ଦିଲ୍ଲୀ, ଲକ୍ଷ୍ନୌରୁ ଆସୁଛି ନକଲି ମେଡିସିନ

କଟକ ଅଫିସ,୧ା୩: ପୁରୀଘାଟ ଥାନା ଅଧୀନ ଟାଉନହଲ୍‌ ରୋଡ୍‌ସ୍ଥିତ ଶ୍ରୀ ଡିଷ୍ଟ୍ରିବ୍ୟୁଟର ନାମକ ଏକ ଗୋଦାମରେ ସୋମବାର ଡ୍ରଗ୍ସ କଣ୍ଟ୍ରୋଲ ଅଧିକାରୀମାନେ ଚଢ଼ାଉ କରି ପର୍ଯ୍ୟାପ୍ତ ପରିମାଣର ନକଲି ଓ-୨ ମେଡିସିନ ଜବତ କରିଥିଲେ। ଏହି କାରବାର ସହ ଜଡ଼ିତ ଡିଷ୍ଟ୍ରିବ୍ୟୁଟର ବିଜୟ ଅଗ୍ରଓ୍ବାଲଙ୍କୁ ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଏ ନେଇ ଥାନାରେ ଏକ ମାମଲା(ନଂ.୪୫/୨୩) ରୁଜୁ ହୋଇଛି। ତେବେ ଏହି ନକଲି ମେଡିସିନ ଦିଲ୍ଲୀ ଓ ଲକ୍ଷ୍ନୌରୁ ଆସୁଥିବା ନେଇ ପୋଲିସ୍‌କୁ ପ୍ରମାଣ ମିଳିଛି।
ସୂଚନା ଅନୁସାରେ, ପେଟରୋଗର ଆରୋଗ୍ୟ ପାଇଁ ବ୍ୟବହାର ହେଉଥିବା ଓ-୨ ମେଡିସିନ୍‌ର ନକଲି ବ୍ରାଣ୍ଡ ଦାମୀ ମେଡ୍‌ଲେ କମ୍ପାନୀର ଖୋଳରେ ଭର୍ତ୍ତି କରାଯାଇ ବିକ୍ରି ହେଉଥିବା ନେଇ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ନିକଟରେ ଅଭିଯୋଗ ହୋଇଥିଲା। ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ଅଧିକାରୀମାନେ ବଜାରରେ ବିକ୍ରି ହେଉଥିବା ଉକ୍ତ ମେଡିସିନ୍‌ର ନମୁନା ସଂଗ୍ରହ କରିଥିଲେ। ଦାମୀଖୋଳରେ ବିକ୍ରି ହେଉଥିବା ଓ-୨ ମେଡିସିନ୍‌ ଅସଲି କମ୍ପାନୀର ନୁହଁ ବୋଲି ସମ୍ପୃକ୍ତ କମ୍ପାନୀ ପକ୍ଷରୁ କୁହାଯିବା ପରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଖୋଳତାଡ଼ ଆରମ୍ଭ କରିଥିଲା। ପୁରୀଘାଟ ପୋଲିସ ସହାୟତାରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ସୋମବାର ଟାଉନ ହଲ୍‌ ରୋଡ୍‌ସ୍ଥିତ ଶ୍ରୀ ଡିଷ୍ଟ୍ରିବ୍ୟୁଟର ଗୋଦାମରେ ଚଢ଼ାଉ କରାଯାଇଥିଲା। ସେଠାରୁ ପ୍ରାୟ ୨ ଲକ୍ଷ ଟଙ୍କାର ନକଲି ଓ-୨ ମେଡିସିନ ଜବତ ହୋଇଥିଲା। ପୁଣି ମଙ୍ଗଳବାର ସେଠାରେ ଚଢ଼ାଉ କରାଯାଇ ଅବଶିଷ୍ଟ ନକଲି ମେଡିସିନ୍‌ ଜବତ କରାଯାଇଛି। ଏହି ନକଲି ମେଡିସିନ କାରବାରର ଗୁମର ଫିଟାଇବା ପାଇଁ ପୋଲିସ ବିଜୟଙ୍କୁ ପଚରାଉଚରା କରିବାବେଳେ ବହୁ ତଥ୍ୟ ହାସଲ କରିଛି। ସମ୍ପୃକ୍ତ ସଂସ୍ଥା ବିଜୟଙ୍କ ସ୍ତ୍ରୀଙ୍କ ନାମରେ ରହିଥିବାବେଳେ ବିଜୟ ନିଜେ ସବୁ କାରବାର କରୁଥିଲେ। ୨ ମାସ ତଳେ ଏହି ନକଲି ମେଡିସିନ୍‌ କାରବାର ଆରମ୍ଭ ହୋଇଥିଲା। ଦିଲ୍ଲୀର କ୍ରିଷ୍ଣା ମେଡିକୋ ଓ ଲକ୍ଷ୍ନୌର ନାଚୁରାଲ ଫାର୍ମାସ୍ୟୁଟିକାଲ୍ସରୁ ଏହି ନକଲି ମେଡିସିନ ଆସୁଥିଲା। କଟକ ସମେତ ଓଡ଼ିଶାର ବିଭିନ୍ନ ସହରକୁ ଏହି ନକଲି ମେଡିସିନ୍‌ ଯୋଗାଣ କରାଯାଉଥିଲା। ତେବେ ଏହାର ତାଲିକା ପ୍ରସ୍ତୁତ କରାଯିବା ପରେ ନକଲି ମେଡିସିନ୍‌କୁ ଫେରସ୍ତ ଅଣାଯାଉଥିବା ଜଣାଯାଇଛି। ଅପରପକ୍ଷରେ ପୋଲିସ ଦିଲ୍ଲୀ ଓ ଲକ୍ଷ୍ନୌ ଯାଇ ଉକ୍ତ ସଂସ୍ଥାଦ୍ୱୟକୁ ଠାବ କରିବାକୁ ଯୋଜନା କରିଛି। ଏହାପରେ ନକଲି କାରବାରର ମୂଳକୁ ଧରିବାରେ ସକ୍ଷମ ହୋଇପାରିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, କିଛିମାସ ତଳେ ରକ୍ତଚାପ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଔଷଧର ନକଲି ଟେଲମା-ଏମ୍‌ ଓ ଟେଲମା-୪୦ ମେଡିସିନ୍‌ କାରବାର ନେଇ ରାଜ୍ୟରେ ଚହଳ ପଡିଥିଲା। ଏହି ମାମଲାରେ ୨ଟି ଡିଷ୍ଟ୍ରିବ୍ୟୁଟର ସଂସ୍ଥାର ୨ରୁ ଅଧିକ ବ୍ୟକ୍ତିଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଅର୍ଥନୈତିକ କାରବାର ଉପରେ ରୋକ ଲଗାଯାଇଥିଲା। ରାଜ୍ୟ ବାହାରକୁ ବାରମ୍ବାର ପୁରୀଘାଟ ପୋଲିସ ଯାଇ ମାଷ୍ଟର ମାଇଣ୍ଡକୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଉକ୍ତ ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଥିବାବେଳେ ପୁଣି ନକଲି ମେଡିସିନ କାରବାର କରିବାକୁ କିପରି ସାହସ କରାଯାଉଛି, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୩ରେ ଲଘୁଚାପ: ପାଣିପାଗ ବିଭାଗର କହିଲା ଏହାର ଗତିବିଧି…

ଭୁବନେଶ୍ୱର,୧୨।୧୦ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୧୩ ଅକ୍ଟୋବର ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଅନୁକୂଳ ପାଣିପାଗ ଓ ସାମୁଦ୍ରିକ ପରିସ୍ଥିତି…

କ୍ରିକେଟ ମଇଦାନରେ କମାଲ କଲେ ଦ୍ରାବିଡ଼ଙ୍କ ପୁଅ: ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ କରିଦେଲେ ଚକିତ

ନୂଆଦିଲ୍ଲୀ, ୧୨।୧୦: ପୂର୍ବତନ ଭାରତୀୟ ଅଧିନାୟକ ତଥା ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ଙ୍କ ପୁଅ ଅନୱୟ ଦ୍ରାବିଡ଼ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଏବେ ଚର୍ଚ୍ଚାରେ। ଭିନୁ…

ସରକାରୀ କର୍ମଚାରୀଙ୍କ ଦରମା-ପେନସନ ଉପରେ ବଡ଼ ଖବର: ଏହି ରାଜ୍ୟ ଗଠନ କଲା ଅଷ୍ଟମ ବେତନ ଆୟୋଗ

ନୂଆଦିଲ୍ଲୀ, ୧୨।୧୦: କେନ୍ଦ୍ର ସରକାର ୨୦୨୫ ନଭେମ୍ବରରେ ଅଷ୍ଟମ ବେତନ ଆୟୋଗ ଗଠନକୁ ମଞ୍ଜୁରି ଦେଇଥିଲେ। ଏହା ପରେ ଏକ କମିଟି ଗଠନ କରାଯାଇଛି। ଏହି କମିଟି…

ବୈଭବ ସୂର୍ଯ୍ୟବଂଶୀ ନୁହେଁ, ଏହି ଭାରତୀୟ ଷ୍ଟାରଙ୍କୁ ୱାଲର୍‌ଡ ସୁପରପାୱାର ଓପନର କହିଲେ ଦିନେଶ କାର୍ତ୍ତିକ

ଇନ୍ଦୋର,୧୨।୧୦: ଭାରତୀୟ ଦଳର ଷ୍ଟାର ଓପନର ଅଭିଷେକ ଶର୍ମାଙ୍କ ଜବରଦସ୍ତ ବ୍ୟାଟିଂକୁ ନେଇ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ କାର୍ତ୍ତିକ। ବିଭିନ୍ନ ପରିସ୍ଥିତି…

ଝିଅ ସାରାଙ୍କୁ ନେଇ ଏମିତି କହିଲେ ସଚିନ ତେନ୍ଦୁଲକର: ସୋସିଆଲ ମିଡିଆରେ ବଢୁଛି ଚର୍ଚ୍ଚା

ମୁମ୍ବାଇ,୧୨।୧୦: ଭାରତୀୟ କ୍ରିକେଟ୍‌ର କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଆଜି ୨୯ ବର୍ଷରେ ପାଦ ଥାପିଛନ୍ତି। ଏହି ବିଶେଷ ଅବସରରେ ସାରାଙ୍କୁ ସୋସିଆଲ…

କୋହଲିଙ୍କ ଉପରେ ଟଙ୍କା ନେବା ଅଭିଯୋଗ କରିଥିବା ବାବା ଦେଲେ ବଡ଼ ବୟାନ, ଏବେ କହିଲେଣି ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ, ୧୨।୧୦: ମଥୁରାର ବୃନ୍ଦାବନସ୍ଥିତ ରାଧା କୁଟୀ ଆଶ୍ରମରେ ସାଧୁସନ୍ଥମାନେ ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାର ପକ୍ଷକାର ଦିନେଶ ଫଳାହାରୀଙ୍କୁ ‘ବ୍ରଜ ରତ୍ନ’ ସମ୍ମାନରେ ସମ୍ମାନିତ କରିଛନ୍ତି। ଭଗବାନ…

୧୫ ବର୍ଷ ପରେ ଟିମ ଇଣ୍ଡିଆରେ ଘଟିଲା ଏମିତି, କ୍ରିକେଟ ଜଗତରେ ଚର୍ଚ୍ଚା

ଇନ୍ଦୋର: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମୁକାବିଲାରେ ଟିମ ଇଣ୍ଡିଆ ୧୪ ରନରେ ବିଜୟୀ ହୋଇଛି। ଏହି ବିଜୟ ସହ ଭାରତ ସିରିଜରେ…

ମାତ୍ର ୧୩ ରନ କରି ଭାରତକୁ ଜିତାଇଲେ ପ୍ରିନ୍ସ, ତାଙ୍କ ବ୍ୟାଟ୍‌ ପଛର ରୋଚକ କାହାଣୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇନ୍ଦୋର,୧୨।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳ ୧୪ ରନ୍‌ରେ ବିଜୟୀ ହୋଇଛି। ଏହି ମ୍ୟାଚ୍‌ରେ ପ୍ରିନ୍ସ ଯାଦବ ବୋଲିଂରେ କୌଣସି ଉଇକେଟ ନେଇପାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?