ଏମ୍‌ପି, ଜିଲାପାଳଙ୍କ ଉଚ୍ଚସୋପାନ ସେତୁ ପରିଦର୍ଶନ

ଧାମନଗର,୧।୩(ଡି.ଏନ.ଏ): ଭଦ୍ରକ ଜିଲା ଧାମନଗର ବ୍ଲକ ଦୋବଲ ବଜାର ନିକଟରେ ଗେଙ୍ଗୁଟି ନଦୀ ଉପରେ ଏକ ଉଚ୍ଚସୋପାନ ସେତୁ ନିର୍ମାଣ କରାଯାଇଛି। ହେଲେ ଦୁଇପାର୍ଶ୍ୱରେ ଆପ୍ରୋଚ ରୋଡ୍‌ କରା ନ ଯିବାରୁ ପୋଲ ଲୋକଙ୍କ କାମରେ ଆସୁନି। ବୈତରଣୀ ନଦୀରେ ବନ୍ୟା ଆସିଲେ ଶାଖା ଗେଙ୍ଗୁଟିରେ ବଡ଼ ବନ୍ୟା ଆସି ଏଠାରେ ଥିବା ପୁରୁଣା କଂକ୍ରିଟ ପୋଲ ବୁଡ଼ିଯାଇ ଯାତାୟାତ ବନ୍ଦ ହୋଇଥାଏ। ବନ୍ୟା ସମୟରେ ୫ ପଞ୍ଚାୟତର ଲୋକେ ଧାମନଗର କିମ୍ବା ଦୋବଲ ବଜାରକୁ ଆସିପାରନ୍ତି ନାହିଁ। ବିଶେଷକରି ଆନନ୍ଦପୁର, ପାହାଡ଼ପୁର, ଦକ୍ଷିଣକୁରୁଆ, କାଞ୍ଜିଆପାଳ, ଖଡ଼ିପଦା, ସୋହଡ଼ା, ଖଙ୍ଗରା, ଷେଣ୍ଢପୁର, ବେଦପୁର ଓ ସାପୁଆପାଟଣା ଅଞ୍ଚଳର ଲୋକ ବ୍ଲକ ହେଡକ୍ବାର୍ଟରଠାରୁ ବିଚ୍ଛିନ୍ନ ହୋଇଯାଆନ୍ତି। ଏଣୁ ଏଠାରେ ଉଚ୍ଚସୋପାନ ପୋଲ ନିର୍ମାଣ କାମ ବର୍ଷେରୁ ଊର୍ଦ୍ଧ୍ୱ ହେଲା ସରିଥିଲେ ମଧ୍ୟ ଜମିଅଧିଗ୍ରହଣ ସମସ୍ୟା ଯୋଗୁ ଆପ୍ରୋଚ୍‌ ରୋଡ୍‌ ହୋଇପାରୁ ନାହିଁ। ମଙ୍ଗଳବାର ଅପରାହ୍ନରେ ଏମ୍‌ପି ମଞ୍ଜୁଲତା ମଣ୍ଡଳ, ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ପୂର୍ତ୍ତ ଓ ଗୃହ ବିଭାଗ ସହକାରୀ ଯନ୍ତ୍ରୀ ଅମ୍ବିକା ବଲ୍ଲଭ ସ୍ବାଇଁ ପ୍ରମୁଖ ଏହି ସେତୁ ପରିଦର୍ଶନ କରିଛନ୍ତି। ପାରିପାର୍ଶ୍ୱିକ ଅବସ୍ଥା ଅନୁଧ୍ୟାନ କରି ତୁରନ୍ତ ଜମି ଅଧିଗ୍ରହଣ ସମସ୍ୟା ସମାଧାନ ପାଇଁ ଧାମନଗର ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତୁରନ୍ତ ଉଭୟ ପକ୍ଷଙ୍କୁ ଡାକି ଓ ଜମି ମାପଚୁପ କରିବାକୁ ଜିଲାପାଳ ତହସିଲଦାର ପଣ୍ଡାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଥାଉ କି, ବନ୍ୟା ସମୟରେ ସମସ୍ୟା ନେଇ ଲୋକେ ବାରମ୍ବାର ଧାମନଗରର ତତ୍କାଳୀନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ଗେଙ୍ଗୁଟି ନଦୀରେ ପୁରୁଣା ପୋଲ ନିକଟରେ ଆଉ ଗୋଟିଏ ଉଚ୍ଚସୋପାନ ସେତୁ ନିର୍ମାଣ ଲାଗି ଅନୁରୋଧ କରିଥିଲେ। ସେ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଅର୍ଥ ମଞ୍ଜୁର ପରେ ୨୦୧୮ ଜାନୁୟାରୀ ୩୦ରେ ପୂର୍ତ୍ତ ବିଭାଗ ପକ୍ଷରୁ ପୋଲ ନିର୍ମାଣ ପାଇଁ ଟେଣ୍ଡର ଡକାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ କୋଟି ୬୭ ଲକ୍ଷ ୫୫ ହଜାର ୨୪୭ ଟଙ୍କା ବ୍ୟୟବରାଦ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri