ଯାଞ୍ଚରେ ୧୦୧ ନକଲି ମତ୍ସ୍ୟଜୀବୀ ଚିହ୍ନଟ

ମହାକାଳପଡ଼ା, ୧ା୩(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଅଧୀନ ମହାକାଳପଡ଼ା ବ୍ଲକ ନଦୀନାଳ ଘେରା ଉପକୂଳ ଅଞ୍ଚଳର ୩୫ଟି ଗଁାରେ ସାମୁଦ୍ରିକ ମତ୍ସ୍ୟଜୀବୀମାନେ ରହୁଛନ୍ତି। ସେମାନେ ନଦୀ, ସମୁଦ୍ରରେ ମାଛ ମାରି ଗୁଜୁରାଣ ମେଣ୍ଟାଇଥା’ନ୍ତି। ବହୁ କଷ୍ଟ କରି ନଦୀ, ସମୁଦ୍ରରେ ଜୀବନକୁ ବାଜି ଲଗାଇ ଯାହା ଦୁଇ ପଇସା ରୋଜଗାର କରନ୍ତି, ପିଲାମାନଙ୍କ ପାଠ ପଢିବା ଓ ପରିବାର ପ୍ରତିପୋଷଣରେ ଖର୍ଚ୍ଚ ହୋଇଥାଏ। କେତେବେଳେ ସାମୁଦ୍ରିକ ଝଡ଼, ବାତ୍ୟା ତ ଆଉ କେଉଁ ସମୟରେ ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା ଅଞ୍ଚଳରେ ପ୍ରବେଶ ବାରଣ କରାଯାଇଛି। ଏହି ସମୟରେ ମତ୍ସ୍ୟଜୀବୀମାନଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ହେଲେ ଏବେ ଯାଞ୍ଚ ସମୟରେ ୧୦୧ ଜଣ ନକଲି ମତ୍ସ୍ୟଜୀବୀ ସହାୟତା ରାଶି ହାତେଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ନଭେମ୍ବରରୁ ଜୁନ୍‌ ୧୫ ପର୍ଯ୍ୟନ୍ତ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ଓ ମାଛ ଯଁାଳ ବଂଶ ବିସ୍ତାର ଲାଭ ପାଇଁ ବନ ବିଭାଗ, ମତ୍ସ୍ୟ ବିଭାଗ ଓ ତଟରକ୍ଷୀ ବିଭାଗ ପକ୍ଷରୁ କଟକଣା କରାଯାଇଛି। ବର୍ଷକର ସାଢ଼େ ୭ ମାସ ସମୁଦ୍ରକୁ ପ୍ରବେଶ ବାରଣ ଦୃଷ୍ଟିକୁ ଲକ୍ଷ୍ୟ କରି ରାଜ୍ୟ ସରକାର ଜୀବନ ଜୀବିକା ନିର୍ବାହ ପାଇଁ ମତ୍ସ୍ୟଜୀବୀ ପରିବାରକୁ ୭,୫୦୦ଟଙ୍କା ପ୍ରଦାନ କରୁଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ମହାକାଳପଡ଼ା ବ୍ଲକରେ ମୋଟ୍‌ ୫ ହଜାର ମତ୍ସ୍ୟଜୀବୀ ପରିବାର ମଧ୍ୟରେ ୧୦ ହଜାର ସାମୁଦ୍ରିକ ଓ ପାରମ୍ପରିକ ମତ୍ସ୍ୟଜୀବୀ ଅଛନ୍ତି। ଚଳିତବର୍ଷ ସର୍ଭେ ଅନୁସାରେ, ଏହି ବ୍ଲକରେ ଯନ୍ତ୍ରଚାଳିତ ପଞ୍ଜୀକୃତ ଡଙ୍ଗା ସଂଖ୍ୟା ୧୨୫୦ ହୋଇଥିବା ବେଳେ ପାରମ୍ପରିକ ଆହୁଲାଚାଳିତ ଡଙ୍ଗା ସଂଖ୍ୟା ୫୨୭ ରହିଛି। ଏପରି ମୋଟ ୧୭୭୭ ଡଙ୍ଗା ରହିଛି। ସେହିପରି ପୂର୍ବରୁ ଏହି ବ୍ଲକରେ ୧୮୭୮ ଯନ୍ତ୍ରଚାଳିତ ଓ ଆହୁଲାଚାଳିତ ଡଙ୍ଗା ଥିଲା। ତେବେ ଚଳିତବର୍ଷ ନୂଆ ରିପୋର୍ଟ ଅନୁସାରେ ପଞ୍ଜୀକୃତଙ୍କ ମଧ୍ୟରୁ ୧୦୧ ଜଣ ମତ୍ସ୍ୟଜୀବୀ ନବୀକରଣରେ ସେମାନଙ୍କ ପ୍ରମାଣ ପତ୍ର ଯାଞ୍ଚରେ ବାଦ୍‌ ପଡ଼ିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠେ, ଚଳିତ ୨୨-୨୩ ସର୍ଭେ ଅନୁସାରେ, ସରକାରୀ ତଥ୍ୟ ଅନୁଯାୟୀ, ବାସ୍ତବରେ ପ୍ରକୃତ ମତ୍ସ୍ୟଜୀବୀ ସଂଖ୍ୟା ୧୭୭୭ ରହିଥିବାବେଳେ ପୂର୍ବବର୍ଷଗୁଡିକରେ ୧୮୭୮ଜଣ ଆର୍ଥିକ ସହାୟତା ହାତେଇ ଥିଲେ। ଯାଞ୍ଚ ବେଳେ ଏହି ୧୦୧ ଭୂତ ମତ୍ସ୍ୟଜୀବୀ ଅନ୍ତର୍ଦ୍ଧାନ ହେବା କୁହାଯାଇଛି। ଏହା ପୂର୍ବରୁ ବିଭାଗୀୟ ଅଧିକାରୀମାନେ ଯାଞ୍ଚ ନ କରି କିପରି ଭୂତ ମତ୍ସ୍ୟଜୀବୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଥିଲେ, ଏହା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏ ସମ୍ପର୍କରେ ମହାକାଳପଡ଼ା ସାମୁଦ୍ରିକ ବିଭାଗ ସହକାରୀ ମତ୍ସ୍ୟ ଅଧିକାରୀ ଦୀପକ କୁମାର ମଲ୍ଲିକଙ୍କୁ ପଚାରିବାରେ, ଚଳିତବର୍ଷ ସର୍ଭେ ଅନୁସାରେ ୧୦୧ ମତ୍ସ୍ୟଜୀବୀଙ୍କ କିଛି ସନ୍ଧାନ ମିଳୁ ନ ଥିବା କହିଛନ୍ତି। ଆଗାମୀ ଦିନରେ ପ୍ରକୃତ ମତ୍ସ୍ୟଜୀବୀଙ୍କ ଯାଞ୍ଚ ହେବ। ବାସ୍ତବ ମତ୍ସ୍ୟଜୀବୀମାନଙ୍କୁ ଚିହ୍ନଟ କରାଯାଇ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri