ଅଲିଭ୍‌ରିଡେ୍‌ଲଙ୍କ ଗଣଅଣ୍ଡାଦାନ ଅପେକ୍ଷାରେ ଗହୀରମଥା

ରାଜନଗର, ୧ା୩(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭ୍‌ରିଡ୍‌ଲେ ଅନ୍ତଃସତ୍ତ୍ୱା କଇଁଛମାନଙ୍କ ଅଣ୍ଡାଦାନ ପର୍ବ ବିକ୍ଷିପ୍ତ ଭାବେ ଆରମ୍ଭ ହୋଇଛି। ଏଥିପାଇଁ ସାମୁଦ୍ରିକ ଅଭୟାରଣ୍ୟର ନୀଳ ଜଳରାଶିରେ ଏବେ ଲକ୍ଷାଧିକ ଅନ୍ତଃସତ୍ତ୍ୱା କଇଁଛ ପ୍ରକୃତିର ବିବର୍ତ୍ତମାନରେ ଗଣଅଣ୍ଡାଦାନ କରିବାକୁ କୂଳମୁହଁା ହେବାରେ ଲାଗିଛନ୍ତି। ୨୦୨୨ ମାର୍ଚ୍ଚ ୨ୟ ସପ୍ତାହ ପରେ ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଆଗକୁ ଦୋଳପୂର୍ଣ୍ଣିମା ଥିବାରୁ କଇଁଛ ବିଶେଷଜ୍ଞମାନେ ଅନୁକୂଳ ପାଗକୁ ଚାତକ ପରି ଚାହିଁ ରହିଛନ୍ତି। ଦକ୍ଷିଣା ପବନ ପ୍ରବାହିତ ହେଲେ ନୀଳ ଜଳରାଶିର ଢେଉକୁ ଅତିକ୍ରମ କରି ବାବୁବାଲି ଦ୍ୱୀପ, ସାତଭାୟାର ବିସ୍ତୀର୍ଣ୍ଣ ବେଳାଭୂମି, ନାସୀ-୧, ୨ ଏବଂ ବରୁଣେଇ ମୁହାଣ ସଂଲଗ୍ନ ପେଣ୍ଠ ବେଳାଭୂମିରେ ଗଣଅଣ୍ଡାଦାନ କରିବାକୁ ଅଲିଭ୍‌ରିଡ୍‌ଲ କଇଁଛମାନଙ୍କ ଆଗମନକୁ ଅପେକ୍ଷା କରାଯାଇଛି। ରାଜନଗର ବନ ବିଭାଗ ପକ୍ଷରୁ କଇଁଛମାନଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା କିପରି ସୂଚାରୁ ରୂପେ ସମାପନ ହେବ, ସେଥିପାଇଁ ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ଇତିମଧ୍ୟରେ ଋଷିକୁଲ୍ୟା ମୁହାଣରେ ଲକ୍ଷାଧିକ ଅଲିଭ୍‌ରିଡ୍‌ଲେ କଇଁଛ ଗଣଅଣ୍ଡାଦାନ ଜାରି ରଖିଛନ୍ତି। ଇତିମଧ୍ୟରେ ବିକ୍ଷିପ୍ତ ଭାବେ ୩୮ଟି କଇଁଛ ୪୭୬୧ ଅଣ୍ଡା ଦେଇ ସାରିଛନ୍ତି। ନାସୀ-୨ରେ ୩୫ଟି କଇଁଛ ୪୩୨୯ ଅଣ୍ଡା ଦେଇଥିବା ବେଳେ ଏକକୁଳା ନାସୀରେ ୩ଟି କଇଁଛ ୪୩୨ଟି ଅଣ୍ଡା ଦେଇଛନ୍ତି। ୨୦୨୨ରେ ଗହୀରମଥାରେ ୫ ଲକ୍ଷ ୧,୧୫୭ କଇଁଛ, ଋଷିକୁଲ୍ୟା ମୁହାଣରେ ୫ ଲକ୍ଷ ୫୦ ହଜାର ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଉଲ୍ଲେଖଯୋଗ୍ୟ, ଅଷ୍ଟ୍ରେଲିଆର ବିଶିଷ୍ଟ ପ୍ରାଣୀ ବୈଜ୍ଞାନିକ ଏଚ୍‌ଆର ବଷ୍ଟାର୍ଡ ସର୍ବପ୍ରଥମ ବ୍ୟକ୍ତି ଭାବେ ଗହୀରମଥାରେ ପାଦ ରଖି ଲକ୍ଷାଧିକ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟାକୁ ଦେଖି ବିମୋହିତ ହୋଇଥିଲେ। ବିଶ୍ୱବାସୀଙ୍କୁ ଗହୀରମଥାକୁ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ସର୍ବଶ୍ରେଷ୍ଠ ଅନ୍ତୁଡ଼ିଶାଳ ଭାବେ ଜଣାଇବା ସହ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ନୂତନ ଦିଗନ୍ତ ଉନ୍ମୋଚନ କରିଥିଲେ। ସେବେଠାରୁ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଅନ୍ତୁଡ଼ିଶାଳ ରୂପେ ଖ୍ୟାତି ଅର୍ଜନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri