ସାମୁଦ୍ରିକ ଓ ପାରମ୍ପରିକ ମତ୍ସ୍ୟଜୀବୀ ଅଛନ୍ତି। ଚଳିତବର୍ଷ ସର୍ଭେ ଅନୁସାରେ, ଏହି ବ୍ଲକରେ ଯନ୍ତ୍ରଚାଳିତ ପଞ୍ଜୀକୃତ ଡଙ୍ଗା ସଂଖ୍ୟା ୧୨୫୦ ହୋଇଥିବା ବେଳେ ପାରମ୍ପରିକ ଆହୁଲାଚାଳିତ ଡଙ୍ଗା ସଂଖ୍ୟା ୫୨୭ ରହିଛି। ଏପରି ମୋଟ ୧୭୭୭ ଡଙ୍ଗା ରହିଛି। ସେହିପରି ପୂର୍ବରୁ ଏହି ବ୍ଲକରେ ୧୮୭୮ ଯନ୍ତ୍ରଚାଳିତ ଓ ଆହୁଲାଚାଳିତ ଡଙ୍ଗା ଥିଲା। ତେବେ ଚଳିତବର୍ଷ ନୂଆ ରିପୋର୍ଟ ଅନୁସାରେ ପଞ୍ଜୀକୃତଙ୍କ ମଧ୍ୟରୁ ୧୦୧ ଜଣ ମତ୍ସ୍ୟଜୀବୀ ନବୀକରଣରେ ସେମାନଙ୍କ ପ୍ରମାଣ ପତ୍ର ଯାଞ୍ଚରେ ବାଦ୍‌ ପଡ଼ିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠେ, ଚଳିତ ୨୨-୨୩ ସର୍ଭେ ଅନୁସାରେ, ସରକାରୀ ତଥ୍ୟ ଅନୁଯାୟୀ, ବାସ୍ତବରେ ପ୍ରକୃତ ମତ୍ସ୍ୟଜୀବୀ ସଂଖ୍ୟା ୧୭୭୭ ରହିଥିବାବେଳେ ପୂର୍ବବର୍ଷଗୁଡିକରେ ୧୮୭୮ଜଣ ଆର୍ଥିକ ସହାୟତା ହାତେଇ ଥିଲେ। ଯାଞ୍ଚ ବେଳେ ଏହି ୧୦୧ ଭୂତ ମତ୍ସ୍ୟଜୀବୀ ଅନ୍ତର୍ଦ୍ଧାନ ହେବା କୁହାଯାଇଛି। ଏହା ପୂର୍ବରୁ ବିଭାଗୀୟ ଅଧିକାରୀମାନେ ଯାଞ୍ଚ ନ କରି କିପରି ଭୂତ ମତ୍ସ୍ୟଜୀବୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଥିଲେ, ଏହା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏ ସମ୍ପର୍କରେ ମହାକାଳପଡ଼ା ସାମୁଦ୍ରିକ ବିଭାଗ ସହକାରୀ ମତ୍ସ୍ୟ ଅଧିକାରୀ ଦୀପକ କୁମାର ମଲ୍ଲିକଙ୍କୁ ପଚାରିବାରେ, ଚଳିତବର୍ଷ ସର୍ଭେ ଅନୁସାରେ ୧୦୧ ମତ୍ସ୍ୟଜୀବୀଙ୍କ କିଛି ସନ୍ଧାନ ମିଳୁ ନ ଥିବା କହିଛନ୍ତି। ଆଗାମୀ ଦିନରେ ପ୍ରକୃତ ମତ୍ସ୍ୟଜୀବୀଙ୍କ ଯାଞ୍ଚ ହେବ। ବାସ୍ତବ ମତ୍ସ୍ୟଜୀବୀମାନଙ୍କୁ ଚିହ୍ନଟ କରାଯାଇ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri