ଥାନାରେ ପହଞ୍ଚିଲା ରାସ୍ତା ସମସ୍ୟା

ଗୋଷାଣି, ୨୦।୩ (ପ୍ରଶାନ୍ତ କୁମାର ରାଉତ): ଗଜପତି ଜିଲା ଗୋଷାଣି ବ୍ଲକ ଗୁରାଣ୍ଡି ଗ୍ରାମବାସୀ ରାସ୍ତାଘାଟ ସମସ୍ୟାକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି। ପୂର୍ତ୍ତବିଭାଗ ମୁଖ୍ୟ ରାସ୍ତାରେ ଦୀର୍ଘ ଦିନ ହେଲା ଖାଲଖମା ଓ କର୍ଦ୍ଦମାକ୍ତ ଯୋଗୁଁ ଲୋକେ ଯାତାୟାତରେ ନାନାଦି ସମସ୍ୟା ଭୋଗୁଛନ୍ତି। ଏପରିକି ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟୁଛି। ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଉଥିଲେ ମଧ୍ୟ ବିଭାଗ କର୍ଣ୍ଣପାତ କରୁ ନ ଥିବା ଯୋଗୁଁ ଶେଷରେ ଲୋକେ ବାଧ୍ୟ ହୋଇ ଥାନାର ଦ୍ବାରସ୍ଥ ହୋଇଥିବା ଜଣାପଡିଛି। ସେମାନେ ଅଭିଯୋଗ କରିଛନ୍ତି ଯେ, ଗୁରାଣ୍ଡି ଗ୍ରାମଠାରୁ ଗୋଷାଣି ଗ୍ରାମ ଛକ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗର ପ୍ରାୟ ତିନି କିମି ରାସ୍ତା ଖାଲଖମା ସୃଷ୍ଟି ହୋଇଛଇ। ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନ ନିକଟରେ ଅନେକ ଥର ଅଭିଯୋଗ ମଧ୍ୟ କରିଆସୁଅଛୁ । ହେଲେ କେହି କର୍ଣ୍ଣପାତ କରୁନାହାନ୍ତି। ଉକ୍ତ ରାସ୍ତାର ଖାଲଖମା ଯୋଗୁଁ ବହୁ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଆହତ ହେଉଛନ୍ତି। ବର୍ତ୍ତମାନ ଗୁରାଣ୍ଡି-ଗୋଷାଣି ଗ୍ରାମ ରାସ୍ତାର ଗୁରାଣ୍ଡି ଠାରେ ଏକ କଲଭର୍ଟ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ କାମ ଆରମ୍ଭ କରିଛି । ଏଥିପାଇଁ ଅସ୍ଥାୟୀ ମାଟି ରାସ୍ତା ମଧ୍ୟ ନିର୍ମାଣ କରିଛି। ହେଲେ କୌଣସି ଅସ୍ଥାୟୀ ପାଚେରି ନାହିଁ। ସେହିପରି ଏହି ଅସ୍ଥାୟୀ ରାସ୍ତା ବହୁ ଉଚ୍ଚତାରେ ନିର୍ମିତ ହୋଇଛି। ବର୍ଷା ଯୋଗୁଁ ଏହି ରାସ୍ତା କାଦୁଅଭରା ହୋଇ ପଡିଥିବାରୁ ଯାତାୟାତ କରୁଥିବା ପଥଚାରୀମାନେ ନାନା ସମସ୍ୟାରେ ପଡିଥିବା ବେଳେ ଅନେକ ଦୁଇଚକିଆ ଗାଡି ଦୁର୍ଘଟଣାଗ୍ରସ୍ତ ହେଉଛି। ଏହା ସହ ଏହି ଅସ୍ଥାୟୀ ରାସ୍ତା ଉପରେ ୧୧କେଭି ବିଦ୍ୟୁତ ତାର ଯାଇଛି । ବଡ଼ଯାନବାହାନ ଏହି ରାସ୍ତାରେ ଯିବା ବେଳେ କେତେବେଳେ ଯେ ବଡ଼ ଦୁର୍ଘଟଣା ଘଟିପାରେ ଏହାକୁ ଏଡାଯାଇ ନ ପାରେ । ରାସ୍ତାର ଉଚ୍ଚତା ଯୋଗୁ ଗାଡି ଯଥା ଟ୍ରକ୍‌, ବସ ଆଦି ଏହାର ସଂସ୍ପର୍ଶରେ ଆସି ଅଘଟଣର ଆଶଙ୍କା ମଧ୍ୟ ରହିଛି । ଏହି ରାସ୍ତାଟି ଗୁରାଣ୍ଡି ଗ୍ରାମାଞ୍ଚଳର ଲାଇଫ ଲାଇନ ଅଟେ । ଏହି ମୁଖ୍ୟ ରାସ୍ତା ଗୋଷାଣି ବ୍ଲକ ସଦରକୁ ସଂଯୋଗ କରୁଥିବାରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା। ତେବେ ଏପରି ସ୍ଥଳେ ଯଦି ଆଗାମୀ ଦିନରେ ବଡ଼ ଧରଣର ଅଘଟଣ ଘଟେ ତେବେ ଦାୟୀ କିଏ ରହିବ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ତେଣୁ ତୁରନ୍ତ ଏ ଦିଗରେ ସମାଧାନର ବାଟ ବାହାର କରିବା ସହିତ କାହା ସ୍ବାର୍ଥରେ ଏପରି ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଛି ଏହାର ବିଧିବଦ୍ଧ ତଦନ୍ତ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଥାନା ଅଧିକାରୀଙ୍କୁ ନିବେଦନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଚଣାରେ ଭାବବିହ୍ବଳ ହେଲେ ବର୍ଷା

ଚଣ୍ଡିଖୋଲ/ ଛତିଆ/ ବଡ଼ଚଣା, ୨୭ା୪ (ପ୍ରଦୀପ୍ତ କୁମାର ପୃଷ୍ଟି/ ସୌମ୍ୟରଞ୍ଜନ ସାହୁ/ ଦିଲୀପ କୁମାର ମହାନ୍ତି): ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା...

ଘରୋଇ ଚିକିତ୍ସା କଲେ ଚାକିରିରୁ ବିଦା ହେବେ ଡାକ୍ତର

ବ୍ରହ୍ମପୁର,୨୭।୪(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସିନିୟର୍‌ ରେସିଡେଣ୍ଟ(ଏସ୍‌ଆର) ତଥା ଟ୍ୟୁଟରମାନେ ଘରୋଇ ମେଡିକାଲରେ ରୋଗୀ ଚିକିତ୍ସା କରୁଥିବା...

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri