ସମସ୍ୟା ଘେରରେ ୮ନଂ. ଓ୍ବାର୍ଡ
ଚୌଦ୍ୱାର,୨୮ା୮(ଆଶୁତୋଷ ଦାସ): ଚୌଦ୍ୱାର ପୌରପାଳିକା ଅଧୀନ ୮ ନମ୍ବର ଓ୍ବାର୍ଡରେ ଅନେକ ସମସ୍ୟା ରହିଛି। ଗତ ଦେଢ ବର୍ଷ ମଧ୍ୟରେ ଏହି ଓ୍ବାର୍ଡରେ କୌଣସି ବିକାଶମୂଳକ କାର୍ଯ୍ୟ ହୋଇନାହିଁ। ଏପରି କି ଓ୍ବାର୍ଡବାସୀଙ୍କ ସମସ୍ୟା ସମାଧାନ କରାଯାଉ ନ ଥିବା ସ୍ଥାନୀୟ…
ଚାକିରି ଛାଡ଼ି ଚାଷ ଆପଣାଇଲେ
ଖୋର୍ଦ୍ଧା,୨୮ା୮(ପ୍ରଭାତ ପାଣିଗ୍ରାହୀ): କଥାରେ ଅଛି, ଇଚ୍ଛା ଥିଲେ ସଫଳତା ଆପେ ଆପେ ମିଳିଥାଏ। ଦୃଢ଼ ମନୋବଳ ଓ କଠିନ ପରିଶ୍ରମ ଶୀର୍ଷରେ ପହଞ୍ଚାଇଥାଏ। ଏହାର ଉଦାହରଣ ସାଜିଛନ୍ତି ୩ ଯୁବବନ୍ଧୁ। କଲେଜ ପାଠପଢ଼ା ସାରିବା ପରେ କିଛିଦିନର ଚାକିରିକୁ ଛାଡ଼ି ପରିବା…
ଜଳ ଉତ୍ସ ଅବରୋଧମୁକ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଖୋର୍ଦ୍ଧା, ୨୮ା୮(ପ୍ରଭାତ ପାଣିଗ୍ରାହୀ): ଚାଷଜମିକୁ ଜଳ ଯୋଗାଣ ଉତ୍ସ ଅବରୋଧମୁକ୍ତ କରିବାକୁ ଏ ସଂକ୍ରାନ୍ତ ଆଗତ ଏକ ମାମଲାର ବିଚାର କରି ଓଡ଼ିଶା ହାଇକୋର୍ଟ ବେଗୁନିଆ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସପ୍ତାହକ ମଧ୍ୟରେ ଚାଷୀଙ୍କ ସମସ୍ୟାର ସମାଧାନ କରିବାକୁ ହାଇକୋର୍ଟ କହିଛନ୍ତି।…
ଭକ୍ତଙ୍କଠାରୁ ନିଆଯାଉଛି ହାତଗୁଞ୍ଜା
ପୁରୀ,୨୮ା୮(ଅଜିତ ମହାନ୍ତି): ପ୍ରତ୍ୟେକ ଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ତେବେ ଛୁଟିଦିନଗୁଡ଼ିକରେ ଭକ୍ତଙ୍କ ଅଧିକ ଭିଡ଼ ହେବା ସହ ସମସ୍ୟା ଦ୍ୱିଗୁଣିତ ହେଉଛି। ଫଳରେ ଭକ୍ତମାନେ ଘଣ୍ଟା…
ନକଲି ଡାକ୍ତରଙ୍କୁ କଟକଣା ନାହିଁ
ନୟାଗଡ଼ ଅଫିସ,୨୮ା୮(ଲୋକନାଥ ମିଶ୍ର): ବଣପାହାଡ ଘେରା ନୟାଗଡ଼ ଜିଲାରେ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ରହିଥିଲେ ହେଁ ଅପାଠୁୁଆ, ନକଲି ଡାକ୍ତର ତଥା କ୍ୱାକ୍ଙ୍କ ଚାହିଦା ବଢ଼ି ଚାଲିଛି। ଘରକୁ ଘର ବୁଲି କ୍ୱାକ୍ ରୋଗୀମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି। ପୁଣି ଟଙ୍କା ନ ଥିଲେ…
ରାତିରେ ରାସ୍ତା କାମ
ଭାପୁର,୨୮।୮(ଭରତ କୁମାର ବେହେରା): ଗତ କିଛି ବର୍ଷ ହେବ ଦୁର୍ନୀତିକୁ ନେଇ ଭାପୁର ବ୍ଲକ ସମଗ୍ର ରାଜ୍ୟରେ ଚର୍ଚ୍ଚାରେ ଥିବାବେଳେ ଏବେ ନିମ୍ନମାନର କାମ ପୁଣିଥରେ ସାମ୍ନାକୁ ଆସିଛି ା ପୂର୍ବରୁ ଏକାଧିକ ରାସ୍ତା, ଗୋଟିଏ ରାସ୍ତାକୁ ୨୧ଥର ବିଲ୍ କରିବା,କୂଅ,…
ସହରବାସୀ ପିଉଛନ୍ତି ନର୍ଦ୍ଦମା ପାଣି
ଯାଜପୁର ଟାଉନ,୨୮ା୮(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି): ଯାଜପୁର ସହରରେ ଜନସ୍ବାସ୍ଥ୍ୟ ବିଭାଗ ଜରିଆରେ ବିଶୁଦ୍ଧ ପାନୀୟ ଜଳ ପାଇପ ମାଧ୍ୟମରେ ଯୋଗାଇ ଦିଆଯାଉଛି ବୋଲି ପ୍ରଚାର କରାଯାଉଛି। କିନ୍ତୁ ଅଧିକାଂଶ ସମୟରେ ବହୁ ଅଞ୍ଚଳରେ ପାଇପ୍ଗୁଡ଼ିକରେ କଳା ନର୍ଦ୍ଦମା ପାଣି ଆସୁଛି। ମଝିରେମଝିରେ…
ନଡ଼ିଆ କତା ହସ୍ତଶିଳ୍ପ କ୍ଲଷ୍ଟର ଘୋଷଣାରେ ସୀମିତ
କେନ୍ଦ୍ରାପଡ଼ା, ୨୮ା୮(ଜଗନ୍ନାଥ ଧଳ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ଥର ସରକାର ଗଠନ ସମୟରେ ଓଡ଼ିଶାର ଏମ୍ପି ପ୍ରତାପ ଷଡଙ୍ଗୀଙ୍କୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ପଦ ମିଳିଥିଲା। ଏହି ସମୟରେ ସ୍ମିମ୍ ଫର ରିଜେନେରେଶନ ଅଫ୍…
ଯନ୍ତ୍ରଣାରେ ଛଟପଟ ଜଗଦୀଶ
କାଏମା,୨୮ା୮(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅଧୀନ ବଡ଼କାଏମା ପଞ୍ଚାଯତ ଡେରାବର ଗ୍ରାମର ସନ୍ତୋଷ ଦାଶଙ୍କ ପୁଅ ଜଗଦୀଶ(୧୪) କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଜଗଦୀଶ ୮ମ ଶ୍ରେଣୀ ଯାଏ ପାଠ ପଢ଼ିଛନ୍ତି। ଏବେ ତାଙ୍କର ଦୁଇ ଗୋଡ଼…
୧୬ ବର୍ଷ ଧରି ଜବରଦଖଲରେ ମାର୍କେଟ କମ୍ପ୍ଲେକ୍ସ
ପ୍ରୀତିପୁର,୨୮ା୮(ସୁଶାନ୍ତ ବେହୁରିଆ): ସରକାର ଗ୍ରାମ ପଞ୍ଚାୟତର ଆୟବୃଦ୍ଧି, ସ୍ଥାୟୀ ଭିତ୍ତିଭୂମି ବିକାଶ ଓ ଶିକ୍ଷିତ ବେକାରିଙ୍କୁ ସ୍ବାବଲମ୍ବୀ କରିବା ନିମନ୍ତେ ପ୍ରତ୍ୟେକ ପଞ୍ଚାୟତରେ ମାର୍କେଟ କମ୍ପ୍ଲେକ୍ସ ଗୃହ ନିର୍ମାଣ ନିମନ୍ତେ ଅନୁଦାନ ଯୋଗାଇ ଦେଉଛନ୍ତି। ମାତ୍ର ସରକାରୀ କର୍ମଚାରୀଙ୍କ ଆନ୍ତରିକତା ଅଭାବ…
ଗୋଳା ନାଳ: ଡ୍ୟାମ୍ ପରିବର୍ତ୍ତେ ସଫେଇ ଚାଲିଛି
ନାଉଗାଁ,୨୮ା୮(ସୁଧା ବେହୁରା): ନାଉଗାଁ ବ୍ଲକ ଅନ୍ତର୍ଗତ ଶିଖର ପଞ୍ଚାୟତର ଅଙ୍ଗେଶ୍ୱରପଡ଼ାରୁ ଗୋଳା ନାଳ ବାହାରି ଓଷକଣା, ଡେରିକି, କୋରୁଅ ପଞ୍ଚାୟତ ଦେଇ ଗାରୋଇ ନିକଟରେ ଗୋବରୀ ନଦୀରେ ମିଶିଛି। ଚଳିତ ଆର୍ଥତ୍କ ବର୍ଷରେ ଏହି ନାଳ ଖନନ ପାଇଁ ଜଳ ସମ୍ପଦ…
କେନାଲରେ ପାଣି: କ୍ଷେତରେ ପହଞ୍ଚୁନି
ପଟ୍ଟାମୁଣ୍ଡାଇ,୨୮ା୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚଳିତ ଖରିଫ ଚାଷ ବିଳମ୍ବରେ ଆରମ୍ଭ ହୋଇଛି। ବର୍ଷା ନ ଥିବାରୁ ଚାଷୀ ନାନା ହଇରାଣର ସମ୍ମୁଖୀନ ହେଉଛନ୍ତି। କିଛିଦିନ ପୂର୍ବେ ବର୍ଷା ଯୋଗୁ ଚାଷ କାର୍ଯ୍ୟ ଜୋର ଧରିଛି। ବର୍ତ୍ତମାନ…
Archives


