ଟ୍ରକ୍କୁ ଧକ୍କା ଦେଇ ପୁଣି ପିକ୍ଅପ୍ରେ ପିଟିହେଲେ ବାଇକ୍ ଚାଳକ, ଚାଲିଗଲା ଜୀବନ
ବାଲିଗୁଡ଼ା,୨୦ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗଦ୍ରଙ୍ଗିଆ ନିକଟ ୫୯ ନଂ ଜାତୀୟ ରାଜପଥରେ ଶନିବାର ଟ୍ରକ୍ ସହ ଏକ ମୋଟରସାଇକେଲ ପିଟି ହେବାରୁ ମୋଟରସାଇକେଲ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକ ଜଣକ ତୁମୁଡ଼ିବନ୍ଧ ଥାନା…
ପିକ୍ନିକ୍ ଯାଉଛି କହି ଫେରି ନ ଥିଲେ ଘରକୁ, ଆଜି ପୋଲରେ ଝୁଲିଥିଲା ମୃତଦେହ
ବଡ଼ବିଲ,୨୦ା୧(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଲାଣୀ ଥାନା ଅନ୍ତର୍ଗତ କାରୋନଦୀ ପୋଲରୁ ଶନିବାର ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ମୃତକ ଜଣକ ହେଲେ ଯୋଡ଼ା ଅଞ୍ଚଳରେ ରହୁଥିବା ଝାଡ଼େଶ୍ୱର ସାହୁ(୬୨)। ସୂଚନା ଅନୁଯାୟୀ, ଝାଡ଼େଶ୍ୱର ଟାଟା ଷ୍ଟିଲ କମ୍ପାନୀରୁ…
ନାବାଳିକା ବଳାତ୍କାରୀଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ
କେନ୍ଦୁଝର,୨୦ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଫାଷ୍ଟ ଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଆସାମୀ ଶରତ ପାତ୍ର(୫୦)ଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ହଜାର ଟଙ୍କା ଜରିମାନା ଏବଂ…
କାର୍-ଅଟୋ ଧକ୍କାରେ ମୃତ୍ୟୁ: ରାଜପଥରେ ମୃତଦେହ ରଖି ବିକ୍ଷୋଭ କଲେ ଗ୍ରାମବାସୀ
ହିଞ୍ଜିଳିକାଟୁ,୨୦ା୧(ଦ୍ୱିତୀକୃଷ୍ଣ ପଣ୍ଡା): ବ୍ରହ୍ମପୁର ସଦର ଥାନା କୁକୁଡ଼ାଖଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଏକ କାର୍ (ଓଡି୦୭ଏଜେ ୬୯୧୭)ସହ ଯାତ୍ରୀବାହୀ ଅଟୋ (ଓଡି୦୭ଏ ୫୭୧୮)ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଅଟୋ ଯାତ୍ରୀ ହିଞ୍ଜିଳି ଥାନା ଚୈତନ୍ୟପଡ଼ା ଗ୍ରାମର ପବନା ଦାସ(୨୬)ଙ୍କ ମୃତ୍ୟୁ…
ରାତ୍ର ଜଗୁଆଳ ଆକ୍ରମଣ ଘଟଣା: ଜଣେ କୋର୍ଟ ଚାଲାଣ
ହିଞ୍ଜିଳିକାଟୁ,୨୦ା୧(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା କୋଳିଦାସପୁର ଗ୍ରାମରେ ଗତ ବର୍ଷ ୧୯ ଜୁନ୍ରେ ସଂଘବଦ୍ଧ ଆକ୍ରମଣରେ ଇଟାଭାଟିରେ କାର୍ଯ୍ୟରତ ଜଣେ ରାତ୍ର ଜଗୁଆଳ ଗୁରୁତର ହୋଇଥିଲେ। ଗୁରୁତର ଜଣଙ୍କ କୋଳିଦାସପୁର ଗ୍ରାମର ପୀତାମ୍ବର ଦଳାଇ। ଘଟଣାର ଦୀର୍ଘ ୭ମାସ ପରେ ଘଟଣାର…
ନକଲି କ୍ରିପ୍ଟୋ କରେନ୍ସି ନାଁ ରେ ୧୦ କୋଟିର ଠକେଇ: ମାଷ୍ଟରମାଇଣ୍ଡ ସମେତ ୭ ଗିରଫ
ବଲାଙ୍ଗୀର,୨୦।୧:(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ପୋଲିସକୁ ଏକ ବଡଧରଣର ସଫଳତା ମିଳିଛି। ନକଲି କ୍ରିପ୍ଟୋ କରେନ୍ସି ନାଁରେ ଚାଲିଥିବା ଏକ ଟଙ୍କା ଠକେଇ ରାକେଟର ପର୍ଦ୍ଦାଫାଶ ହୋଇଛି । ବଲାଙ୍ଗୀର ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବଲାଙ୍ଗୀରର ୬…
ପାଗଳା କୁକୁର ଆକ୍ରମଣରେ ୧୨ ଆହତ
ଘସିପୁରା,୨୦ା୧(ନିରଞ୍ଜନ ସାହୁ): ଘସିପୁରା ଥାନା ବେଲବାହାଳି ଗ୍ରାମରେ ଗୋଟିଏ ପାଗଳା କୁକୁର ଆତଙ୍କ ଗ୍ରାମବାସୀଙ୍କୁ ଭୟଭୀତ କରିପକାଇଛି। କୁକୁର ଆକ୍ରମଣରେ ଶୁକ୍ରବାର ୮ ଜଣ ଆହତ ହୋଇଥିବା ବେଳେ ଶନିବାର ପୁଣି ୪ ଜଣଙ୍କୁ ପାଗଳା କୁକୁର ଆକ୍ରମଣ କରିଛି। ପାଗଳା…
ନବବଧୂଙ୍କ ସନ୍ଦେହ ଜନକ ମୃତ୍ୟୁ: ମେଡିକାଲରେ ଉତ୍ତେଜନା
ପାପଡାହାଣ୍ଡି,୨୦।୧(ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡାହାଣ୍ଡି ସଦର ଭିମାସାହିରେ ଜଣେ ନବବଧୂଙ୍କ ଶନିବାର ସନ୍ଦେହ ଜନକ ମୃତ୍ୟୁ ଘଟିଛି। ଏ ନେଇ ଉତ୍ତେଜନା ଦେଖାଦେଇଛି । ନବବଧୂଙ୍କ ବାପଘର ଲୋକେ ଏହାକୁ ଯୌତୁକ ଜନିତ ହତ୍ୟା କାଣ୍ଡ କହି ଥାନାରେ ଅଭିଯୋଗ…
ମାଞ୍ଜା ସୂତାରେ ପୁଣି କଟିଲା ବେକ
କଟକ ୨୦।୧ : କଟକରେ ପୁଣି ମାଞ୍ଜା ସୂତାରେ ବେକ କଟିଛି। ଆହତ ବ୍ୟକ୍ତି ଜଣଙ୍କ ହେଲେ କଟକର ଅକ୍ଷୟ ମହାପାତ୍ର । କଟକ କାଠଯୋଡି ବ୍ରିଜ ଉପରେ ଏଭଳି ଘଟଣା ଘଟିଛି । ଖବର ଅନୁଯାୟୀ, ଅକ୍ଷୟ ତାଙ୍କର କଲ୍ୟାଣ…
ରାମ ମନ୍ଦିର ପ୍ରତିଷ୍ଠା ଦିନ ମଦ, ମାଂସ ବିକ୍ରି ବନ୍ଦ ହେଉ
ନୂଆପଡ଼ା,୨୦।୧(ମକାରୁ ବେମାଲ): ୨୨ତାରିଖରେ ରାମ ମନ୍ଦିର ପ୍ରତିଷ୍ଠା ହେବ। ଏହି ଦିନ ନୂଆପଡ଼ା ଜିଲାରେ ମଦ, ମାଂସ ବିକ୍ରି ଉପରେ ରୋକ ଲଗାଇବାକୁ ନୂଆପଡା ସଦର ମହକୁମାସ୍ଥିତ ରାମ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଜିଲାପାଳ ହେମକାନ୍ତ ସାଏଙ୍କୁ ସାକ୍ଷାତ କରି…
୨ କଣ୍ଟେନର ସହ ପ୍ରାୟ ୭୯ରୁ ଅଧିକ ଗୋରୁ ଜବତ, ଖସିଗଲେ ମାଫିଆ
ଖୋର୍ଦ୍ଧା,୨୦।୧: ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଞ୍ଚଳ ଗୋମାଫିଆଙ୍କ ଭୂସ୍ବର୍ଗ ପାଲଟିଛି। ଗୋଚାଲାଣ ବଢିବାରେ ଲାଗିଛି। ଶୁକ୍ରବାର ବିଳମ୍ବିତ ରାତିରେ ଦୁଇଟି ଗୋରୁ ବୋଝେଇ କଣ୍ଟେନର ରାଜ୍ୟ ବାହାରକୁ ଚାଲଣ ହେବା ପାଇଁ ଜାମୁସାହିରେ ଗୋରୁ ବୋଝେଇ ହେଉଥିବା ନେଇ ପୋଲିସକୁ…
ବୈରୀ-ଚଣ୍ଡିଖୋଲ ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟ ନିମ୍ନମାନର
ଚଣ୍ଡିଖୋଲ,୨୦ା୧(ପ୍ରଦୀପ୍ତ କୁମାର ପୃଷ୍ଟି): କଟକ ଚାରବାଟିଆ ପୂର୍ତ୍ତ ବିଭାଗ ଡିଭିଜନ ଅଧୀନ ବଡ଼ଚଣା ଉପଖଣ୍ଡର ବୈରୀଠାରୁ ଚଣ୍ଡିଖୋଲ ଖୋସାଲିପୁର ହାଇଲେଭଲ କେନାଲ ବନ୍ଧ ରାସ୍ତା ଅଛି। ଏହାର ୬ କି.ମି. ୪୦୦ମିଟର କାମ ଆରମ୍ଭ ହୋଇଛି। ଏଥିପାଇଁ ବିଭାଗ ପକ୍ଷରୁ ୮…

